ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ତିନୋଟି ଜିନିଷ , ନଚେତ ମହାଦେବ କେବେବି ଆସିବେ ନାହିଁ :-

ଚଳିତ ବର୍ଷ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ଯେଉଁ ମାସରେ ମହାଦେବଙ୍କ ବିଶେରେ କୃପା ପୃଥିବୀ ପୃଷ୍ଠରେ ପଡ଼ିଥାଏ । ଏହି ମାସରେ ଯଦି ଆପଣ ଏହି କିଛି ଜିନିଷ ଘରେ ରାଖଣ୍ଡ ତେବେ ମହାଦେବ ଆଉ ଆପଣଙ୍କ ଘରକୁ ଆସିବେ ନାହିଁ । ତେଣୁ ଆଜିକାର ଲେଖାରେ ଆମେ ସେହି ବିଷୟରେ କହିବୁ ।

ଘରର ପ୍ରତ୍ୟେକ ଜିନିଷ ସହିତ ନକରାତ୍ମକତା ଏବଂ ସକାରାତ୍ମକତା ଜଡ଼ିତ ଥାଏ । ପୁଣି ଜିନିଷକୁ ରଖାଯିବାର ସ୍ଥାନ ଉପରେ ମଧ୍ୟ ଏହା ନିର୍ଭର କରିଥାଏ । ସାଧରଣତଃ ପ୍ରତ୍ୟେକ ଘରର ମୁଖ୍ୟଦ୍ୱାର ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ଦ୍ୱାର ଦେଇ ନକରାତ୍ମକତା ଏବଂ ସକାରାତ୍ମକତା ପ୍ରବେଶ କରିଥାଏ । ତେଣୁ ଘରର ମୁଖ୍ୟଦ୍ୱାର ସାମ୍ନାରେ କିଛି ଜିନିଷ ଆଦୋୖ ରହିବା ଆଦୋୖ ଉଚିତ ନୁହେଁ । ନଚେତ ଏହାର ପ୍ରଭାବ ଘରର ବୟସ୍କ ଲୋକ , ପରିବାର ସଦସ୍ୟ ଏବଂ ମହିଳାଙ୍କ ଉପରେ ପଡ଼ିଥାଏ ।

୧ . ଘର ସାମ୍ନାରେ ଆପରିଷ୍କାର ପାଣି ଜମା ହୋଇ ରହିବା ଉଚିତ ନୁହେଁ । କାରଣ ଆପରିଷ୍କାର ପାଣିରେ ବିଭିନ୍ନ ପ୍ରକାରର ଜୀବାଣୁ ଜନ୍ମ ନେଇଥାଏ ଯାହା ଘରର ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ଯଥା ହଇଜା , ପିଲିଆ , ଅମାଶାୟ ଏବଂ କ୍ୟାନ୍ସର ଭଳି ରୋଗ ସୃଷ୍ଟି କରିଥାଏ । ଏହାଦ୍ବାରା ଘରର ବାସ୍ତୁ ନଷ୍ଟ ହୋଇଥାଏ । ଏହାଦ୍ବାରା ରାହୁ ଦୋଷ ପଡ଼ିବା ସହିତ ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି ଏବଂ ଶନିଦେବ ମଧ୍ୟ କ୍ରୋଧିତ ହୁଅନ୍ତି । ଏହାଦ୍ବାରା ଆର୍ଥିକ ସମସ୍ୟା ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଘରୁ ସବୁଦିନ ପାଇଁ ଚାଲି ଯାଆନ୍ତି । ତେଣୁ ଯଦି ଆପଣଙ୍କ ଘର ସାମ୍ନାରେ ଏପରି ଆପରିଷ୍କାର ପାଣି ଜମା ହେଉଛି ତେବେ ତୁରନ୍ତ ତାହାକୁ ନିଷ୍କାସନ କରି ଦିଅନ୍ତୁ କିମ୍ବା ତାଉପରେ ସିମେଣ୍ଟ ଢ଼ାଳି ଦିଅନ୍ତୁ ।

୨ . କଣ୍ଟାଯୁକ୍ତ ଗଛ :-

ପ୍ରାୟତଃ ଲୋକେ ଘରର ଶୋଭା ବଢ଼ାଇବା ପାଇଁ ଘରେ ଭିତରେ କିମ୍ବା ବାହାରେ କଣ୍ଟାଯୁକ୍ତ ଗଛ ଲଗାନ୍ତି ତେବେ ଏହାଦ୍ବାରା ଘର ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଘର ସାମ୍ନାରେ ଏହି ଗଛ ରହିଲେ ମାତା ଲକ୍ଷ୍ମୀ କେବେବି ଘରକୁ ପ୍ରବେଶ କରନ୍ତି ନାହିଁ ବରଂ ରାହୁ ଏବଂ କେତୁ ପ୍ରବେଶ କରନ୍ତି । ଏହାଦ୍ବାରା ପରିବାରରେ କ୍ଳେଶ ଦେଖାଦିଏ । ତେଣୁ କଣ୍ଟାଯୁକ୍ତ ଗଛ ଘରୁ ତୁରନ୍ତ ହଟାଇ ଦିଅନ୍ତୁ । ଯେଉଁ କଣ୍ଟାଯୁକ୍ତ ଗଛରେ ଫୁଲ କିମ୍ବା ପତ୍ର ହୁଏନାହିଁ ସେହି ଗଛକୁ ଘରର ଆଖପାଖରେ ରହିବା ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହାଦ୍ବାରା ଶତ୍ରୁ ବଢ଼ି ଯାଆନ୍ତି । ତେଣୁ ଆପଣ ଏପରି ଗଛକୁ ତୁରନ୍ତ ହଟାଇ ଦିଅନ୍ତୁ ଏବଂ କୌଣସି ସୁଗନ୍ଧିତ ଫୁଲ ଗଛ ଲଗାଇ ଦିଅନ୍ତୁ ଯାହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରିବେ ।

୩ . ଘରର ମୁଖ୍ୟଦ୍ୱାର ସାମ୍ନାରେ ଡସ୍ଟବିନ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ । ଯାହାଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଘର ସାମନାରେ ଝାଡ଼ୁ ପକାଇବା ମଧ୍ୟ ଉଚିତ ନୁହେଁ ।

୪ . ଘରର ମୁଖ୍ୟଦ୍ୱାର ସାମ୍ନାରେ ବିଦ୍ୟୁତ ଖୁଣ୍ଟ ରଖିବା ଉଚିତ ନୁହେଁ । ଏହାଦ୍ବାରା ପରିବାରର ସଦସ୍ୟଙ୍କ ଉନ୍ନତିରେ ବାଧା ଆସିଥାଏ ଏବଂ ଜୀବନ ପ୍ରତି ମଧ୍ୟ ବିପଦ ଆସିପାରେ । ତେଣୁ ଘର ବନାଇବା ପୂର୍ବରୁ ଏହି କଥା ପ୍ରତି ଦୃଷ୍ଟି ଦିଅନ୍ତୁ ।

୫ . ଘରର ମୁଖ୍ୟଦ୍ୱାର ସାମ୍ନାରେ ଅଧିକ ଘନ ଗଛ ରହିବା ଉଚିତ ନୁହେଁ । ଏହାଦ୍ବାରା ବାସ୍ତୁ ଦୋଷ ପଡ଼ିଥାଏ ଏବଂ ଘର ଭିତରକୁ ସୂର୍ଯ୍ୟ ରଶ୍ମି ପ୍ରବେଶ କରିପାରେ ନାହିଁ । ଘର ପାର୍ଶ୍ଵରେ ହିଁ ଗଛ ରହିବା ଆବଶ୍ୟକ ।

୬ . ଘରର ମୁଖ୍ୟଦ୍ୱାର ଠାରୁ ରାସ୍ତା ଅଧିକ ଉଚ୍ଚ ହେବା ବାସ୍ତୁ ଅନୁସାରେ ଖୁବ କଷ୍ଟକାରୀ ହୋଇଥାଏ । ଏହାବ୍ୟତୀତ ଯେଉଁ ଗଛରୁ କ୍ଷୀର ଭଳି ପଦାର୍ଥ ବାହାରିଥାଏ ସେହି ଗଛକୁ ଘରର ମୁଖ୍ୟଦ୍ୱାର ସାମ୍ନାରେ ଲଗାଇବା ଉଚିତ ନୁହେଁ ।ଘର ସାମ୍ନାରେ କୌଣସି ଗାତ ରହିବା ମଧ୍ୟ ଉଚିତ ନୁହେଁ ।

୭ . ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର କିମ୍ବା ସିଡ଼ି ରଖିବା ଉଚିତ ନୁହେଁ । ଏହାଦ୍ବାରା ଉନ୍ନତିରେ ବାଧା ପ୍ରାପ୍ତ ହୋଇଥାଏ । ପିଲାଙ୍କୁ ପାଠପଢ଼ାରେ ମଧ୍ୟ ସଫଳତା ମିଳେନାହିଁ । ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ପ୍ରତିମୂର୍ତ୍ତିକୁ ସର୍ବଦା ପୂଜାଘରେ ରଖିବା ଉଚିତ । ପ୍ରବେଶ ଦ୍ୱାରରେ ଜୋତା ଚପଲ ରଖିବା ଉଚିତ ନୁହେଁ । ଏହାଦ୍ବାରା ପୁରା ପବିତ୍ର ହୋଇଯାଏ ।

Leave a Reply

Your email address will not be published. Required fields are marked *