ପବିତ୍ର ରଥଯାତ୍ରା ଅବସରରେ ହେବାକୁ ଯାଉଛି ଏହି ପାଞ୍ଚଟି ରାଶିର ରାଜଯୋଗ , ପ୍ରାପ୍ତ ହେବ ମାତା ଲକ୍ଷ୍ମୀ ଏବଂ ଶ୍ରୀଜଗନ୍ନାଥଙ୍କ ଅପାର କୃପା :-

ଚଳିତ ବର୍ଷ ଜୁଲାଇ ୧ ରେ ପବିତ୍ର ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ଦେଶରେ ଏହି ରଥଯାତ୍ରାର ପୁରା ମହତ୍ତ୍ୱ ରହିଛି । ମାତ୍ର ଏହି ରଥଯାତ୍ରାରେ ପାଞ୍ଚଟି ରାଶି ଉପରେ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବାକୁ ଯାଉଛି ଏବଂ ଭାଗ୍ୟରେ ରାଜଯୋଗ ଆସିବାକୁ ଯାଉଛି । ପୁରା ପାଞ୍ଚ ମାସ ପର୍ଯ୍ୟନ୍ତ ଏହି ପାଞ୍ଚ ଗୋଟି ରାଶିର ଭାଗ୍ୟ ହଠାତ ଖିଲିବାକୁ ଯାଉଛି । ତେଣୁ ରଥଯାତ୍ରା ଠାରୁ ଏହି ପାଞ୍ଚ ଗୋଟି ରାଶିର ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଜାଣିନେବା ।

ଗ୍ରହ ମାନେ ନିଜର ଚଳନ ଦ୍ୱାରା ଦିଗ ଏବଂ ସ୍ଥାନ ବଦଳାଇଥାନ୍ତି । ଯେଉଁ କାରଣରୁ ଆଗାମୀ ୫ ମାସ ପର୍ଯ୍ୟନ୍ତ କିଛି ମହା ପରିବର୍ତ୍ତନ ଦେଖିବାକୁ ମିଳିବ । ତେବେ ଚଳିତ ବର୍ଷର ରଥଯାତ୍ରା ଠାରୁ ଏକ ବିଶେଷ ମହାସଂଯୋଗ ହେଉଥିବାରୁ ଆସନ୍ତା ୫ ମାସ ପର୍ଯ୍ୟନ୍ତ ପାଞ୍ଚଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ସେମାନଙ୍କ ଉପରେ ଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବର୍ଷିବ । ଏହି ମଜାସଂଯୋଗ ଦ୍ୱାରା ଏହି ରାଶି ଗୁଡ଼ିକର ମନସ୍କାମନା ମଧ୍ୟ ପୂରଣ ହୋଇଯିବ । ବିଶେଷ କରି ଜଗନ୍ନାଥଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଆଉ ଆର୍ଥିକ ସମସ୍ୟା ରହିବ ନାହିଁ । ତେଣୁ ଚାଲନ୍ତୁ ଜାଣିନେବା ସେହି ରାଶି ଗୁଡ଼ିକ ବିଷୟରେ ।

୧ . ବୃଷ ରାଶି :-

ଚଳିତ ବର୍ଷ ରଥଯାତ୍ରା ଅର୍ଥାତ ଜୁଲାଇ ୧ ଠାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶ୍ରୀଜଗନ୍ନାଥ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବ । ଯେଉଁ କାରଣରୁ ଆପଣ ଧନବାନ ହେବେ । ଆପଣଙ୍କଙ୍କ ଜୀବନର ସବୁ ଦୁଃଖ କଷ୍ଟ ମଧ୍ୟ ଦୂର ହେବାକୁ ଯାଉଛି । ଆପଣଙ୍କୁ ଆବଶ୍ୟକ ଧନ ପ୍ରାପ୍ତି ହୋଇପାରେ । ଆପଣ ସମାଜ ପାଇଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ । ନିଜ ଅପେକ୍ଷା ଅନ୍ୟର ଅଧିକ ଚିନ୍ତା କରିବେ । ଯାହା ଆପଣଙ୍କୁ ସଫଳତା ଦିଗରେ ନେଇଯିବ । ଯଦି ଆପଣ ଏହିଦିନ ମାତା ଲକ୍ଷ୍ମୀଙ୍କୁ ଆରାଧନା କରିବେ ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବ । ବ୍ୟାପରରେ ଧନ ଲାଭ ହେବ । ଏସବୁ ବ୍ୟତୀତ ଆପଣଙ୍କୁ ନିଜ ପରିଶ୍ରମର ଫଳ ମଧ୍ୟ ମିଳିବ ।

ସିଂହ ରାଶି :-

ସିଂହ ରାଶି ବ୍ୟକ୍ତିବିଶେଷଙ୍କ ଉପରେ ଶ୍ରୀଜଗନ୍ନାଥଙ୍କ ବିଶେଷ କୃପା ରହିବ । ଯାହାଦ୍ୱାରା ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ । ଘର ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।ଜୀବନସାଥୀର ପୁରା ସାହାଯ୍ୟ ଏବଂ ସହଯୋଗ ମିଳିବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିଯିବ । ଚାକିରୀ କରିଥିବା ବ୍ୟକ୍ତି ପଦୋନ୍ନତି କରିବେ । ମାତା ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହେବ ।

୩ . କନ୍ୟା ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବ । ପରିଶ୍ରମର ଉପଯୁକ୍ତ ଫଳ ପ୍ରାପ୍ତ ହେବ । ଯଦି ଆପଣ କିଛି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଉପଯୁକ୍ତ ଅଟେ । କାରଣ ଏହି ସମୟରେ ଆପଣ କୌଣସିବି କାମ ଆରମ୍ଭ କଲେ ସଫଳତା ନିଶ୍ଚୟ ମିଳିବ । ଖରାପ ସମୟ ଦୂର ହୋଇଯିବ । ଏହାସହିତ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

୪ . ତୁଳା ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଅପାର କୃପଦୃଷ୍ଟି ରହିବ । ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ଏହି ରଥଯାତ୍ରା ଆପଣଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ । ଯେଉଁ କାରଣରୁ ଆପଣ ଖୁବ ଖୁସିରେ ରହିବେ । ସଫଳତାର ନୂଆ ଅବସର ପ୍ରାପ୍ତ ହେବ ।

୫ . କୁମ୍ଭ ରାଶି :-

ଜୁଲାଇ ୧ ଠାରୁ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଶ୍ରୀଜଗନ୍ନାଥଙ୍କର ବିଶେଷ କୃପାଦୃଷ୍ଟି ରହିବ । ଅପାର ଧନ ପ୍ରାପ୍ତି ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବ୍ୟାପାରରେ ଅଧିକ ଲାଭ ପ୍ରାପ୍ତ କରିବେ । ସଫଳତା ପାଇବା ପାଇଁ ଆପଣ ପରିବାର ସ୍ଵଜନ ଏବଂ ମିତ୍ରଙ୍କ ସାହାଯ୍ୟ ନେଇ ପାରନ୍ତି । ମାତା ଲକ୍ଷ୍ମୀ ଆପଣଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବେ । ଯାହାଦ୍ୱାରା ଆପଣଙ୍କୁ ଅମାପ ସୁଖ ପ୍ରାପ୍ତ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *