ଶ୍ରାବଣ ମାସରେ ଏହି ପାଞ୍ଚଟି ପକ୍ଷୀ ଯଦି ଆପଣଙ୍କ ଘରକୁ ଆସିବେ,ତାହେଲେ ଆପଣ ହୋଇଯିବେ ମାଲାମାଲ ! ଜାଣନ୍ତୁ କେଉଁ କେଉଁ ପକ୍ଷୀ ?

ଅନେକ ସମୟରେ ଘରକୁ ଏପରି ପକ୍ଷୀ ଆସି ଘର ଆଗରେ କିମ୍ବା ଛାତରେ ବସିଥାଏ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । କୁହାଯାଏ ଯେ ପଶୁ ପକ୍ଷୀ ଦୁନିଆରେ ରଖିବା ସେତିକି ଜରୁରୀ ଯେତିକି ଜୀବନ ପାଇଁ ଜଳ ଜରୁରୀ ହୋଇଥାଏ । କାରଣ ପଶୁ ପକ୍ଷୀ ଆମ ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରିଥାନ୍ତି ।

ଆମ ଶାସ୍ତ୍ର ଅନୁଯାୟୀ ଦଶରଥଙ୍କ ଘରକୁ ମଧ୍ୟ ଏପରି ଏକ ପକ୍ଷୀ ଆସିଥିଲା ଯାହାକୁ ରାଜା ଦାନା ଦେଇଥିଲେ । ସେହିପରି କିଛି ପକ୍ଷୀ ଘରକୁ ଯଦି ଆସି ଦାନା ଖାଆନ୍ତି ତେବେ ସୌଭାଗ୍ୟବି ଦୁର୍ଭାଗ୍ୟରେ ପରିଣତ ହୋଇଯାଏ । ସେହିପରି ଆଜି ଆମେ ଆପଣଙ୍କୁ ୫ ଟି ପକ୍ଷୀ ବିଷୟରେ କହିବୁ ଯେଉଁ ପକ୍ଷୀ ଘରକୁ ଆସିଲେ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ ।

୧ . ନୀଳକଣ୍ଠ ପକ୍ଷୀ :-

ଏହି ପକ୍ଷୀ ସ୍ବୟଂ ଭଗବାନ ଶିବଙ୍କ ଅବତାର ହୋଇଥାଏ । ଏହି ପକ୍ଷୀ ଖୁବ କମ ଲୋକଙ୍କ ଘରେ ଆସି ବସିଥାଏ । ଯଦି ଏହି ପକ୍ଷୀ ଆପଣଙ୍କ ଘରେ ଆସି ବସୁଛି ତେବେ ଭାବି ନିଅନ୍ତୁ ଯେ ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି ଏବଂ ଆପଣଙ୍କର ସବୁ କଷ୍ଟ ଦୂର ହେବାକୁ ଯାଉଛି । ଏହି ପକ୍ଷୀ ଘରକୁ ଆସିଲେ ଦାନା ଖାଇବାକୁ ଦିଅନ୍ତୁ । ନୀଳକଣ୍ଠ ପକ୍ଷୀ ଦେଖିବାକୁ ମଧ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ଏହି ପକ୍ଷୀ ଭାଗ୍ୟର ପକ୍ଷୀ ହୋଇଥାଏ । ଯଦି ଆପଣ ଏହି ପକ୍ଷୀକୁ କୌଣସି ପ୍ରକାରର କଷ୍ଟ ଦିଅନ୍ତି ତେବେ ମହାଦେବଙ୍କ କ୍ରୋଧକୁ ସାମ୍ନା କରିବାକୁ ପଡ଼ିଥାଏ ।

୨ . କାଉ :-

କାଉ ଏକ ଏପରି ପକ୍ଷୀ ଯାହା ଯଦି ଆପଣଙ୍କ ଘରକୁ ଆସି ବସେ ତେବେ ତାକୁ ଘଉଡ଼ାଇବା ଉଚିତ ନୁହେଁ ବରଂ ଦାନା ଖୁଆଇବା ଉଚିତ । କାରଣ ଏହି ପକ୍ଷୀ ଘରେ ବସିଲେ ଘରକୁ କେବେ ଦୁଃଖ କଷ୍ଟ ଆସିବ ନାହିଁ , ଘରେ କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହେବ ନାହିଁ । କାଉ ଶନିଦେବଙ୍କ ବାହାନ ଅଟେ । ତେଣୁ କାଉକୁ ଦାନା ଖୁଆଇଲେ ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି । କାଉକୁ ଦାନା ଖୁଆଇବା ଦ୍ୱାରା ପିତୃ ପୂର୍ବଜଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

୩ . ବାଇ ଚଢ଼େଇ :-

ଏହି ପକ୍ଷୀ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀ ଦେଖିବାକୁ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । କୁହାଯାଏ ଯେ ଯଦି ବାଇ ଚଢ଼େଇ ଘରକୁ ଆସେ ତେବେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯେଉଁ ଘରେ ବାଇ ଚଢ଼େଇ ବସା ବନାଇ ଥାଏ ସେହି ଘରେ ଭାଗ୍ୟ ଉଦୟ ହୋଇଥାଏ । ସେହି ଘରର ଲୋକେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରନ୍ତି । ଏହା ବ୍ୟତୀତ ମାତା ଲକ୍ଷ୍ମୀଙ୍କ କୃପାରୁ ଅହସ୍ର ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ଏହି ଚଢ଼େଇକୁ ଦାନା ଖୁଆଇବା ଦ୍ୱାରା ସବୁ ପ୍ରକାରର ସମସ୍ୟା , ଦୁଃଖ କଷ୍ଟ ମଧ୍ୟ ଦୂରେଇ ଯାଏ ।

୪ . ପାରା :-

ଯେଉଁ ଘରକୁ ପାରା ଆସି ଦାନା ପାଣି ଖାଇଥାଏ ସେହି ଘରେ ଭାଗ୍ୟ ଉଦୟ ହୋଇଥାଏ । ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ । ସେହି ଘରେ କେବେ କୌଣସି ଜିନିଷର ଅଭାବ ହୁଏ ନାହିଁ ।

୫ . ପେଚା :-

ସକାଳୁ ସକାଳୁ ଘରର ଛାତ ଉପରେ କିମ୍ବା ଘର ସାମ୍ନାରେ ପେଚା ବସିବା ଅତ୍ୟନ୍ତ ଶୁଭ ହୋଇଥାଏ । ପେଚା ମାତା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ । ତେଣୁ ସକାଳୁ ପେଚା ଦେଖିବା କିମ୍ବା ପେଚାର ରାବ ଶୁଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । କିନ୍ତୁ ରାତ୍ରି ସମୟରେ ପେଚା ଆସିବା ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଉପରକୁ ବିପଦ ଆସିବାକୁ ଯାଉଛି ।

୬ . ଚିଲ :-

ଯଦି ଆପଣଙ୍କ ଘରେ ଚିଲ ବସୁଛି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି । ଘରେ ଚିଲ ବସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ୱାରା ମନୁଷ୍ୟର ଭାଗ୍ୟ ଉଦୟ ହୋଇଥାଏ ।

କେଉଁ ପକ୍ଷୀ ଘରକୁ ଆସିବା ଅଶୁଭ ହୋଇଥାଏ :-

୧ . ବାଦୁଡ଼ି :-

ଘରକୁ ବାଦୁଡ଼ି ଆସିବା ଅଶୁଭ ସଙ୍କେତ ଅଟେ । କାରଣ ଏହା ଘରକୁ ନକରାତ୍ମକତା ନେଇ ଆସିଥାଏ । ଏହି ପକ୍ଷୀ କାରଣରୁ ନବ ଗ୍ରହର ଦୋଷ ଭୋଗିବାକୁ ପଡ଼ିଥାଏ ଏବଂ ଘରେ ସର୍ବନାଶ ହୋଇଥାଏ । ଯଦି ଆପଣଙ୍କ ଘରକୁ ବି ଏହି ପକ୍ଷୀ ଆସୁଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ନଚେତ ଆପଣଙ୍କ ଘରକୁ ସମସ୍ୟା ଆସିବ । ଏହାଦ୍ବାରା ଘରୁ ମାତା ଲକ୍ଷ୍ମୀ ମଧ୍ୟ ରୁସ୍ଟ ହୋଇ ଚାଲିଯାଆନ୍ତି ।

୨ . ଟିଟହରି :-

ଏହି ପକ୍ଷୀ ଘରର ଛାତ ଉପରେ ବସିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏମିତିକି ବୈଜ୍ଞାନିକ ମାନଙ୍କ ଅନୁଯାୟୀ ଯଦି ଏହି ପକ୍ଷୀ ଘର ଉପରେ ବସେ ତେବେ ଏହାର ଅର୍ଥ ଭୂମିକମ୍ପ ଆସିବ । ଏହା ଭୂମିକମ୍ପର ସନ୍ଦେସ ଦେଇଥାଏ । ଏହାଦ୍ବାରା ଘର ଉପରକୁ ସମସ୍ୟା ମଧ୍ୟ ଆସିଥାଏ ।

Leave a Reply

Your email address will not be published. Required fields are marked *