ଜୁଲାଇ ୧୯ ଶ୍ରାବଣ ମାସର ପ୍ରଥମ ମଙ୍ଗଳବାର ମାତ୍ର କେବଳ ଦୁଇ ଲୋଟା ଜଳ ଅର୍ପଣ ଦ୍ୱାରା ମିଳିଥାଏ ଏହିସବୁ ଫଳ :-

ଶ୍ରାବଣ ମାସଟି ମହାଦେବଙ୍କ ପାଇଁ ଅତ୍ୟନ୍ତ ଖାସ ହୋଇଥାଏ । କାରଣ ଏହି ମାସରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ପୃଥିବୀର ଭ୍ରମଣ କରନ୍ତି । ଏହି ମାସରେ ଭଗବାନ ଶିବ ନିଜ ଭକ୍ତ ମାନଙ୍କର ସାମାନ୍ୟ ପ୍ରାର୍ଥନାରେହିଁ ପ୍ରସନ୍ନ ହୋଇ ଯାଆନ୍ତି । ଏହି ମାସରେ ନିଷ୍ଠା ପୂର୍ବକ ମହାଦେବଙ୍କ ଅଭିଷେକ ଦ୍ୱାରା ବହୁତ ଜଲଦି ମହାଦେବ ଏବଂ ପାର୍ବତୀ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା ଜୀବନରେ ସବୁ ପ୍ରକାରର ମନସ୍କାମନା ପୂରଣ ହୋଇଥାଏ । ମହାଦେବଙ୍କୁ ଭିନ୍ନ ଭିନ୍ନ ଜିନିଷ ଦ୍ୱାରା ଅଭିଷେକ କରାଯାଏ । ଯାହାଦ୍ୱାରା ମନୁଷ୍ୟକୁ ତାହାର ଫଳ ଶୀଘ୍ର ପ୍ରାପ୍ତ ହୋଇଥାଏ ।

ତେଣୁ ଶ୍ରାବଣ ମାସରେ ମହାଦେବଙ୍କ ଅଭିଷେକ ପାଇଁ ସର୍ବପ୍ରଥମେ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ଧଳା ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ଲୋଟାରେ ଜଳ ନେଇ ସାମାନ୍ୟ କ୍ଷୀର ମିଶାନ୍ତୁ ଯଦି ଆପଣଙ୍କର ସନ୍ତାନ ସମ୍ବନ୍ଧୀୟ ମନସ୍କାମନା ରହିଛି । ଆପଣ ଚାହିଁଲେ ଫୁଟା କ୍ଷୀର ମଧ୍ୟ ନେଇ ପାରିବେ ମାତ୍ର ଧ୍ୟାନ ଦେବେ ଯେପରି ତାହା ଗରମ ହୋଇନଥିବ । ତାପରେ ସେହି ଜଳରେ ମହାଦେବଙ୍କ ଅଭିଷେକ କରନ୍ତୁ । ଯଦି ଆପଣ ପ୍ରତ୍ୟେକ ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତି ତେବେ ସନ୍ତାନ ଖୁସିରେ ଜୀବନ ଅତିବାହିତ କରିବା ସହିତ ଜୀବନରେ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ ।

ଦହିରେ ଅଭିଷେକ କଲେ ମଧ୍ୟ ସନ୍ତାନ ସୁଖର ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କର କାହାରି ସହିତ ଭଲ ସମ୍ପର୍କ ରହୁନାହିଁ ଏବଂ ସମାଜରେ ଏଥିପାଇଁ ଚିନ୍ତାର ଶିକାର ହେଉଛନ୍ତି ତେବେ ପାଣିରେ ଅଳ୍ପ ମହୁ ମିଶାଇ ସେଥିରେ ମହାଦେବଙ୍କ ଅଭିଷେକ କରନ୍ତୁ । ଏହାଦ୍ବାରା ସମାଜରେ ପ୍ରତିଷ୍ଠା ବଢ଼ିଥାଏ ଏବଂ ଲୋକେ ଆପଣଙ୍କୁ ପସନ୍ଦ କରିବାକୁ ଲାଗିବେ । ସ୍ୱଭାବର ନମ୍ରତା ଆସିଥାଏ ଏବଂ ଲୋକେ ଆପଣଙ୍କ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି । ଯଦି ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ମଧ୍ୟ ନିଷ୍ଠାର ସହିତ ମହାଦେବଙ୍କ ଅଭିଷେକ କରନ୍ତୁ

ଯଦି ବ୍ୟବସାୟରେ କୌଣସି ସମସ୍ୟା ରହିଛି ତେବେ ମଧ୍ୟ ଜଳା ଅଭିଷେକ କଲେ ଏହିସବୁ ସମସ୍ୟାର ସମାଧାନ ହୋଇଥାଏ । ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ରହିଛି ତେବେ ଜଳରେ ଅତର ମିଶାଇ ଭଗବାନ ଶିବଙ୍କୁ ଅଭିଷେକ କରି ପାରିବେ । ଏହାଦ୍ବାରା ବୈବାହିକ ଜୀବନର ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଏହାଦ୍ବାରା ମାନସିକ ଚିନ୍ତା ମଧ୍ୟ ଦୂରେଇ ଯିବ ।

ଶ୍ରାବଣ ମାସରେ ମହାଦେବଙ୍କୁ ଗୁଡ଼ ଏବଂ ଦେଶୀ ଘିଅ ଅର୍ପଣ କଲେ ମଧ୍ୟ ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଘରର ସଦସ୍ୟଙ୍କ ସବୁ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯିବ । ରୋଗ ଏବଂ ଶୋକରୁ ମୁକ୍ତି ମିଳିଥାଏ । ଯଦି ଦୁର୍ଭାଗ୍ୟ ଆପଣଙ୍କ ସାଥ ଛାଡୁନାହିଁ ତେବେ ପାଣିରେ ତିଳ ମିଶାଇ ମଧ୍ୟ ମହାଦେବଙ୍କ ଅଭିଷେକ କରି ପାରିବେ । ଏହାଦ୍ବାରା ଜୀବନର ସବୁ ପାପ ନଷ୍ଟ ହୋଇଥାଏ ଏବଂ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ । ମୋକ୍ଷ ପ୍ରାପ୍ତି ପାଇଁ ଜଳରେ ଅଳ୍ପ ଗଙ୍ଗା ଜଳ ମିଶାଇ ଅର୍ପିତ କରି ପାରିବେ ।

Leave a Reply

Your email address will not be published. Required fields are marked *