ବଡ଼ ସୋମବାରରେ ଏହି ତିନୋଟି ଭୁଲ ଆଦୌ କରନ୍ତୁ ନାହିଁ , ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ :-

ସପ୍ତାହରେ ୭ଟି ବାର ଥାଏ । ଏହି ସାତଟି ବାରରେ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । କାରଣ ପ୍ରତ୍ୟେକ ବାର ଗୋଟିଏ ଗୋଟିଏ ଗ୍ରହ ଏବଂ ଦେବତାଙ୍କ ସହିତ ଜଡ଼ିତ । ତେଣୁ ବାର ଅନୁଯାୟୀ ଏବଂ ଦେବତାଙ୍କ ଅନୁଯାୟୀ ଏହିସବୁ ଗ୍ରହରେ ଭିନ୍ନ ଭିନ୍ନ ବିଧିରେ ପୂଜା ମଧ୍ୟ କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ସୋମବାରରେ ମହାଦେବ ଶିବଙ୍କ ପୂଜା କରିବାର କିଛି ବିଧି ବିଷୟରେ କହିବୁ ଏବଂ ଏହି ଦିନ କେଉଁ ଭୁଲ କରିବା ଉଚିତ ନୁହେଁ ତାହା ମଧ୍ୟ କହିବୁ । ଏହାସହିତ ସବୁ ମଣିଷକୁ ଶିବଙ୍କୁ ପୂଜା କରିବା ସମୟରେ କେଉଁ ନିୟମର ପାଳନ କରିବା ଉଚିତ ତାହା ମଧ୍ୟ କହିବୁ ।

୧ . ସୋମବାର ଦିନରେ ଭଗବାନ ଶିବଙ୍କର ଆରାଧନା ହୋଇଥାଏ ଏବଂ ଏହି ବାରର ଅଧିପତି ହେଉଛନ୍ତି ଚନ୍ଦ୍ର ପଣ୍ଡା । ତେଣୁ ଏହିଦିନ ଉଭୟ ଶିବ ଏବଂ ଚନ୍ଦ୍ରଙ୍କ ପୂଜା କରାଯାଏ । କୁହାଯାଏ ଯେ ଭଗବାନ ଶିବ ଖୁବଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ତେଣୁ ବ୍ୟକ୍ତ ଗଣ ସୁଖ ସମୃଦ୍ଧି ପାଇଁ ଶିବଙ୍କ ଆରାଧନା ଏବଂ ପୂଜାପାଠ କରିଥାନ୍ତି । ଏହାବ୍ୟତୀତ ବୈବାହିକ ଜୀବନରେ ସୁଖ ଶାନ୍ତି କାମନା କରି ବିବାହିତା ପୁରୁଷ ଏବଂ ନାରୀ ଶିବଙ୍କ ଉପାସନା କରିଥାନ୍ତି । କୁଆଁରୀ ଝିଅ ମାନେ ମନ ମୁତାବକ ଜୀବନସାଥୀ ପାଇବା ପାଇଁ ସୋମବାର ଦିନ ବ୍ରତ ମଧ୍ୟ ରଖନ୍ତି ।

୨ . ଏହିଦିନ ଉଭୟ ଶିବ ଏବଂ ଚନ୍ଦ୍ରମାଙ୍କୁ ପୂଜା କରାଯାଏ ତେଣୁ ଏହିଦିନ ଶିବଙ୍କ ପ୍ରିୟ କାର୍ଯ୍ୟ ମଧ୍ୟ କରିବା ଉଚିତ । ସୋମବାର ଦିନ ଶିବ ମନ୍ଦିର ଯାଇ ଜଳ ଅର୍ପଣ କରିବା ଉଚିତ । ଏହାସହିତ ପ୍ରିୟ ବେଲପତ୍ର ମଧ୍ୟ ନିଶ୍ଚୟ ଚଢ଼ାଇବା ଉଚିତ । ଶିବଙ୍କୁ ଚନ୍ଦନ ଲେପ ମଧ୍ୟ ଅତ୍ୟନ୍ତ ପ୍ରିୟ । ତେଣୁ ଏହିଦିନ ମହାଦେବଙ୍କୁ ଚନ୍ଦନ ଲେପ କରିବା ମଧ୍ୟ ବିଶେଷ ଫଳଦାୟୀ ହୋଇଥାଏ । ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଉଚିତ । ଏହାଦ୍ବାରା ସୁଖ ସମୃଦ୍ଧି ଏବଂ ଧନ ପ୍ରାପ୍ତି ହୋଇଥାଏ ।

୩ . ମହାଦେବ ଶିବଙ୍କୁ ଧଳା ରଙ୍ଗର ବସ୍ତୁ ଅଧିକ ପ୍ରିୟ ହୋଇଥାଏ । ତେଣୁ ସୋମବାର ଦିନ ଶିବଙ୍କ ପୂଜା ପାଠ ସମୟରେ କ୍ଷୀର ଦହି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ ଏହା ସହିତ ଧଳା ବସ୍ତୁର ଭୋଗ ଲଗାନ୍ତୁ । ଏହାଦ୍ବାରା ଭଗବାନ ଶିବ ଜଲଦି ପ୍ରସନ୍ନ ମଧ୍ୟ ହୁଅନ୍ତି । ସୋମବାର ଦିନ ଧଳା ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୪ . ସୋମବାର ଦିନ କୌଣସି କାମ ପାଇଁ ବାହାରକୁ ଯାଉଥିଲେ ଦର୍ପଣ ଦେଖି ବାହାରନ୍ତୁ । ଏହାଦ୍ବାରା ଏହି କାମ ସଫଳ ହେବା ସହିତ ଯଶଃ ମଧ୍ୟ ପ୍ରାପ୍ତ ହୋଇଥାଏ ।

ସୋମବାର ଦିନରେ କିଛି କାମ ଆଦୌ କରିବା ଉଚିତ ନୁହେଁ ।

୧ . ସୋମବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରି ଶିବ ମନ୍ଦିରକୁ ଯିବା ଆଦୌ ଉଚିତ ନୁହେଁ । ଏହାବ୍ୟତୀତ ଏହି ଦିନ ମହିଳା ମାନେ କେଶ ଧୋଇବା ସହିତ ଉଭୟ ପୁରୁଷ ଓ ମହିଳା ସଂଯମତା ରକ୍ଷା କରିବା ଉଚିତ ।

୨ . ସୋମବାର ଦିନ ନାସପାତି ଏବଂ ମାଂସ ସେବନ କରିବା ଉଚିତ ନୁହେଁ । ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହୁଅନ୍ତି । ସୋମବାର ଦିନ ବ୍ରତ ରଖି କ୍ଷୀର , ଦହି ଏବଂ ଫଳ ଭୋଜନ କରିବା ଉଚିତ ।

୩ . ସୋମବାର ଦିନ ଭୁଲରେବି କାହାକୁ ଅପଶବ୍ଦ କୁହନ୍ତୁ ନାହିଁ । ଏହାଦ୍ବାରା ମାତା ସରସ୍ୱତୀ କ୍ରୋଧିତ ହେବା ସହିତ ମହାଦେବ ଶିବ ମଧ୍ୟ କ୍ରୋଧିତ ହୁଅନ୍ତି ଏବଂ ବ୍ରତ ମଧ୍ୟ ଭାଙ୍ଗିଯାଏ ।

୪ . ଏହିଦିନ ଶିବଙ୍କ ପୂଜା ସହିତ ନନ୍ଦୀ ମହାରାଜଙ୍କ ପୂଜା ମଧ୍ୟ କରନ୍ତୁ । ଶିବଙ୍କୁ ପଶୁ ଖୁବ ପ୍ରିୟ । ତେଣୁ ଏହିଦିନ ଚାରୋଟି ଗୋଡ଼ ଥିବା ପଶୁ ଯେପରିକି ଗୋମାତାଙ୍କ ପୂଜା କରନ୍ତୁ । ଏହିଦିନ ପଶୁକୁ କୌଣସି ପ୍ରକାରର ଅପମାନ କରନ୍ତୁ ନାହିଁ । ଯାହାଦ୍ୱାରା ଶିବ କ୍ରୋଧିତ ହୋଇଯିବେ ।

୫ . ସୋମବାର ଦିନ ଶିବଙ୍କୁ କେତକୀ ଫୁଲ , ତୁଳସୀ , ସିନ୍ଦୁର , କଟା ବେଲପତ୍ର କିମ୍ବା ଖଣ୍ଡିତ ଚାଉଳ ଭୁଲରେବି ଚଢ଼ାନ୍ତୁ ନାହିଁ । ଏହାବ୍ୟତୀତ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ ।

ଏହିଦିନ ଭଗବାନ ଶିବଙ୍କ ସୁଲଭ ମନ୍ତ୍ର ଓଁ ନମଃ ଶିବାୟ ନିଶ୍ଚୟ ଜପ କରନ୍ତୁ । ଭଗବାନ ନିଶ୍ଚିତ ଭାବରେ ଆପଣଙ୍କ ମନସ୍କାମନା ପୂରଣ କରିବେ । ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରି ଗାଈକୁ କିଛି ନା କିଛି ନିଶ୍ଚୟ ଖୁଆନ୍ତୁ । ଏହାଦ୍ବାରା ବ୍ୟକ୍ତିର ବ୍ରତ ସଫଳ ହୋଇଥାଏ । ମଙ୍ଗଳବାର ଦିନ ଗାଈକୁ ରୋଟି ଏବଂ ଲଡ଼ୁ ଖୁଆଇଲେ ବ୍ୟକ୍ତିର ମଙ୍ଗଳ ଶାନ୍ତ ହୋଇଯାଏ । ପୁଣି ବୁଧବାର ଦିନ ଦୁବ ଘାସ କିମ୍ବା ଚାରା ଖୁଆଇଲେ ବୁଧ ଗ୍ରହ ଶାନ୍ତ ହୋଇଯାଆନ୍ତି । ଏଥିରେ ଭଗବାନ ଗଣେଶ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *