କେହିବି କେତେ ଧାର ମାଗିଲେ ଭୁଲରେବି ଶ୍ରାବଣ ମାସରେ ଏହି ଚାରୋଟି ଜିନିଷ କାହାକୁ ଦିଅନ୍ତୁ ନାହିଁ , ନଚେତ ସବୁଦିନ ପାଇଁ ତ୍ୟାଗ ଦେବେ ମହାଦେବ ଶିବ :-

ଶ୍ରାବଣ ମାସ ଏକ ମହତ୍ତ୍ୱପୂର୍ଣ୍ଣ ମାସ ଅଟେ । ଏହାକୁ ପ୍ରେମର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସରେ ଯଦି କେହି ବ୍ୟକ୍ତି ନିଜର ସବୁ କାମ ଛାଡ଼ି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗି ପଡ଼େ ତେବେ ଭଗବାନ ଶିବ ନିଶ୍ଚିତ ଭାବରେ ସେହି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଅଧିକ କଷ୍ଟ କରିବାକୁ ପଡ଼େ ନାହିଁ । କିନ୍ତୁ ଏହି ଶ୍ରାବଣ ମାସ ପୂଜାପାଠ ଏବଂ ବ୍ରତ ସମୟରେ କିଛି ନିୟମ ମଧ୍ୟ ରହିଛି । ଯେପରିକି ଏହି ସମୟରେ କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ । ଯଦି ଆପଣ ଶ୍ରାବଣ ମାସର କିଛି ଖାସ ନିୟମ ପାଳନ କରନ୍ତି ତେବେ ଆପଣଙ୍କ ଜୀବନରେ ଖୁସି ରହିବ । ମାତ୍ର ଯଦି ଆପଣ ଅମାନ୍ୟ କରନ୍ତି ତେବେ ଦୁଃଖ ପ୍ରାପ୍ତି ହେବ । ମନୁଷ୍ୟ ସାଧରଣତଃ ଭବିଷ୍ୟତରେ କିଛି ଭଲ ପାଇବା ଆଶାରେ ଦାନ କରିଥାଏ ତ କେତେବେଳେ ସମାଜରେ ନିଜକୁ ପରିଚିତ କରିବା ପାଇଁ ଦାନ କରିଥାଏ । ଆଜିକାର ଲେଖାରେ ଆମେ କହିବୁ ଯେ ଶ୍ରାବଣ ମାସରେ କିଛି ଜିନିଷକୁ ଯିଏ ଯେତେ ଧାର ମାଗିଲେ ସୁଦ୍ଧା ଆଦୋୖ ଦେବା ଉଚିତ ନୁହେଁ । ନଚେତ ପରିବାରରେ ଦାରିଦ୍ର୍ୟତା ଦେଖାଦିଏ ।

୧ . ଭଗବାନ ଶିବଙ୍କ ପୂଜା ସହିତ ଜଡ଼ିତ କୌଣସିବି ବସ୍ତୁକୁ କାହାକୁ ଦାନ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମହାଦେବ ଶିବ ଆପଣଙ୍କ ଘର ଛାଡ଼ି ଅନ୍ୟତ୍ର ଚାଲିଯିବେ । ଏହାସହିତ ମହାଦେବଙ୍କର ଆପଣଙ୍କ ପାଇଁ ଯାହା କରିବାର ଥିଲା ତାହା ମଧ୍ୟ ହେବ ନାହିଁ । ତେଣୁ ଶ୍ରାବଣ ମାସରେ ମହାଦେବ ଶିବଙ୍କ ପୂଜା ସହିତ ସମ୍ବନ୍ଧିତ କୌଣସି ଜିନିଷ ଅନ୍ୟକୁ ଦାନ କରିବା ଉଚିତ ନୁହେଁ ।

୨ . ଶ୍ରାବଣ ମାସରେ ଭୁଲରେ ବି କୌଣସି ବ୍ୟକ୍ତିକୁ ଟଙ୍କା ଧାର ଦେବା ଉଚିତ ନୁହେଁ । ଏହାଦ୍ବାରା ମହାଦେବ ଶିବ ଆପଣଙ୍କ ଉପରେ କ୍ରୋଧିତ ହେବେ । ଏହାବ୍ୟତୀତ କାହାଠାରୁ କରଜ ନେବା ମଧ୍ୟ ଉଚିତ ନୁହେଁ । ଶ୍ରାବଣ ମାସରେ ଯଦି ଆପଣ କାହାକୁ ଧାର ଦେଉଛନ୍ତି ତେବେ ସେହି ଟଙ୍କା ଆଉ ଫେରିବ ନାହିଁ । ଏହାବ୍ୟତୀତ ଯଦି ଆପଣ କାହାଠାରୁ କରଜ ନେଉଛନ୍ତି ସେହି କରଜ ବଢ଼ି ବଢ଼ି ଚାଲିବ ଏବଂ ତାହା କେବେ ସରିବ ନାହିଁ ।

୩ . ଶ୍ରାବଣ ମାସରେ ମହାଦେବ ଶିବଙ୍କୁ କ୍ଷୀର କିମ୍ବା ଦହିରେ ଅଭିଷେକ କରାଯାଏ । ଏହାବ୍ୟତୀତ ଧଳା ରଙ୍ଗର ବସ୍ତ୍ର ମଧ୍ୟ ଅର୍ପଣ କରାଯାଏ । କିନ୍ତୁ ଯଦି ମହାଦେବଙ୍କ ବ୍ୟତୀତ କ୍ଷୀର ଏବଂ ଦହି ଅନ୍ୟ କୌଣସି ବ୍ୟକ୍ତିକୁ ଦିଅନ୍ତି ତେବେ ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଆପଣଙ୍କ ଘର ଛାଡ଼ିଦେବେ । ତେଣୁ ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ ମଧ୍ୟ କ୍ଷୀର ଏବଂ ଦହିକୁ କାହାକୁବି ଭୁଲରେ ଦାନ କରନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିବ ।

୪ . ଶ୍ରାବଣ ମାସରେ ଯଦି ଆପଣ କାହାକୁ ଉପହାର ସ୍ୱରୂପ ନିଜ ବ୍ୟବହାର କରାଯାଇଥିବା ଘଡ଼ି କିମ୍ବା ବଜାରରୁ ଘଡ଼ି ଦେବାକୁ ଚାହୁଁଛନ୍ତି ତେବେ ଏହା ଆଦୋୖ କରନ୍ତୁ ନାହିଁ । କାରଣ ଘଡ଼ି ସହିତ ଆପଣଙ୍କ ଭଲ ସମୟ କିମ୍ବା ଖରାପ ସମୟ ମଧ୍ୟ ଚାଲିଯିବ । ଏହାଦ୍ବାରା ଭଗବାନ ଶିବମଧ୍ୟ କ୍ରୋଧିତ ହେବେ ।

୫ . ସୂର୍ଯ୍ୟ ଅସ୍ତ ଉଦୟ ପରେ କିମ୍ବା ସୂର୍ଯ୍ୟାସ୍ତ ପରେ ଯଦି ଆପଣ ନିଜ ଘରର ସମୃଦ୍ଧି ଅର୍ଥାତ ପିଆଜ , ରସୁଣ , କ୍ଷୀର ଏବଂ ଦହିକୁ ଅନ୍ୟ କାହାକୁ ଦେଉଛନ୍ତି ତେବେ ନିଜ ଘରର ସମୃଦ୍ଧି ଅନ୍ୟ ଘରକୁ ଚାଲିଯିବ । ତେଣୁ ଶ୍ରାବଣ ମାସରେ ଭୁଲରେବି ଏସବୁ କାହାକୁ ଦାନ କରିବା ଉଚିତ ନୁହେଁ ।

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଦାନ ଧର୍ମ କରିବା ନିତାନ୍ତ ଜରୁରୀ ଅଟେ । କିନ୍ତୁ ଶ୍ରାବଣ ମାସରେ ମନୁଷ୍ୟକୁ କିଛି ବିଶେଷ ଜିନିଷ ଦାନ କରିବା ଆଦୋୖ ଉଚିତ ନୁହେଁ ।

୧ . ଧଳା ଏବଂ କଳା ବସ୍ତ୍ର :- କୌଣସି ବିବାହିତା ମହିଳାଙ୍କୁ ଧଳା ବସ୍ତ୍ର ଉପହାର କିମ୍ବା ଦାନ ଦକ୍ଷିଣା ଭାବରେ ଦେବା ଉଚିତ ନୁହେଁ । କାରଣ ଏହାଦ୍ବାରା ଉକ୍ତ ମହିଳାଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ କଳା ବସ୍ତ୍ର ମଧ୍ୟ କାହାକୁ ଉପହାର କିମ୍ବା ଦାନ ଭାବରେ ଦେବା ଉଚିତ ନୁହେଁ । କାରଣ ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ଏହାବ୍ୟତୀତ ଦେଉଥିବା ବ୍ୟକ୍ତି ଜୀବନରେ ରାହୁ ଦୋଷ ଲାଗିଯାଏ । ସାକ୍ଷାତ ମହାଦେବ ସେହି ବ୍ୟକ୍ତି ଉପରେ କ୍ରୋଧିତ ମଧ୍ୟ ହୁଅନ୍ତି ।

୨ .ଶ୍ରାବଣ ମାସରେ ନିଜ ରୋଷେଇ ଘରର କୌଣସି ଜିନିଷ ଦାନ କରିବା କିମ୍ବା କୌଣସି ଜିନିଷ ଧାର ଆଣିବା ଉଚିତ ନୁହେଁ । ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ ଏବଂ ମହାଦେବ ଶିବ ମଧ୍ୟ କ୍ରୋଧିତ ହୁଅନ୍ତି । ବିଶେଷ କରି ଘରର ସୌଭଗ୍ୟର ଜିନିଷ ତେଲ , ଘିଅ ଏବଂ ହଳଦୀ କାହାକୁ ଦାନ କରିବା ଉଚିତ ନୁହେଁ କିମ୍ବା କାହାଠାରୁ ଧାର ଆଣିବା ମଧ୍ୟ ଉଚିତ ନୁହେଁ ।

୩ . ନିଜର ପିନ୍ଧା ବସ୍ତ୍ର ଭୁଲରେବି କାହାକୁ ଦେବା ଉଚିତ ନୁହେଁ । ନଚେତ ସେହି ବସ୍ତ୍ର ସହିତ ନିଜର ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟ ଅନ୍ୟ ପାଖକୁ ଚାଲିଯାଏ ।

Leave a Reply

Your email address will not be published. Required fields are marked *