କେବଳ ଏହି ଗଛର ମୂଳକୁ ଧାରଣ କରନ୍ତୁ , କେହିବି କିଛି କ୍ଷତି କରିପାରିବେ ନାହିଁ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହେବ :-

ପ୍ରାୟତଃ ଲୋକଙ୍କୁ ନଜର ଲାଗି ଯାଇଥାଏ । ସମୟ ସମୟରେ ନକରାତ୍ମକ ଶକ୍ତି ଏତେ ପ୍ରଭାବ ପକାଇଥାଏ ଯେ ଜୀବନରେ ଅନେକ ସମସ୍ୟା ଦେଖା ଦିଏ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେବେ ଏହାର ସିଧାସଳଖ ଅର୍ଥ ଏହା ଯେ କେହି ଆପଣଙ୍କ ବିରୋଧରେ କିଛି ତନ୍ତ୍ର ମନ୍ତ୍ର କରୁଛନ୍ତି । ସେମାନଙ୍କ ଠାରୁ ବର୍ତ୍ତିବା ପାଇଁ ଆମ ତନ୍ତ୍ର ଶାସ୍ତ୍ରରେ ଏକ ଗଛର ମୂଳ ବିଷୟରେ ଚର୍ଚ୍ଚା କରାଯାଇଛି ଯାହାକୁ ଧାରଣ କରିବା ଦ୍ୱାରା ଜୀବନର ସମସ୍ୟା ସବୁ ଦୂର ହୋଇଯାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗଛର ମୂଳକୁ ଧାରଣ କଲେ ଧନ ସମ୍ବନ୍ଧୀୟ ସମସ୍ୟା , ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏବଂ ଯଦି କାହାକୁ ଆକର୍ଷିତ କରିବାକୁ ଚାହୁଁଥିବେ ତେବେ ସେହି ଇଚ୍ଛା ମଧ୍ୟ ପୂରଣ ହୋଇଯିବ । ଏସବୁ ସମସ୍ୟା ପାଇଁ କେବଳ ଗୋଟିଏ ଗଛର ମୂଳ ହିଁ ଉପଯୋଗୀ ମାତ୍ର ପ୍ରୟୋଗ କରିବାର ଶୈଳୀ ଭିନ୍ନ ଭିନ୍ନ ଅଟେ ।

ଅରଖ ଗଛର ମୂଳର ସାତୋଟି ମହାପ୍ରୟୋଗ ରହିଛି । ମହାଦେବ ଶିବଙ୍କର ଏହି ଗଛ ଅତ୍ୟନ୍ତ ପ୍ରିୟ ଅଟେ । ଏହାର ପ୍ରଭାବ ତନ୍ତ୍ର ବିଦ୍ୟାରେ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ର କରି ଦିଅନ୍ତି ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଅରଖ ଗଛର ମୂଳର ଏକ ପ୍ରୟୋଗ କରାଯାଏ । ସେହି ତନ୍ତ୍ର ମନ୍ତ୍ରରୁ ବାହାରିବା ପାଇଁ ମଧ୍ୟ ଏହାର ପ୍ରୟୋଗ କରାଯାଏ । ଏମିତିକି ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହି ଗଛର ମୂଳ ସହାୟକ ହୋଇଥାଏ । ଯଦି ଆପଣଙ୍କ ଘରେ କାହାରି କିଛି ହୋଇଛି କିମ୍ବା ଛୋଟ ପିଲା ଉପରେ ନଜର ଦୋଷ ଲାଗିଛି ତେବେ ଏକ ଧଳା ଅରଖ ଗଛର ମୂଳ କୌଣସି ରବିବାର ଦିନ ଆଣି ଗଣେଶଙ୍କ ଚରଣରେ ରଖନ୍ତୁ । ଏହାପରେ ‘ ଓଁ ଗଣ ଗଣପତୟେ ନମଃ ‘ ଏହି ମନ୍ତ୍ରର ଜପ କରନ୍ତୁ ।

ସେଥିରୁ ଏକ ଛୋଟ ଟୁକୁଡ଼ା ନେଇ ଏକ ତାବିଜରେ ପୁରାଇ ସବୁଜ ରଙ୍ଗର ସୂତାରେ ବାନ୍ଧି ନିଜ ପକେଟରେ ରଖି ପାରିବେ । ଏହାକୁ ହାତରେ ମଧ୍ୟ ବାନ୍ଧି ପାରିବେ । ଏହାର ଫାଇଦା ଆପଣଙ୍କୁ ନିଶ୍ଚିତ ନଜର ଆସିବ । ଅନେକ ସମୟରେ ଆପଣଙ୍କ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ବୁଧବାର ଦିନ ଅରଖ ଗଛର ମୂଳକୁ ଆଣି ଅସୁସ୍ଥ ବ୍ୟକ୍ତି ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ । ଏହାପରେ ତାହାକୁ କୌଣସି ନଦୀରେ ପ୍ରବାହିତ କରି ବିନା ପଛକୁ ବୁଲି ସିଧା ଘରକୁ ଯାଆନ୍ତୁ । ଦେଖିବେ ଯେ ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମସ୍ୟା ଠିକ ହୋଇଯିବ ।

ଯଦି ଆପଣ ନିଜ ଜୀବନସାଥୀଙ୍କ ଭଲପାଇବା ଚାହୁଁଛନ୍ତି ତେବେ ରବିବାର ଦିନ କିମ୍ବା ଗୁରୁବାର ଦିନ ଏହି ଗଛର ମୂଳକୁ ଆଣି ଅଳ୍ପ ପାଣି ମିଶାଇ ପେଶୀ ଦିଅନ୍ତୁ । ଏହାକୁ ଏକ ବତୀରେ ମିଶାଇ ଶୁଖାଇ ଦିଅନ୍ତୁ । ଏହି ବତୀକୁ ଜଳାଇ କଜଳ ପ୍ରସ୍ତୁତ କରନ୍ତୁ ଏବଂ ତାହାକୁ ନିଜ ଆଖିରେ ଲଗାନ୍ତୁ । ଯେଉଁ ବ୍ୟକ୍ତି ସାମ୍ନାକୁ ଆପଣ ଏହି କଜଳ ଲଗାଇ ଯିବେ ସେହି ବ୍ୟକ୍ତି ଆପଣଙ୍କ ପ୍ରତି ଆକର୍ଷିତ ହେବେ ଏବଂ ଆପଣଙ୍କ ବଶୀଭୁତ ହୋଇଯିବେ । ଯଦି ଘରେ ଧନ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ଘରର ମୁଖ୍ୟଦ୍ୱାରର ଉପରେ ଅରଖ ଗଛର ମୂଳକୁ ଏକ କଳା କପଡ଼ାରେ ବାନ୍ଧି ଟାଙ୍ଗି ଦିଅନ୍ତୁ । ଏପରି କଲେ ଘରେ ନକରାତ୍ମକ ଶକ୍ତି ରହିବ ନାହିଁ ।

ଯଦି ଭୂତପ୍ରେତ ସମ୍ବନ୍ଧିତ କୌଣସି ସମସ୍ୟା ରହିଛି ତେବେ ଧଳା ଅରଖ ଗଛର ମୂଳକୁ ଆପଣ ଧାରଣ କରନ୍ତୁ । ଏହାପୂର୍ବରୁ ଏହାକୁ ହନୁମାନଙ୍କ ଚରଣରେ ରଖିବା ଉଚିତ । ଏପରି କଲେ କୌଣସି ପ୍ରକାରର ଭୂତ ପ୍ରେତ ଆପଣଙ୍କ ପାଖକୁ ଆସିବ ନାହିଁ । ଅନେକ ସମୟରେ ଘରେ ଭିନ୍ନ ଭିନ୍ନ ସମସ୍ୟା ଆସୁଛି ଯେପରିକି କୌଣସି କାମ ହେଉ ହେଉ ବିଗିଡ଼ି ଯାଉଛି କିମ୍ବା ଘରେ ଝିଅ ପୁଅଙ୍କ ବିବାହ ହେଉନାହିଁ ଇତ୍ୟାଦି । ଏପରି ସମସ୍ୟାରେ ଧଳା ଅରଖ ଗଛର ମୂଳ ଆଣି ଗଣେଶଙ୍କ ସାମ୍ନାରେ ରଖନ୍ତୁ । ପୂଜାପାଠ କରି ତାହାକୁ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କଲେ ଘରେ ଶୁଭ କାର୍ଯ୍ୟ ହେବ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *