ତୁଳସୀ ଗଛ ତଳେ ପ୍ରତ୍ୟେକ ଦିନ ଦୀପ ଜଳାଇ କହିଦିଅନ୍ତୁ କେବଳ ଏହି ତିନୋଟି ଶବ୍ଦ , ଜୀବନସାରା ହେବ ଧନ ବର୍ଷା :-

ସନାତନ ଧର୍ମର ତୁଳସୀ ଗଛର ଅନେକ ଖାସ ମହତ୍ତ୍ୱ ବିଷୟରେ କୁହାଯାଇଛି । ତୁଳସୀ ପୂଜା ସର୍ବପ୍ରଥମେ ଭଗବାନ ବିଷ୍ଣୁ କରିଥିଲେ । ଶ୍ରୀହରିଙ୍କ ଅନୁଯାୟୀ ଯେଉଁଭଳି ଭାବରେ ଦେବୀ ଲକ୍ଷ୍ମୀନଙ୍କୁ ବୈକୁଣ୍ଠ ରୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛି ସେହିପରି ବୈକୁଣ୍ଠରେ ତୁଳସୀ କାରଣରୁ ହିଁ ପବିତ୍ରତା ରହିଛି । ପୃଥିବୀରେ ଯେଉଁ ସ୍ଥାନରେବି ତୁଳସୀ ଗଛ ଲଗାଯିବ ସେଠାରେ କେବେବି ନକରାତ୍ମକତା ରହିବ ନାହିଁ । ଏପରି ସ୍ଥାନ ସବୁଠାରୁ ଅଧିକ ପବିତ୍ର ହେବ । ତେଣୁ ଆମକୁ ଆମ ଘରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାଇବା ଉଚିତ । ଶ୍ରୀକୃଷ୍ଣ କହନ୍ତି ଯେଉଁ ମଣିଷ ନିଜ ଜୀବନରେ କେବଳ ଥରେ ହିଁ ତୁଲାସୀରେ ଜଳ ଚଢ଼ାଇ ଥାଏ ତେବେ ତା ଜୀବନର ସବୁ ପାପର ନାଶ ହୋଇଯାଏ ।

ସଂସାରରେ ତୁଳସୀ ଗଛ ସମାନ ପବିତ୍ର ଗଛ ଆଉ କୌଣସି ନାହିଁ । ଯେଉଁ ସ୍ତ୍ରୀ ପ୍ରତ୍ୟେକ ଦିନ ତୁଳସୀ କୁ ପୂଜା କରେ ଏବଂ ଜଳ ଚଢ଼ାଏ ସେ ସର୍ବଦା ହିଁ ସୌଭାଗ୍ୟଶାଳୀ ହୋଇଥାଏ । ଶ୍ରୀକୃଷ୍ଣ କହନ୍ତି ଯେ ହଜାର ହଜାର ମାଠିଆ ପାଣିରେ ସ୍ନାନ କଲେ ଶ୍ରୀକୃଷ୍ଣଙ୍କୁ ସେତେ ଶାନ୍ତି ମିଳି ନଥାଏ । ଯେତିକି ଦୁଇଟି ତୁଳସୀ ପତ୍ର ଅର୍ପଣ କଲେ ମିଳିଥାଏ । ଦଶ ହଜାର ଗାଈ ଦାନ କଲେ ମଣିଷକୁ ଯେଉଁ ପୁଣ୍ୟ ପ୍ରାପ୍ତ ହୋଇଥାଏ ସେହି ଫଳ ତାକୁ ତୁଳସୀ ପତ୍ରର ଦାନ ଦ୍ୱାରା ମିଳିଥାଏ । ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ନିଜ ତୁଣ୍ଡରେ ତୁଳସୀ ପତ୍ର ପାଏ ସେ ସବୁ ପାପରୁ ମୁକ୍ତ ହୋଇଯାଏ ।

ଶାସ୍ତ୍ର ଅନୁଯାୟୀ ତୁଳସୀ ପୂଜନ ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା ଦିନ ହୋଇଥାଏ । ନିଜର ମନସ୍କାମନା ପୂରଣ ପାଇଁ ଗୁରୁବାର ଦିନ ନିଶ୍ଚିତ ଭାବରେ ତୁଲାସୀରେ ଜଳ ଚଢାନ୍ତୁ । ଏଥିରେ ସବୁ ସଙ୍କଟର ନାଶ ହୋଇଥାଏ । ବିଧି ବିଧାନ ପୂର୍ବକ ତୁଲାସୀର ପୂଜା କଲେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ବିଷ୍ଣୁ ଭଗବାନଙ୍କର ତୁଲାସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ତୁଲାସୀକୁ ବିଷ୍ଣୁ ପ୍ରିୟା ବୋଲି କୁହାଯାଏ । ପ୍ରତ୍ୟେକ ଦିନ ତୁଳସୀର ପୂଜା କଲେ ଏବଂ ଜଳ ଚଢାଇଲେ ଦାରିଦ୍ର୍ୟତାର ମଧ୍ୟ ନାଶ ହୋଇଥାଏ । କାରଣ ତୁଳସୀରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତେଣୁ ଆମେ ପ୍ରତିଦିନ ତୁଳସୀର ପୂଜା କରିବା ଉଚିତ ।

ତୁଳସୀ ଗଛର ଭଲ ଭାବରେ ଯତ୍ନ ନେବା ଉଚିତ । ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ତୁଳସୀ ଗଛ ଯେତେ ଭଲ ସେହି ଘରେ ସବୁବେଳେ ସୁଖ ସମୃଦ୍ଧି ବଜାୟ ରହେ । ଯେଉଁ ଘରେ ତୁଳସୀ ଗଛ ସ୍ୱତଃ ଶୁଖିବାରେ ଲାଗିଥାଏ ଏବଂ ତାହାର କେହିବି ଯତ୍ନ ନିଅନ୍ତି ନାହିଁ ଏବଂ କେହିବି ଜଳ ଚଢାନ୍ତି ନାହିଁ , ସେହିଘରେ ସଙ୍କଟ ଆସିବାର ସମ୍ଭାବନା ଥାଏ । ତୁଳସୀ ପତ୍ରକୁ ଶୁଦ୍ଧ ଜଳରେ ମିଶାଇ ତାହାକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏପରି କରିବା ଦ୍ୱାରା ଘର ଭିତରର ସବୁ ନକରାତ୍ମକତା ଦୂର ହୋଇଯାଏ । ତୁଳସୀ ଗଛ ସବୁଠାରୁ ଅଧିକ ପବିତ୍ର ହେବା କାରଣରୁ ଏହାର ଯତ୍ନ ନେବା ସମୟରେ କିଛି ମହତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ତୁଳସୀ ଗଛ ପାଖରେ ସର୍ବଦା ସ୍ୱଚ୍ଛତା ରହିବା ଆବଶ୍ୟକ । ଏହା ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇବା ସର୍ବଶ୍ରେଷ୍ଠ ଅଟେ । କାରଣ କଦଳୀ ଗଛରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ବାସ ହୋଇଥାଏ । ଏହାକୁ ତୁଳସୀ ଗଛ ପାଖରେ ଲଗାଇଲେ ଧନ ବୃଦ୍ଧି ହୋଇଥାଏ । ତୁଳସୀ ଗଛ ମୂଳରେ ଶାଳିଗ୍ରାମ ରଖିଲେ ଦାରିଦ୍ର୍ୟତାର ନାଶ ହୋଇଥାଏ । ଶାଳିଗ୍ରାମକୁ ଭଗବାନ ବିଷ୍ଣୁଙ୍କ ରୂପ ବୋଲି କୁହାଯାଏ । ଯେଉଁ ଘରେ ତୁଳସୀ ଗଛ ସହିତ ଶାଲିଗ୍ରାମର ପୂଜା ମଧ୍ୟ କୁହାଯାଏ ସେଠାରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ ଏବଂ ଦାରିଦ୍ର୍ୟତା ଦୂର ହୋଇଯାଏ ।

ସନ୍ଧ୍ୟା ସମୟରେ ତୁଳସୀ ପାଖରେ ଦୀପ ଜଳାଇବା ସମୟରେ ଏହି ମନ୍ତ୍ରର ଉଚ୍ଚାରଣ ” ଓଁ ବୃନ୍ଦାବନୟେ ସ୍ୱାହା ” କରିବା ଉଚିତ । ଏହାଦ୍ବାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ । ଶୁକ୍ରବାର ଦିନ ତୁଳସୀର କୌଣସି ଶାଖାକୁ ନାଲି ରଙ୍ଗର ସୂତା ବାନ୍ଧି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହେବ । ତାପରେ ଆପଣ ତାହାକୁ ନେଇ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ । ତୁଳସୀ ଗଛରେ କ୍ଷୀର ଚଢାଇବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ତାହା ଗାଈ କ୍ଷୀର ହୋଇଥିଲେ ଅଧିକ ଉତ୍ତମ । ଚାନ୍ଦି ପାତ୍ରରେ ତୁଳସୀକୁ ଜଳ ଚଢାଇଲେ ବ୍ୟକ୍ତିର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ନଚେତ ତମ୍ବା ପାତ୍ରରେ ମଧ୍ତ ଜଳ ଚଢ଼ାଇ ପାରିବେ । ତୁଳସୀର ପରିକ୍ରମା ବିଶେଷ ଗଣନା କରାଯାଏ । ପ୍ରତ୍ୟେକ ଦିନ ତୁଳସୀ ପରିକ୍ରମା କଲେ ଜୀବନର ସବୁ ଦୁଃଖ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *