ଶ୍ରାବଣ ମାସ ୨୦୨୨ ପୂର୍ବରୁ ବାବହିତ ମହିଳା ଏବଂ କନ୍ୟା ଏହି ତିନୋଟି ଜିନିଷ ନିଶ୍ଚିତ କିଣି ରଖନ୍ତୁ

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ । ଏହି ମାସରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ଗଣ ଅନେକ ବ୍ରତ ଏବଂ ଉପାୟ କରିଥାନ୍ତି । ପୁଣି ଧାର୍ମିକ ମାନ୍ୟତା ମଧ୍ୟ ରହିଛି ଯେ ସବୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୋଇଯାଆନ୍ତି । ତେଣୁ ମହାଦେବଙ୍କ ମାସ ସହିତ ଶ୍ରାବଣ ମାସରେ ବିବାହିତା ମହିଳାଙ୍କ ପାଇଁ ଅନେକ କିଛି ନିୟମ ରହିଛି । ଯାହାକୁ ସେମାନେ ନିଶ୍ଚିତ ଭାବରେ ମାନିବା ଉଚିତ । ଏହାବ୍ୟତୀତ ଆଉ କିଛି କାର୍ଯ୍ୟ ମଧ୍ୟ ଅଛି ଯାହାକୁ ବିବାହିତା ମହିଳା ମାନେ ନିଶ୍ଚିତ କରିବା ଉଚିତ । ତେଣୁ ଚାଲନ୍ତୁ ନିୟମ ଅନୁଯାୟୀ ସୌଭାଗ୍ୟବତୀ ମହିଳା ଏବଂ ଝିଅଙ୍କୁ କଣ କରିବା ଉଚିତ ଏବଂ କେଉଁ ଜିନିଷ ବ୍ରତ ଆଗରୁ କିଣି ରଖିବା ଉଚିତ ।

ଚଳିତ ବର୍ଷ ଶ୍ରାବଣ ମାସର ଆରମ୍ଭ ଜୁଲାଇ ୧୪ ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ରହିଛି । ୧୮ ଜୁଲାଇରେ ଶ୍ରାବଣ ମାସର ପ୍ରଥମ ବ୍ରତ ହେବ । ୨୫ ଜୁଲାଇରେ ଦ୍ଵିତୀୟ , ୧ ଅଗଷ୍ଟରେ ତୃତୀୟ ଏବଂ ୮ ଅଗଷ୍ଟରେ ଚତୁର୍ଥ ସୋମବାର ବ୍ରତ ହେବ ।

୧ . ନାଲି ବସ୍ତ୍ର :-

ପୁରା ଶ୍ରାବଣ ମାସ ଶିବ ଭକ୍ତି ପାଇଁ ଖାସ ହୋଇଥାଏ । ମହାଦେବ ଶିବ ହିଁ ଏକମାତ୍ର ଦେବତା ଯିଏକି ଗୋଟିଏ ଲୋଟା ଜଳରେ ପ୍ରସନ୍ନ ହୋଇ ଯାଆନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସରେ ବିବାହିତା ମହିଳା ଏବଂ ଝିଅଙ୍କୁ ଅଖଣ୍ଡ ସୌଭାଗ୍ୟ ଏବଂ ମନଇଚ୍ଛା ବର ପ୍ରାପ୍ତ କରିବା ପାଇଁ ଶିବ ପୂଜାରେ ନାଲି କିମ୍ବା ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହି ପୂଜାରେ ନାଲି ରଙ୍ଗ ସବୁଠାରୁ ଉପଯୁକ୍ତ ଅଟେ । କାରଣ ନାଲି ରଙ୍ଗକୁ ସୌଭାଗ୍ୟର ପ୍ରତୀକ କୁହାଯାଏ ।

