ଭଲ ସମୟ ଆସିଲେ ତୁଳସୀ ଦେଇଥାଏ ଏହି ସଙ୍କେତ ଏବଂ ହୋଇଥାଏ ଧନ ପ୍ରାପ୍ତି :-

ଭ୍ରମବୈବର୍ତ୍ତ ପୁରାଣ ଅନୁସାରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ହୋଇଥାଏ । ପ୍ରତ୍ୟେକ ଦିନ ଯେଉଁ ବ୍ୟକ୍ତି ତୁଳସୀର ପୂଜା କରିଥାଏ ତାକୁ କେବେ ଦୁଃଖ କଷ୍ଟ ଏବଂ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ । ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ତୁଳସୀ ବେଶ ପ୍ରିୟ । ବିନା ତୁଳସୀରେ ଭଗବାନ ବିଷ୍ଣୁ କୌଣସି ଭୋଗ ଗ୍ରହଣ କରନ୍ତି ନାହିଁ । ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ତୁଳସୀଙ୍କୁ ନମସ୍କାର କରେ ସେହି ବ୍ୟକ୍ତିର ଜୀବନକୁ କେବେବି କୌଣସି ସଙ୍କଟ ଆସେ ନାହିଁ । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ତୁଳସୀ ସେବନ କରିଥାଏ ସେହି ବ୍ୟକ୍ତିକୁ କୌଣସି ରୋଗ ହୁଏ ନାହିଁ । କାରଣ ତୁଳସୀ ଥାଏ ଏକାଧିକ ରୋଗ ନିରାକରଣ କରିବାର ତତ୍ତ୍ୱ ରହିଛି ।

ଏହାବ୍ୟତୀତ ଘର ଚାରିପାଖରେ ତୁଳସୀ ଗଛ ଲଗାଇଲେ ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଯାହାଦ୍ୱାରା ପରିବାରରେ ଖୁସି ବଜାୟ ରହେ । ତୁଳସୀକୁ ଦେବୀ ବୃନ୍ଦାବତୀ ମଧ୍ୟ କୁହାଯାଏ । ତେଣୁ ସବୁ ଘରେ କୌଣସି ଗଛ ଥାଉ କିମ୍ବା ନଥାଉ ତୁଳସୀ ଗଛ ନିଶ୍ଚୟ ରହିବା ଆବଶ୍ୟକ । ତେଣୁ ତୁଳସୀ ଗଛ ଆମ ଘରକୁ ଅନେକ ସମସ୍ୟାରୁ ମୁକ୍ତ କରିବା ସହିତ ଅନେକ ସଙ୍କେତ ମଧ୍ୟ ଦେଇଥାଏ ଯାହାକି ବର୍ତ୍ତମାନ ଏବଂ ଭବିଷ୍ୟତ ସହିତ ଜଡ଼ିତ ଥାଏ । ତେଣୁ ଘରକୁ ଆସୁଥିବା ସମସ୍ୟା କିମ୍ବା ଆସିବାକୁ ଯାଉଥିବା ଖୁସି ଖବର ବିଷୟରେ ତୁଳସୀ ଆମକୁ ପୂର୍ବରୁ ହିଁ ସୂଚନା ଦେଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

୧ . ଅନେକ ସମୟରେ ଘରର ତୁଳସୀ ଗଛ ଶୁଖିଯାଏ । ଯାହାକି ଘରେ କୌଣସି ନକରାତ୍ମକ ଶକ୍ତି ଥିବାର ଆଭାସ ଦେଇଥାଏ । ଏହାବ୍ୟତୀତ ଭବିଷ୍ୟତରେ ଘର ଉପରକୁ ଆସିବାକୁ ଯାଉଥିବା ସମସ୍ୟା ବିଷୟରେ ମଧ୍ୟ ସୂଚିତ କରିଥାଏ । ଅନେକ ସମୟରେ ତୁଳସୀ ଗଛ ଶୁଖିବା ଘରେ ହଠାତ ଅଧିକ ଧନ ଖର୍ଚ୍ଚ ହେବାର ସଙ୍କେତ ଦେଇଥାଏ । ତେଣୁ ତୁଳସୀ ଗଛକୁ ଶୁଖିବାକୁ ଦେବା ଉଚିତ ନୁହେଁ ।

୨ . ଯଦି ତୁଳସୀ ଗଛରୁ ସବୁଜ ପତ୍ର ବିନା କାରଣରେ ଝଡ଼ିଥାଏ ତେବେ ଏହା ପାରିବାରିକ କହହ ଏବଂ ବିବାଦ ସମ୍ବନ୍ଧରେ ସୂଚନା ଦେଇଥାଏ । ତେଣୁ ପାରିବାରିକ କ୍ଳେଶ ଠାରୁ ଦୂରେଇ ରହିବା ପାଇଁ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

୩ . ତୁଳସୀ ଗଛ ମୂଳରେ ଅନ୍ୟାନ୍ୟ ଛୋଟ ଛୋଟ ଗଛ ଉଠିଲେ ତାହା ଭଲ ସଙ୍କେତ ଦେଇଥାଏ । ଏହାର ଅର୍ଥ ଏହା ଯେ ଆପଣଙ୍କ ଘରକୁ କିଛି ଖୁସି ଖବର ଆସିବାକୁ ଯାଉଛି ଏବଂ ହଠାତ ଧନ ପ୍ରାପ୍ତି ହେବାକୁ ଯାଉଛି ।

୪ . ଅନେକ ସମୟରେ ତୁଳସୀ ଗଛ ମୂଳରେ ପିମ୍ପୁଡ଼ି ଦେଖାଦେଇଥାଏ ଯାହା ଧୀରେ ଧୀରେ ତୁଳସୀ ଗଛକୁ ନଷ୍ଟ କରିବାରେ ଲାଗି ପଡ଼ନ୍ତି । ଯାହାର ଅର୍ଥ ଆପଣଙ୍କ ଘର ଉପରେ କେହି ବାହାର ବ୍ୟକ୍ତି ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଅନ୍ୟ ବ୍ୟକ୍ତି କାରଣରୁ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ।

୫ . ତୁଳସୀ ଗଛ ଉପରେ ରଙ୍ଗୀନ ପ୍ରଜାପତି , ଚଢ଼େଇ କିମ୍ବା କୋଇଲି ଆସି ବସିଲେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଅର୍ଥାତ ଖୁବଶୀଘ୍ର ଆପଣଙ୍କୁ ଧନ ଲାଭ ହେବାକୁ ଯାଉଛି ।

୬ . ଅନେକ ଲୋକଙ୍କ ଘର ଆଗରେ ଯେତେଥର ତୁଳସୀ ଗଛ ଲଗାଇଲେ ବି ଗଛ ମରିଯାଏ । ଏହାର ଅର୍ଥ ଘରେ କୌଣସି ନକରାତ୍ମକ ଶକ୍ତିର ଉପସ୍ଥିତି ରହିଛି । ତେଣୁ ଏମିତିରେ ଘଟେ ନିଶ୍ଚିତ ଭାବରେ ସତ୍ୟନାରାୟଣ କଥା କିମ୍ବା ଗୃହ ଶାନ୍ତି ଯଜ୍ଞର ଆୟୋଜନ କରନ୍ତୁ । ଏହାଦ୍ବାରା ସବୁ ସମସ୍ୟା ଦୂରେଇ ଯିବ ।

୭ . ଯଦି ବ୍ରହ୍ମ ମୁହୁର୍ତ୍ତରେ ଆପଣଙ୍କ ଆଖି ଖୋଲୁଛି ଏବଂ ଆପଣ ଭଗବାନଙ୍କ କଥା ଚିନ୍ତା କରୁଛନ୍ତି । ସେହି ସ୍ମରଣ ଯଦି ଆପଣଙ୍କୁ ସେହି ଦିଗରେ ନେଇ ଯାଉଥିବା ଭଳି ପ୍ରତୀତ ହେଉଛି ତେବେ ଏହା ସଙ୍କେତ ଦେଉଛି ଯଥାଶୀଘ୍ର ଆପଣ ସଫଳତା ପାଇବାକୁ ଯାଉଛନ୍ତି ।

୮ . ଅନେକ ସମୟରେ ଆପଣ ବିନା କାରଣରେ ଖୁସି ହେଉଥିବେ କିମ୍ବା ବିନା କାରଣରେ ହସୁଥିବେ । ଏହାର ସଙ୍କେତ ଏହା ଯେ ଖୁବଶୀଘ୍ର ଆପଣଙ୍କ ଜୀବନକୁ ଖୁସିର ଆଗମନ ହେବାକୁ ଯାଉଛି । ଏହି ସମୟରେ ମନରେ ଈଶ୍ୱର ବାସ କରନ୍ତି । ଯାହାଦ୍ୱାରା ବ୍ୟକ୍ତି ପ୍ରଫୁଲ୍ଲ ରହେ ।

୯ . ଯଦି ଆପଣଙ୍କ ଘରର ଦ୍ୱାରକୁ ବାରମ୍ବାର ଗାଈ ଖାଇବାକୁ ଆସୁଛି । ମାଙ୍କଡ଼ କୌଣସି ଖାଇବା ଜିନିଷ ଉଠାଇ ନେଇ ଯାଉଛି କିମ୍ବା ବିରାଡ଼ି ଛୁଆ ଜନ୍ମ କରିଛି ତେବେ ଏହା ଆଗାମୀ ସମୟ କିପରି ଆପଣଙ୍କ ପାଇଁ ବଳବାନ ହେବ ତାହା ଦର୍ଶାଉଛି ।

୧୦ . ଯଦି କୌଣସି ଛୋଟ ପିଲା ଆପଣଙ୍କୁ ଦେଖି ବାରମ୍ବାର ସ୍ମିତ ହାସ ଦେଉଛି କିମ୍ବା ଆପଣଙ୍କ ଅଗଣାରେ ଛୋଟ ପିଲାମାନେ ଖେଳିବାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଜୀବନକୁ ଅନେକ ଖୁସିର ଆଗମନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *