ଏକାଦଶୀ ଦିନ ରାତିରେ ଚାଉଳ ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ , ଜୀବନସାରା ହେବ ଧନ ବର୍ଷା :-

ଜୀବନରେ ଧନ ସମ୍ପତ୍ତି ସୁଖ ସମୃଦ୍ଧି ବା କାହାର ଆବଶ୍ୟକ ନଥାଏ ? ତେଣୁ ଲୋକେ ଧନ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ପୂଜା କରିବା ସହିତ କିଛି ଖାସ ଦିନରେ ଖାସ ପ୍ରୟୋଗ ମଧ୍ୟ କରିଥାନ୍ତି । ମୁଖ୍ୟତଃ ଏକାଦଶୀ ତିଥି ଧନ ସମୃଦ୍ଧି ପ୍ରାପ୍ତି ପାଇଁ ମହାପ୍ରୟୋଗ କରିବାର ଖାସ ଦିନ ଅଟେ । ଏହିଦିନ ଉଭୟ ମାତା ଲକ୍ଷ୍ମୀ ଏବଂ ଶ୍ରୀହରିଙ୍କ ପୂଜା ମିଳିତ ଭାବରେ କଲେ ଭଲ ଫଳ ପ୍ରାପ୍ତ ହୋଇଥାଏ । ମନେ ରଖନ୍ତୁ ଯେ ଶ୍ରୀହରି ଏବଂ ମାତା ଲକ୍ଷ୍ମୀଙ୍କ ପୂଜା ସାଥିରେ ହିଁ କରନ୍ତୁ । ନଚେତ ପୂଜାର ପୁରା ଫଳ ପ୍ରାପ୍ତ ହେବ ନାହିଁ । ଆଜି ଆମେ ଏହି ଲେଖା ମାଧ୍ୟମରେ ଏକାଦଶୀ ଦିନ ଚାଉଳ ଡବାରେ ଏମିତି କେଉଁ ଜିନିଷ ରଖିଲେ ଭାଗ୍ୟ ବଦଳି ଯାଏ ସେହି ବିଷୟରେ କହିବୁ ।

୧ . ଏମିତିରେତ ଏକାଦଶୀ ଦିନ ଭାତ ଖାଇବା ଉଚିତ ନୁହେଁ । କିନ୍ତୁ ମାତା ଲକ୍ଷ୍ମୀଙ୍କର ଚାଉଳ ବେଶ ପ୍ରିୟ । ତାସହିତ ଚାନ୍ଦି ମୁଦ୍ରା , ହଳଦୀ ଏବଂ ସିନ୍ଦୁର ମଧ୍ୟ ପ୍ରିୟ ଅଟେ । ତେଣୁ ଏକାଦଶୀ ଦିନ ଏକ ଚାନ୍ଦି ମୁଦ୍ରା ନେଇ ତାହାକୁ ଗଙ୍ଗା ଜଳରେ ଭାବରେ ଅଭିଷେକ କରି ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହାପରେ ମୁଦ୍ରାରେ ହଳଦୀ ଏବଂ ସିନ୍ଦୁର ଲଗାଇ ଦିଅନ୍ତୁ । ବର୍ତ୍ତମାନ ସେହି ଚାନ୍ଦି ମୁଦ୍ରାକୁ ନେଇ ରୋଷେଇ ଘରର ଚାଉଳ ଡବାରେ ରଖନ୍ତୁ । ମନେ ରଖନ୍ତୁ ଏହାକୁ କୌଣସି ସ୍ଟୋରରେ ରଖନ୍ତୁ ନାହିଁ ବରଂ ରୋଷେଇ ଘରର ଯେଉଁ ଡବାରୁ ପ୍ରତ୍ୟେକ ଦିନ ଚାଉଳ ବାହାର କରି ରୋଷେଇ କରନ୍ତି ସେହି ଡବାରେ ହିଁ ରଖି ଦିଅନ୍ତୁ ।

ଏହି ଉପାୟ କଲେ ଜୀବନରେ କେବେ ଆର୍ଥିକ ସମସ୍ୟା ହେବ ନାହିଁ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ । ଏହାବ୍ୟତୀତ କରଜରୁ ମଧ୍ୟ ମୁକ୍ତି ମିଳିଥାଏ ଓ ଉନ୍ନତି ହୋଇଥାଏ । ଯଦି ରୋଷେଇ ପାଇଁ ଚାଉଳ ବାହାର କରିବା ସମୟରେ ହାତରେ ମୁଦ୍ରା ଚାଲିଆସେ ତେବେ ତାହାକୁ ପୁଣିଥରେ ରଖି ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ଲକ୍ଷ୍ମୀ ସ୍ଥିର ହୋଇଯାଆନ୍ତି । ଏହି ପ୍ରୟୋଗ ଆପଣ ନିଶ୍ଚିତ କରିବା ଉଚିତ । କିନ୍ତୁ ଜରୁରୀ ନୁହେଁ ଯେ ପ୍ରତି ମାସରେ ଦୁଇଥର ମୁଦ୍ରା ରଖିବେ । କାରଣ ମାସରେ ଦୁଇଥର ଏକାଦଶୀ ଆସିଥାଏ । ଗୋଟିଏ ଏକାଦଶୀ ଶୁକ୍ଳପକ୍ଷରେ ଏବଂ ଅନ୍ୟଟି କୃଷ୍ଣପକ୍ଷରେ ।

ଆପଣ ଦୁଇଟି ଏକାଦଶୀ ପାଳନ କରିବା ସମ୍ଭବ ନହେଲେ କେବଳ ଶୁକ୍ଳପକ୍ଷ ଏକାଦଶୀ ହିଁ ପାଳନ କରନ୍ତୁ ଏବଂ ଏହି ଦିନ ଏହି ଉପାୟ କରନ୍ତୁ । ସେହିଦିନ ହିଁ ମୁଦ୍ରାକୁ ଚାଉଳ ଡବାରେ ରଖନ୍ତୁ ଏବଂ ଆଗାମୀ ଦୀପାବଳିରେ ତାହାକୁ ବଦଳାଇ ଦିସନ୍ତୁ । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । ତେଣୁ ଏହିଦିନ ମୁଦ୍ରାକୁ ବାହାର କରି ଭଲଭାବରେ ଗଙ୍ଗା ଜଳ ଅଭିଷେକ କରି ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏବଂ ପୂଜାପାଠ ପରେ ତାହାକୁ ପୁଣିଥରେ ଚାଉଳରେ ରଖି ଦିଅନ୍ତୁ । ଏପରି କଲେ ଘରେ ଧନର ଅଭାବ ହେବ ନାହିଁ ଏବଂ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ଏହାବ୍ୟତୀତ ଆପଣ ଚାହିଁଲେ ଚାଉଳ ଡବାରେ ଦଦୁଇଟି ଲବଙ୍ଗ ମଧ୍ୟ ରଖିପ ପାରିବେ । ଯାହାଦ୍ୱାରା କାହାରି ତନ୍ତ୍ରବିଦ୍ୟା ଏବଂ ଖରାପ ନଜର ଆପଣଙ୍କ ଉପରରେ ପଡନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *