ଯେଉଁ ସ୍ତ୍ରୀଙ୍କ ଅଙ୍ଗ ଗଠନ ଏହି ବିଶେଷ ଧରଣର ହୋଇଥାଏ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ମହିଳା ମାନଙ୍କ ଉପରେ ହିଁ ଘରର ସୁଖଶାନ୍ତି ନିର୍ଭର କରିଥାଏ । ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ କରିପାରେ କିମ୍ବା ନର୍କ କରିପାରେ । ମହିଳାର ସ୍ଵଭାବ ଉପରେ ହିଁ ସେହି ପରିବାର ସଦସ୍ୟଙ୍କ ପ୍ରକୃତି ଏବଂ ସ୍ଵଭାବ ନିର୍ଭର କରିଥାଏ । ସାଧରଣତଃ ବିବାହ ପୂର୍ବରୁ ଉଭୟ ପୁରୁଷ ଏବଂ ନାରୀ ଜଣେ ଉତ୍ତମ ଜୀବନସାଥୀ ଆଶା କରନ୍ତି । ପୁରୁଷ ମାନେ ଏପରି ଜୀବନସାଥୀ ଆଶା କରନ୍ତି ଯିଏ ଘରର ସବୁ ଲୋକଙ୍କ ଯତ୍ନ ନେଇପାରିବ । ଘରକୁ ଭଲ ଭାବରେ ପରିଚାଳିତ କରିବ ଏହା ବ୍ୟତୀତ ଗୁରୁଜନ ମାନଙ୍କୁ ସମ୍ମାନ କରିଥିବ । ସେହିପରି ନାରୀ ମାନେ ମଧ୍ୟ ଏପରି ଜୀବନସାଥୀ ଆଶା କରନ୍ତି ଯିଏ ତାଙ୍କର ସବୁ ସମୟରେ ସାଥିରେ ରହି ପାରୁଥିବ , ସବୁବେଳେ ଭରସା କରୁଥିବ ଏବଂ ଯତ୍ନ ନେଇ ପାରୁଥିବ । କିନ୍ତୁ ଜଣେ ନାରୀ ସ୍ଵଭାବରେ ଭଲ କି ଖରାପ ଏ ସମ୍ବନ୍ଧରେ ଅନେକ ଲୋକ ଜାଣି ପାରନ୍ତି ନାହିଁ ।

କିନ୍ତୁ ଆଜିକାର ଏହି ଲେଖାରେ ଆମେ ନାରୀଙ୍କ ଶରୀରର ଗଠନରେ କିଛି ଲକ୍ଷଣ ବିଷୟରେ କହିବୁ ଯାହାକି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ସେହି ଅନୁଯାୟୀ ଆପଣ ଜଣେ ନାରୀର ଅଙ୍ଗର ଗଠନ ଅନୁଯାୟୀ ତାର ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ଜାଣିପାରିବେ ।

୧ . କଳା , ଲମ୍ବା ଏବଂ ଘନ କେଶ :-

ଆପଣ ମାନେ ଏହା ନିଶ୍ଚିତ ଭାବରେ ଜାଣିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ କେଶ କଳା ଏବଂ ଘନ ଏବଂ ଲମ୍ବା ମଧ୍ୟ ଅଟେ । ଯାହାକି ସୁଖ ସମୃଦ୍ଧିର ସଙ୍କେତ ଅଟେ । ତେଣୁ ଯେଉଁ ମହିଳାଙ୍କ କେଶ ଲମ୍ବା ହେବା ସହିତ କଳା ଏବଂ ଘନ ହୋଇଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେଙ୍କ କାରଣରୁ ପରିବାରରେ ସୁଖ ସମୃଦ୍ଧ ସବୁବେଳେ ବଜାୟ ରହେ । ଏହି ମହିଳା ମାନେ ନିଜ ଭଲ ସ୍ଵଭାବ କାରଣରୁ ଘରକୁ ସ୍ଵର୍ଗ ବନାଇ ଦିଅନ୍ତି ।

୨ . ଗୋଲ ଚେହେରା ଏବଂ ବଡ଼ ଆଖି :-

ବିବାହ ପୂର୍ବରୁ ମହିଳାଙ୍କ ସ୍ଵଭାବ କିପରି ତାହା ଜାଣିବା କଷ୍ଟକର । କିନ୍ତୁ ଯେଉଁ ମହିଳାଙ୍କ ଚେହେରା ଗୋଲ ଏବଂ ଆଖି ଉଜ୍ଜ୍ୱଳ ହୋଇଥାଏ ସେହି ମହିଳା ମାନେ ଖୁବ ଭଲ ସ୍ଵଭାବର ହୋଇଥାନ୍ତି । ଏହି ମହିଳା ମାନେ ଖୁବ ବିଶ୍ୱାସ କରିବା ଯୋଗ୍ୟ ହୋଇଥାନ୍ତି । ନିଜ ପାର୍ଟନର ପ୍ରତି ସର୍ବଦା ସଚ୍ଚା ହୋଇଥାନ୍ତି । ଯାହାଦ୍ୱାରା ପରିବାରରେ କେବେ କ୍ଳେଶ ଦେଖାଦିଏ ନାହିଁ । ପରିବାରର ଅନ୍ୟ ସଦସ୍ୟ ମଧ୍ୟ ତାଙ୍କ ଉପରେ ଖୁସି ହୁଅନ୍ତି । ଏହି ମହିଳା ମାନେ ଏତେ ଭାଗ୍ୟଶାଳୀ ହୋଇଥାନ୍ତି ଯେ ଘରକୁ ଆସିବା ମାତ୍ରେ ପରିବାରରେ ସୁଖ ଶାନ୍ତି ଆସିଯାଏ ।

୩ . ଚଉଡ଼ା ମଥା :-

ଯେଉଁ ମହିଳାଙ୍କ ମଥା ଅଧିକ ଚଉଡ଼ା ହୋଇଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳା ମାନଙ୍କ ଭାଗ୍ୟ ଖୁବ ଉଜ୍ଜ୍ୱଳ ଥାଏ । ପରିବାରର ଖୁବ ପ୍ରିୟ ହୋଇ ପାରନ୍ତି ଏପରି ମହିଳା । ଏମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏପରି ମହିଳା ଘରକୁ ଆସିଲେ ଘରେ ସୁଖ ସମୃଦ୍ଧି ଆସିଥାଏ ।

୪ . ନାକରେ କଳାଜାଇ :-

ଯେଉଁ ମହିଳା ମାନଙ୍କ ନାକରେ କଳାଜାଇ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସମୃଦ୍ଧ ଜୀବନ ବଞ୍ଚନ୍ତି । ଏହି ମହିଳାଙ୍କ କାରଣରୁ ଦୁଇ କୂଳରେ ଖୁସି ଆସିଥାଏ । ପରିବାର ଲୋକଙ୍କର ଏମାନେ ବେଶ ପ୍ରିୟ ହୋଇଥାନ୍ତି । ଏପରି ମହିଳା ଭାଗ୍ୟକୁ ଆସିଲେ ଭାଗ୍ୟ ବଦଳି ଯାଏ ।

୫ . ଆଗ ଦାନ୍ତରେ ଫାଙ୍କ :-

ଯେଉଁ ମହିଳା ମାନଙ୍କ ଉପର ଦୁଇ ଆଗ ଦାନ୍ତ ମଝିରେ ଫାଙ୍କ ଓ ଅନ୍ୟ ଦାନ୍ତ ଗୁଡ଼ିକ ସମାନ ଏବଂ ଓଠ ପତଳା ସମସ୍ୟା ଗୋଲାପୀ ଥାଏ ଏହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାରର ଖୁବ ଧ୍ୟାନ ରଖନ୍ତି । ଏମାନେ ଘରକୁ ଆସିବା ମାତ୍ରେ ଅମାପ ଧନ ଅର୍ଜନ ହୋଇଥାଏ । ବ୍ୟବସାୟରେ ଉନ୍ନତି ମଧ୍ୟ ହୋଇଥାଏ ।

୬ . ବେକ ଲମ୍ବା ଏବଂ ପତଳା :-

ଯେଉଁ ମହିଳା ମାନଙ୍କ ବେକ ଦୀର୍ଘ ଏବଂ ପତଳା ହୋଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳାଙ୍କୁ ବିବାହ କରୁଥିବା ପୁରୁଷ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ସବୁବେଳେ ସଫଳ ଅର୍ଜନ କରନ୍ତି । ଏହାବ୍ୟତୀତ ଏପରି ମହିଳା ଖୁବ ଶାନ୍ତ ସ୍ୱଭାବର ଏବଂ ପ୍ରଭାବଶାଳୀ ହୋଇଥାନ୍ତି ।

୭ . ଲମ୍ବା ଗୋଡ଼ :-

ଯେଉଁ ମହିଳା ମାନଙ୍କ ଗୋଡ଼ ଲମ୍ବା ହୋଇଥାଏ , ପାଦତଳ ସ୍ୱଚ୍ଛ ଏବଂ ସୁନ୍ଦର ହୋଇଥାଏ ଏପରି ମହିଳା ସାକ୍ଷାତ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏପରି ମହିଳାଙ୍କ ଘରକୁ ଆଗମନ ହେଲେ ଘର ପରିବାରରେ ସୁଖ ସମୃଦ୍ଧି ବଜାୟ ରହେ । ଘରେ ସମସ୍ତେ ଖୁସିରେ ରହନ୍ତି ।

୯ . ଗଭୀର ନାଭି :-

ଯେଉଁ ମହିଳାଙ୍କ ନାଭି ଗୋଲ , ବଡ଼ ଏବଂ ଗଭୀର ହୋଇଥାଏ କିମ୍ବା ନାଭି ପାଖରେ କଳାଜାଇ ଥାଏ ସେହି ମହିଳା ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ସୌଭାଗ୍ୟ ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।

୧୦ . ଯେଉଁ ମହିଳାଙ୍କ ହାତରେ ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *