ଶ୍ରାବଣ ମାସରେ ଗାଈକୁ ରୋଟି ଖୁଆଇଲେ ମିଳିଥାଏ ଏହି ୫ ଟି ଫାଇଦା । ଜାଣନ୍ତୁ ରୋଟି ଖୁଆଇବା ଦ୍ୱାରା କଣ ହୋଇଥାଏ ? :-

ହିନ୍ଦୁ ଧର୍ମ ଅନୁଯାୟୀ ଗୋମାତାଙ୍କୁ ଭଗବାନ ସଦୃଶ ମଣାଯାଇଥାଏ । କାରଣ ହିନ୍ଦୁ ଧର୍ମର ୩୩ କୋଟି ଦେବତା ଗୋମାତା ଶରୀରରେ ବାସ କରିଥାନ୍ତି ବୋଲି କୁହାଯାଇଥାଏ । ତେଣୁ ନିଜ ଜୀବନର ସବୁ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ଗାଈକୁ ନିଶ୍ଚିତ ଭାବରେ ପ୍ରତିଦିନ ରୋଟି ଖୁଆଇବା ଉଚିତ ।

ଯଦି ଘରେ ଗାଈ ରଖି ସେବା କରିବା ସମ୍ଭବ ହେଉନାହିଁ । ତଥାପି ଗାଈକୁ ରୋଟି ନିଶ୍ଚିତ ଖୁଆନ୍ତୁ । କିନ୍ତୁ ଅନେକ ସମୟରେ ଲୋକେ ଗାଈକୁ ଭୁଲ ଖାଦ୍ୟ ଖୁଆଇଥାନ୍ତି ଯାହାକି ଜୀବନ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଗାଈକୁ ରୋଟି ଖୁଆଇଲେ କେଉଁ ଲାଭ ମିଳିଥାଏ ଏବଂ କେଉଁ ଜିନିଷ ଗାଈକୁ ଖୁଆଇବା ଭଲ ନୁହେଁ ସେହି ବିଷୟରେ କହିବୁ ।

ଘରେ ସକାଳ ସମୟରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୋଟିକୁ ଗାଈକୁ ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଘରେ ଆର୍ଥିକ ସମସ୍ୟା ରହିଥାଏ ତେବେ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ମିଶାଇ ଗାଈକୁ ଖୁଆଇବା ଉଚିତ । କାରଣ ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି । ଏହା ବେଶ ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଜାତକରେ ଯେଉଁ ଗ୍ରହର ଦୋଷ ରହିଥିବ ତାହା ଠିକ ହୋଇଯିବ ।

ଯଦି ଆପଣ ମାନସିକ ଚିନ୍ତାଗ୍ରସ୍ତ ଅଛନ୍ତି ତେବେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଯଦି ଅନେକ ଦିନରୁ ଘରେ ଶୁଭ କାର୍ଯ୍ୟ ହୋଇ ପାରୁନାହିଁ ତେବେ ପ୍ରଥମ ରୋଟି ଗାଈକୁ ଖୁଆଇ ଗାଈର ମସ୍ତକକୁ ସ୍ପର୍ଶ କରି ନିଜର ପ୍ରାର୍ଥନା କରିବା ଉଚିତ । ଏହାବ୍ୟତୀତ ଗାଈର ଗୋଡ଼କୁ ଛୁଇଁଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ଯଦି ଆମେ କହିବୁ ଯେ ଗାଈକୁ କେଉଁ ଖାଦ୍ୟ ଦେବା ଆଦୋୖ ଉଚିତ ନୁହେଁ । ତେବେ ପ୍ରଥମତଃ ଗାଈକୁ ବାସୀ ରୋଟି ଦେବା ଉଚିତ ନୁହେଁ । ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ଗାଈକୁ ପଚା ସୋଢ଼ା ଖାଦ୍ୟ ଦେବା ମଧ୍ୟ ଉଚିତ ନୁହେଁ । ଯଦି ଆପଣ ଗାଈକୁ ଅଶ୍ୱତ ପତ୍ର ଖାଇବାକୁ ଦେଉଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ ।

କିନ୍ତୁ ଯଦି ଆପଣ ନିଜେ ତାହାକୁ ଛଡ଼ାଇ ଦେଉଛନ୍ତି ତେବେ ତାହା ଅଶୁଭ ଅଟେ । ଗାଈକୁ ବଳକା ଖାଦ୍ୟ କିମ୍ବା କ୍ଷୀର ଖୁଆଇବା ଉଚିତ ନୁହେଁ । ଆପଣ ଚାହିଁଲେ ଦହି ଭାତ ଖୁଆଇ ପାରିବେ । ଯଦି ଆପଣ ଗାଈକୁ ବାଳକ ଖାଦ୍ୟ ଦେଉଛନ୍ତି ତେବେ ଆପଣଙ୍କୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହେବ ନାହିଁ । ତେଣୁ ସବୁବେଳେ ବଳକା ଖାଦ୍ୟ ସହିତ କିଛି ଭଲ ଖାଦ୍ୟ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ ।

ଯଦି ଆପଣ କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନରେ ପ୍ରଥମେ ୧୫ ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । କାରଣ ଗାଈର ସକାରାତ୍ମକ ଶକ୍ତି ଦ୍ୱାରା ସେହି ସ୍ଥାନ ପବିତ୍ର ହୋଇଯିବ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତାରେ ଗାଈ ବାଛୁରୀକୁ ସାଥିରେ ଦେଖୁଛନ୍ତି ତେବେ ଆପଣଙ୍କ କାମ ସଫଳ ହେବ । ଏହାବ୍ୟତୀତ ଯଦି ଆପଣଙ୍କ ଘର ଚାରିପଟେ ଗାଈ ବାଛୁରୀ ବୁଲୁଥିବାର ଦେଖୁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଘରର ସଙ୍କଟର ସମାଧାନ ହେବାକୁ ଯାଉଛି ।

ଯଦି ଆପଣ ଗାଈ ନିକଟକୁ ଯାଆନ୍ତି ତେବେ ଥଣ୍ଡା ଏବଂ ସର୍ଦ୍ଦି ଭଳି ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯିବ । ଗାଈ ଠାରୁ ପାଉଥିବା ପଞ୍ଚାଗବ୍ୟ ସବୁ ପ୍ରକାରର ରୋଗର ନିରାକରଣ ଅଟେ । ଘରେ ଗାଈ ରଖି ସେବା କରବା ଉଚିତ । କିନ୍ତୁ ଯଦି ଘରେ ଉପଯୁକ୍ତ ସ୍ଥାନ ନଥାଏ ଏବଂ ଗାଈ ରଖିବା ସମ୍ଭବ ହୁଏନାହିଁ ତେବେ ଗାଈକୁ ପ୍ରତ୍ୟେକ ଦିନ ନିଶ୍ଚିତ ରୋଟି ଖୁଆନ୍ତୁ ।

ନଚେତ ଗାଈ ନାମରେ ପ୍ରତ୍ୟେକ ଦିନ ପଇସା ସଂଗ୍ରହ କରି ରଖନ୍ତୁ ଏବଂ ପରେ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ କିମ୍ବା କୌଣସି ଗରିବକୁ ଖାଇବାକୁ ଦେଇ ଦିଅନ୍ତୁ । ଗାଈକୁ ଭୁଲରେବି ଅଇଁଠା ରୋଟି ଖୁଆଇବା ଉଚିତ ନୁହେଁ । କିନ୍ତୁ ଗାଈକୁ ରାମାୟଣ ଯୁଗରୁ ଏକ ଅଭିଶାପ ମିଳିଛି ଯେ ଲୋକଙ୍କ ଅଇଁଠା ଖାଇବାକୁ ପଡ଼ିବ । କିନ୍ତୁ ମଣିଷକୁ ଗୋମାତାଙ୍କୁ ଅଇଁଠା ରୋଟି ଦେବା ଆଦୋୖ ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *