ସ୍ୱୟଂ ଶ୍ରୀକୃଷ୍ଣଙ୍କ ଉପଦେଶ । ସକାଳୁ ଉଠିବା ମାତ୍ରେ ଭୁଲରେ ବି ଏହି କାମ କରିବା ଉଚିତ ନୁହେଁ । ନଚେତ ଆସିଥାଏ ଦାରିଦ୍ର୍ୟତା

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସଦସ୍ୟଙ୍କୁ କିଛି ଏପରି କାମ ସକାଳୁ ଆଦୋୖ କରିବା ଉଚିତ ନୁହେଁ ଯାହାଦ୍ୱାରା ପରିବାର ଉପରେ ତାହାର ଖରାପ ପ୍ରଭାବ ପଡ଼ିବ ଏବଂ ଦାରିଦ୍ର୍ୟତା ଆସିବ । ତେବେ ସେ ମହିଳା , ପୁରୁଷ କିମ୍ବା ଛୋଟ ପିଲା ହୁଅନ୍ତୁ । ସାଧରଣତଃ ଘରର ମୂଖ୍ୟଦ୍ୱାରର ଅନେକ ମହତ୍ତ୍ୱ ରହିଥାଏ । ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାର ବଡ଼ଏବଂ ଦୁଇ ପାର୍ଶ୍ଵ ଯୁକ୍ତ ହେବା ଆବଶ୍ୟକ । ଏମିତିକି ମୁଖ୍ୟଦ୍ୱାର ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ । କାରଣ ଏହି ଦ୍ୱାର ଦେଇ ମାତା ଲକ୍ଷ୍ମୀ ଏବଂ ଅନ୍ୟାନ୍ୟ ଦେବୀ ଦେବତା ମଧ୍ୟ ଘରକୁ ପ୍ରବେଶ କରିଥାନ୍ତି । ତେଣୁ ଘରର ମହିଳାଙ୍କୁ ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟ ଦ୍ୱାରରେ କଣ କାମ କରିବା ଉଚିତ ସେହି ବିଷୟରେ କହିବୁ ।

୧ . ସକାଳୁ ଉଠିବା ମାତ୍ରେ ଘରର ମହିଳା ମୁଖ୍ୟଦ୍ୱାରର ଦୁଇପାର୍ଶ୍ୱରେ ଜଳ ଢାଳିବା ଉଚିତ । ଆପଣ ଚାହିଁଲେ ଗଙ୍ଗା ଜଳ ଢ଼ାଳି ପାରିବେ କିମ୍ବା ପୂର୍ବ ଦିନ ରାତିରେ ପୂଜା କରୁଥିବା ଲୋଟାରେ ସାଧାରଣ ପାଣି ରଖନ୍ତୁ ଏବଂ ଆଗାମୀ ଦିନ ଘରର ମୁଖ୍ୟଦ୍ୱାରରେ ସେହି ପାଣି ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଘରର ପବିତ୍ରତା ବଜାୟ ରହିବା ସହିତ ସୁଖ ସମୃଦ୍ଧି ଆସିବ ।

୨ . ଶନିବାର ଏବଂ ରବିବାର ଦିନ ଘରର ମୁଖ୍ୟଦ୍ୱାରରେ ଝାଡୁ ମାରିବା ପୂର୍ବରୁ ଦୁଇ ବାଲ୍ଟି କିମ୍ବା ଦୁଇ ମଗ ପାଣି ଢ଼ାଳିବା ପରେ ହିଁ ଝାଡ଼ୁ ମାରନ୍ତୁ । ଏହାଦ୍ବାରା ଯଦି କେହି ଆପଣଙ୍କ ଉପରେ କଳା ଯାଦୁ କିମ୍ବା ତନ୍ତ୍ର ମନ୍ତ୍ର କରିଥିବେ ତାହା ଓଲଟା ସେହି ବ୍ୟକ୍ତି ଉପରେ ପଡ଼ିବ । ଏହାବ୍ୟତୀତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ।

୩ . ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ପାଣିରେ କିଛି ଲୁଣ ଏବଂ ଟିକିଏ ହଳଦୀ ମିଶାଇ ପୋଛା କରନ୍ତୁ । ମାତ୍ର କେବଳ ବୃହଷ୍ପତି ବାରକୁ ଛାଡ଼ି ଏପରି ପୋଛା ମାରିଲେ ବୃହଷ୍ପତି ଦୃଢ଼ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରନ୍ତି ।

୪ . ଘରର ମୁଖ୍ୟ ଦ୍ୱାରରେ ସୋମବାର ଦିନ ଯଦି ଆପଣ ଆମ୍ବ ପତ୍ରରେ ବନ୍ଦନବାର ଲଗାନ୍ତି ତେବେ ଘରେ କୌଣସି ସମସ୍ୟା ଦେଖା ଦିଏ ନାହିଁ ଏବଂ କୌଣସି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୁଏ ନାହିଁ । କିନ୍ତୁ ମନେ ରଖନ୍ତୁ ପ୍ରତ୍ୟେକ ସୋମବାର ଦିନ ତାହାକୁ ବାହାର କରି ପୁଣି ସତେଜ ଆମ୍ବ ପତ୍ର ଲଗାନ୍ତୁ । ସେହିପରି ବୃହଷ୍ପତି ବାରରେ ଅଶୋକ ପତ୍ର ଲଗାନ୍ତୁ । ଏପରି କଲେ ବୃହଷ୍ପତି ମଜବୁତ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି ।

୫ . ଘରର ମୂଖ୍ୟ ଦ୍ୱାରର ଭିତରୁ ପଟୁ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ । ଧ୍ୟାନ ରଖିବେ ଯେପରି ତାହା ବାହାର ପଟେ ଲଗାଇବେ ନାହିଁ । କାରଣ ଶ୍ରୀଗଣେଶଙ୍କ ପିଠିରେ ଦାରିଦ୍ର୍ୟତା ରହିଥାଏ । ଏହାସହିତ ଘରର ଏଣେତେଣେ ଭଗବାନଙ୍କ ଫୋଟ କିମ୍ବା ମୂର୍ତ୍ତି ଟାଙ୍ଗନ୍ତୁ ନାହିଁ । ଏକ ସ୍ୱତନ୍ତ୍ର ପୂଜା ଘରେ କିମ୍ବା ସ୍ୱତନ୍ତ୍ର ସ୍ଥାନରେ ଦେବଦେବୀଙ୍କ ମୂର୍ତ୍ତି ଏବଂ ଫୋଟ ସ୍ଥାପନ କରନ୍ତୁ । ନଚେତ ଦାରିଦ୍ର୍ୟତାର ଆଗମନ ହୋଇଥାଏ ।

୬ . ଘରର ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ଆପଣ ଚାହିଁଲେ ସୋରିଷ ତେଲରେ କିମ୍ବା ଘିଅରେ ସିନ୍ଦୁର ଲଗାଇ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଅମାପ ଧନ ପ୍ରାପ୍ତି ହୋଇଥାଏ ।

୭ . ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ପାଖରେ ଅଳ୍ପ ସ୍ଥାନ ଅଛି ତେବେ ସେଠାରେ ତୁଳସୀ ଗଛ ଲଗାନ୍ତୁ ଏବଂ ପ୍ରତ୍ୟେକ ଦିନ ତୁଳସୀ ଗଛ ମୂଳରେ ଦୀପ ଜଳାଇ ଜଳ ଅର୍ପଣ କରନ୍ତୁ । ଏହାଦ୍ବାରା ମଧ୍ୟ ଘରେ ଧନର ଅଭାବ ହୁଏ ନାହିଁ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଖୁବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରକୁ ନକରାତ୍ମକତା ମଧ୍ୟ ପ୍ରବେଶ କରିବ ନାହିଁ । ଆପଣଙ୍କ ଘର ସାମ୍ନାରେ କିମ୍ବା ଚାରି ପାଖରେ କୌଣସି ସ୍ଥାନରେ ଅରଖ ଗଛ ନିଶ୍ଚିତ ଲଗାନ୍ତୁ । ଏହାଦ୍ବାରା ଘର ଭିତରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *