ଘରର ପୂଜାଘରେ ଥିବା ଦୀପରେ ବତୀ ଲଗାଇବା ବେଳେ ଏପରି ଭୁଲ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରର ପୂଜାଘରେ କିଛି ଜିନିଷ ରଖିବା ଉଚିତ ଥିବା ବେଳେ ଆଉ କିଛି ଜିନିଷ ରଖିବା ବର୍ଜିତ ହୋଇଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଘରର ପୂଜାଘରେ କେଉଁ ଜିନିଷ ରଖିଲେ ଅଧିକ ଆର୍ଥିକ ଲାଭ ହୋଇଥାଏ ସେହି ବିଷୟରେ କହିବୁ ।

ପ୍ରଥମତଃ ଘରର ପୂଜାଘରେ ସର୍ବଦା କାଠର ମନ୍ଦିର ରଖିବା ଉଚିତ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ତାସହିତ ଶଙ୍ଖ ପଥରରେ ତିଆରି ହୋଇଥିବା ମନ୍ଦିର ମଧ୍ୟ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଘରେ ଭୁଲରେବି ଲୁହାର ମନ୍ଦିର ରଖନ୍ତୁ ନାହିଁ । ଏହାଦ୍ବାରା ଘର ଉପରେ ରାହୁ କେତୁର ଖରାପ ପ୍ରଭାବ ପଡ଼ିବା ସହିତ ଶନିଦେବ ମଧ୍ୟ କ୍ରୋଧିତ ହୁଅନ୍ତି । ଘରର ମନ୍ଦିର କିମ୍ବା ଠାକୁର ଘର ସର୍ବଦା ଐଶ୍ୱନ୍ୟ କୋଣରେ ରଖିବା ଶୁଭ ହୋଇଥାଏ । ଆପଣ ଚାହିଁଲେ ଏହାକୁ ପଶ୍ଚିମ କିମ୍ବା ପୂର୍ବ ଦିଗରେ ରଖି ପାରିବେ ।

ଭଗବାନଙ୍କ ମୂର୍ତ୍ତି ଏକୁଟିଆ ରଖିବା ଉଚିତ ନୁହେଁ ବରଂ ଏହାକୁ ଯୋଡ଼ା ସହିତ ରଖିବା ଉଚିତ । ଯେପରିକି ଲକ୍ଷ୍ମୀ ଏବଂ ନାରାୟଣଙ୍କ ମୂର୍ତ୍ତି ଏକା ସାଥିରେ ଏବଂ ରାଧାକୃଷ୍ଣଙ୍କ ମୂର୍ତ୍ତି ଏକା ସାଥିରେ ରଖିବା ଉଚିତ । ଏପରି ଭାବରେ ମୂର୍ତ୍ତି ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ । ଏହାଦ୍ବାରା ପରିବାରରେ କଳହ କ୍ଳେଶ ଦୂରେଇ ଯିବା ସହିତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ମଧ୍ୟ ବୃଦ୍ଧି ପାଏ । ଘରର ମନ୍ଦିରରେ ଅଯୁଗ୍ମ ସଂଖ୍ୟକ ମୂର୍ତ୍ତି ରଖିବା ମଧ୍ୟ ଉଚିତ ନୁହେଁ ।

ଯେଉଁ ଘରର ପୂଜାଘରେ କିମ୍ବା ମନ୍ଦିରରେ ଗଣେଶ ମୂର୍ତ୍ତି ନଥାଏ ସେହି ଘରେ କେବେବି ଉନ୍ନତି ହୋଇ ପାରିବ ନାହିଁ । ସର୍ବପ୍ରଥମେ ଘରର ମନ୍ଦିରରେ ଗଣେଶ ମୂର୍ତ୍ତି ସ୍ଥାପନ କରି ସର୍ବପ୍ରଥମେ ପୂଜା କରନ୍ତୁ । କାରଣ ଭଗବାନ ଗଣେଶଙ୍କୁ ଆଦ୍ୟ ଦେବତା ଭାବରେ ପୂଜା କରାଯାଏ । ଘରେ ମନୁମାନଙ୍କ ମୂର୍ତ୍ତି ରଖି ପୂଜା କଲେ ବୁଦ୍ଧି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଶନିଦେବଙ୍କ କୃପା ମଧ୍ୟ ମିଳିଥାଏ ।

