କେବଳ ଶ୍ରାବଣ ମାସରେ ଏହି ଚାରୋଟି ଭୁଲ ଆଦୋୖ କରନ୍ତୁ ନାହିଁ , ନଚେତ ନିରର୍ଥକ ହେବ ବ୍ରତ :-

ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଛି ଏବଂ ଶ୍ରାବଣ ମାସରେ କିଛି ଏପରି ଭୁଲ ଅଛି ଯାହାକୁ ଆଦୋୖ କରିବା ଉଚିତ ନୁହେଁ ନଚେତ ମହାଦେବ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ମହାଦେବଙ୍କ କୃପା ମଧ୍ୟ ମିଳିନଥାଏ । ତେଣୁ ଏହି ମାସରେ କିଛି ନିୟମର ନିଶ୍ଚିତ ପାଳନ କରିବା ଉଚିତ । ଏହି ମାସରେ ଲୋକେ ଅତି ନିଷ୍ଠାର ସହିତ ଜଳ ଅର୍ପିତ କରନ୍ତି । ତେବେ ଛୋଟ ମନ୍ଦିର ହେଉ କିମ୍ବା ବଡ଼ ମନ୍ଦିର ହେଉ କେଉଁଠିବି ଜଳ ଅର୍ପିତ କଲେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହି ମାସରେ ମହାଦେବ ସର୍ବତ୍ର ବିଦ୍ୟମାନ ରହନ୍ତି । କେବଳ ଏକ ଲୋଟା ଜଳ , ବେଲପତ୍ର ଏବଂ ଫୁଲ ଅର୍ପଣ କଲେ ମଧ୍ୟ ମହାଦେବ ପ୍ରସନ୍ନ ହୁଅନ୍ତି ।

ଏହି ମାସରେ ଶିବଲିଙ୍ଗରେ ଭୁଲରେ ବି ହଳଦୀ ଅର୍ପିତ କରିବା ଉଚିତ ନୁହେଁ । କାରଣ ହଳଦୀ ସ୍ତ୍ରୀ କାରକ ହୋଇଥାଏ । ଏହି ମାସରେ ବାଇଗଣ ଖାଇବାକୁ ବର୍ଜିତ ମାନା ଯାଇଛି । କାରଣ ଏହା ଅଶୁଦ୍ଧ ହୋଇଥାଏ । ବିଶେଷ କରି ଏକାଦଶୀ , ଦ୍ଵାଦଶୀ , ଶ୍ରାବଣ ଏହିସବୁ ମାସରେ ବାଇଗଣ ଖାଇବା ଉଚିତ ନୁହେଁ । କେବଳ ହିନ୍ଦୁ ଧର୍ମ ନୁହେଁ ବରଂ ଜୈନ ଧର୍ମରେ ମଧ୍ୟ ଲୋକେ ବାଇଗଣ ଖାଆନ୍ତି ନାହିଁ । ଏହି ମାସରେ କ୍ଷୀରର ସେବନ ମଧ୍ୟ କମ କରିଦେବା ଉଚିତ । କାରଣ ଏହି ମାସରେ ଗାଈ ନାନା ପ୍ରକାରର ସବୁଜ ଘାସ ଖାଇଥାଏ ।

ଏମିତିରେ ବି ଏହି ମାସରେ ଶାଗର ସେବନ କରିବା ଉଚିତ ନୁହେଁ । ଶ୍ରାବଣ ମାସରେ ରସୁଣ ପିଆଜର ସେବନ ମଧ୍ୟ ବର୍ଜିତ ଅଟେ । ଆମିଷ ଯଦି ଆପଣଙ୍କର ପ୍ରିୟ ତଥାପି ମନରୁ ଏକ ମାସ ପାଇଁ ଆମିଷ ଖାଇବା ଛାଡ଼ି ଦିଅନ୍ତୁ ଏବଂ ନିଷ୍ଠାର ସହିତ ମହାଦେବଙ୍କ ଆରାଧନା କରନ୍ତୁ । ଯଦି ଆପଣ ମହାଦେବଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଗୁରୁଜନଙ୍କ ସମ୍ମାନ କରନ୍ତୁ , ସାନ ମାନଙ୍କୁ ସ୍ନେହ କରନ୍ତୁ ଏବଂ ଗରିବଙ୍କୁ ସାହାଯ୍ୟ କରନ୍ତୁ । ଏହାଦ୍ବାରା ମହାଦେବ ଏବଂ ଭକ୍ତଙ୍କ ମଧ୍ୟରେ ଦୁରୁତ୍ୱ କମିଯାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ମହାଦେବଙ୍କୁ ଏକ ଲୋଟା ଜଳ ଅର୍ପିତ କରନ୍ତୁ । ଘରେ ଯଦି କିଛି ଆବର୍ଜନା ରହିଛି ତେବେ ନିଶ୍ଚିତ ସଫା କରି ଦିଅନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂର ହୋଇଥାଏ ଏବଂ ସକାରାତ୍ମକତା ପ୍ରବେଶ କରିଥାଏ । ମହାଦେବ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଶ୍ରାବଣ ମାସରେ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ । ଏହାଦ୍ବାରା ଆପଣଙ୍କ ବ୍ରତ ମଧ୍ୟ ନିଶ୍ଚିତ ସଫଳ ହେବ । ଏସବୁ ବ୍ୟତୀତ ଶ୍ରାବଣ ମାସରେ କ୍ଷୀର , ଦହି ଏବଂ ପନିର ଆଦୋୖ ଖାଇବା ଉଚିତ ନୁହେଁ । କାରଣ ବର୍ଷା ଋତୁ ଏବଂ ଉପରେ ମନୁଷ୍ୟର ପାଚନ କ୍ଷମତା ଦୁର୍ବଳ ହୋଇଯାଏ । ଏହି ମାସରେ ନିଷ୍ଠାର ସହିତ ସାତ୍ଵିକତାର ପାଳନ କରିବା ଉଚିତ । ସବୁଜ ପନିପରିବା ମଧ୍ୟ ଖାଆନ୍ତୁ ନାହିଁ । କାରଣ ଏହି ସମୟରେ ସବୁଜ ପନିପରିବାରେ କୀଟ ପଟଙ୍ଗ ଅଧିକ ବୃଦ୍ଧି ହୋଇଥାଏ । ଏହି ମାସରେ ମହାଦେବଙ୍କୁ କ୍ଷୀର ଅର୍ପିତ କରିବା ଦ୍ୱାରା ଜୀବନରେ ଖୁସି ଆସିଥାଏ । କିନ୍ତୁ କ୍ଷୀର ଖାଇବା ସମ୍ପୂର୍ଣ୍ଣ ବର୍ଜିତ ଅଟେ ।

Leave a Reply

Your email address will not be published. Required fields are marked *