ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିଷ,ସବୁ ଇଛା ପୁରା ହେବ |

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ମାସ, ଏହି ମାସରେ ଆପଣ ତାଙ୍କର ସବୁଠୁ ପ୍ରିୟ ଜିନିଷ ଆଉ ବସ୍ତୁ ତାଙ୍କୁ ଅର୍ପିତ କରୁଥିବେ ତାଙ୍କୁ ପ୍ରସନ୍ନ କରିବା ପାଇଁ କାରଣ ଜୀବନରେ କିଛି ଅସୁବିଧାରେ ନହେଉ ଏବଂ ଲକ୍ଷ୍ମୀ ସ୍ଥିର ରୁହନ୍ତୁ | ତେବେ ଏଇ ଟେନସନ ଭରା ଜୀବନରେ ଅନେକ ଅସୁବିଧା,ପାରିବାରିକ ଅଶାନ୍ତି, କାହାର ଖରାପ ଦୃଷ୍ଟି ଏସବୁ ରୁ ବାହାରକୁ ବାହାରିବା ପାଇଁ ଶ୍ରାବଣ ମାସ ସବୁଠାରୁ ବେଷ୍ଟ ଅଟେ| ତେବେ ଏମିତି ପରିସ୍ଥିତିରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଅନେକ ଉପାୟ କରିଥାନ୍ତି |

ଏହି ଜିନିଷ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଭଗବାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି, ଶ୍ରାବଣ ମାସରେ ଏହି ଉପାୟ କରନ୍ତୁ-

ଭଷ୍ମ – ତେବେ ଯେମିତିକି ସବୁ ଦେବୀ ଦେବତାଙ୍କୁ ସୁନ୍ଦର ଅଳଙ୍କାର, ଫୁଲ ଏବଂ ଗହଣା ଦେଇ ପ୍ରସନ୍ନ କରାଯାଏ ତେବେ ଏହିପରି ଭଗବାନ ଶିବଙ୍କର ପସନ୍ଦ ପାଉଁଶ ଅଟେ ଆପଣ ଯେବେ ବି ମନ୍ଦିର ଯାଉଛନ୍ତି ଭସ୍ମ ନେଇଯାଆନ୍ତୁ ଏବଂ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ | ଏହା କରିବା ଦ୍ଵାରା ଆପଣଙ୍କର ମନ ବାଞ୍ଚା ପୂରଣ ହେବ |

ଦୁଦୁରା – ଭଗବାନ ଶିବଙ୍କର ଦୁଦୁରା ହେଉଛି ଅତି ପ୍ରିୟ ଫୁଲ ତେବେ ଶ୍ରାବଣ ମାସରେ ଏହି ଫୁଲ ଗଛ ର ଫଳ କୁ ନେଇ ଆପଣ ଶିବଙ୍କ ଉପରେ ଅର୍ପଣ କରିପାରିବେ | ଏହା କରିବା ଦ୍ୱାରା ଆପଣଙ୍କର ଅନେକ ବାଧା ବିଘ୍ନ ଦୂର ହେଇଯାଏ | ତେବେ ପୂଜା କରିବା ପରେ ଏହା ନିଜ ଘର ମୁଖ୍ୟ ଦ୍ଵାର ସାମ୍ନା ରେ ଟାଙ୍ଗୀ ପାରିବେ କିମ୍ବା ଆପଣଂକ ବ୍ୟବସାୟ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ |

ବେଲ ପତ୍ର – ଭଗବାନ ଶିବ ଙ୍କର ସବୁଠାରୁ ପ୍ରିୟ ହେଉଛି ବେଲ ପତ୍ର, ଏହାକୁ ଭଗବାନ ଙ୍କୁ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି | ଆପଣ ଏହାକୁ ପ୍ରତ୍ୟେକ ସୋମବାର ଦିନ ମନ୍ଦିର ଯାଇ ଅର୍ପଣ କରିପାରିବେ କାରଣ ଏହାକୁ ଭଗବାନଙ୍କୁ ଦେବ ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ | ଆପଣ ଅନେକ ଅସୁବିଧା ରୁ ମୁକ୍ତି ପାଇଥାନ୍ତି |

Leave a Reply

Your email address will not be published. Required fields are marked *