ପୂଜା ସ୍ଥାନରେ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱରଙ୍କ ମିଳିତ ଫୋଟ ନିଶ୍ଚୟ ରଖିବା ଉଚିତ । ଏପରି କୁହାଯାଏ ଯେ ଦେବଦେବୀଙ୍କ ଫୋଟ ମିଳିତ ଭାବରେ ରଖିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯଦି ଆପଣ ଘରେ ଶିବଲିଙ୍ଗ ରଖୁଛନ୍ତି ତେବେ ଭୁଲରେବି ଆଙ୍ଗୁଠି ଆକାର ଠାରୁ ବଡ଼ ଶିବଲିଙ୍ଗ ରଖନ୍ତୁ ନାହିଁ । ଏହାଦ୍ୱାରା ସମସ୍ୟା ଉପୁଜି ଥାଏ । ତିନିରୁ ଅଧିକ ଶିବଲିଙ୍ଗ ମଧ୍ୟ ରଖନ୍ତୁ ନାହିଁ ।

ପୂଜା କରିବାର ଉପଯୁକ୍ତ ସମୟ ହେଉଛି ସକାଳ ୪ ରୁ ୬ । ଏହି ସମୟରେ ଦୈବ ଶକ୍ତି ସବୁଠି ବିରାଜମାନ ରହନ୍ତି । ତେଣୁ ଏହି ସମୟରେ ଭଗବାନଙ୍କ ଆରାଧାନ କରିବା ଦ୍ୱାରା ଅସୀମ କୃପା ପ୍ରାପ୍ତ ହୋଇଥାଏ । କାରଣ ଦ୍ୱିପ୍ରହର କିମ୍ବା ରାତିରେ ପୂଜା କରିବା ଦ୍ୱାରା ସେହି ପୂଜା ତାନ୍ତ୍ରିକକୁ ପ୍ରାପ୍ତ ହୋଇଥାଏ । ଏହି ପୂଜା ପ୍ରେତାତ୍ମାଙ୍କ ସକାଶେ କରାଯାଇଥାଏ । ସମସ୍ତଙ୍କୁ ନିଜ ଯୋଗ୍ୟତା ଅନୁସାରେ ଉପାସ କରିବା ଉଚିତ ଏବଂ ପ୍ରତ୍ୟେକ ଦିନ ପୂଜାପାଠ କରିବା ସହିତ ସପ୍ତାହରେ ଶୁକ୍ରବାର ଦିନ ପ୍ରତ୍ୟେକ ମହିଳାଙ୍କୁ ଉପବାସ କରିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ଘରେ କେବେବି ଧନର ଅଭାବ ହୁଏନାହିଁ ।

ଘରେ ଭୁଲରେବି ଖଣ୍ଡିତ ମୂର୍ତ୍ତି , ଭଗବାନଙ୍କ କ୍ରୋଧିତ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାକୁ ନଦୀରେ ବିସର୍ଜିତ କରିଦେବା ଉଚିତ । ଏହାଦ୍ବାରା ଆଉ ଖରାପ ପ୍ରଭାବ ପଡ଼ି ନଥାଏ । ଯଦି କୌଣସି ଫୋଟ ଭାଙ୍ଗି ଯାଇଛି ତେବେ ତାହାକୁ ମଧ୍ୟ ଘରେ ରଖିବା ଉଚିତ ନୁହେଁ । ପୂଜାଘରର ଆପରିଷ୍କାର କେବେବି ନଦୀରେ ବିସର୍ଜିତ କରିବା ଉଚିତ ନୁହେଁ ।

ସ୍ୱାମୀ ସ୍ତ୍ରୀଙ୍କ ଶୋଇବା କକ୍ଷରେ କୌଣସି ଦେବଦେବୀଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ ଏହାଦ୍ବାରା ସମସ୍ୟା ଆସିଥାଏ । ଏହାଦ୍ବାରା ବାସ୍ତୁ ଦୋଷ ମଧ୍ୟ ଆସିଥାଏ ।ଯାହାଦ୍ୱାରା ଘରେ କ୍ଳେଶ ବଢ଼ିଥାଏ ଏବଂ କଳହ ଦେଖାଦିଏ । ଘରର ମନ୍ଦିରକୁ ସର୍ବଦା ନାଲି କପଡ଼ାରେ ଘୋଡ଼ାଇ ବାନ୍ଧି ଦେବା ଉଚିତ ।

ଯଦି ଆପଣଙ୍କର ମାସିକ ଧର୍ମ ଜନିତ ସମସ୍ୟା ହୋଇଛି ତେବେ ବିଧିବିଧାନ ପୂର୍ବକ ବ୍ରତ ରଖନ୍ତୁ ମାତ୍ର ମନ୍ଦିରକୁ ପ୍ରବେଶ କିମ୍ବା ପୂଜାପାଠ କରିବା ଭଳି କାମ କରିବା ଉଚିତ ନୁହେଁ । ନଚେତ ଭଗବାନ କ୍ରୋଧିତ ହେବେ ।

Leave a Reply

Your email address will not be published. Required fields are marked *