ଶ୍ରାବଣ ମାସରେ ଭୁଲରେବି କାହାକୁ ଦିଅନ୍ତୁ ନାହିଁ ଏହି ଜିନିଷ ଉଧାର, ନଚେତ ହୋଇଯିବେ କାଙ୍ଗାଳ !

ଶ୍ରାବଣ ମାସ ଭଗବାନ ଶିବଙ୍କର ମାସ ହୋଇଥାଏ । ଏହି ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନଥାଏ । ଏହି ମାସରେ କେବଳ ଗୋଟିଏ ଲୋଟା ଜଳ ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହୋଇ ଯାଆନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଏବଂ ପୂଜା ପାଠ କରିବାକୁ କେତେକ ନିୟମ ବିଷୟରେ କୁହାଯାଇଛି କିନ୍ତୁ କିଛି କାମ ଏପରି ଅଛି ଯାହାକୁ ଏହି ମାସରେ ଆଦୋୖ କରିବା ଉଚିତ ନୁହେଁ । ତେବେ ଆଜିକାର ଏହି ଲେଖାରେ ଆମେ ଧାର ସମ୍ବନ୍ଧୀୟ କିଛି ନିୟମ ବିଷୟରେ କହିବୁ । ଯାହା ଅନୁଯାୟୀ କିଛି ଜିନିଷ ଆଦୋୖ ଧାର ଦେବା ଉଚିତ ନୁହେଁ ।

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅଧିକ ପାଇବା ଆଶାରେ କିମ୍ବା ସମାଜରେ ପ୍ରତିଷ୍ଠା ପାଇବା ଆଶାରେ ଦାନ କରିଥାନ୍ତି । କିନ୍ତୁ ଶ୍ରାବଣ ମାସରେ ଏପରି ଦାନ କରିବା ଆଦୋୖ ଉଚିତ ନୁହେଁ । ପ୍ରଥମତଃ ଶ୍ରାବଣ ମାସରେ ଭଗବାନ ଶିବଙ୍କ ସମ୍ବନ୍ଧୀୟ କୌଣସି ଜିନିଷ କାହାକୁ ଦାନ ଦିଅନ୍ତୁ ନାହିଁ । ତାହା ପୂଜା ସମ୍ବନ୍ଧୀୟ ହେଉ କିମ୍ବା ଅନ୍ୟ କିଛି । ଏହାବ୍ୟତୀତ ଶିବଙ୍କ ସହ ଜଡ଼ିତ କୌଣସି ବସ୍ତ୍ର କିମ୍ବା ପୂଜା ସାମଗ୍ରୀ କିମ୍ବା ଭୋଗ କାହାକୁ ଦାନ ଦିଅନ୍ତୁ ନାହିଁ । ନଚେତ ଏହାଦ୍ବାରା ଜୀବନସାଥୀ କାଙ୍ଗାଳ ରହିବେ । ଯଦି ଆପଣ ଏହିସବୁ ଜିନିଷ ଅନ୍ୟ କାହାକୁ ଦିଅନ୍ତି ତେବେ ଭଗବାନ ଶିବ ଆପଣଙ୍କୁ ଛାଡି ଅନ୍ୟ ଘରକୁ ଚାଲି ଯାଆନ୍ତି ।

ଯଦି ଶ୍ରାବଣ ମାସରେ କେହି ବ୍ୟକ୍ତି ଆପଣଙ୍କ ପାଖକୁ ଧାର ନେବା ପାଇଁ ଆସୁଛନ୍ତି ତେବେ ଭୁଲରେବି ତାଙ୍କୁ ଧାର ଦିଅନ୍ତୁ ନାହିଁ । ଏପରି କୁହାଯାଏ ଯେ ଯଦି ଆପଣ ଶ୍ରାବଣ ମାସରେ ଧାର ଦିଅନ୍ତି କିମ୍ବା ନିଅନ୍ତି ତେବେ ତାହା ଆଉ ଫେରି ଆସି ନଥାଏ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଦହି କ୍ଷୀର ଅଭିଷେକ ସମୟରେ ଅର୍ପଣ କରାଯାଇଥାଏ । ତେଣୁ ଏହି ମାସରେ ଏହିସବୁ ଜିନିଷ ସେବନ କରିବା ଉଚିତ ନୁହେଁ କିମ୍ବା କାହାକୁ ଦାନ ମଧ୍ୟ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

ଆପଣ ଭୁଲରେବି କାହାକୁ ନିଜର ପିନ୍ଧା ଘଡ଼ି କିମ୍ବା ଦୋକାନରୁ ନୂଆ ଘଡ଼ି କିଣି ଗିଫ୍ଟ କରିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ସମୟ ଯଦି ଭଲ ରହିଥିବା ତେବେ ତାହା ଅନ୍ୟ ବ୍ୟକ୍ତି ପାଖକୁ ଚାଲିଯିବ । ଶ୍ରାବଣ ମାସରେ ଯଦି ଆପଣଙ୍କୁ କେହି ପିଆଜ ରସୁଣ ମାଗିବାକୁ ଆସୁଛନ୍ତି ତେବେ ତାହା ଯେତେ ଜରୁରୀ ହେଲେବି ଦିଅନ୍ତୁ ନାହିଁ । ନଚେତ ଘରର ସମୃଦ୍ଧି ଚାଲିଯିବ ।

ଶ୍ରାବଣ ମାସରେ ଦାନ କରିବା ଅତ୍ୟନ୍ତ ପୁଣ୍ୟର କାମ ହୋଇଥାଏ । କିନ୍ତୁ ଏହି ମାସରେ ବିବାହିତା ମହିଳାଙ୍କୁ ଧଳା ବସ୍ତ୍ର ଏବଂ ଅନ୍ୟ ବ୍ୟକ୍ତିଙ୍କୁ କଳା ବସ୍ତ୍ର ଦାନ କରିବା ଅଶୁଭ ହୋଇଥାଏ । ଭୁଲରେବି ଏହି ରଙ୍ଗର ବସ୍ତ୍ର ଦାନ କରନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନକୁ ସମସ୍ୟା ଆସିବା ସହିତ ସେହି ବ୍ୟକ୍ତିଙ୍କ ଜୀବନକୁ ମଧ୍ୟ ସମସ୍ୟା ଆସିବ ।

ରୋଷେଇ ଘରେ କୌଣସି ଜିନିଷର ଅଭାବ ଥିଲେ ପଡ଼ୋଶୀଙ୍କ ଘରକୁ ମାଗିବାକୁ ଯିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ଜୀବନରେ ସମସ୍ୟା ଆସିବା ସହିତ ମାତା ଲକ୍ଷ୍ମୀ ଏବଂ ମହାଦେବ ମଧ୍ୟ କ୍ରୋଧିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *