ଶ୍ରାବଣ ମାସରେ ଯଦି ଏହି ସମୟରେ ଝିଟିପିଟି ଦେଖାଯାଏ ତେବେ ମହାଦେବ ଦେଇଥାନ୍ତି ଏହି ସଙ୍କେତ

ପ୍ରାୟତଃ ମନୁଷ୍ୟ ନିଜ ଘରେ ପ୍ରତ୍ୟେକ ଦିନ ଝିଟିପିଟି ଦେଖିଥାଏ । ଯାହାକୁ ସେ ନିଜ ମନ ଇଚ୍ଛା ଶୁଭ ଅଶୁଭ ହେଉଥିବା ଭାବି ନେଇଥାଏ । କିନ୍ତୁ ବାସ୍ତବରେ କହିବାକୁ ଗଲେ ପ୍ରକୃତି ଏବଂ ଜୀବଜନ୍ତୁ ସହିତ ସିଧାସଳଖ ସମ୍ବନ୍ଧ ରହିଛି । ଆମ ଅନୁସାରେ ଝିଟିପିଟି ଏକ ଖୁବ ସାଧାରଣ ଜୀବ । କିନ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଏକ ଖାସ ଜୀବ ବୋଲି ମାନା ଯାଇଛି । ଶାସ୍ତ୍ରରେ ଝିଟିପିଟି ସମ୍ବନ୍ଧୀୟ ଅନେକ ଖାସ ସୂଚନା ଦିଆଯାଇଛି । ଯେଉଁଥିରେ ଝିଟିପିଟି ଦେଖିବା ଦ୍ୱାରା କିମ୍ବା ଅନ୍ୟ ଗତିବିଧି ଦ୍ୱାରା ଅନେକ ବିଷୟରେ ସୂଚନା ମିଳିଥାଏ । ଶକୁନ ଶାସ୍ତ୍ର ଅନୁସାରେ ଝିଟିପିଟି କୌଣସି ଖାସ ସମୟରେ ଦେଖାଯିବା , ଭୁଇଁରେ ଦେଖାଯିବା କିମ୍ବା ଶରୀର ଉପରେ ପଡ଼ିବା ଏହିପରି ଅନେକ ଗତିବିଧି ଦ୍ୱାରା ଆମ ଭବିଷ୍ୟତ ଜଣା ପଡ଼ିଥାଏ । ଝିଟିପିଟି ଯଦି ମନୁଷ୍ୟର କୌଣସି ଖାସ ଅଙ୍ଗରେ ପଡ଼େ ତେବେ ତାହାର କିଛି ଶୁଭ ଏବଂ ଅଶୁଭ ସଙ୍କେତ ମିଳିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଝିଟିପିଟି ଦ୍ୱାରା ଏକ ସ୍ୱତନ୍ତ୍ର ଟୋଟକା ବିଷୟରେ କହିବୁ । ଯାହାକୁ କରିବା ଦ୍ୱାରା ମନୁଷ୍ୟ ନିଜ ଭାଗ୍ୟ ବଦଳାଇ ପାରିବ ।

ଯଦି ଆପଣ ଘରେ ଝିଟିପିଟି ଦେଖୁଛନ୍ତି ତେବେ ସଙ୍ଗେ ସଙ୍ଗେ ପୂଜାଘରକୁ ଯାଇ ସିନ୍ଦୁର ଏବଂ ଚାଉଳ ଆଣି ଝିଟିପିଟି ଉପରେ ସିଞ୍ଚି ଦିଅନ୍ତୁ ଏବଂ ସେହି ସମୟରେ ହିଁ ନିଜର ମନସ୍କାମନା ପ୍ରାର୍ଥନା କରନ୍ତୁ । ଝିଟିପିଟିକୁ ପୂଜା କରିବା ଦ୍ୱାରା ଘରେ ଧନ ସମ୍ବନ୍ଧିତ ସମସ୍ୟା ଶେଷ ହୋଇଯାଏ ଏବଂ ଆଗାମୀ ସମୟରେ କୌଣସି ଆର୍ଥିକ ସମସ୍ୟା ଦେଖା ଦିଏ ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ ଏହି ଉପାୟ ସନ୍ଧ୍ୟା ପୂଜା ସମୟରେ ହିଁ ଝିଟିପିଟି ଦେଖିଲେ କରନ୍ତୁ ।

ଯଦି ଘର ସଫା କରିବା ସମୟରେ କୌଣସି କାରଣରୁ ଆପଣଙ୍କ ଦ୍ୱାରା ଝିଟିପିଟିର ମୃତ୍ୟୁ ହୋଇ ଯାଉଛି ତେବେ ତାହାର ସତ୍କାର କରି ଦିଅନ୍ତୁ । ଏକ ଗାତ ଖୋଳି ତାହାକୁ ପୋତି ଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଆଉ ପାପ ଲାଗିବ ନାହିଁ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହେବେ ନାହିଁ । କାରଣ ଝିଟିପିଟି ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଯଦି ଘର ସଫା କରିବା ସମୟରେ କୌଣସି ମୃତ ଝିଟିପିଟି ଦେଖନ୍ତି ତେବେ ତାହା ଅଶୁଭ ଅଟେ । ତାହାକୁ ମଧ୍ୟ ତୁରନ୍ତ ଗାତ ଖୋଳି ପୋତି ଦିଅନ୍ତୁ ।

ଝିଟିପିଟି ସହ ଜଡ଼ିତ ସଙ୍କେତ :-

୧ . ଯଦି ଆପଣ ଭୋଜନ କରିବା ସମୟରେ ହଠାତ ଝିଟିପିଟି ଶବ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଖୁବଶୀଘ୍ର ଆପଣଙ୍କୁ ଧନ ପ୍ରାପ୍ତି ହେବାକୁ ଯାଉଛି କିମ୍ବା ହଠାତ କୌଣସି ସଫଳତା ମିଳିବାକୁ ଯାଉଛି । ଯଦି ଆପଣ ଝିଟିପିଟିର ସଙ୍ଗମ ଦେଖନ୍ତି ତେବେ ଏହାର ଅର୍ଥ ହଠାତ ଆପଣଙ୍କର କେହି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ କିମ୍ବା ଆପଣ ଯାହାକୁ ଦେଖା କରିବାକୁ ଚାହୁଁଥିଲେ ସେହି ବ୍ୟକ୍ତି ହଠାତ ଆପଣଙ୍କ ସାମ୍ନାକୁ ଆସିଯିବେ ।

୨ . ଯଦି ଆପଣ ସ୍ୱପ୍ନରେ ମୃତ ଝିଟିପିଟି ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନକୁ ଆସିବାକୁ ଯାଉଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଅଟେ । ଯାହାକି ଆପଣଙ୍କ ଭଲ ଏବଂ ଖରାପ ସ୍ଵଭାବ ଉପରେ ନିର୍ଭର କରେ । ଏପରି କୁହାଯାଏ ଯେ ଯଦି ଯାଉଥିବା ସମୟରେ ହଠାତ ମନୁଷ୍ୟର ହାତରେ କିମ୍ବା ମୁଣ୍ଡରେ ଝିଟିପିଟି ପଡ଼େ ତେବେ ଏହା ହଠାତ ମାନସମ୍ମାନ ମିଳିବା ଦିଗରେ ସଙ୍କେତ ଦେଇଥାଏ । ଏହାବ୍ୟତୀତ ଯଦି ଝିଟିପିଟି ଗୋଡ଼ରେ ପଡ଼େ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ ।

୩ . ଯଦି ଆପଣ ଭୋଜନ କରୁଥିବା ସମୟରେ ଝିଟିପିଟି ଦେଖାଯାଏ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ସହିତ କିଛି ଭଲ ହେବାର ଅଛି । କିନ୍ତୁ ଖାଇବା ସମୟରେ ଯଦି ହଠାତ ଆପଣଙ୍କ ଗୋଡ଼ ଉପରକୁ ଝିଟିପିଟି ଉଠିଯାଏ ତେବେ ଏହା ଅତ୍ୟନ୍ତ ଅଶୁଭ ଅଟେ । ଏହା କୌଣସି ଏକ ବଡ଼ ସମସ୍ୟାର ସଙ୍କେତ ଅଟେ ।

୪ . ଯଦି ଆପଣ ଘରେ କୌଣସି ଖାସ ବିଷୟରେ କଥାବାର୍ତ୍ତା ହେଉଛନ୍ତି ଏବଂ ହଠାତ ଝିଟିପିଟିର ଶବ୍ଦ ଶୁଣାଯାଏ ତେବେ ଏହାର ଅର୍ଥ ଆପଣ କହୁଥିବା କଥା ଖୁବଶୀଘ୍ର ସତ ହେବାକୁ ଯାଉଛି । ଝିଟିପିଟି ମୁଣ୍ଡରେ ପଡ଼ିଲେ ଏହା ଧନ ପ୍ରାପ୍ତିର ସଙ୍କେତ ଅଟେ ।

୫ . ଯଦି ଝିଟିପିଟି ଅନ୍ୟ କୌଣସି କିଟପତଙ୍ଗକୁ ଖାଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବା ସହିତ କ୍ଷତିର ସଙ୍କେତ ମଧ୍ୟ ମିଳୁଛି ।

୬ . ଯଦି ଆପଣ କୌଣସି ଖାସ କାମ ପାଇଁ ବାହାରକୁ ଯାଉଛନ୍ତି ଏବଂ ଘରୁ ବାହାରିବା ସମୟରେ ହିଁ ଆପଣ ଯଦି ଦୁଇଟି ଝିଟିପିଟିକୁ ମାରପିଟ ଲାଗୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ଯେଉଁ କାମରେ ଯାଉଛନ୍ତି ସେଥିରେ ସଫଳତା ମିଳିବାରେ କଷ୍ଟ ହେବ । ଆପଣଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

୭ . ଯଦି ଝିଟିପିଟି ଡାହାଣ କାନରେ ପଡ଼େ ତେବେ ଏହା ଆଭୂଷଣ ପ୍ରାପ୍ତିର ସଙ୍କେତ ଅଟେ । ବାମ କାନରେ ପଡ଼ିଲେ ଦୀର୍ଘ ଆୟୁଷ ହୋଇଥାଏ । ଯଦି ଝିଟିପିଟି ମହିଳାଙ୍କ ଲମ୍ବା କେଶ ଉପରେ ପଡ଼େ ତେବେ ଏହା କୌଣସି ଖରାପ ସମାଚାର ଦିଗରେ ସୂଚିତ କରିଥାଏ ।

୮ . ଯଦି ଆପଣ ପୂଜା ଘରେ ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଗଙ୍ଗା ଜଳ ସିଞ୍ଚନ କରନ୍ତୁ । ଏହାସହିତ ଏକ ଦୀପ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଜଳାଇ ନିଜର ସବୁ ମନସ୍କାମନାକୁ କୁହନ୍ତୁ ।

୯ . ଯଦି ଆପଣ ସ୍ୱପ୍ନରେ ବାରମ୍ବାର ଝିଟିପିଟି ଝଗଡ଼ା କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ଖୁବଶୀଘ୍ର କୌଣସି ବଡ଼ ବିବାଦର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତେଣୁ ଆପଣ ସାବଧାନ ହୋଇ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *