ଶୁକ୍ରବାର ଦିନ ଗୁଜୁରାତି ଏବଂ ଲବଙ୍ଗରେ କରନ୍ତୁ ଏହି ଉପାୟ ଏତେ ଟଙ୍କା ଆସିବ ଯେ ସମ୍ଭାଳି ପାରିବେ ନାହିଁ।

ସର୍ବଦା ମନୁଷ୍ୟ ନିଜ କର୍ମ ଅନୁଯାୟୀ ହିଁ ଫଳ ପାଇଥାଏ । କିନ୍ତୁ କୌଣସି ସମସ୍ୟା ହେଲେ ମନୁଷ୍ୟ ନିଜ କର୍ମ ଏବଂ ନିଜ ଭୁଲ ନଦେଖି ଦୋଷ ଭାଗ୍ୟ ଉପରେ ଲଦି ଦିଏ । ଯଦି ଆପଣ କୌଣସି ସମୟରେ ସର୍ବଦା ଦୁର୍ଭାଗ୍ୟର ବଶବର୍ତ୍ତୀ ହେଉଛନ୍ତି ବୋଲି ଭାବୁଛନ୍ତି ତେବେ ଏପରି କଣ କରିବେ ଯାହାଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ । ଏହିସମୟରେ ମଣିଷ ପାଇଁ ଅତି ଜରୁରୀ ହୋଇଥାଏ ଧୌର୍ଯ୍ୟ । ବିଶେଷ କରି ଯଦି ମନୁଷ୍ୟ ଖୁବ କଠିନ ପରିଶ୍ରମ କରି ଅସଫଳ ହୁଏ ତେବେ ଏହାକୁ ଦୁର୍ଭାଗ୍ୟ କରି କର୍ମ ପଥରୁ ବିଚ୍ୟୁତ ହୋଇଯାଏ । ଆଉ କିଛି ଲୋକ ହାରିବା ଭୟରେ ହିଁ ହାରି ଯାଆନ୍ତି । ଅର୍ଥାତ କୌଣସି କାର୍ଯ୍ୟରେ ଚେଷ୍ଟା ନକରି ପ୍ରଥମରୁ ହିଁ ପରାଜୟ ସ୍ୱୀକାର କରି ନିଅନ୍ତି ।

ତେଣୁ ପ୍ରୟାସର ଅଭାବ କାରଣରୁ ହିଁ ସଫଳତା ଆମ ହାତରୁ ଚାଲିଯାଏ । ତେଣୁ ସଙ୍କଟ ଏବଂ ଅସଫଳତା ସମୟରେ ଧୌର୍ଯ୍ୟ ଏବଂ ସାହାସତାର ସହିତ କାମ କରିବା ଉଚିତ । ତେଣୁ ପୁରାଣ ଅନୁଯାୟୀ ମନର ଦୃଢ଼ତା , ନିଷ୍ଠା ଏବଂ ବିଶ୍ୱାସ ସହିତ ଯଦି କିଛି ଉପାୟ କରାଯାଏ ତେବେ ଧୌର୍ଯ୍ୟ ଏବଂ ସାହସ ନିଶ୍ଚିତ ଭାବରେ ଆସିଯିବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଲବଙ୍ଗ ଏବଂ ଅଳେଇଚକୁ ବ୍ୟବହାର କରି କରାଯାଉଥିବା କିଛି ଉପାୟ ବିଷୟରେ କହିବୁ ।

ସନାତନ ଧର୍ମରେ ଲବଙ୍ଗ ଏବଂ ଅଳେଇଚକୁ ଖୁବ ପବିତ୍ର ମାନା ଯାଏ । ପୂଜାପାଠରେ ଏସବୁର ବିଶେଷ ମହତ୍ତ୍ୱ ରହିଛି । ଲବଙ୍ଗର ପ୍ରୟୋଗ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ଲାଭଦାୟକ ହୋଇଥାଏ । ଜ୍ୟୋତିଷ ଉପାୟରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଥାଏ । ନିଜର ଭାଗ୍ୟକୁ ବଦଳାଇବା ପାଇଁ ଲବଙ୍ଗର କିଛି ଉପାୟକୁ କେହିବି ଆପଣେଇ ପାରିବେ ।

୧ . ଘରୁ ନକରାତ୍ମକ ଶକ୍ତିକୁ ସବୁଦିନ ପାଇଁ ହଟାଇବା ପାଇଁ ଲବଙ୍ଗର ଏକ ଉପାୟ କରି ପାରିବେ । ଶନିବାର କିମ୍ବା ରବିବାର ଦିନ ଧୂଆଁ ପାତ୍ରରେ ପାଞ୍ଚଟି ଲବଙ୍ଗ , ତିନୋଟି କର୍ପୂର ଏବଂ ତିନୋଟି ବଡ଼ ଅଳେଇଚ ନେଇ ଜଳାଇ ଦିଅନ୍ତୁ । ଯେତେବେଳେ ଅଗ୍ନି ଶିଖା ଉଠିବା ଆରମ୍ଭ କରିବ ସେତେବେଳେ ଏହାକୁ ସାରା ଘରେ ବୁଲାଇ ଦିଅନ୍ତୁ । ଏହା ପୁରା ଜଳିଯିବା ପରେ ଏହାର ଅଙ୍ଗାରକୁ ପାଣିରେ ମିଶାଇ ପୁରା ଘରେ ଜଳ ଛିଟା ମାରନ୍ତୁ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ନାଶ ହେବ ଏବଂ ଘରର ମୁଖ୍ୟ ଦ୍ୱାରରେ ସକାରାତ୍ମକ ଶକ୍ତିର ବାସ ହେବ ।

୨ . ଶୁକ୍ର ଗ୍ରହ ସୁଖ ଶାନ୍ତି ସମୃଦ୍ଧି ଆଦିର ଗ୍ରହ ଅଟେ । ତେଣୁ ଜାତକରେ ଶୁକ୍ର ଗ୍ରହକୁ ବଜବୁତ କରିବା ପାଇଁ ଅଳେଇଚର ଏକ ପ୍ରୟୋଗ ନିଶ୍ଚିତ କରନ୍ତୁ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ ସବୁଜ ଅଳେଇଚ ବ୍ୟବହାର କଲେ ଶୁକ୍ରକୁ ବଳ ମିଳିଥାଏ । ତେଣୁ ଯଦି ଆପଣଙ୍କ ଶୁକ୍ର ଦୁର୍ବଳ ଅଛି ତେବେ ଏକ ପାତ୍ରରେ ପାଣି ନେଇ ସେଥିରେ ଦୁଇଟି ଅଳେଇଚ ପକାଇ ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ତାପରେ ସେହି ପାଣିକୁ ସାଧାରଣ ପାଣିରେ ମିଶାଇ ସ୍ନାନ କରନ୍ତୁ । ତାପରେ ଏକ ମନ୍ତ୍ର ଓଁ ଜୟନ୍ତୀ ମଙ୍ଗଳାକାରୀ ଭଦ୍ରକାଳୀ ଦୁର୍ଗା କ୍ଷମା ଶିବା ସ୍ୱାହା ର ଜପ କରନ୍ତୁ । ଏପରି କଲେ ଅପଣଙ୍କର ସବୁ ରୋଗ ଏବଂ ଶୋକ ଦୂର ହୋଇଯିବ ।

୩ . ଯଦି ଚାକିରୀ କିମ୍ବା ପାଠ ପଢ଼ା ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଶୁକ୍ରବାର କିମ୍ବା କୌଣସି ବାରରେ ଦୁଇଟି ଅଳେଇଚ ରୁ ଏକ ଦାନା ଏବଂ ଏକ ଛୋଟ ମିଶ୍ରୀ ଖଣ୍ଡ ନେଇ ଏକ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଚାକିରୀ ଏବଂ ପାଠ ପଢ଼ା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

ଅନେକ ପରିଶ୍ରମ ପରେ ମଧ୍ୟ ଲୋକଙ୍କୁ ସଫଳତା ମିଳି ପାରେନାହିଁ । ସୁଯୋଗ ହାତରୁ ଯିବା ସହିତ ଆର୍ଥିକ ଚିନ୍ତା ଘେରି ରହିଥାଏ । ଏଭଳି ପରିସ୍ଥିତିରେ କୌଣସି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ସମ୍ମୁଖରେ ସୋରିଷ ତେଲର ଦୀପ ଜଳାନ୍ତୁ ଆଉ ସେଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ। ଏହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ । ହନୁମାନ ଭଗବାନଙ୍କୁ ନିଜର ସମସ୍ୟା ସମ୍ପର୍କରେ କୁହନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ କାମ କରନ୍ତୁ । ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ ।

ବିବାହ ଆଦିରେ ସମସ୍ୟା ଆସୁଥିଲେ କୌଣସି ଶୁକ୍ରବାର ଦିନ ଦୁଇଟି ଅଳେଇଚ , ମିଠା , ଆଉ ଗୋଟିଏ ଘିଅର ଦୀପ ନେଇ ପତ୍ର ଉପରେ ରଖି କୌଣସି ନଦୀରେ ଭସାଇ ଦିଅନ୍ତୁ । ଏହାଦ୍ବାରା ସମସ୍ତ ମନୋସ୍କାମନା ପୂରଣ ହେବା ସହିତ ବିବାହରେ ଆସୁଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବ ।

ଆର୍ଥିକ ସମସ୍ୟା ଆସୁଥିଲେ ଏବଂ ଅସହାୟ ଅନୁଭବ କରୁଥିଲେ ଦୁଇଟି ଅଳେଇଚ ସହ କିଛି ଟଙ୍କାକୁ କୌଣସି ହିଞ୍ଜଡ଼ାଙ୍କୁ ଦେଇ ଦିଅନ୍ତୁ । ଏହାବ୍ୟତୀତ ନିଜ ପାଖରେ ସବୁବେଳେ ଅଳେଇଚ ରଖିଥାଅନ୍ତୁ । ଏହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କରେ ତିକ୍ତତା ଆସୁଥିଲେ କୌଣସି ଶୁକ୍ରବାର ଦିନ ଦୁଇଟି ଅଳେଇଚକୁ ନିଜ ଶରୀର ସହ ସ୍ପର୍ଶ କରାଇ ଗୋଟିଏ କପଡାରେ ଗୁଡ଼ାଇ ନିଜ ପାଖରେ ରଖନ୍ତୁ ଆଉ ଶନିବାର ଦିନ ସକାଳେ ଏହାକୁ ଗୁଣ୍ଡ କରି କୌଣସି ଖାଦ୍ୟରେ ମିଶାଇ ଦେଇ ନିଜ ଜୀବନସାଥୀଙ୍କୁ ଖୁଆଇ ଦିଅନ୍ତୁ । ଏଭଳି କ୍ରମାଗତ ଭାବରେ ତିନୋଟି ଶୁକ୍ରବାର କରନ୍ତୁ । ଏହାଦ୍ବାରା ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଧୀରେ ଧୀରେ କମ୍ ହୋଇଯିବ ।

Leave a Reply

Your email address will not be published. Required fields are marked *