ଶ୍ରୀକୃଷ୍ଣ ନିଜେ କହିଛନ୍ତି – ଯେ ଅଶ୍ୱସ୍ତ ଗଛର ପତ୍ରରେ ଏହି ମନ୍ତ୍ର ଲେଖି ଘରେ ରଖିବା ଦ୍ୱାରା ଘରେ ହୋଇଥାଏ ଧନର ବୃଦ୍ଧି ! ଆଜି ହିଁ ଚେଷ୍ଟା କରନ୍ତୁ

ଭାରତୀୟ ସଂକୃତିରେ ଅଶ୍ୱସ୍ତ ଗଛକୁ ଦେବ ବୃକ୍ଷ କୁହାଯାଏ | ଏହାର ସତ୍ଵିକ ପ୍ରଭାବରେ ଅନ୍ତର ମନ ପ୍ରଫୁଲିତ ଏବଂ ଶାନ୍ତ ହୋଇଯାଏ | ହିନ୍ଦୁ ଧର୍ମ ରେ ଏହି ବୃକ୍ଷ କୁ ଅଶ୍ୱସ୍ତ ବୃକ୍ଷ କୁହାଯାଏ

ଏହାର ମୂଳ ରେ ଭଗବାନ ବିଷ୍ଣୁ,ଗଣ୍ଡି ରେ କେଶବ ଏବଂ ଶାଖାରେ ଭଗବାନ ନାରାୟଣ, ପତ୍ର ରେ ଶ୍ରୀହରି ଏବଂ ଫଳ ରେ ସବୁ ଦେବତାଙ୍କ ସହ ଅତ୍ୟୁତ ସର୍ବଦା ବାସ କରିଥାନ୍ତି | ତେବେ ଏହି ବୃକ୍ଷ ସମସ୍ତ ଦେବୀ ଦେବତା ବାସ କରିଥାନ୍ତି, ଭଗବାନ କୃଷ୍ଣ କହିଛନ୍ତି ମୁଁ ସବୁ ବୃକ୍ଷ ମଧ୍ୟରୁ ଅଶ୍ୱସ୍ତରେ ରହିଥାଏ, ପୁରାଣ ରେ ବର୍ଣିତ ଅଛି ଏହି ବୃକ୍ଷ କୁ ପୂଜା କରିବା ଦ୍ୱାରା ସବୁ ଦେବୀ ଦେବତା ପୂଜା ପାଇଥାନ୍ତି | ଯେଉ ଲୋକ ଅଶ୍ୱସ୍ତ ବୃକ୍ଷ ଲଗାଏ ତା ବଂଶ କେବେ ବି ଅସୁବିଧାରେ ପଡ଼ିନଥାଏ | ଏହି ବୃକ୍ଷ ର ସେବା କରୁଥିବା ଲୋକ ସଦଗତି ପ୍ରାପ୍ତ କରିଥାଏ |

ପୁରାଣରେ ଲେଖା ଅଛି ଏହି ବୃକ୍ଷର ମନ୍ତ୍ର,ଏହି ବୃକ୍ଷ ରେ ଦେବକୀୟ ଶକ୍ତି ରହିଥାଏ | ପୌରାଣିକ ସମୟରେ କେଶବ ନିଜେ ଅର୍ଥାତ ଭଗବାନ କୃଷ୍ଣ ନିଜେ ଏହି ବୃକ୍ଷ ତଳେ ବସି ଯୋଗ ଧ୍ୟାନ କରିଥିଲେ | ଯଦି କୌଣସି ଅସୁବିଧା ଅଛି ଆପଣ ମନ ଖରାପ ଅଛି, ଅନେକ କିଛି ମାନସିକ ଚିନ୍ତା ରହିଛି କିମ୍ବା ଆପଣଙ୍କର ସାଥ କେହିବି ଦେଉନାହାନ୍ତି ତେବେ ଏଭଳି ପରିସ୍ଥିତିରେ ରେ ଅଶ୍ୱସ୍ତ ବୃକ୍ଷ ର ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ | ଶ୍ରୀକୃଷ୍ଣ କହିଛନ୍ତି ଯେଉ ମନୁଷ୍ୟ ତା ଜୀବନରେ ଗୋଟିଏ ଅଶ୍ୱସ୍ତ ବୃକ୍ଷ ଲଗେଇଥାଏ ତାର ସବୁ ଜନ୍ମର ପାପ ନଶା ହୋଇଯାଏ | ଏହି ବୃକ୍ଷ ସେ ଲୋକ ମାରିବା ପରେ ମଧ୍ୟ ପୁଣ୍ୟ ଅର୍ଜନ କରିଥାଏ |

ତେବେ ଜୀବନରେ ଗୋଟିଏ ବୃକ୍ଷ ଲଗେଇବା ନିହାତି ଦରକାର | ଯଦି ଆପଣଙ୍କୁ ଧନର ଅଭାବ ହେଉଛି,କିମ୍ବା ପାରିବାରିକ ଅଶାନ୍ତି ରହିଛି, ବିବାହ ହେଇପାରୁନାହିଁ, ବ୍ୟବସାୟ ରେ କ୍ଷତି ହେଉଛି | ବହୁତ ଚେଷ୍ଠା କରିଲା ପରେ ମଧ୍ୟ ଆପଣଙ୍କୁ ଧାନର ପ୍ରାପ୍ତି ହେଉନାହିଁ ତେବେ ଆପଣ ଏହି ବୃକ୍ଷର ପୂଜା କରିପାରିବେ | ଏଥିରେ ବିଭିନ୍ନ ମନ୍ତ୍ର ଲେଖି ନିଜ ପୂଜା ଘରେ ରଖିବା ପାରିବେ | ଆସନ୍ତୁ ଜାଣିବା କେମିତି ପୂଜା କରିବା ଏବଂ ଏହି ବୃକ୍ଷ ର ପତ୍ର ରେ କେଉଁ ମନ୍ତ୍ର ଲେଖିଲେ ଅନେକ ଫଳ ପ୍ରାପ୍ତ ହୋଇଥାଏ ଆସନ୍ତୁ ଜାଣିବା..

ଶନିବାର ଦିନ ଅଶ୍ୱସ୍ତ ବୃକ୍ଷକୁ ପୂଜା କରିବା ଦ୍ୱାରା ଅନେକ ଅସୁବିଧାର ସମାଧାନ ହୋଇଯାଏ | ଏହି ଦିନକୁ ଶନିଦେବଙ୍କ ଦିନ ବୋଲି ବିଶ୍ୱାସ କରାଯାଏ,ତେବେ ସମ୍ପୂର୍ଣ ନଅଟି ଗ୍ରହ ସେଥି ମଧ୍ୟରୁ ଶନିଦେବ ଅନ୍ୟତମ | ତେବେ ଯଦି ଆପଣଙ୍କର ଶନି ଦୋଷ ହୋଇଛି ଆପଣଙ୍କ ଜୀବନ ରେ ଅସୁବିଧା ଆସୁଛି ଆପଣଙ୍କ ଶନିଦେବ ଙ୍କ ପ୍ରକୋପ ରୁ ବହୁତ କଷ୍ଟ ସହିବାକୁ ପଡୁଛି | ତେବେ ଶନିବାର ଦିନ ଅଶ୍ୱସ୍ତ ବୃକ୍ଷ କୁ ପୂଜା କରନ୍ତୁ ଶାସ୍ତ୍ର ଅନୁଯାଇ ଏହି ବୃକ୍ଷ ରେ ସମସ୍ତ ଦେବତା ବାସ କରନ୍ତି ତେବେ ଶନିଦେବଙ୍କୁ ପ୍ରସନ୍ନ କରିବାର ଏହା ମଧ୍ୟ ଏକା ସର୍ବଶ୍ରେଷ୍ଠ ଉପାୟ |

ତେବେ ଶନିବାର ଦିନ ଅଶ୍ୱସ୍ତ ବୃକ୍ଷ କୁ ପୂଜା କରନ୍ତୁ | ଏହା ପରେ ଏହାର ପତ୍ର କୁ ଆଣି ସେଥିରେ ଶନିଦେବ ଙ୍କ ମାତ୍ର ଓଁ ଶନିଶ୍ଚରୟ ନମଃ ଲେଖି ଶନିବାର ଦିନ ଶନିଦେବ ଙ୍କ ମନ୍ଦିରକୁ ନେଇଯାଇ ଭଗବାନଙ୍କ ପାଦ ରେ ଅର୍ପଣ କରିଦିଅନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟ ବଦଳିବାରେ ଲାଗିବ | ଏବଂ ଶନିବାର ଦିନ ପୂଜା କରିବା ସମୟରେ ଓଁ ନମଃ ଭଗବତେ ବାଶୁଦେବାୟ ମଧ୍ୟ ଜପ କରିପାରିବେ | ଏହା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି | ଯଦି ଆପଣଙ୍କ ପାଖରେ ଧନର ଅଭାବ ହେଉଛି କିମ୍ବା ଆପଣଙ୍କୁ ଆର୍ଥିକ ଅବସ୍ଥା ବହୁତ ଖରାପ ଅଛି ତେଵେ ଏହି ଉପାୟ କରନ୍ତୁ ;

ତେଵେ ଅଶ୍ୱସ୍ତ ବୃକ୍ଷର ଏକ ପତ୍ର ନିଅନ୍ତୁ, ସେଥିରେ ଓଁ ଶ୍ରୀମ ନମଃ ଲେଖି ମାତା ଲକ୍ଷ୍ମୀ ଙ୍କ ଚରଣ ରେ ରଖିବା ମା ଲକ୍ଷ୍ମୀ ଙ୍କୁ ପୂଜା କରନ୍ତୁ | ଏହା ପରେ ସେହି ପତ୍ରକୁ ନେଇ ବାକ୍ସ କିମ୍ବା ଆପଣ ଯେଉଁଠି ପଇସା ରଖୁଛନ୍ତି ସେଠି ରଖିଦିଅନ୍ତୁ ଦେଖିବେ ଧୀରେ ଧୀରେ ସବୁ ବଦଳି ଯିବା | ଆର୍ଥିକ ରୂପରେ ଅନେକ ଧନ ବଢ଼ିବାରେ ଲାଗିବ | ତେଵେ ଯଦି ଆପଣ କରଜ କରିଛନ୍ତି କିମ୍ବା ଶତ୍ରୁ ବହୁତ ଅଛନ୍ତି ଆପଣଙ୍କର ତେଵେ ମଙ୍ଗଳ ବାର ଦିନ ଅଶ୍ୱସ୍ତ ର ପତ୍ର ଆଣି ସେଥିରେ ଓଁ ହମ ହନୁମତେ ନମଃ ଲେଖୁ ତାକୁ ହନୁମାନ ଜି ଙ୍କୁ ଅର୍ପଣ କରନ୍ତୁ | ଏହିପରୀ କରିବା ଦ୍ୱାରା ସମସ୍ତ ଅସୁବିଧାର ସମାଧାନ ହୋଇଥାଏ..

Leave a Reply

Your email address will not be published. Required fields are marked *