ଶୁକ୍ରବାର ଦିନ କେବଳ ଗୋଟିଏ ଲବଙ୍ଗ ଏବଂ ଗୋଟିଏ ଅଳେଇଚ ଦ୍ୱାରା କରନ୍ତୁ ଏହି ଉପାୟ , ସବୁଦିନ ପାଇଁ ଦୂରେଇ ଯିବ ଦାରିଦ୍ର୍ୟତା :-

ମଣିଷ ସବୁବେଳେ ନିଜର ନିଜର ଭୁଲ ଲୁଚାଇବା ପାଇଁ ପ୍ରତ୍ୟେକ ପରିସ୍ଥିତି ଦୁର୍ଭାଗ୍ୟ ବୋଲି ଦର୍ଶାଇ ଥାଏ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । କାରଣ ଭାଗ୍ୟ ଏବଂ ଦୁର୍ଭାଗ୍ୟ ମଧ୍ୟ ମଣିଷର କର୍ମ ଏବଂ ସାମ୍ନା କରିବାର ସାହସ ଅନୁଯାୟୀ ସୃଷ୍ଟି ହୋଇଥାଏ । ଯଦି ଭାଗ୍ୟ ଉପରେ ନିର୍ଭର କରି ଜୀବନ ଅତିବାହିତ କରାଯାଏ ତେବେ ଜୀବନରେ ମନୁଷ୍ୟ କିଛିବି କରି ପାରିବ ନାହିଁ । ତେଣୁ ମନୁଷ୍ୟକୁ ସବୁବେଳେ ସାହସ , ଧୌର୍ଯ୍ୟର ସହିତ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସାମ୍ନା କରିବା ଉଚିତ । ପୁଣି ଯଦି ଆପଣଙ୍କୁ ଭଗବାନଙ୍କ ଉପରେ ବିଶ୍ୱାସ ରହିଛି ତେବେ ଏହାଠାରୁ ବଡ଼ ଜିନିଷ ଆଉ କିଛି ନାହିଁ । କାରଣ ସମଗ୍ର ସୃଷ୍ଟି ହିଁ ବିଶ୍ୱାସ ଉପରେ ଚାଲିଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଆପଣଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ଲବଙ୍ଗ ଏବଂ ଅଳେଇଚ ବ୍ୟବହାର କରି କିଛି ଉପାୟ ବିଷୟରେ କହିବୁ ।

ଆମ ସନାତନ ଧର୍ମର ଲବଙ୍ଗ ଏବଂ ଅଳେଇଚର ଅନେକ ମହତ୍ତ୍ୱ ରହିଛି କାରଣ ପ୍ରାୟତଃ ସବୁ ଧର୍ମ ଅନୁଷ୍ଠାନ ମାନଙ୍କରେ ଏହାର ବ୍ୟବହାର ହୋଇଥାଏ । ଏହାକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ ତନ୍ତ୍ର ମନ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ । ଲବଙ୍ଗ ଏବଂ ଅଳେଇଚର ବ୍ୟବହାର ଦ୍ୱାରା ଜୀବନରେ ସକାରାତ୍ମକତା ଆସିଥାଏ ଏବଂ ଏହା ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦି ଆପଣ ଘରୁ ନକରାତ୍ମକ ଶକ୍ତିକୁ ଦୂରେଇ ଦେବାକୁ ଚାହୁଁଛନ୍ତି ତେବେ ଦୁଇଟି ଲବଙ୍ଗ , ତିନୋଟି କର୍ପୂର ଏବଂ ତିନୋଟି ଅଳେଇଚ ସାଥିରେ ନେଇ ଜଳାଇ ଦିଅନ୍ତୁ ଏବଂ ଅଗ୍ନିଶିଖା ଉଠିବା ସମୟରେ ଏହାକୁ ସମ୍ପୂର୍ଣ୍ଣ ଘରେ ବୁଲାନ୍ତୁ । ଏହାପରେ ପୁରା ଜଳିଯିବା ପରେ ଅଙ୍ଗାରରେ ଶୁଦ୍ଧ ପାଣି ମିଶାଇ ଘରର ମୁଖ୍ୟଦ୍ୱାରରେ ଛିଟା ଲଗାନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ଘରର ମୁଖ୍ୟଦ୍ୱାରରେ ସର୍ବଦା ସକାରାତ୍ମକ ଶକ୍ତିର ବାସ ହୋଇଥାଏ ।

ଶୁକ୍ର ଗ୍ରହ ଧନ ସମ୍ପତ୍ତି , ସମୃଦ୍ଧି , କଳା , ପ୍ରସିଦ୍ଧି , ସମ୍ପୂର୍ଣ୍ଣତା , ବୈଭବ ଆଦିର କାରକ ହୋଇଥାଏ । ତେଣୁ ଜାତକରେ ଶୁକ୍ର ଗ୍ରହ ମଜବୁତ ରହିଲେ ଧନ ସମ୍ପତ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏଥିପାଇଁ ଏକ ଉପାୟ ରହିଛି । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଦିନ ଅଟେ । ତେଣୁ ଏହିଦିନ ଦୁଇଟି ଅଳେଇଚ ଏକ ପାତ୍ରରେ ନେଇ ତାହାକୁ ପାଣିରେ ପକାଇ ଅଧା ଘଣ୍ଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ସେହି ପାଣିକୁ ସାଧାରଣ ପାଣିରେ ମିଶାଇ ସ୍ନାନ କରନ୍ତୁ । ସ୍ନାନ କରିବା ସମୟରେ ଶୁଦ୍ଧତାର ଧ୍ୟାନ ଦିଅନ୍ତୁ । ଏହି ଉପାୟ ଆପଣଙ୍କର ଅର୍ଥ ସମ୍ବନ୍ଧୀୟ ଏବଂ ରୋଗ ଶୋକ ସମ୍ବନ୍ଧୀୟ ସବୁ ସମସ୍ୟାକୁ ଦୂର କରିବ ।

ଯଦି ଆପଣଙ୍କୁ ଚାକିରୀ କିମ୍ବା ପାଠପଢ଼ାରେ କୌଣସି ସଫଳତା ମିଳୁନାହିଁ ତେବେ ଆପଣ କୌଣସି ଦିନ ଗୋଟିଏ ସବୁଜ ଅଳେଇଚରୁ ଦୁଇଟି ଦାନା ବାହାର କରି ମିଶ୍ରି ସହିତ ଏକ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । ଏହାପରେ ଅଶ୍ୱତ୍ଥ ବୃକ୍ଷକୁ ପ୍ରାର୍ଥନା କରି ନିଜର ସମସ୍ୟା ଜଣାନ୍ତୁ । ଏହାପରେ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ ଯାଆନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କର ବିଦ୍ୟା କିମ୍ବା ଚାକିରୀ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । ଯଦି ଆପଣ ଅନେକ ପରିଶ୍ରମ କରିବା ସତ୍ତ୍ୱେବି କୌଣସି ସଫଳତା ଆସୁନାହିଁ ତେବେ ମଙ୍ଗଳବାର ଦିନ କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ସାମ୍ନାରେ ସୋରିଷ ତେଲରେ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନିଜର ସମସ୍ୟା ବିଷୟରେ ପ୍ରାର୍ଥନା କରନ୍ତୁ । ଏହାପରେ ନିଜ କାର୍ଯ୍ୟରେ ମନ ଲଗାଇ କାର୍ଯ୍ୟ କରନ୍ତୁ । ସଫଳତା ନିଶ୍ଚୟ ଆସିବ ।

ଯଦି ବିବାହ ସମ୍ବନ୍ଧିତ କୌଣସି ସମସ୍ୟା ରହିଛି ତେବେ ଶୁକ୍ରବାର ଦିନ ଦୁଇଟି ସବୁଜ ଅଳେଇଚ , ଦୁଇଟି ମିଠା ଏବଂ ଗୋଟିଏ ଘିଅ ଦୀପ ନେଇ କୌଣସି ଏକ ନଦୀ ପାଖକୁ ଯାଆନ୍ତୁ । ଏହାପରେ ସେହି ଅଳେଇଚ ଏବଂ ମିଠାକୁ ଏକ ପତ୍ର ଉପରେ ରଖି ଦୀପ ଜଳାନ୍ତୁ । ତାପରେ ସେହି ପତ୍ର ଉପରେ ମିଠା ଏବଂ ଅଳେଇଚ ରଖି ପାଣିରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂରେଇ ଯିବ । ଯଦି ଆର୍ଥିକ ସମସ୍ୟା ଅଧିକ ରହିଛି ତେବେ କିନ୍ନରକୁ ଏକ ମୁଦ୍ରା ଏବଂ ସବୁଜ ଅଳେଇଚ ଦାନରେ ଦେଇ ଦିଅନ୍ତୁ । ତେଣୁ ଅଳେଇଚ ସବୁବେଳେ ନିଜ ପାଖରେ ରଖନ୍ତୁ ଏବଂ ସୁଯୋଗ ପାଇଲେ ଅନ୍ୟକୁ ଦାନ କରନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଟଳିଯିବ ।

ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ପ୍ରକାରର ବିବାଦ ସୃଷ୍ଟି ହୋଇଛି ତେବେ ଶୁକ୍ରବାର ଦିନ ତିନୋଟି ଅଳେଇଚ ନେଇ ନିଜ ଦେହରେ ସ୍ପର୍ଶ କରାଇ କୌଣସି ରୁମାଲରେ ବାନ୍ଧି ପୁରା ଦିନ ନିଜ ପାଖରେ ରଖନ୍ତୁ । ଏହାପରେ ଶନିବାର ଦିନ ସକାଳୁ ସେହି ଅଳେଇଚକୁ ପେଶୀ କୌଣସି ଖାଇବା ଜିନିଷରେ ମିଶାଇ ନିଜେ ଖାଆନ୍ତୁ ଏବଂ ନିଜ ଜୀବନସାଥୀଙ୍କୁ ମଧ୍ୟ ଖୁଆଇ ଦିଅନ୍ତୁ । ଏହି ଉପାୟ ତିନୋଟି ଶୁକ୍ରବାର ପର୍ଯ୍ୟନ୍ତ କରନ୍ତୁ । ପୁରୁଷ ଏବଂ ମହିଳା ଯେକେହିବି ଏହି ଉପାୟକୁ କରି ପାରିବେ । ଏହାବ୍ୟତୀତ ଯଦି ଆପଣ ସୁନ୍ଦର ସ୍ତ୍ରୀ ଚାହୁଁଛନ୍ତି ତେବେ ଏକ ହଳଦିଆ କପଡ଼ାରେ ଗୋଟିଏ ସବୁଜ ଅଳେଇଚ ବାନ୍ଧି ପାଖ ମନ୍ଦିରରେ ରଖି ଆସନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *