ଜୁଲାଇ ୧୦ ମହାଦେବଶୟନୀ ଏକାଦଶୀ ରେ ତୁଳସୀରେ ଚଢ଼ାନ୍ତୁ ଏହି ଗୋଟିଏ ଜିନିଷ , ଦାରିଦ୍ର୍ୟତା ସବୁଦିନ ପାଇଁ ଦୂରେଇ ଯିବ :-

ପ୍ରତ୍ୟେକ ମାସର ଏକାଦଶୀର ଏକ ବିଶେଷ ମହତ୍ତ୍ୱ ରହିଥାଏ । ମାତ୍ର ଦେବଶୟନୀ ଏକାଦଶୀ ଯେଉଁ ଦିନ ଠାରୁ ଶ୍ରୀହରି ବିଷ୍ଣୁ ଯୋଗ ନିଦ୍ରା ଯାଆନ୍ତି , ତାହାକୁ ମହତ୍ତ୍ୱପୂର୍ଣ୍ଣ କରିବାର ଅନେକ କିଛି ଉପାୟ ରହିଛି । ସାଧରଣତଃ ଏହିଦିନ ବିଷ୍ଣୁ ଯୋଗନିଦ୍ରା ଯିବା ଦ୍ୱାରା ବିବାହ , ଯଜ୍ଞ ଭଳି ସବୁ ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ । କାରଣ ଏସବୁ ଶୁଭ କାର୍ଯ୍ୟରେ ଶ୍ରୀହରି ଆଶୀର୍ବାଦ ଦେଇ ପାରନ୍ତି ନାହିଁ । କିନ୍ତୁ ଏହିଦିନ ତୁଳସୀ ଗଛରେ କିଛି ଜିନିଷ ଅର୍ପଣ କଲେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଯୋଗନିଦ୍ରା ସହିତ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଆଜିକାର ଲେଖାରେ ଆମେ ସେହିସବୁ ଉପାୟ ବିଷୟରେ କହିବୁ । ସାଧରଣତଃ ଆଷାଢ଼ ମାସ ଶୁକ୍ଳପକ୍ଷରେ ଏହି ଦ୍ରବଶୟନୀ ଏକାଦଶୀ ଆସିଥାଏ । ଏହାସହିତ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଦେବଉଠାୟନ କରି ଏକାଦଶୀ କୁହାଯାଏ । ଯେଉଁ ସମୟରେ ବିଷ୍ଣୁ ଯୋଗନିଦ୍ରାରୁ ଉଠନ୍ତି । ଏହି ଚାରି ମାସ କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏନାହିଁ । ଏହି ଚାରିମାସ ଭଗବାନ ବିଷ୍ଣୁ ପାତାଳଲୋକରେ ବାସ କରନ୍ତି । ସେହି ଚାରି ମାସ ଯୋଗନିଦ୍ରାରେ ଭଗବାନ ଶିବ ସୃଷ୍ଟିର ଚାଳନା କରନ୍ତି ।

ଚଳିତ ବର୍ଷ ଜୁଲାଇ ୨୦ ମଙ୍ଗଳବାରରେ ଦେବଶୟନୀ ଏକାଦଶୀ ଏବଂ ନଭେମ୍ବର ୧୪ ରେ ଦେବଉଠନୀ ଏକାଦଶୀ ପାଳିତ ହେବ । ତେବେ ଏହି ଚାରି ମାସ ମଧ୍ୟରେ ସୃଷ୍ଟିର ପାଳନ ମହାଦେବ ଶିବ କରନ୍ତି ଏବଂ ଏହି ଚାରି ମାସ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ପୂଜା ହୋଇଥାଏ । ଯେହେତୁ ଭଗବାନ ବିଷ୍ଣୁ ପାତାଳରେ ଯୋଗନିଦ୍ରା ଯାଆନ୍ତି । କିନ୍ତୁ ଏହି ସମୟରେ ଶିବଙ୍କୁ ମନେଇବା ପାଇଁ କିଛି ମହାପ୍ରୟୋଗ ମଧ୍ୟ କରାଯାଏ । ଏହି ମହାପ୍ରୟୋଗ ଅନୁଯାୟୀ ତୁଳସୀ ଗଛରେ କିଛି ଜିନିଷ ଅର୍ପଣ କଲେ ଜୀବନରୁ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।

୧ . ଯଦି ଆପଣଙ୍କର କୌଣସି ପ୍ରକାରର ଆର୍ଥିକ ସମସ୍ୟା ରହିଛି କିମ୍ବା ଆପଣ କୌଣସି ପ୍ରକାରର କରଜରେ ବୁଡ଼ି ରହିଛନ୍ତି ତେବେ ଦେବଶୟନୀ ଏକାଦଶୀ ଦିନ ସକାଳ ସମୟରେ ଏକ ଲୋଟାରେ ପାଣି ନେଇ ସେଥିରେ କିଛି ମିଠା ବସ୍ତୁ ମିଶାଇ ନେଇ ଯାଆନ୍ତୁ । ସେହି ଜଳକୁ ଏକ ଅଶ୍ୱତ୍ଥ ବୃକ୍ଷରେ ଅର୍ପଣ କରନ୍ତୁ ଏବଂ ଓଁ ନମଃ ଭଗବତେ ବାସୁଦେବାୟ ଜପ କରନ୍ତୁ । ଏହାପରେ ସେହି ଅଶ୍ୱତ୍ଥ ବୃକ୍ଷ ତଳେ ହଳଦୀରେ ନିଜର ସମସ୍ୟା ଲେଖନ୍ତୁ । ଲେଖିବା ସମୟରେ ଭଗବାନଙ୍କ ଜପ କରନ୍ତୁ । ତାପରେ ଘରକୁ ଫେରି ଆସନ୍ତୁ । ସେହିଦିନ ସନ୍ଧ୍ୟାରେ ଅଶ୍ୱତ୍ଥ ବୃକ୍ଷ ତଳେ ଏକ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ସେଥିରେ ଏକ ଲବଙ୍ଗ ପକାନ୍ତୁ । କାରଣ ଏକାଦଶୀ ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ବାସ କରନ୍ତି । ଏହାଦ୍ବାରା ଆପଣଙ୍କର ସବୁ କରଜ ସମସ୍ୟା ଦୂରେଇ ଯିବ ଏବଂ ଧନ ପ୍ରାପ୍ତି ମଧ୍ୟ ହେବ ।

୨ . ଆଉ ଏକ ଉପାୟ ଅନୁଯାୟୀ ଏକାଦଶୀ ଦିନ ତୁଳସୀରେ ଜଳ ଅର୍ପଣ କରନ୍ତୁ । ମନେ ରଖନ୍ତୁ ଏହି ଦିନ ତୁଳସୀ ଗଛକୁ ଛୁଇଁବା ଉଚିତ ନୁହେଁ କାରଣ ଏହିଦିନ ମାତା ତୁଳସୀ ଶ୍ରୀହରିଙ୍କ ସହ ରହନ୍ତି । ତେଣୁ ଏକ ଲୋଟାରେ ପାଣି ନେଇ ସେଥିରେ ଅଳ୍ପ କ୍ଷୀର ଏବଂ ମିଠା ବସ୍ତୁ , ଏକ ଚିମୁଟା ହଳଦୀ ଏବଂ କିଛି ଫୁଲ ପାଖୁଡ଼ା ମିଶାଇ ତୁଳସୀ ଗଛକୁ ନଛୁଇଁ ମାଟିରେ ଅର୍ପିତ କରନ୍ତୁ । ଏହାପରେ ତୁଳସୀ ମାଟି ଆଣି ନିଜ ମୁଣ୍ଡରେ ଲଗାଇବା ସହିତ ଘରର ସଦସ୍ୟଙ୍କ ତିଳକ ମଧ୍ୟ କରନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହେବା ସହିତ ଆର୍ଥିକ ସମସ୍ୟା ଦୂର ହୋଇଯିବ ଏବଂ ଧନ ପ୍ରାପ୍ତି ହେବ । ଯଦି ଆପଣଙ୍କର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଦୃଢ଼ ମନସ୍କାମନା ଥାଏ ତେବେ ଏହିଦିନ ତୁଳସୀ ମାଟିରେ ଏକ ମୁଦ୍ରା ଏବଂ ଲବଙ୍ଗ ପପୋତି ମାତା ତୁଳସୀ ଏବଂ ବିଷ୍ଣୁଙ୍କୁ ନିଜର ମନସ୍କାମନା କରନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ନିସ୍ଚତ ଭାବରେ ପୂରଣ ହୋଇଯିବ ।

୩ . ଧଣିଆ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେଣୁ ଏହି ଏକାଦଶୀ ଦିନ ଏକ କଳସିରେ ଧଣିଆ ପତ୍ର ନେଇ ସେଥିରେ ଏକ ମୁଦ୍ରା ଏବଂ ପାଣି ମିଶାଇ ପୂଜା ସ୍ଥାନରେ ରଖନ୍ତୁ । ଦ୍ଵାଦଶୀ ଦିନ ମୁଦ୍ରାକୁ ବାହାର କରି ରଖି ନିଅନ୍ତୁ ଏବଂ ଧଣିଆ ପତ୍ରରୁ ଅଳ୍ପ ନେଇ ମାଟିରେ ପୋତି ଦିଅନ୍ତୁ । ଆଉ କିଛି ଧଣିଆ ପତ୍ରକୁ ଏକ ପାତ୍ରରେ ରଖି ଘରର ପୂର୍ବ ଦିଗରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରକୁ ଖୁସି ଆସିଥାଏ ଏବଂ ଆର୍ଥିକ ସମସ୍ୟା ଦୂରେଇ ଯାଏ । ଏହାଦ୍ବାରା ଘର ଉପରେ ଥିବା ନଜର ଦୋଷ ଏବଂ କରଜ ସମସ୍ୟା ମଧ୍ୟ ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *