ଘରେ ପିମ୍ପୁଡ଼ି ଦେଖିବାକୁ ପାଇଲେ ମିଳିଥାଏ ଏହିସବୁ ଶୁଭ ସଙ୍କେତ ଜାଣି ରଖନ୍ତୁ

ଆମେ ପିମ୍ପୁଡ଼ିକୁ ଏକ କ୍ଷୀଣ ଜୀବ ମଣିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମ ଜୀବନକୁ ପିମ୍ପୁଡ଼ି ବଦଳାଇ ପାରେ । ବୈଜ୍ଞାନିକଙ୍କ ଅନୁଯାୟୀ ପିମ୍ପୁଡ଼ି ମାନେ ଏକତାରେ ବସବାସ କରୁଥିବା ପ୍ରାଣୀ ହୋଇଥାନ୍ତି । ସେମାନେ ମିଳିତ ଭାବରେ ନଗର ବନାଇ ପାରନ୍ତି । ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି ଏବଂ ମିଳିତ ଭାବରେ ଏକ ପାହାଡ଼କୁ କାଟିବାର ମଧ୍ୟ ସାମ୍ୟର୍ଥ ରଖନ୍ତି । ପିମ୍ପୁଡ଼ି ଆମ ପରିବେଷକୁ ପରିଷ୍କାର ରଖିବାରେ ମଧ୍ୟ ସହାୟକ ହୋଇଥାଏ । ପିମ୍ପୁଡ଼ିକୁ ଏକ ପଥ ପ୍ରଦର୍ଶକ ଭାବରେ ମଧ୍ୟ ଧରା ଯାଏ । କାରଣ ସେ ପ୍ରତି କାମରେ ଅସଫଳ ହେଲେବି ସୁଦ୍ଧା ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥାଏ । ଯାହା ମଣିଷ ପାଇଁ ଏକ ଶିକ୍ଷା ଅଟେ ।

ଆଜି ଆମେ ଆପଣଙ୍କୁ ପିମ୍ପୁଡ଼ି ସମ୍ବନ୍ଧିତ କିଛି ଜରୁରୀ ସୂଚନା ଦେବୁ । ପିମ୍ପୁଡ଼ି ଆପଣଙ୍କ ଜୀବନ ଉପରେ କିପରି ପ୍ରଭାବ ପକାଇ ଥାଏ ଏବଂ ଏହା କେଉଁ ପ୍ରକାରର ଶୁଭ ପରିଣାମ ଆଣିଥାଏ ସେହି ବିଷୟରେ ମଧ୍ୟ କହିବୁ । ଏହାବ୍ୟତୀତ ଘରେ କେଉଁ ରଙ୍ଗର ପିମ୍ପୁଡ଼ି ଦେଖିଲେ ଶୁଭ ହୋଇଥାଏ ଏବଂ କେଉଁ ରଙ୍ଗର ପିମ୍ପୁଡ଼ି ଅଶୁଭ ହୋଇଥାଏ ତାହା ମଧ୍ୟ କହିବୁ । ଜ୍ୟୋତିଷ ଅନୁସାରେ ଆମ ଜୀବନରେ ପିମ୍ପୁଡ଼ି ଅନେକ ପ୍ରଭାବ ପକାଇ ଥାଏ । ତେଣୁ ଚାଲନ୍ତୁ ସେହି ବିଷୟରେ ଜାଣିନେବା ।

ମନୁଷ୍ୟ ମୃତ୍ୟୁ ପରେ ୮୪ ଲକ୍ଷ ୟୁନିରେ ବୁଲିଥାଏ । ଯାହାପରେ ଯାଇ ତାର ପାପର ପ୍ରାୟଶ୍ଚିତ ହୋଇଥାଏ । କିନ୍ତୁ ଯଦି ଆପଣ ଘରେ କଳା ପିମ୍ପୁଡ଼ି ଦେଖୁଛନ୍ତି ତେବେ ସେହି ପିମ୍ପୁଡ଼ିହିଁ ଆପଣଙ୍କୁ ବୈକୁଣ୍ଠ ପ୍ରାପ୍ତି କରାଇ ପାରିବ । କଳା ପିମ୍ପୁଡ଼ି ଉପରେ ସ୍ବୟଂ ଭଗବାନ ହରି ଏବଂ ଶନି ଦେବଙ୍କ ଆଧିପତ୍ୟ ରହିଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ କଳା ପିମ୍ପୁଡ଼ିକୁ ଅଟା ଖାଇବାକୁ ଦିଅନ୍ତି ତେବେ ଆପଣଙ୍କୁ ବୈକୁଣ୍ଠ ପ୍ରାପ୍ତି ହେବ ଏବଂ ଆପଣଙ୍କୁ ୮୪ ଲକ୍ଷ ୟୁନିରେ ବୁଲିବାକୁ ପଡ଼ିବ ନାହିଁ । ଯେଉଁ ବ୍ୟକ୍ତି ମାନେ ଚାଉଳ ଅଟାରେ ଚିନି ମିଶାଇ ପିମ୍ପୁଡ଼ିଙ୍କୁ ଖାଇବାକୁ ଦିଅନ୍ତି ସେମାନଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ । ଆପଣଙ୍କ ଜାତକରେ ଯେତେ ଦୁର୍ଭାଗ୍ୟ ଥିଲେ ବି ସୁଦ୍ଧା ଯଦି ଆପଣ ପିମ୍ପୁଡ଼ିକୁ ଚାଉଳ ଅଟା ଦେଉଛନ୍ତି ତେବେ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ ଏବଂ ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ ।

ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ରହିଛି ତେବେ ନଡ଼ିଆ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଯଦି ଆପଣ ପ୍ରତ୍ୟେକ ଦିନ ପିମ୍ପୁଡ଼ିକୁ ଅଟା ଖାଇବାକୁ ଦେଉଛନ୍ତି ତେବେ ଆପଣଙ୍କ ମୁଁହର ଉଜ୍ଜଳତା ବୃଦ୍ଧି ପାଇବ । ସେହିଭଳି ଯଦି ଆପଣ ବାଦାମ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଦିଅନ୍ତି ତେବେ ଚାକିରୀ କ୍ଷେତ୍ରରେ ଏକ ଭଲ ଅବସର ପ୍ରାପ୍ତ ହେବ । ଏହାଦ୍ବାରା ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ ଏବଂ ସବୁ କ୍ଷେତ୍ରରେ ପ୍ରଚୁର ଲାଭ ହେବ । ଭିନ୍ନ ଭିନ୍ନ ରଙ୍ଗର ପିମ୍ପୁଡ଼ି ମଣିଷ ଉପରେ ଅନେକ ପ୍ରଭାବ ପକାଇ ଥାଏ । ଯଦି ଆପଣଙ୍କ ଉପରେ କୌଣସି ପ୍ରକାରର ଶନି , ରାହୁ କିମ୍ବା କେତୁଙ୍କ ପ୍ରଭାବ ରହିଛି ତେବେ ଅଟାରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ସବୁ ଦୋଷ ଦୂର ହୋଇଯିବ । ଯାହାଦ୍ୱାରା ସଫଳତାର ରାସ୍ତା ସହଜ ହୋଇଯିବ ।

ଅନେକ ସମୟରେ ଲୋକଙ୍କ ମୁଣ୍ଡରେ ରୂପୀ ହୋଇଯାଏ ଏବଂ ତାହା ଅନେକ ପ୍ରୟାସ ସତ୍ତ୍ୱେବି ଠିକ ହୁଏ ନାହିଁ । ବାସ୍ତବରେ ଏହା ରାହୁ ଦୋଷ କାରଣରୁ ହୋଇଥାଏ । ତେଣୁ ଏପରି କ୍ଷେତ୍ରରେ ପିମ୍ପୁଡ଼ିକୁ ଚିନି ଖୁଆଇବା ଉଚିତ । ଏହାବ୍ୟତୀତ ଯଦି ଆପଣଙ୍କର ଶୁକ୍ର ଦୁର୍ବଳ ଥାଏ ତେବେ ଶୁକ୍ରବାର ଦିନ ପିମ୍ପୁଡ଼ିକୁ ଚିନି ନିଶ୍ଚୟ ଖୁଆନ୍ତୁ । ଯଦି ଆପଣଙ୍କ ଉପରେ ରାହୁ ଦୋଷ ରହିଥାଏ ତେବେ ଗୁଡ଼ ମିଶା ଅଟା ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ପିତୃଦୋଷ ଠାରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଦିନ ଘରେ ପ୍ରସ୍ତୁତ ହେଉଥିବା ଭୋଜନରୁ ଅଳ୍ପ ପିମ୍ପୁଡ଼ିକୁ ଦିଅନ୍ତୁ । ଏହିପରି ଭାବରେ ଅମାବାସ୍ୟା ପର୍ଯ୍ୟନ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *