ଶ୍ରାବଣ ମାସ ସୋମବାରରେ ଏହି ସାତୋଟି ଜିନିଷ ଖାଇବାର ଭୁଲ ଆଦୋୖ କରନ୍ତୁ ନାହିଁ ! ନଚେତ ଘରକୁ ଆସିପାରେ ଭୟଙ୍କର ଗରିବୀ !

ଚଳିତ ବର୍ଷ ଶ୍ରାବଣ ମାସ ୧୪ ଜୁଲାଇ ରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ଏହି ମାସରେ ମହାଦେବଙ୍କୁ ପ୍ରସନ୍ନ କରିବାର ଖାସ ମାସ ଅଟେ । ତେଣୁ ଏହି ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୧୮ ରେ ପଡ଼ୁଛି । ଏହି ସୋମବାର ବ୍ରତ ବିବାହିତା ମହିଳା ଏବଂ କୁଆଁରୀ କନ୍ୟାଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । କାରଣ ଏହି ବ୍ରତକୁ କୁଆଁରୀ କନ୍ୟା ମାନେ ମନଇଚ୍ଛା ସୁଯୋଗ୍ୟ ବର ପାଇବା ପାଇଁ କରୁଥିବା ବେଳେ ବିବାହିତା ମହିଳା ମାନେ ନିଜ ସ୍ୱାମୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଆୟୁଷ ପାଇଁ କରିଥାନ୍ତି । ସୋମବାର ବ୍ରତ ରଖିବା ଦ୍ୱାରା ଜାତକରେ ଚନ୍ଦ୍ରର ଉପସ୍ଥିତି ମଜବୁତ ହେବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂରେଇ ଯାଏ ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଠିକ ହୋଇଯାଏ ।

ଏହାସହିତ ବ୍ୟକ୍ତିର ସବୁ ପାପ ନଷ୍ଟ ହୋଇଯାଏ ଏବଂ ଜୀବନ ମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଯାଏ । ଏହି ଶ୍ରାବଣ ମାସ ସୋମବାର ବ୍ରତରେ କିଛି ଏପରି ଜିନିଷ ଅଛି ଯାହାକୁ ଆଦୋୖ ଖାଇବା ଉଚିତ ନୁହେଁ । ନଚେତ ବ୍ରତ ଭାଙ୍ଗିବାର ଆଶଙ୍କା ଥିବା ସହିତ ଜୀବନସାରା ମହାଦେବଙ୍କ ରୁଷ୍ଠତାର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ କେଉଁ ସବୁ ଜିନିଷ ଖାଇବା ବର୍ଜିତ ଅଟେ ସେହି ବିଷୟରେ ଆଜି ଆମେ ଏହି ଲେଖା ମାଧ୍ୟମରେ କହିବୁ

୧ . ଶାସ୍ତ୍ର ଅନୁଯାୟୀ କୌଣସି ବ୍ରତ କିମ୍ବା ପୂଜାରେ ଧାରରେ କିମ୍ବା ମାଗି ଅଣା ଯାଇଥିବା ଖାଦ୍ୟ ଖାଇବା ଉଚିତ ନୁହେଁ । ନଚେତ ଏହାର ଅତ୍ୟନ୍ତ ଖରାପ ଫଳ ଭୋଗିବାକୁ ପଡ଼ିଥାଏ । ଏହାଦ୍ବାରା ବ୍ରତ ମଧ୍ୟ ଭାଙ୍ଗିଯାଏ । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ସୋମବାର ବ୍ରତରେ ଧାର କରି କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ନାସପାତି ଫଳ ଖାଇବା ଉଚିତ ନୁହେଁ । ଆପଣ ଚାହିଁଲେ ଏହି ଫଳ ଅନ୍ୟ ଦିନରେ ଖାଇ ପାରିବେ । କିନ୍ତୁ ଭୁଲରେବି ବ୍ରତ ଦିନ କିମ୍ୱା ଭଗବାନ ଶିବଙ୍କୁ ମଧ୍ୟ ଏହି ଫଳ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି ।

୨ . ଶ୍ରାବଣ ମାସ ସୋମବାର ବ୍ରତରେ କ୍ଷୀର କିମ୍ବା କ୍ଷୀରରୁ ତିଆରି ଜିନିଷର ସେବନ କରିବା ଆଦୋୖ ଉଚିତ ନୁହେଁ । ଏହାକୁ ଆପଣ ମହାଦେବଙ୍କୁ ଅର୍ପିତ କରି ପାରିବେ । କିନ୍ତୁ ନିଜେ ଏହାର ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ମହାଦେବ ମଧ୍ୟ ରୁଷ୍ଠ ହୁଅନ୍ତି ।

୩ . ଏହି ବ୍ରତରେ ମାଂସ ଖାଇବା ପାପ ଅଟେ । ତେଣୁ ଏହି ମାସରେ ମାଂସ ବର୍ଜିତ ଅଟେ । ପୁଣି ଯଦି ଆପଣ କୌଣସି ପୁରୁଣା ଅଟା ଖାଉଛନ୍ତି ତେବେ ଖାଆନ୍ତୁ ନାହିଁ । କାରଣ ପୁରୁଣା ଅଟାରେ ଅନେକ ପ୍ରକାରର କିଟପତଙ୍ଗ ଜନ୍ମ ହୋଇଯାଏ । ତେଣୁ ସେହି ଅଟାକୁ ଖାଇବା ଦ୍ୱାରା ଜୀବ ଭକ୍ଷଣ ସଦୃଶ୍ୟ ହୋଇଥାଏ । ଏହାଦ୍ବାରା ଆପଣଙ୍କ ବ୍ରତ ମଧ୍ୟ ଭଙ୍ଗ ହୋଇପାରେ । ଏହି ମାସରେ ସାଧା ଭଜନ କରିବା ଉଚିତ ଏବଂ ମାଂସ , ମଦ , ପିଆଜ , ରସୁଣ ଆଦିର ଭୋଜନ କରିବା ଉଚିତ ନୁହେଁ ।

୪ . ଶ୍ରାବଣ ମାସରେ ମାସାନୁକୂଳ ଫଳର ସେବନ କରିବା ଉଚିତ । ଶ୍ରାବଣ ମାସରେ ଶାଗ କିମ୍ବା ସବୁଜ ପନିପରିବା ଖାଇବା ଉଚିତ ନୁହେଁ । କାରଣ ଏହି ସମୟରେ ଏଥିରେ କିଟପତଙ୍ଗର ଜନ୍ମ ହୋଇଥାଏ ଯାହାକୁ ଖାଇବା ପାପ ସଦୃଶ୍ୟ ହୋଇଥାଏ । ଏହି ମାସରେ ବାଇଗଣ ସେବନକୁ ବର୍ଜିତ ମାନା ଯାଇଛି

ଏହି ମାସରେ କିଛି ନିୟମ ଅଛି ଯାହାକୁ ବ୍ରତ କରୁଥିବା ବ୍ୟକ୍ତି ଏବଂ ବ୍ରତ ନକରୁଥିବା ବ୍ୟକ୍ତି ମଧ୍ୟ ପାଳନ କରିବା ଉଚିତ । ଯାହାଦ୍ୱାରା ବ୍ରତର ଖୁବ ଭଲ ଫଳ ପ୍ରାପ୍ତ ହୋଇଥାଏ ।

୧ . ଏହି ମାସରେ ତାମସିକ ଭୋଜନ ଠାରୁ ଦୂରେଇ ରହିବା ଉଚିତ । ପିଆଜ ରସୁଣ ମଦ ମାଂସ ଭକ୍ଷଣ କରିବା ଉଚିତ ନୁହେଁ । ଖାସକରି ଯେଉଁମାନେ ବ୍ରତ କରୁଛନ୍ତି ସେମାନେ ଏହି ମାସରେ ମସୁରି ଡାଲି ଖାଇବା ଉଚିତ ନୁହେଁ । ବାଇଗଣ ସେବନ କରିବା ଉଚିତ ନୁହେଁ । ଏହାବ୍ୟତୀତ ପୋଡ଼ି ଯାଇଥିବା ଖାଦ୍ୟ କିମ୍ବା ବାସୀ ଖାଦ୍ୟ ମଧ୍ୟ ତାମସିକ ଭୋଜନ ଅଟେ । ତେଣୁ ଏହି ମାସରେ ଏସବୁ ଖାଦ୍ୟର ସେବନ କରିବା ଉଚିତ ନୁହେଁ । ଏହି ମାସରେ ସାତ୍ଵିକ ଭୋଜନ କରିବା ଶୁଭ ହୋଇଥାଏ ।

ଯଦି ଆପଣ ବ୍ରତ ସମୟରେ ଦିନରେ କୌଣସି ଗୋଟିଏ ସମୟ କିମ୍ବା ଦୁଇ ପ୍ରହାର ଖାଦ୍ୟ ଗ୍ରହଣ କରୁଛନ୍ତି ତେବେ ନିଜ ଶାରୀରିକ ସକ୍ଷମତା ଅନୁସାରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ । ଦିନ ସମୟରେ ଆପଣ ଫଳ ସେବନ କରି ପାରିବେ । ଏହି ମାସରେ କ୍ଷୀର ସେବନ କରିବା ଉଚିତ ନୁହେଁ । କାରଣ ଏହି ମାସରେ କ୍ଷୀର ଦ୍ୱାରା କେବଳ ମହାଦେବଙ୍କ ଅଭିଷେକ କରାଯାଏ ।

Leave a Reply

Your email address will not be published. Required fields are marked *