୨ . ସବୁଜ ଚୁଡ଼ି କିମ୍ବା ସବୁଜ ମେହେନ୍ଦୀ :-

ଜ୍ୟୋତିଷ ଶାସ୍ତ୍ରରେ ସବୁଜ ରଙ୍ଗର ସଂପର୍କ ବୁଧ ଗ୍ରହ ସହିତ ରହିଛି । ବୁଧ ଗ୍ରହ ପ୍ରଭାବରେ ହିଁ ମନୁଷ୍ୟକୁ ଶୁଭ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏପରି କୁହାଯାଏ ଯେ ବ୍ୟକ୍ତିର ଜାତକରେ ବୁଧ ଗ୍ରହ ଯେତେ ମଜବୁତ ହେବ ତାକୁ ସେତେ ହିଁ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଶ୍ରାବଣ ମାସରେ ସବୁଜ ରଙ୍ଗକୁ ଅଧିକ ଦିଆଯାଇଛି । ତେଣୁ ଶ୍ରାବଣ ମାସରେ ବ୍ରତ କରିବା ପୂର୍ବରୁ ବିବାହିତା ମହିଳାଙ୍କୁ ସବୁଜ ବସ୍ତ୍ର , ସବୁଜ ଚୁଡ଼ି ଏବଂ ସବୁଜ ମେହେନ୍ଦୀ କିଣି ତାହାକୁ ଧାରଣ କରି ଶ୍ରାବଣ ମାସରେ ଶିବ ପୂଜା କରିବା ଉଚିତ । ଏହାଦ୍ବାରା ଘରେ ସୁଖ ପ୍ରାପ୍ତି ହୋଇଥାଏ ।

୩ . ସୁହାଗ ସାମଗ୍ରୀ :-

ଶ୍ରାବଣ ମାସ ବ୍ରତ ବିବାହିତା ମହିଳାଙ୍କ ସୁଖ ସମୃଦ୍ଧି ଏବଂ କନ୍ୟା ମାନଙ୍କର ମନଇଚ୍ଛା ବର ନିମନ୍ତେ କରାଯାଇଥାଏ । ପ୍ରାଚୀନ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ବିବାହିତା ମହିଳାଙ୍କୁ ନା କେବଳ ଷୋହଳ ଶୃଙ୍ଗାର କରିବା ଉଚିତ ବରଂ ବିବାହିତା ମହିଳାଙ୍କ ଶୃଙ୍ଗାର ଜିନିଷ ଦାନ କରିବା ମଧ୍ୟ ଉତ୍ତମ ହୋଇଥାଏ । ଏପରି କଲେ ମାତା ଲକ୍ଷ୍ମୀ ଏବଂ ଶିବ ପାର୍ବତୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ଶ୍ରାବଣ ମାସ ଆସିବା ପୂର୍ବରୁ ନିଜ ପାଇଁ ଏବଂ ଦାନ ପାଇଁ ସୁହାଗ ସାମଗ୍ରୀ କିଣି ରଖିବା ଉଚିତ ।

୨ . ସିନ୍ଦୁର ଏବଂ ମଙ୍ଗଳସୁତ୍ର :-

ହିନ୍ଦୁ ଧର୍ମ ଅନୁସାରେ ବିବାହିତା ମହିଳା ସିନ୍ଦୁର ଲଗାଇବା ଖୁବ ଖାସ ମହତ୍ୱପୂର୍ଣ୍ଣ ହୋଇଥାଏ । ଷୋହଳ ଶୃଙ୍ଗାରର ଖାସ ମହତ୍ତ୍ୱ ରହିଛି । ଏମିତିରେ ତ ପ୍ରତ୍ୟେକ ଦିନ ବିବାହିତା ମହିଳା ନିଜ ସିନ୍ଥିରେ ସିନ୍ଦୁର ଭରିବା ଉଚିତ । ମାତ୍ର ଶ୍ରାବଣ ମାସରେ ଖାସ ଭଲ ଭାବରେ ସିନ୍ଦୁର ଭରିବା ଉଚିତ । ଏହାସହିତ ମଙ୍ଗଳସୁତ୍ର ମଧ୍ୟ ଧାରଣ କରିବା ଉଚିତ । ଏପରି କରିବା ଦ୍ୱାରା ମହାଦେବ ଏବଂ ପାର୍ବତୀ ବିବାହିତା ମହିଳାଙ୍କୁ ଅଖଣ୍ଡ ସୌଭାଗ୍ୟବତୀ ବର ପ୍ରଦାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *