ଶୁକ୍ରବାର ଦିନ ଏହି ପାଞ୍ଚଟି କାମ ଆଦୋୖ କରନ୍ତୁ ନାହିଁ , ନଚେତ ପୁରା ଘର ହୋଇଯିବ କାଙ୍ଗାଳ :-

ମଣିଷ ଜୀବନରେ ସୁଖ ଦୁଃଖ ଦୁଇଟି ଅବିଭାଜ୍ୟ ଅଙ୍ଗ ଅଟେ । ମନୁଷ୍ୟ ଐଶ୍ୱର୍ଯ୍ୟକୁ ପାଇବା ପାଇଁ କଠିନ ପରିଶ୍ରମ କରିଥାଏ । କିନ୍ତୁ ତଥାପି ଏତେ ପରିଶ୍ରମ କରିବା ପରେବି ସଠିକ ଫଳ ପାଇପାରେ ନାହିଁ । ଯାହାଦ୍ୱାରା ଅସଫଳତାର ପ୍ରଭାବ ଘର ଉପରେ ମଧ୍ୟ ପଡ଼ିବାରେ ଲାଗେ । ତେଣୁ ସବୁଠାରୁ ବଡ଼ ସମସ୍ୟା ଆର୍ଥିକ ସମସ୍ୟା ମଧ୍ୟ ଦେଖାଦିଏ ।

ପରିବାରରେ ସମସ୍ୟା ଦେଖାଦିଏ ଏବଂ ମାନସମ୍ମାନରେ ମଧ୍ୟ ବାଧା ଦେଖା ଦେଇଥାଏ । ଏସବୁର କାରଣ ଘରେ ଥିବା କିଛି ନକରାତ୍ମକ ଶକ୍ତି ଅଟେ । ଏହି ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଅନେକ ଉପାୟ କରାଯାଇଥାଏ । ଆଜି ଆମେ ଏହି ଲେଖାରେ ଶୁକ୍ରବାର ଦିନ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏହାର ବିପରୀତରେ କିଛି ଏପରି କାମ ଅଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଅନ୍ୟ କିଛି କାମ ଦ୍ୱାରା ମଧ୍ୟ ଏପରି ପରିଣାମ ଭୋଗିବାକୁ ପଡ଼ିଥାଏ ।

୧ . ବିବାହିତା ମହିଳା ମାନେ ଶୁକ୍ରବାର ଦିନ ମନ୍ଦିରକୁ ଯାଇ ଲକ୍ଷ୍ମୀ ପୂଜା କରିବା ସମୟରେ ମଥାରେ ଓଢଣୀ ଦେଇ ପୂଜା କରିବା ଉଚିତ । ଖୋଲା ମୁଣ୍ଡରେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଆଦୋୖ ଉଚିତ ନୁହେଁ । ଏହାବ୍ୟତୀତ ପୂଜାରେ ଯେଉଁ ସାମଗ୍ରୀ ଉପଯୋଗ କରୁଛନ୍ତି ଧ୍ୟାନ ଦିଅନ୍ତୁ ତାହା ଯେପରି ଶୁଦ୍ଧ ସାତ୍ଵିକ ହୋଇଥିବ । ଯଦି ଆପଣ ତାହାକୁ ଖରାପ ହାତରେ ପ୍ରୟୋଗ କରନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହେବେ । ଏହାଦ୍ବାରା ପୂଜାର ଫଳ ମଧ୍ୟ ପ୍ରାପ୍ତ ହୁଏନାହିଁ ।

୨ . ପଶୁପକ୍ଷୀ ଭଗବାନଙ୍କ ପ୍ରତୀକ ହୋଇଥାନ୍ତି । ତେଣୁ ଯଦି ଆପଣ ଶୁକ୍ରବାର ଦିନଜାଣିଶୁଣି କିମ୍ୱା ଅଜାଣତରେ କୌଣସି ପଶୁ ପକ୍ଷୀର ହତ୍ୟା କରନ୍ତି ତେବେ ଭଗବାନ କ୍ରୋଧିତ ହୁଅନ୍ତି । ଏହା ବଦଳରେ ସେମାନଙ୍କୁ ଶସ୍ୟ ଦାନା ଖାଇବାକୁ ଦେବା ଅତ୍ୟନ୍ତ ଉତ୍ତମ ହୋଇଥାଏ ।

୩ . ଶୁକ୍ରବାର ଦିନ ଯଦି ଘରର ମୁଖ୍ୟଦ୍ୱାରରେ କିମ୍ବା ଘରର ଠାକୁର ଘରେ ଝିଟିପିଟି ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଭାବି ନିଅନ୍ତୁ ଯେ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ଦର୍ଶନ ହୋଇଛି । କିନ୍ତୁ ଯଦି ଆପଣ ସେହି ଝିଟିପିଟିକୁ ଘଉଡ଼ାଇ ଦିଅନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଆସିପାରେ କିମ୍ବା ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଘରେ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ତେଣୁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଭଲ ଉପାୟ କରିବା ଉଚତ ଯାହାଦ୍ୱାରା ମାତା ଲକ୍ଷ୍ମୀ ଖୁସି ହେବେ । ଏହିଦିନ ଗୁଡ଼ ତିଆରି କିଛି ବସ୍ତୁ ବନାଇ ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରିବା ଉଚିତ । ନଚେତ ଆପଣ ଖାଲି ଚିନିକୁ ଭଗବାନ ବିଷ୍ଣୁ ଏବଂ ମାତା ଲାଖିଙ୍କୁ ଅର୍ପିତ କରି ପାରିବେ ।

୪ . ଶୁକ୍ରବାର ଦିନ ସାଧରଣ ଭାବରେ ପୋଛା ଲଗାଇବା ଉଚିତ ନୁହେଁ । ବରଂ ପାଣିରେ ଲୁଣ ମିଶାଇ ଶୁକ୍ରବାର ଦିନ ପୋଛା ଲଗାଇବା ଉଚିତ । ଏପରି ମାନାଯାଏ ଯେ ଯଦି ଆପଣ ଏପରି କରନ୍ତି ତେବେ ମାତା ଲକ୍ଷ୍ମୀ କେବେବି ଆପଣଙ୍କ ଉପରେ ରୁସ୍ଟ ହୋଇ ଯିବେନାହିଁ ।

୫ . ଶୁକ୍ରବାର ଦିନ ସୂର୍ଯ୍ୟାସ୍ତ ପରେ ଭୁଲରେବି ଝାଡ଼ୁ ଲଗାଇବା ଉଚିତ ନୁହେଁ । ଏପରି ଘରକୁ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ । ମହିଳାଙ୍କୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ । ତେଣୁ ଯେଉଁ ଘରେ ମହିଳା ଖୁସିରେ ରହନ୍ତି ସେହି ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । କିନ୍ତୁ ଯଦି ଆପଣ ଶୁକ୍ରବାର ଦିନ କୌଣସି ମହିଳାଙ୍କ ପ୍ରତି ଖରାପ ବ୍ୟବହାର କିମ୍ବା ଅପମାନ ଦିଅନ୍ତି ତେବେ ମାତା ଲକ୍ଷ୍ମୀ ଆଉ କେବେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ନାହିଁ ଏବଂ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ଚାଲିଯିବେ ।

୬ . ଯଦି ଆପଣ ଶୁକ୍ରବାର ଦିନ ପିମ୍ପୁଡ଼ିକୁ ମିଠା ଅଟା ଖୁଆନ୍ତି ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ବିଶେଷ କରି କଳା ପିମ୍ପୁଡ଼ିକୁ ଖାଇବାକୁ ଦେବା ଅଧିକ ଉତ୍ତମ ହୋଇଥାଏ । ଶୁକ୍ରବାର ଦିନ ଭୁଲରେବି ନିଜ ପାଦ ତଳକୁ କୌଣସି ପିମ୍ପୁଡ଼ିକୁ ଆସିବାକୁ ଦିଅନ୍ତୁ ନାହିଁ । ତଥାପି ଯଦି ଅଜାଣତରେ କୌଣସି ପିମ୍ପୁଡ଼ି ପାଦ ତଳେ ମରିଯାଏ ତେବେ ତୁରନ୍ତ ଭଗବାନଙ୍କୁ ହାତ ଯୋଡ଼ି କ୍ଷମା ମାଗି ନିଅନ୍ତୁ ।

୭ . ଶୁକ୍ରବାର ଦିନ ପ୍ଲାଷ୍ଟିକ କିଣିବା ବର୍ଜିତ ଅଟେ । ନଚେତ ଏହାଦ୍ବାରା ଆପଣଙ୍କ ଜାତକରେ ରାହୁ ଦୋଷ ଲାଗିଥାଏ । ଶୁକ୍ରବାର ଦିନ ତାମସିକ ଭୋଜନ କରିବା ଉଚିତ ନୁହେଁ । ଏହାବ୍ୟତୀତ ଏହି ଦିନ ଆମିଷ ଏବଂ ମଦର ସେବନ ମଧ୍ୟ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *