ଶ୍ରାବଣ ମାସରେ ବାବହିତ ମହିଳା ଭୁଲରେବି ଏହି କାମ ଆଦୋୖ କରନ୍ତୁ ନାହିଁ , ଜାଣନ୍ତୁ ପରିଣାମ

ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର ମାସ ଅଟେ । ଏହି ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ । ଏହିମାସରେ ଶିବଙ୍କ ବିଶେଷ କୃପା ପ୍ରାପ୍ତ କରିବା ପାଇଁ ବ୍ରତ ମଧ୍ୟ ରଖାଯାଏ । ଏହି ମାସରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିନଥାଏ । ଶ୍ରାବଣ ପୂର୍ଣ୍ଣିମା ମାସର ସୋମବାର ବ୍ରତ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । କିନ୍ତୁ ଏହି ଶ୍ରାବଣ ମାସରେ ବିବାହିତା ମହିଳାଙ୍କୁ ଭୁଲରେବି ଏହି ଦିନ କେଶ ଧୋଇବା ଉଚିତ ନୁହେଁ ନଚେତ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଏ ।

୧ . ଅମାବାସ୍ୟା , ପୂର୍ଣ୍ଣିମା କିମ୍ବା ଏକାଦଶୀ ତିଥିରେ ବିବାହିତା ମହିଳା କେଶ ଧୋଇବା ଉଚିତ ନୁହେଁ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ମାନଙ୍କରେ ଚନ୍ଦ୍ର ଉଚ୍ଚ କିମ୍ବା ନିଚ୍ଚ ସ୍ଥିତିରେ ଥାଆନ୍ତି ଏବଂ ଚନ୍ଦ୍ର ମସ୍ତକକୁ ମଧ୍ୟ ପ୍ରଭାବିତ କରିଥାଏ । ତେଣୁ ଏହିଦିନ ମାନଙ୍କରେ ଭୁଲରେବି କେଶ ଧୋଇବା ଉଚିତ ନୁହେଁ ।

୨ . ଯେଉଁ ଦିନ ଆପଣ କୌଣସି ବ୍ରତ ରଖୁଛନ୍ତି ତେବେ ଭୁଲରେବି ସେହିଦିନ କେଶ ଧୁଅନ୍ତୁ ନାହିଁ । ବରଂ ତାହାର ଗୋଟିଏ ଦିନ ପୂର୍ବରୁ ହିଁ କେଶ ଧୋଇ ନିଅନ୍ତୁ । କିନ୍ତୁ ଯଦି ଅତି ଆବଶ୍ୟକ ପଡ଼େ ତେବେ ପ୍ରଥମେ ଏକ ମନ୍ଦାର ଫୁଲର ପାଖୁଡ଼ାକୁ ଚୂର୍ଣ୍ଣ କରି ମୁଣ୍ଡରେ ଲଗାନ୍ତୁ ଏବଂ କେଶ ଧୁଅନ୍ତୁ ।

୧ . ସୋମବାର :-

ଯଦି ଆପଣ ସୋମବାର ବ୍ରତ କରୁଛନ୍ତି ତେବେ ସେହିଦିନ କେଶ ଧୁଅନ୍ତୁ ନାହିଁ । କିନ୍ତୁ ଯଦି ଅତି ଆବଶ୍ୟକ ପଡ଼େ ତେବେ ପଳାଶ ଫୁଲକୁ ହାତରେ ଘଷି ମୁଣ୍ଡରେ ଲଗାନ୍ତୁ ଏବଂ ତାପରେ କେଶ ଧୋଇ ନିଅନ୍ତୁ । ଏହାଦ୍ବାରା କୌଣସି ଅଶୁଭ ପରିଣାମ ଭୋଗିବାକୁ ପଡ଼ିବ ନାହିଁ ଏବଂ ମହାଦେବ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ିବ ନାହିଁ ।

୨ . ମଙ୍ଗଳବାର :-

ମଙ୍ଗଳବାରରେ ମଧ୍ୟ କେଶ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖାଦେବା ସହିତ ବୈବାହିକ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଯଦି ଆପଣ ଧୋଇବାକୁ ଚାହୁଁଛନ୍ତି ତେବେ ଅଁଳା ରସ ମୁଣ୍ଡରେ ଲଗାଇବା ପରେ ହିଁ କେଶ ଧୁଅନ୍ତୁ ।

୩ . ବୁଧବାର :-

ଏହିଦିନ ମହିଳା ଚାହିଁଲେ କେଶ ଧୋଇ ପାରିବେ । କିନ୍ତୁ ଯଦି ଆପଣଙ୍କର କେହି ସାନ ଭାଇ ଭଉଣୀ ଅଛନ୍ତି ତେବେ କେଶ ଧୁଅନ୍ତୁ ନାହିଁ । କାରଣ ଏହି ବାରର ଆଧିପତ୍ୟ ଗ୍ରହ ବୁଧ ସାନ ଭାଇ ଭଉଣୀଙ୍କ କାରକ ହୋଇଥାନ୍ତି । ଏହାଦ୍ବାରା ସାନ ଭାଇ ଭଉଣୀଙ୍କୁ ଦୋଷ ଭୋଗିବାକୁ ପଡ଼ିଥାଏ । କିନ୍ତୁ ତଥାପି ଯଦି ଆପଣ କେଶ ଧୋଇବାକୁ ଚାହୁଁଛନ୍ତି ତେବେ ବରୁଣ ଦେବ କିମ୍ବା ଗଣେଶଙ୍କୁ ପୂଜା କରି ଆରାଧନା କରନ୍ତୁ ଏବଂ ବଡ଼ ଭାଇ ବନାଇ ନିଅନ୍ତୁ । ଏହାବ୍ୟତୀତ ମୁଣ୍ଡରେ ତୁଳସୀ ପତ୍ର ରସ ଲଗାଇ ମଧ୍ୟ ଧୋଇ ପାରିବେ । ଏହାଦ୍ବାରା ସବୁ ପ୍ରକାରର ସଙ୍କଟ ଦୂରେଇ ଯିବ ।

୪ . ଗୁରୁବାର :-

ଗୁରୁବାର ଦିନ ବିବାହିତା ମହିଳା କିମ୍ବା ପୁରୁଷ ଉଭୟେ କେଶ ଧୋଇବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହେବା ସହିତ ଗୁରୁ ଗ୍ରହର ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ । କିନ୍ତୁ ଯଦି ଆପଣ ଏହି ଦିନ କେଶ ଧୋଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ହଳଦୀ ଏବଂ ବେସନ ମିଶାଇ କେଶରେ ଲଗାନ୍ତୁ ଏବଂ ତାପରେ ହିଁ କେଶ ଧୁଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଶାନ୍ତ ରହିବେ ।

୫ . ଶୁକ୍ରବାର :-

ଶୁକ୍ରବାର ଦିନ ବିବାହିତା ମହିଳା ମାନେ କେଶ ଧୋଇ ପାରିବେ । କିନ୍ତୁ ଯଦି ଆପଣଙ୍କର ସନ୍ତାନ ଥାଏ କିମ୍ବା ସନ୍ତାନ ପ୍ରାପ୍ତି ପାଇଁ କାମନା କରିଛନ୍ତି ତେବେ ଏହିଦିନ କେଶ ଧୁଅନ୍ତୁ ନାହିଁ । ତଥାପି ଯଦି କୌଣସି ଅନିର୍ବାର୍ଯ୍ୟ କାରଣରୁ କେଶ ଧୋଇବାକୁ ପଡ଼େ ତେବେ କେଶରେ ପ୍ରଥମେ ଦହି ଲଗାନ୍ତୁ । ତାପରେ କେଶ ଧୋଇ ଦିଅନ୍ତୁ ।

୬ . ଶନିବାର :-

ଶନିଙ୍କୁ ନ୍ୟାୟ ଅନୁଯାୟୀ ସବୁ ଦେବଦେବୀଙ୍କ ଠାରୁ ଶ୍ରେଷ୍ଠ ସ୍ଥାନରେ ରଖା ଯାଇଛି । ତେଣୁ ବିବାହିତା ମହିଳା ଯଦି ଶନିବାର ଦିନ କେଶ ଧୁଅନ୍ତି ତେବେ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିବ । କିନ୍ତୁ ଯଦି କୌଣସି ଅନିର୍ବାର୍ଯ୍ୟ କାରଣରୁ କେଶ ଧୋଇବାକୁ ପଡ଼େ ତେବେ କେଶକୁ ପ୍ରଥମେ କଞ୍ଚା କ୍ଷୀରରେ ଧୁଅନ୍ତୁ । ତାପରେ ଆପଣ ନିଜର କେଶ ଧୋଇ ପାରିବେ । ଏହାଦ୍ବାରା ଶନିଦେବ କ୍ରୋଧିତ ହେବେ ନାହିଁ ।

୭ . କୌଣସି ବିବାହିତ ମହିଳା କେଶ ନଧୋଇ ଯଦି ମଥାରେ ସିନ୍ଦୁର ଦିଏ ତେବେ ସେ ପୂଜାରେ ବସିବାର ଯୋଗ୍ୟ ହୋଇଯାଏ । କାରଣ ପୁରାଣ ଅନୁଯାୟୀ ବିବାହିତା ମହିଳା ସିନ୍ଦୁର ଦେଉଥିବା ସିନ୍ଥିକୁ ଗଙ୍ଗା ସ୍ଥାନ କୁହାଯାଏ । ଯେଉଁଠି ସିନ୍ଦୁର ଭରିବା ଦ୍ୱାରା ବିବାହିତା ମହିଳା ସୌଭାଗ୍ୟବତୀ ହୋଇଥାଏ । କିନ୍ତୁ ପୁରୁଷ ମାନଙ୍କୁ ପ୍ରତ୍ୟେକ ଦିନ କେଶ ଧୋଇ ହିଁ ପୂଜାରେ ବସିବା ଉଚିତ ।

Leave a Reply

Your email address will not be published. Required fields are marked *