ଶ୍ରାବଣ ମାସରେ କେହିବି ଆପଣଙ୍କୁ ଧାର ମାଗିଲେ ଭୁଲରେ ବି ଦିଅନ୍ତୁ ନାହିଁ , ନଚେତ ପଡ଼ିବେ ଅସୁବିଧାରେ

୨୦୨୨ ଜୁଲାଇ ୧୪ ରେ ଶ୍ରାବଣ ମାସର ଆରମ୍ଭ ହେଉଛି । ଯେଉଁ ମାସକୁ ମହାଦେବ ଶିବଙ୍କର ଶକ୍ତିର ମାସ ମଧ୍ୟ କୁହାଯାଏ । ଏହି ମାସରେ ବ୍ୟକ୍ତିର ମହାଦେବ ଆରାଧନା ଖୁବ ଶୀଘ୍ର ସଫଳ ହୋଇଯାଏ ଏବଂ ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଶ୍ରାବଣ ମାସର ଶେଷ ଦିନର ଠିକ ଗୋଟିଏ ଦିନ ପୂର୍ବରୁ ରକ୍ଷାବନ୍ଧନ ପାଳନ ହେବ । ତେବେ ଶ୍ରାବଣ ମାସରେ ବ୍ରତ କରିବାର ଏବଂ ସାଧାରଣ ଜୀବନ ଅତିବାହିତ କରିବାର ଅନେକ ଗୁଡ଼ିଏ ନିୟମ ରହିଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତିକୁ ମାନିବା ଉଚିତ ନଚେତ ଭଗବାନ ଶିବ କ୍ରୋଧିତ ହୁଅନ୍ତି ଏବଂ ବ୍ରତର ଫଳ ମଧ୍ୟ ମିଳେନାହିଁ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ଶ୍ରାବଣ ମାସରେ କେଉଁ କେଉଁ ଜିନିଷ ଧାର ଦେବା ଉଚିତ ନୁହେଁ ସେହି ବିଷୟରେ କହିବୁ ।

ଶ୍ରାବଣ ମାସ ବ୍ରତର ବିଧି ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ଜଲଦି ଉଠି ସ୍ନାନ କରିବା ଉଚିତ । ଏହାପରେ ଶିବଲିଙ୍ଗ ଅଭିଷେକ କରି ମାତା ପାର୍ବତୀ ଏବଂ ନନ୍ଦୀକୁ ମଧ୍ୟ କ୍ଷୀର ଅର୍ପିତ କରନ୍ତୁ । ଏହିଦିନ ଭୁଲରେ ବି ଶିବଲିଙ୍ଗରେ ତୁଳସୀ ଅର୍ପିତ କରନ୍ତୁ ନାହିଁ । ଏହାଦ୍ବାରା ପାପ ହୋଇଥାଏ ଏବଂ ଭଗବାନ ଶିବ ମଧ୍ୟ କ୍ରୋଧିତ ହୁଅନ୍ତି । ଏହିଦିନ ରୁଦ୍ର ଅଭିଷେକ କରିବା ସହିତ ବେଲପତ୍ର ମଧ୍ୟ ଅର୍ପିତ କରନ୍ତୁ । ପଞ୍ଚାମୃତ ଭୋଗ ଏବଂ ଦହି ଚିନି ଭୋଗ ମଧ୍ୟ ଲଗାନ୍ତୁ । ମନେ ରଖନ୍ତୁ ପୂଜା ସମୟରେ ପ୍ରଥମେ ଭଗବାନ ଗଣେଶଙ୍କ ଆରତୀ କରନ୍ତୁ ଏବଂ ତାପରେ ମହାଦେବ ଶିବଙ୍କ ଆରତୀ କରନ୍ତୁ ।

ଶ୍ରାବଣ ମାସରେ ସକାଳୁ ବିଳମ୍ବରେ ଉଠିବା ଉଚିତ ନୁହେଁ । ଏହାସହିତ ସବୁଜ ପନିପରିବା କିମ୍ବା ମାଂସ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ପନିପରିବା ନଖାଇବାର କାରଣ ହେଉଛି ଯେ ଏହିଦିନରେ ପନିପରିବାରେ ପୋକ ହୋଇଯାଏ ଯାହା ଆପଣଙ୍କ ଶରୀର ମଧ୍ୟକୁ ଗଲେ ସ୍ୱାସ୍ଥ୍ୟ ହାନୀ ହୋଇପାରେ । ଏହିଦିନ ମଦ , ପିଆଜ ଏବଂ ରସୁଣର ସେବନ ମଧ୍ୟ କରନ୍ତୁ ନାହିଁ । ଶ୍ରାବଣ ମାସରେ ଘରକୁ ସଫାସୁତୁରା ରଖିବା ସହିତ ସକାଳୁ ଜଲଦି ଉଠିବା ଏବଂ ରାତିରେ ଜଲଦି ଶୋଇବା ଅଭ୍ୟାସ କରନ୍ତୁ । କାହାରି ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ । ଏହି ମାସରେ ଅଧିକରୁ ଅଧିକ ଗରୀବ ଲୋକଙ୍କୁ ଧ୍ୟାନ କରିବା ଉଚିତ ।

ଶ୍ରାବଣ ମାସରେ ଶିବଲିଙ୍ଗ ଥିବା ସ୍ଥାନକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ । କାରଣ ଜୋତା ଚମଡ଼ାରେ ତିଆରି ହୋଇଥାଏ ଏବଂ ହହିନ୍ଦୁ ଧର୍ମ ଅନୁଯାୟୀ ଏହା ଦୂଷିତ ଅଟେ । ଏହାବ୍ୟତୀତ ମହିଳା ମାନେ ମାସିକ ଧର୍ମ ସମୟରେ ଘରର ମନ୍ଦିର କିମ୍ବା ବାହାର ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ମନ୍ଦିର ଅପବିତ୍ର ହୋଇଯାଏ । ଏହି ସମୟରେ ମହିଳା ମାନେ ତୁଳସୀ ପୂଜନ କିମ୍ବା ତୁଳସୀରେ ପାଣି ଚଢ଼ାଇବା ମଧ୍ୟ ଉଚିତ ନୁହେଁ । ନଚେତ ତୁଳସୀ ଗଛ ଶୁଖିଯାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶିବଲିଙ୍ଗରୁ ସର୍ବଦା ଶକ୍ତିର ସଞ୍ଚାର ହୋଇଥାଏ ଯାହା ଖୁବ ପ୍ରଭାବଶାଳୀ ହୋଇଥାଏ ଏବଂ ଉତ୍ତପ୍ତ ମଧ୍ୟ ହୋଇଥାଏ । ତେଣୁ ଯଦି ଆପଣ ଘରେ ଶିବ ଲିଙ୍ଗ ରଖୁଛନ୍ତି ତେବେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଜଳ ଅର୍ପଣ କରନ୍ତୁ ନଚେତ ମହାଦେବ କ୍ରୋଧିତ ହୋଇଯିବେ । ଯଦି ଆପଣ ପ୍ରତ୍ୟେକ ଦିନ ଜଳ ଅଭିଷେକ କରି ପାରିବେ ନାହିଁ ତେବେ ଘରେ ଶିବଲିଙ୍ଗ ରଖନ୍ତୁ ନାହିଁ । ଯଦି ଆପଣ ଏହାକୁ ଅମାନ୍ୟ କରନ୍ତି ତେବେ ଓଲଟା ଘରେ ବିନାଶ ହୋଇଥାଏ ।

ଶିବ ଲିଙ୍ଗରେ ତୁଳସୀ ଅର୍ପିତ କରିବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି ଏବଂ ବ୍ୟକ୍ତିର ବିନାଶ ହୋଇଥାଏ । ଏହାଦ୍ବାରା ଘରେ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ମହାଶକ୍ତି ମାନେ କ୍ରୋଧିତ ହୋଇ ଯାଆନ୍ତି । ଘର ମନ୍ଦିର ହେଉ କିମ୍ବା ବାହାର ମନ୍ଦିର ହେଉ କୌଣସିବି ବ୍ୟକ୍ତିକୁ ମାଂସ ଖାଇ ଏବଂ ବିନା ସ୍ନାନରେ ପ୍ରବେଶ କରିବା ଉଚିତ ନୁହେଁ । କାରଣ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଶାରୀରିକ ଭାବରେ ପବିତ୍ର ହେବା ସହ ନିତାନ୍ତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *