ଘରର ପୂଜା ଘରେ ଏହି ମୂର୍ତ୍ତି ରଖୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ଚିନ୍ତାମୁକ୍ତ …. ଆସିବ ନାହିଁ ଆର୍ଥିକ ସମସ୍ୟା….

ଘରର ପୂଜାଘର ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ କାରଣ ସେଠାରେ ଅନେକ ଭିନ୍ନ ଭିନ୍ନ ଦେବଦେବୀଙ୍କ ଫୋଟ ଏବଂ ମୂର୍ତ୍ତି ସ୍ଥାପିତ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଆସି ନଥାଏ । କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ ଯେ ଘରର ପୂଜାଘରେ କିଛି ମୂର୍ତ୍ତି ରଖିଲେ ଆପଣଙ୍କୁ ଆର୍ଥିକ ସମସ୍ୟା ହୋଇଥାଏ ।

ମାତ୍ର ଯଦି ଆପଣ ଆମ କହିବା ଅନୁଯାୟୀ ମୂର୍ତ୍ତି ରଖନ୍ତି ତେବେ କେବେବି ଆପଣଙ୍କର ଆର୍ଥିକ ସମସ୍ୟା ହେବ ନାହିଁ । ପୂଜାଘରେ କିଛି ମୂର୍ତ୍ତି ଯୋଡ଼ା ରଖିଲେ ରାଜଯୋଗ ହୋଇଥାଏ । ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ କେଉଁ ସବୁ ମୂର୍ତ୍ତି ଯୋଡ଼ା ରଖିଲେ ଆପଣଙ୍କ ଜୀବନ ସମୃଦ୍ଧ ହୋଇ ପାରିବ ସେହି ବିଷୟରେ କହିବୁ ।

୧ . ଯଦି ଆପଣ ଘରର ପୂଜାଘରେ କୃଷ୍ଣ କିମ୍ବା ବାଳଗୋପାଳଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ତା ସହିତ ଶ୍ରୀରାଧାଙ୍କ ମୂର୍ତ୍ତି ରଖନ୍ତୁ । କାରଣ ଏହି ଦୁଇ ମୂର୍ତ୍ତି କିମ୍ୱା ଫୋଟକୁ ସାଥିରେ ରଖିବା ଦ୍ୱାରା ଖୁବ ଭଲ ଫଳ ପ୍ରାକ୍ତ ହୋଇଥାଏ । ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମ ଏବଂ ଏକତାର ପ୍ରତୀକ ମାନା ଯାଇଥାଏ । ଯେଉଁ ଯେଉଁ ଘରେ ଏହି ଦୁଇ ଦେବଦେବୀଙ୍କ ମୂର୍ତ୍ତି ଏକାଠି ଥାଏ ସେହି ଘରେ କେବେବି କଳହ କ୍ଳେଶ ଦେଖା ଦିଏ ନାହିଁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ବଜାୟ ରହେ ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦିଏନାହିଁ ।

୨ . ଘରେ ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ମଧ୍ୟ ଏହା ରାଜଯୋଗ ଅଟେ । ସମଗ୍ର ବୁଶ୍ୱରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିଦେବ ମାନା ଯାଏ ଏବଂ ନାରାୟଣଙ୍କୁ ପୂଜା କରାଯାଏ । ଯଦି ଆପଣ ଘରେ ନାରାୟଣଙ୍କ ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତି ତେବେ ଘରେ ଧନ ସମ୍ପତ୍ତିର ଉନ୍ନତି ଏବଂ ଏବଂ ଏହାସହିତ ସମ୍ମାନ ମଧ୍ୟ ବୃଦ୍ଧି ହେବ ।

୩ . ଯଦି ଆପଣ ଘରେ କେବଳ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାଙ୍କ ବାମ ପାର୍ଶ୍ଵରେ ଶ୍ରୀଗଣେଶ ଏବଂ କୁବେରଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରନ୍ତୁ । କାରଣ ମାତା ଲକ୍ଷ୍ମୀ ଧନ ପ୍ରଦାନ କରୁଥିବା ବେଳେ ଶ୍ରୀଗଣେଶ ବିଦ୍ଧି ଏବଂ ସିଦ୍ଧି ପ୍ରଦାନ କରିଥାନ୍ତି । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହିତ ମାତା ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ ।

୪ . ଯଦି ଆପଣ ଘରର ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ରଖିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ରଖି ପାରିବେ । ଏହାବ୍ୟତୀତ ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ତାଙ୍କୁ ଆରାଧନା କରିବା ସହିତ ହନୁମାନଙ୍କୁ ମଧ୍ୟ ଆରାଧନା କରି ପାରିବେ । ଶ୍ରୀରାମଚନ୍ଦ୍ରଙ୍କୁ ଆରାଧନା କଲେ ହନୁମାନ ଏବଂ ମାତା ସୀତାଙ୍କ କୃପା ମଧ୍ୟ ଲାଭ କରି ପାରିବେ । କାରଣ ହନୁମାନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଅଟନ୍ତି ।

୫ . ଯଦି ଆପଣ ଘରେ କୌଣସି ମୂର୍ତ୍ତି କିମ୍ବା ଫୋଟ ରଖି ଲାଭ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଘରରେ ତ୍ରିଦେବଙ୍କ ମୂର୍ତ୍ତି ଏକାଠି ପାଖାପାଖି ରଖି ଦିଅନ୍ତୁ । ଦେଖିବେ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଆର୍ଥିକ ସମସ୍ୟା ମଧ୍ୟ ରହିବ ନାହିଁ ।

କେଉଁ ମୂର୍ତ୍ତି ଘରର ପୂଜାଘରେ ରଖିବା ଉଚିତ ନୁହେଁ :-

୧ . ଯଦି ଆପଣ ପୂଜାଘରେ ଗଣେଶ ମୂର୍ତ୍ତି ରଖୁଛନ୍ତି ତେବେ ବିଷମ ସଂଖ୍ୟାରେ ରଖନ୍ତୁ ନାହିଁ । କାରଣ ଏହା ଅଶୁଭ ହୋଇଥାଏ । ପୂଜାଘରେ ଦୁଇଟି ଗଣେଶ ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଏହାବ୍ୟତୀତ ଗଣେଶ ମୂର୍ତ୍ତି ସ୍ଥାପନ କରିବା ସମୟରେ ଧ୍ୟାନ ଦେବେ ଯେପରି ଗଣେଶଙ୍କ ମୁଖ ମୁଖ୍ୟଦ୍ୱାର ଦିଗରେ ରହିବ ।

୨ . ଏମିତିରେ ତ ଘରେ ଶିବଲିଙ୍ଗ ରଖିବା ଆଦୋୖ ଉଚିତ ନୁହେଁ । କିନ୍ତୁ ଯଦି ଆପଣ ଘରେ ଶିବଲିଙ୍ଗ ରଖୁଛନ୍ତି ତେବେ ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ ରଖିବା ଉଚିତ ନୁହେଁ । ନଚେତ ମହାଦେବ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଶିବଲିଙ୍ଗରେ ଭୁଲରେବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ । ନଚେତ ଦେବଦେବୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

୩ . ଯଦି ଆପଣ ଘରେ ହନୁମାନଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ସର୍ବଦା ବସିଥିବା ହନୁମାନଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ । ଯେହେତୁ ହନୁମାନ ମହାଦେବଙ୍କ ରୁଦ୍ର ଅବତାରର ପ୍ରତୀକ ଅଟେ ତେଣୁ ମହାଦେବଙ୍କ ଭଳି ତାଙ୍କ ମୂର୍ତ୍ତି ବସିଥିବା ଅବସ୍ଥାରେ ରଖିବା ଉଚିତ ।

୪ . ଯଦି ଆପଣ ବିବାହିତ ତେବେ ନିଜ ଶୋଇବା କକ୍ଷରେ ଭୁଲରେ ବି ହନୁମାନଙ୍କ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ ନାହିଁ । କାରଣ ହନୁମାନ ବ୍ରହ୍ମଚାରୀ ଅଟନ୍ତି । ଏହାବ୍ୟତୀତ ଯଦି ଆପଣ ଶୋଇବା ଘର ଶ୍ରୀକୃଷ୍ଣ ଯେପରି ଏବଂ ରାଧାଙ୍କ ମୂର୍ତ୍ତି ରଖନ୍ତି ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଜାୟ ରହିବା ସହିତ ଆର୍ଥିକ ସମୃଦ୍ଧି ମଧ୍ୟ ହେବ ।

୫ . ଯଦି ଆପଣ ଘରକୁ ମାତା ଦୁର୍ଗା କିମ୍ବା ସନ୍ତୋସିମାତାଙ୍କ ମୂର୍ତ୍ତି କିମ୍ବା ଫୋଟ ଆଣିବାକୁ ଚାହୁଁଛନ୍ତି ତେବେ ଭୁଲରବି ମାତା ଦୁର୍ଗାଙ୍କ କ୍ରୋଧିତ ରୂପର ମୂର୍ତ୍ତି ଆଣନ୍ତୁ ନାହିଁ । ସର୍ବଦା ଶାନ୍ତ ଏବଂ ସୁନ୍ଦର ରୂପର ମୂର୍ତ୍ତି ସ୍ଥାପନ କରନ୍ତୁ । ଯାହାଦ୍ୱାରା ଆର୍ଥିକ ସମୃଦ୍ଧି ହେବ ।

୬ . କୌଣସି ଦେବଦେବୀଙ୍କୁ ଭଙ୍ଗା ଚାଉଳ ଅର୍ପିତ କରନ୍ତୁ ନାହିଁ ବରଂ ତାହାକୁ ହଳଦୀ ପାଣିରେ ଭିଜାଇ ଅର୍ପିତ କରନ୍ତୁ ।

Leave a Reply

Your email address will not be published. Required fields are marked *