ଶ୍ରାବଣ ମାସରେ ହଳଦୀର ଉପଯୋଗରେ କରନ୍ତୁ ଏହି ଉପାୟ , ହେବ ଅସୀମ ଧନପ୍ରାପ୍ତି :-

ଗୁରୁବାର ହେଉଛି ବୃହଷ୍ପତିଙ୍କ ବାର । ଏହିଦିନ ଦେବଗୁରୁ ବୃହଷ୍ପତିଙ୍କ ଆରାଧନା କରାଯାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ହଳଦୀର ଉପଯୋଗ ଦ୍ୱାରା କିପରି ଦେବଗୁରୁ ବୃହଷ୍ପତିଙ୍କୁ ପ୍ରସନ୍ନ କରି ପାରିବେ ଏବଂ ଏହାଦ୍ବାରା ଧନ ପ୍ରାପ୍ତି କିପରି ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ । ଏହିସବୁ ଉପାୟ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ହଳଦୀର ଅନେକ ମହତ୍ତ୍ୱ ରହିଛି । ଏହା ଏକ ଔଷଧି ଭାବରେ କାମ କରିଥାଏ । ବିବାହରେ ବର ବଧୂଙ୍କୁ ହଳଦୀ ଲଗାଇବା ପଛରେ ମଧ୍ୟ ଏହି ମହତ୍ତ୍ୱ ରହିଛି । ପୂଜା ସମୟରେ ହାତରେ କିମ୍ବା ବେକରେ ହଳଦୀ ତିଳକ ଲଗାଇଲେ ବୃହଷ୍ପତି ମଜବୁତ ହୋଇଥାଏ ଏବଂ ହଳଦୀ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ ଏବଂ ଗ୍ରହରେ ଅନୁକୂଳତା ଆସିଥାଏ । ଘରର ମୁଖ୍ୟଦ୍ୱାରରେ ହଳଦୀ ରେଖା ଟାଣିଲେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହୋଇ ପାରେ ନାହିଁ ।

୧ . ଯଦି ଆପଣ ସ୍ନାନ କରିବା ସମୟରେ ପାଣିରେ ଏକ ଚୁଟକି ହଳଦୀ ମିଶାଇ ସ୍ନାନ କରନ୍ତି ତେବେ ମଧ୍ୟ ସ୍ୱାସ୍ଥ୍ୟ ଏବଂ ମନ ଶୁଦ୍ଧ ରହିବା ସହିତ ସକାରାତ୍ମକ ଶକ୍ତି ଜାତ ହୋଇଥାଏ । ଏହାଦ୍ବାରା ଚାକିରୀ ସମ୍ବନ୍ଧୀୟ ଯୋଗ ମଧ୍ୟ ଭଲ ହୋଇଥାଏ । ଏହାଦ୍ବାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସହିତ ଗୁରୁଗ୍ରହ ମଧ୍ୟ ମଜବୁତ ହୋଇଥାଏ । ଯଦି ଆପଣଙ୍କୁ କ୍ୟାରିଅର ଏବଂ ବ୍ୟବସାୟରେ ଉନ୍ନତି ଆବଶ୍ୟକ ଥାଏ ତେବେ ପ୍ରତ୍ୟେକ ଦିନ ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ଏକ ଚୁଟକି ହଳଦୀ ମିଶାଇ ଅର୍ପିତ କରନ୍ତୁ । ସନ୍ତାନ ସୁଖ ମଧ୍ୟ ହଳଦୀର ପ୍ରୟୋଗ ଦ୍ୱାରା ହୋଇଥାଏ ।

୨ . ଯଦି ଆପଣଙ୍କୁ କୌଣସି ପ୍ରକାରର ଗମ୍ଭୀର ରୋଗ ଯେପରିକି ପେଟ ସମ୍ବନ୍ଧିତ ସମସ୍ୟା କିମ୍ବା କ୍ୟାନ୍ସର ଭଳି ସମସ୍ୟା ଥାଏ ତେବେ ପ୍ରତ୍ୟେକ ଦିନ ହଳଦୀ ତିଳକ ଲଗାଇବା ସହିତ ହଳଦୀ ଦାନ କରନ୍ତୁ । ଏହାଦ୍ବାରା ସକାରାତ୍ମକ ଶକ୍ତି ଆସିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଧୀରେ ଧୀରେ ଠିକ ହୋଇଯିବ ।

୩ . ଯଦି ଆପଣଙ୍କର ବୃହଷ୍ପତି ଗ୍ରହ ଦୁର୍ବଳ ଅଛି ଏବଂ ହଠାତ ଚାକିରୀ କିମ୍ବା ଅନ୍ୟାନ୍ୟ ଭିନ୍ନଭିନ୍ନ ସମସ୍ୟା ଦେଖା ଦେଉଛି ତେବେ ଏକ ଗୋଟା ହଳଦୀକୁ କପଡ଼ାରେ ବାନ୍ଧି ନିଜ ହାତରେ କିମ୍ବା ବେକରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ଏହି କାମ ପ୍ରତି ଗୁରୁବାର କରନ୍ତୁ ।

୪ . ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତିର ବାସ ରହିଛି ତେବେ ପ୍ରତ୍ୟେକ ଦିନ ଘରର ମୁଖ୍ୟଦ୍ୱାରରେ ହଳଦୀ ସିଞ୍ଚି ଦିଅନ୍ତୁ ଦେଖିବେ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ଏବଂ ଘରୁ ନକରାତ୍ମକତା ଦୂରେଇ ଯିବ । ଏହାବ୍ୟତୀତ ପ୍ରତ୍ୟେକ ଦିନ ମଥାରେ ହଳଦୀ ତିଳକ ଲଗାଇଲେ ସବୁପ୍ରକାରର ସ୍ୱାସ୍ଥ୍ୟ ଜନିତ ଏବଂ ଆର୍ଥିକ ସମସ୍ୟା ଦୂରେଇ ଯିବ ।

୫ . ଯଦି ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ସକାଳୁ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ତର୍ପଣ କରିବା ସମୟରେ ସେଥିରେ ଏକ ଚିମୁଟା ହଳଦୀ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଏହାପରେ ସେହି ଲୋଟାରେ ଯାହା ହଳଦୀ ଲାଗିଥିବ ତାହା ନିଜ ମସ୍ତକରେ ଲଗାନ୍ତୁ । ଏହାଦ୍ବାରା ବିବାହ ଜନିତ ସମସ୍ୟା ଦୂରେଇ ଯିବ । ମାତ୍ର ଏହି ଉପାୟ ଆପଣଙ୍କୁ ଲଗାତାର କରିବାକୁ ପଡ଼ିବ । ସକାଳୁ ଉଠିବା ମାତ୍ରେ ପାଣିରେ ଅଳ୍ପ ଗଙ୍ଗା ଜଳ ଏବଂ ହଳଦୀ ମିଶାଇ ଘରର ମୁଖ୍ୟଦ୍ୱାରରେ ସିଞ୍ଚି ଦିଅନ୍ତୁ । ଦେଖିବେ ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯିବ । ଏପରି ପ୍ରତି ଗୁରୁବାର କଲେ ଖୁବ ଶୁଭ ଫଳ ମିଳିବ । ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବ ।

Leave a Reply

Your email address will not be published. Required fields are marked *