ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସରେ ଭୁଲରେବି କରନ୍ତୁ ନାହିଁ ଏହି କାମ । ନଚେତ ସବୁ ପୂଜାପାଠ ହୋଇଯିବ ଅନର୍ଥ :-

ବିଗଦେଶ୍ୱର ସଂହିତା ଅନୁସାରେ ଚଳିତ ବର୍ଷ କର୍କଟ ରାଶିରେ ସୂର୍ଯ୍ୟ ଥିବାରୁ ମହାଦେବଙ୍କ ସହିତ ମାତା ଅମ୍ବିକାଙ୍କ ପୂଜା କରିବା ଉଚିତ । ଯାହାର ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସ ରବିବାରରେ ଆରମ୍ଭ ହୋଇ ରବିବାରରେ ହିଁ ଶେଷ ହେଉଛି । ତେଣୁ ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ନିଚ୍ଚ ଅଛି ସେମାନେ ନିୟମର ସହିତ ଅମ୍ବିକାଙ୍କ ପୂଜା କଲେ ରୋଗ ଶୋକ ଭଳି ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ତେଣୁ ଆଜିକାର ଏହି ଲେଖାରେ ଆମେ କହିବୁ ଯେ ଏହି ଶ୍ରାବଣ ମାସରେ ଶିବଲିଙ୍ଗରେ କେଉଁ ଜିନିଷ ଅର୍ପିତ କରି ଆପଣ ଭାଗ୍ୟବାନ ହୋଇ ପାରିବେ ।

୧ . ଯଦି ଆପଣ ଶିବଲିଙ୍ଗରେ କ୍ଷୀର ଅର୍ପିତ କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ରୋଗ ଦୂରେଇ ଯିବ । ଏହାସହିତ ଯଦି ଆପଣ ଦହି ଅର୍ପିତ କରନ୍ତି ତେବେ ଜୀବନରେ ହସ ଖୁସି ଏବଂ ଉଲ୍ଲାସର ପ୍ରାପ୍ତି ହୋଇଥାଏ । ଜଡ ଆପଣ ଶିବଲିଙ୍ଗରେ ଘିଅ ଅର୍ପିତ କରନ୍ତି ତେବେ ଆପଣଙ୍କର ତେଜ ବୃଦ୍ଧି ହେବ ଏବଂ ମାନସମ୍ମାନ ମଧ୍ୟ ବୃଦ୍ଧି ହେବ । ଏହାବ୍ୟତୀତ ସନ୍ତାନ ପ୍ରାପ୍ତି ଏବଂ ଖୁସି ଖବର ମଧ୍ୟ ମିଳିବ ।

୨ . ଯଦି ଆପଣ ଶିବଲିଙ୍ଗରେ ମହୁ ଅର୍ପିତ କରନ୍ତି ତେବେ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହେଉ ତେବେ ଶିବଲିଙ୍ଗରେ ଚିନି କିମ୍ବା ଗୁଡ଼ ଅର୍ପିତ କରନ୍ତୁ । ଶ୍ରାବଣ ମାସରେ ଶିବଲିଙ୍ଗରେ ଅତର ଅର୍ପିତ କଲେ ସୌଭାଗ୍ୟ ଏବଂ ଖୁସି ପ୍ରାପ୍ତ ହୋଇଥାଏ ଏହାସହିତ ସୁଗନ୍ଧିତ ତେଲ ଅର୍ପିତ କଲେ ମଧ୍ୟ ଧନଧାନ୍ୟରେ ଉନ୍ନତି ହୋଇଥାଏ । ଚନ୍ଦନ ଅର୍ପିତ କଲେ ସମାଜରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।

ଶିବଲିଙ୍ଗରେ ଏହିସବୁ ଜିନିଷ ଅର୍ପିତ କରିବା ଉଚିତ ନୁହେଁ :-

୧ . ଭୁଲରେବି ଶିବଲିଙ୍ଗରେ ଶଙ୍ଖ ସାହାଯ୍ୟରେ ପାଣି ଅର୍ପଣ କରନ୍ତୁ ନାହିଁ । କାରଣ ପୁରାଣ ଅନୁଯାୟୀ ମହାଦେବ ଶଙ୍ଖଚୁର ନାମକ ଏକ ଅସୁରଏ ବଧ କରିଥିଲେ । ତେଣୁ ଶଙ୍ଖରେ ମହାଦେବ ଶିବଙ୍କୁ ଜଳ ଅର୍ପିତ କରିବା ଉଚିତ ନୁହେଁ ।

୨ . ଶିବଲିଙ୍ଗରେ ଭଙ୍ଗା ଚାଉଳ ଅର୍ପିତ କରନ୍ତୁ ନାହିଁ ବରଂ ଭଲ ଏବଂ ଗୋଟା ଚାଉଳ ଅର୍ପିତ କରନ୍ତୁ ।

୩ . ଶିବଲିଙ୍ଗରେ ତୁଳସୀ ଅର୍ପିତ କରନ୍ତୁ ନାହିଁ । କାରଣ ଭଗବାନ ବିଷ୍ଣୁ ତୁଳସୀଙ୍କୁ ପତ୍ନୀ ଭାବରେ ସ୍ୱୀକାର କରିଛନ୍ତି ।

୪ . ଶିବଲିଙ୍ଗରେ ହଳଦୀ କିମ୍ବା ସିନ୍ଦୁର ଆଦୋୖ ଅର୍ପିତ କରନ୍ତୁ ନାହିଁ କାରଣ ଏହିସବୁ ଜିନିଷ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

୫ . ଆପଣ ଚାହିଁଲେ ଶିବଲିଙ୍ଗରେ ଗୋଟା ନଡ଼ିଆ ଅର୍ପିତ କରିପାରିବେ କିନ୍ତୁ ନଡ଼ିଆ ଜଳ ଅର୍ପିତ କରିବା ଅନୁଚିତ ।

୬ . ଯଦି ଆପଣଙ୍କର ରାହୁ କେତୁ ଦୋଷ ରହିଛି ତେବେ ଶିବଲିଙ୍ଗରେ ଦୁଇଟି ଲବଙ୍ଗ ଅର୍ପିତ କରନ୍ତୁ ଏବଂ ପୂଜାପରେ ସେହି ଦୁଇଟି ଲବଙ୍ଗକୁ ନେଇ ପାଖରେ କୌଣସି ମନ୍ଦିରରେ କିମ୍ବା ମାଟି ତଳେ ପୋତି ଦିଅନ୍ତୁ ।

୭ , ଯଦି ଆପଣ ଶିବଲିଙ୍ଗରେ ଅଁଳା ଅର୍ପିତ କରନ୍ତି ତେବେ ଦୀର୍ଘ ଆୟୁଷ ପ୍ରାପ୍ତ ହେବା ସହିତ ଖୁସି ଆସିଥାଏ । ଏହାବ୍ୟତୀତ ଯଦି ଆପଣ ପାପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶିବଲିଙ୍ଗରେ ଭାଙ୍ଗ ଅର୍ପିତ କରନ୍ତୁ ।

୮ . କେଶର ଅର୍ପିତ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଖୁସି ଆସିଥାଏବ । ବିବାହରେ ଆସିଥିବା ସମସ୍ୟା ଠିକ ହୋଇଯାଏ ଏବଂ ମନଇଚ୍ଛା ଜୀବନସାଥୀ ମିଳିବ । ଶିବଲିଙ୍ଗରେ ଗହମ ଚଢାଇଲେ ସନ୍ତାନ ସମନ୍ଧିତ ସମସ୍ୟା ଠିକ ହୋଇଯିବ ।

୯ . ମହାଦେବଙ୍କର ଏପରି କିଛି ସ୍ଥାନ ଉପରେଯେଉଁଠି ବେଲପତ୍ର ଅର୍ପିତ କରିବା ଦ୍ୱାରା ସଂସାରର ସବୁ ସୁଖ ପାପ୍ତ ହୋଇଥାଏ।

Leave a Reply

Your email address will not be published. Required fields are marked *