ଶ୍ରାବଣ ମାସରେ କୌଣସି ଏକ ଦିନ ଏକ ନାଲି କପଡ଼ାରେ ବାନ୍ଧି ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । ଖୁସି ହିଁ ଖୁସିରେ ଅତିବାହିତ କରିବେ ସାରା ଜୀବନ

ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କ ମାସ । କାରଣ ଏହି ମାସରେ ମହାଦେବ ନିଜ ଭକ୍ତଙ୍କ ଉପରେ କୃପାଦୃଷ୍ଟି ବର୍ଷଣ କରିଥାନ୍ତି । ଏହି ମାସରେ ମହାଦେବଙ୍କୁ ଜଳ ଅର୍ପଣ କଲେ କିମ୍ବା କିଛି ସାମାନ୍ୟ ନିୟମର ପାଳନ କରି ମହାଦେବଙ୍କୁ ବହୁତ ଜଲଦି ପ୍ରସନ୍ନ କରାଯାଇ ପାରେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଧଣିଆକୁ ଉପଯୋଗ କରି କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯିବ ।

ଧଣିଆ ସାଧରଣତଃ ରୋଷେଇରେ ବ୍ୟବହୃତ ହୋଇଥାଏ । ଏହା ଖାଦ୍ୟକୁ ସ୍ୱାଦିଷ୍ଟ ବନାଇ ଥାଏ । ଏହାବ୍ୟତୀତ ଆମ ଜୀବନରେ ଏହାର ଅନେକ ଫାଇଦା ମଧ୍ୟ ଅଛି । ଆମ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ । ଯାହାକି ଶ୍ରାବଣ ମାସରେ କରିବା ଉଚିତ । ଏହାର ଉପଯୋଗ ଦ୍ୱାରା ବ୍ୟକ୍ତି ଧନବାନ ହେବା ସହିତ ଘରକୁ ସୁଖ ଶାନ୍ତି ମଧ୍ୟ ଆସିଥାଏ । କିନ୍ତୁ ବ୍ୟକ୍ତି ଧନବାନ ହେବା ପଛରେ ତାର ଧନପ୍ରାପ୍ତିର ଯୋଗ ହେଉଥିବା ଆବଶ୍ୟକ । ଯଦି ସେପରି ନଥାଏ ତେବେ ତାକୁ ଏହିସବୁ ଟୋଟକା କିମ୍ବା ଉପାୟ କରିବାକୁ ପଡ଼ିଥାଏ ।

୧ . ଧଣିଆ ସମ୍ବନ୍ଧୀୟ ପ୍ରଥମ ଉପାୟ ଅନୁଯାୟୀ ଶୁକ୍ଳପକ୍ଷ ମଙ୍ଗଳବାର କିମ୍ବା ଗୁରୁବାର ଦିନ କିଛି ଶୁଖିଲା ଧଣିଆ ପତ୍ର ଏକ ମାଟି ପାତ୍ରରେ ନିଅନ୍ତୁ । ଏହାପରେ ସେଥିରେ କିଛି ମାଟି ଏବଂ ପାଣି ଗୋଳାଇ ୨୧ ଟି ମୁଦ୍ରା ନିଅନ୍ତୁ । ତାହାକୁ ଘରର ଉତ୍ତର କୋଣରେ ରଖି ଦିଅନ୍ତୁ । କିଛି ଦିନ ପରେ ଧଣିଆ ଗଛ ଉଠିବା ପରେ କିଛି ଧଣିଆ କୁ ଆଣି ତରକାରୀ ବନାଇବା ସହିତ ଆଉ କିଛିକୁ ଗାଈକୁ ଖାଇବାକୁ ଦିଅନ୍ତୁ । ମୁଦ୍ରା ଗୁଡ଼ିକ ମଧ୍ୟକୁ କିଛିକୁ ଏକ ନାଲି କପଡ଼ାରେ ବାନ୍ଧି ଘରର ସିନ୍ଧୁକ ମଧ୍ୟରେ ରଖି ଦିଅନ୍ତୁ । ଆଉ କିଛି ମୁଦ୍ରାକୁ ଆଉ ଅଜ ନାଲି କପଡ଼ାରେ ବାନ୍ଧି ବ୍ୟବସାୟ ସ୍ଥାନରେ ବାନ୍ଧି ଝୁଲାଇ ଦିଅନ୍ତୁ । ଏହାଦ୍ବାରା ଧନ ଜନିତ ସମସ୍ୟା ଦୂରେଇ ଯିବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ । ବ୍ୟବସାୟରେ ଉନ୍ନତି ହେବା ସହିତ ଘରକୁ ନିୟମିତ ସୁଖ ଶାନ୍ତିର ଆଗମନ ହେବ ।

୨ . ଆଉ ଏକ ଉପାୟ ଅନୁଯାୟୀ ଭଗବାନ ଶ୍ରୀଗଣେଶଙ୍କ ଅରାଧାନା କରନ୍ତୁ ଏବଂ ଗଣେଶ ସ୍ତୋତ୍ର ୧୧ ଥର ପାଠ କରନ୍ତୁ । ଏହାପରେ ଏକ ସବୁଜ କପଡ଼ାରେ ୧୦ ଗ୍ରାମ ଧଣିଆ , ସାତଟି ମୁଗ , ଗୋଟିଏ ପଞ୍ଚମୁଖୀ ରୁଦ୍ରାକ୍ଷ , ଦୁଇଟି ସୁପାରି ଏବଂ ଦୁଇଟି ହଳଦୀ ଗଣ୍ଠି ରଖନ୍ତୁ । ଗଣେଶଙ୍କୁ ଶୁଦ୍ଧ ଘିଅର ଲଡ଼ୁ ଲଗାନ୍ତୁ । ଏହାପରେ ଗଣେଶଙ୍କୁ ଧନପ୍ରାପ୍ତି ପାଇଁ ପ୍ରାର୍ଥନା କରି ସେହି ପୁଟୁଳିକୁ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାକୁ ପ୍ରତ୍ୟେକ ବର୍ଷ ବଦଳାଇ ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ହେବ ନାହିଁ ।

୩ . ଯଦି ଆପଣଙ୍କ ପାଖରୁ କେହି କରଜ ନେଇ ଫେରାଇ ନାହାଁନ୍ତି ତେବେ ଶୁକ୍ରବାର ଦିନ ଏକ କାଗଜରେ ଧଣିଆ ରଖି ଏକ ପୁଟୁଳି ବନାଇ ଦିଅନ୍ତୁ । ସେହି କାଗଜ ଉପରେ କରଜ ନେଇଥିବା ବ୍ୟକ୍ତିଙ୍କ ନାମ ଲେଖନ୍ତୁ ।ଏହି ଉପାୟ କରିବା ସମୟରେ ଯେପରି ଆପଣଙ୍କୁ କେହି ନଦେଖନ୍ତି ।ଯାହାଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।

୩ . ଯଦି ଘର ପରିବାରରେ କ୍ଳେଶ ଏବଂ ସମସ୍ୟା ଥାଏ ତେବେ ପୂର୍ବ ଦିଗରେ ଶୁଖିଲା ଧଣିଆ ରଖନ୍ତୁ । ଦେଖିବେ ପରିବାରରେ ସୁଖ ଶାନ୍ତି ଫେରି ଆସିବା ସହିତ କ୍ଳେଶ ଦୂର ହୋଇଯିବ ଏବଂ ସାମଞ୍ଜସ୍ୟ ଆସିବ ।

୪ . ଯଦି ଆପଣ କରଜରେ ବୁଡ଼ି ରହିଛନ୍ତି ତେବେ ରାତିରେ ଶୋଇବା ସମୟରେ ମୁଣ୍ଡ ତଳେ ଶୁଖିଲା ଧଣିଆ ପତ୍ର ରଖି ଶୋଇଲେ କରଜ ସମସ୍ୟାର ସମାଧାନ ହୋଇଯିବ ।

୫ . ଏହାବ୍ୟତୀତ ଗ୍ରହ ଜନିତ ସମସ୍ୟାରୁ ମଧ୍ୟ ଏହା ରକ୍ଷା କରିଥାଏ । ଯଦି ଆପଣ ଶନି ଦୋଷାରେ ପୀଡ଼ିତ ଅଛନ୍ତି ତେବେ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ଶୁଖିଲା ଧଣିଆ ପତ୍ର ଚଢାନ୍ତୁ । ଦେଖିବେ ଶନିଙ୍କ ପ୍ରକୋପ କମିଯିବ ।

Leave a Reply

Your email address will not be published. Required fields are marked *