ଶ୍ରାବଣ ମାସ ବ୍ରତ କରୁଥିଲେ ଭୁଲରେ ବି ଏସବୁ ଜିନିଷ ସେବନ କରନ୍ତୁ ନାହିଁ , ନଚେତ ହୋଇଯିବେ କାଙ୍ଗାଳ

ଶ୍ରାବଣ ମାସ ମହାଦେବଙ୍କର ଅତି ପ୍ରିୟ ମାସ ଅଟେ । ଏହି ମାସରେ ମହାଦେବ ସବୁଠି ବିଦ୍ୟମାନ ରହନ୍ତି । ତେଣୁ ଏହି ମାସରେ ମନୁଷ୍ୟ ଚାହିଁଲେ ଖୁବ ସହଜରେ ମହାଦେବଙ୍କୁ ଆରାଧନା କରି ପ୍ରସନ୍ନ କରି ପାରିବ । ତେଣୁ ଏହି ମାସରେ ପ୍ରତ୍ୟେକ ମଣିଷ ମହାଦେବ ଏବଂ ପାର୍ବତୀଙ୍କ ବିଧି ପୂର୍ବକ ଆରାଧନା କରିବା ଉଚିତ । ଆଜି ଆମେ ଏହି ଲେଖାରେ ଆପଣଙ୍କୁ କହିବୁ ଯେ ଏହି ଶ୍ରାବଣ ମାସ ବ୍ରତ କରିବାର ବିଧି ଅନୁଯାୟୀ କେଉଁ କାମ କରିବା ଉଚିତ ନୁହେଁ ଏବଂ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ । ଯଦି ଆପଣ ତାହାକୁ ନମାନନ୍ତି ତେବେ ବ୍ରତର ମହତ୍ତ୍ୱ ବ୍ୟର୍ଥ ଯିବ ।

ଏହି ଶ୍ରାବଣ ମାସରେ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ଆରାଧନା କଲେ ଅଧିକ ଲାଭ ହୋଇଥାଏ । ମହାଦେବ ଏବଂ ପାର୍ବତୀଙ୍କୁ ଆରାଧନା କଲେ ପରିବାରରେ ସୁଖ ସମୃଦ୍ଧି ବଢ଼ିବା ସହିତ ସ୍ୱାମୀ ସ୍ତ୍ରୀ ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ । ଏହିମାସର ମହାଦେବଙ୍କୁ ଅଭିଷେକ କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ଏହି ମାସରେ ଲୋକେ ଶୀଘ୍ର ବିବାହ ପାଇଁ ବ୍ରତ ରଖନ୍ତି , କିମ୍ବା ସନ୍ତାନ ପ୍ରାପ୍ତି ନିମିତ୍ତ ବ୍ରତ ରଖନ୍ତି । ତେଣୁ ଆମେ ଏଥିପାଇଁ ଭଗବାନ ଶିବଙ୍କ ବିଶେଷ ଆରାଧନା କରନ୍ତୁ । ପରିବାରରୁ ନକରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯାଏ । କାରଣ ଏହି ମାସଟି ଭଗବାନ ଶିବଙ୍କ କୃପା ପ୍ରାପ୍ତ କରିବାର ସର୍ବଶ୍ରେଷ୍ଠ ମାସ ଅଟେ ।

ମହାଦେବଙ୍କ ବିଶେଷ କୃପା ପାଇବା ପାଇଁ କିଛି ବିଶେଷ ନିୟମ ଉପରେ ଧ୍ୟାନ ଦେବା ଉଚିତ । ଏହିମାସରେ ବ୍ୟକ୍ତି ତାମସିକ ଭୋଜନ କରିବା ଉଚିତ ନୁହେଁ । ମଦ , ମାଂସ , ପିଆଜ ଏବଂ ରସୁଣ ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଏହାବ୍ୟତୀତ ମୂଳା , ମସୁର ଡାଲି ଏବଂ ବାଇଗଣ ଖାଇବା ଉଚିତ ନୁହେଁ । ବିଶେଷ ରପରେ ସାତ୍ଵିକ ଭୋଜନ କରିବା ଉଚିତ । ଯଦି ଆପଣ ମାସ ସାରା ବ୍ରତ ରଖୁଛନ୍ତି ତେବେ ଆପଣ ନିଜ ଅନୁଯାୟୀ ଦିନରେ ଥରେ କିମ୍ବା ଦୁଇଥର ଭୋଜନ କରି ପାରିବେ କିନ୍ତୁ ତାମସିକ ଭୋଜନ କରିବା ଉଚିତ ନୁହେଁ । ଆପଣ ନିଜ ଶାରୀରିକ କ୍ଷମତା ଅନୁଯାୟୀ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସମାନ ସମୟରେ ହିଁ ଭୋଜନ କରନ୍ତୁ । ଦିନରେ ଆପଣ ଫଳ ଖାଇ ପାରିବେ । ମାତ୍ର ଏହି ମାସରେ କ୍ଷୀର ସେବନକୁ ତ୍ୟାଗ କରନ୍ତୁ । କାରଣ ମାସ ସାରା ମହାଦେବଙ୍କୁ କ୍ଷୀରରେ ଅଭିଷେକ କରାଯିବ ।

ଏହାସହିତ ଆପଣ ନିଜ ପରିବାରର ବାତାବରଣ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ଯେପରି ଘରେ କୌଣସି ପ୍ରକାରର ବାଦ ବିବାଦ , କ୍ଳେଶ କିମ୍ବା ଅଶାନ୍ତି ଦେଖା ନଦିଏ । ଏହି ମାସରେ ନିଜର କ୍ରୋଧକୁ ତ୍ୟାଗ କରନ୍ତୁ । ଯଦି ଆପଣ ନିଜର କୌଣସି ଦୁର୍ଗୁଣ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଏହି ମାସରେ ମହାଦେବଙ୍କ ଅଭିଷେକ କରି ନିଜର ଦୁର୍ଗୁଣ ଛାଡ଼ିବାକୁ ନିୟମ ନେଇ ପାରିବେ । ଯଦି ଆପଣ ଶ୍ରାବଣ ମାସରେ ବ୍ରତ ରଖୁଛନ୍ତି ତେବେ ଆପଣଙ୍କ ପାଇଁ ଯେଉଁ ନିୟମ ରହିଛି ବ୍ରତ ରଖୁ ନଥିବା ବ୍ୟକ୍ତି ପାଇଁ ମଧ୍ୟ ସେହି ନିୟମ ରହିଛି । ତେବେ ନିୟମ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସକାଳୁ ବ୍ରହ୍ମ ମୁହୁର୍ତ୍ତରେ ଉଠି ସ୍ନାନ କରି ଘରର ସକାଳ ପୂଜା ପରେ ମହାଦେବଙ୍କ ଅରାଧାନ କରନ୍ତୁ କିମ୍ବା ଶିବଲିଙ୍ଗରେ ଜଳ ଅଭିଷେକ କରନ୍ତୁ ।

ଏମିତିରେ ତ ଏହି ମାସରେ ମହାଦେବ ଏକ ଲୋଟା ଜଳରେ ହିଁ ପ୍ରସନ୍ନ ହୋଇଯିବେ କିନ୍ତୁ ଆପଣ ଶ୍ରଦ୍ଧାରେ ପଞ୍ଚାମୃତ ତିଆରି କରି ମହାଦେବଙ୍କ ଅଭିଷେକ କରି ପାରିବେ । କିନ୍ତୁ ମନେ ରଖନ୍ତୁ ଯେ ପଞ୍ଚାମୃତରେ ଅଭିଷେକ କରିବା ପୂର୍ବରୁ ଏବଂ ପରେ ସାଧରଣ ଜଳରେ ଅଭିଷେକ କରିବା ଉଚିତ । ମହାଦେବଙ୍କୁ ଅଭିଷେକ କରିବା ପରେ ତାଙ୍କର ପ୍ରିୟ ଜିନିଷ ଅର୍ପିତ କରନ୍ତୁ । ଯେପରିକି ଚାଉଳ , ବେଲପତ୍ର , ଧୁତୁରା , ଭାଙ୍ଗ ଏବଂ ଧଳା ଫୁଲ ଏବଂ ଅନ୍ୟାନ୍ୟ ଧଳା ବସ୍ତୁ ଅର୍ପଣ କରନ୍ତୁ । ଯଦି ଆପଣ ପ୍ରତ୍ୟେକ ଦିନ ମନ୍ଦିର ଯାଇପାରୁ ନାହାଁନ୍ତି ତେବେ ଘରେ ଶିବଲିଙ୍ଗ କରି ପୂଜା କରି ପାରିବେ କିମ୍ବା ମାଟିର ଶିବ ଲିଙ୍ଗ ସ୍ଥାପନ କରି ମଧ୍ୟ ପୂଜା କରି ପାରିବେ ।

ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଭୁଲରେ ବି ସିନ୍ଦୁର , ହଳଦୀ , ତୁଳସୀ ଆଦୋୖ ଅର୍ପିତ କରନ୍ତୁ ନାହିଁ । ଏହାବ୍ୟତୀତ ପୂଜା ସମୟରେ ଶଙ୍ଖ ଦ୍ୱାରା ଜଳ ଅର୍ପିତ କରିବା ଉଚିତ ନୁହେଁ କିମ୍ବା ଶଙ୍ଖ ବଜାଇବା ମଧ୍ୟ ଉଚିତ ନୁହେଁ । ଶ୍ରାବଣ ମାସରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ । ପୂଜା ସମୟରେ ପୁରୁଷ ମାନେ ଧଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ଏବଂ ମହିଳା ମାନେ ଧଳା ରଙ୍ଗକୁ ଛାଡ଼ି ଅନ୍ୟାନ୍ୟ ରଙ୍ଗ ବେରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହି ମାସରେ କଳା ଏବଂ ନୀଳ ରଙ୍ଗର ବସ୍ତ୍ର ଆଦୋୖ ପିନ୍ଧନ୍ତୁ ନାହିଁ । କାରଣ ଏହା ନକରାତ୍ମକ ଉତ୍ସର କାରଣ ହୋଇଥାଏ । ଯଦି ବ୍ରତ ରଖିବା ମଝିରେ ମହିଳାଙ୍କୁ ମାସିକ ଧର୍ମ ହୁଏ ତେବେ ସବୁ ନିୟମ ଅନୁଯାୟୀ ବ୍ରତ ପାଳନ କରି ପାରିବେ ମାତ୍ର ଏହି ସମୟରେ ମହାଦେବଙ୍କ ପୂଜା କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *