ଘରେ ଲାଗିଥିବା ଏହି ଗଛ ମୂଳରେ ଶୁଅନ୍ତି ଭଗବାନ କୃଷ୍ଣ , ଯଦି ଆପଣଙ୍କ ଘରେବି ଅଛି ତେବେ ଭୁଲରେ ବି କାଟନ୍ତୁ ନାହିଁ

ଭାଗବତ ଗୀତା ଅନୁସାରେ ଗଛ କାଟିଲେ ସମ୍ପତ୍ତି କିମ୍ବା ସନ୍ତାନର ମଧ୍ୟ ହାନୀ ହୋଇଥାଏ । ବୃକ୍ଷ ପୂଜା ଦେବ ପୂଜନ ସମାନ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମଧ୍ୟ ବୃକ୍ଷ ଦେବତା ତୁଲ୍ୟ ହୋଇଥାନ୍ତି । ଆଜିକାର ଏହି ଲେଖାରେ ଆମେ କିଛି ବୃକ୍ଷ ବିଷୟରେ କହିବୁ ଯାହା ଯଦି ଆପଣଙ୍କ ଘରେ ଥାଏ ତେବେ ଭୁଲରେ କାଟିବା ଉଚିତ ନୁହେଁ । କାରଣ ଏପରି କଲେ ପାପ ଭୋଗିବାକୁ ପଡ଼ିଥାଏ ।

ଶାସ୍ତ୍ର ଅନୁସାରେ ଅଶ୍ୱତ୍ଥ ଗଛକୁ ପୂଜା କରାଯାଏ । କାରଣ ଏପରି ମାନାଯାଏ ଯେ ଅଶ୍ୱତ୍ଥ ବୃକ୍ଷରେ ଦେବଦେବୀଙ୍କ ଉପସ୍ଥିତି ଥାଏ । ଏହା ବ୍ୟତୀତ ଏହି ଗଛରେ ନକରାତ୍ମକ ଏବଂ ସକାରାତ୍ମକ ଉଭୟ ପ୍ରକାରର ଶକ୍ତି ରହିଥାଏ । ହିନ୍ଦୁ ଧର୍ମ ଅନୁସାରେ କହିବାକୁ ଗଲେ ଅଶ୍ୱତ୍ଥ ବୃକ୍ଷରେ ସମଗ୍ର ବ୍ରହ୍ମାଣ୍ଡର ଶକ୍ତି ନିହିତ ଥାଏ । ଅଶ୍ୱତ ବୃକ୍ଷରେ ନଅ ଦେବତାଙ୍କ ବାସ ହୋଇଥାଏ । ତେଣୁ ଯଦି ଏହି ପୂଜ୍ୟ ଗଛକୁ କେହି ହାନୀ ପହଞ୍ଚାଏ କିମ୍ବା ତାର କ୍ଷତି ଯେମିତି ପତ୍ର ଛିଡ଼ାଇବା କିମ୍ବା ଗଛ କାଟିବା ଭଳି କାମ କରେ ତେବେ ତାକୁ ଘୋର ପାପ ଲାଗିଥାଏ । ସେହି ବ୍ୟକ୍ତି ଉପରେ ନକରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ । ଦେବୀ ଶକ୍ତି କ୍ରୋଧିତ ହୋଇ ଯାଆନ୍ତି ।

୧ . ଅଶ୍ୱତ୍ଥ ବୃକ୍ଷ :-

ଯଦି ଆପଣ କୌଣସି କାରଣରୁ ଅଶ୍ୱତ୍ଥ ବୃକ୍ଷ ତଳେ ବସୁଛନ୍ତି ତେବେ ହାତ ଯୋଡ଼ି ବସନ୍ତୁ । କାରଣ ଶାସ୍ତ୍ରରେ ଏହି ମାନ୍ୟତା ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ଅଶ୍ୱତ୍ଥ ବୃକ୍ଷକୁ ଅନେକ ବିଧି ବିଧାନର ସହିତ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଯେତେ ପର୍ଯ୍ୟନ୍ତ ଅଶ୍ୱତ୍ଥ ବୃକ୍ଷର ପୂଜା ନକରାଯାଏ ସେତେ ପର୍ଯ୍ୟନ୍ତ ପୂଜା ସଫଳ ହୁଏ ନାହିଁ । କାରଣ ଏହି ଅଶ୍ୱତ୍ଥ ବୃକ୍ଷରେ ଥିବା ସମସ୍ତ ଶକ୍ତିକୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ତେଣୁ ଏହି ବୃକ୍ଷ ପୂଜ୍ୟ ଅଟେ ଏବଂ ଏହି ଗଛ ତଳେ ବସିଲେ ହାତ ଯୋଡ଼ି ବସିବାକୁ ପଡ଼ିଥାଏ । ଏହି ଗଛକୁ ଯିଏ କାଟିଥାଏ ତେବେ ତାର ଏହି ପାପ ଆଗାମୀ ଜନ୍ମ ପର୍ଯ୍ୟନ୍ତ ତାର ପିଛା ଛାଡ଼ି ନଥାଏ ।

ଶାସ୍ତ୍ର ଅନୁଯାୟୀ ପୂଜାପାଠରେ ଅଶ୍ୱତ୍ଥ ବୃକ୍ଷ ପତ୍ରର ଆବଶ୍ୟକତା ରହିଥାଏ । ଏହାର ପତ୍ର ଆପଣ ପୂଜାରେ ବ୍ୟବହାର କରିବା ସମୟରେ ଯଦି ଛିଡାଉଛନ୍ତି ତେବେ ହାତ ଯୋଡ଼ି ପ୍ରାର୍ଥନା କରିବା ପରେ ହିଁ ଛିଡାନ୍ତୁ । ଏହି ଗଛ ଉପରକୁ କୌଣସି ମଣିଷକୁ ଚଢ଼ିବା ଉଚିତ ନୁହେଁ । କାରଣ ଏହା ଦେବଦେବୀଙ୍କ ଗୃହ ହୋଇଥାଏ । ମନେ ରଖନ୍ତୁ ବିନା କାରଣରେ ଅଶ୍ୱତ୍ଥ ବୃକ୍ଷର ପତ୍ର ଛିଡ଼ାଇଲେ ଘୋର ପାପ ଲାଗିଥାଏ । ଯଦି ଅତି ଆବଶ୍ୟକ ଥାଏ ତେବେ ହାତ ଯୋଡ଼ି ପ୍ରାର୍ଥନା କରିବା ପରେ ହିଁ ପତ୍ର ଛିଡ଼ାନ୍ତୁ । ନଚେତ ଆପଣଙ୍କ ଉପରେ ନକରାତ୍ମକ ଶକ୍ତି ପ୍ରଭାବ ପକାଇଥାଏ । ଅଶ୍ୱତ୍ଥ ଗଛକୁ କାଟିଲେ ବିନାଶ ନିଶ୍ଚିତ ଅଟେ ।

ଅଶ୍ୱତ୍ଥ ଗଛକୁ ନେଇ ଏହି ମାନ୍ୟତା ରହିଛି ଯେ ଅହି ଗଛକୁ ପୂଜା କଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ । ସବୁ ବିଗିଡିଯାଇଥିବା କାମ ମଧ୍ୟ ପୂରଣ ହୋଇଯିବ । କିନ୍ତୁ ଅଶ୍ୱତ୍ଥ ଗଛ ପାଖକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଦେବଦେବୀଙ୍କ ଅପମାନ ହୋଇଥାଏ । ଚପଲକୁ ଦୂରରେ ବାହାର କରି ଆପଣ ଅଶ୍ୱତ୍ଥ ବୃକ୍ଷ ପାଖକୁ ଯାଇ ପାରିବେ । ଯାଦି ଆପଣ ଅଶ୍ୱତ୍ଥ ବୃକ୍ଷକୁ ପୂଜା କରିବାକୁ ଯାଉଛନ୍ତି ତେବେ ତା ପୂର୍ବରୁ ନିଶ୍ଚିତ ସ୍ନାନ କରି ଯାଆନ୍ତୁ ।

୨ . ଶମୀ ବୃକ୍ଷ :-

ଯଦି ଆପଣଙ୍କ ଘରେ ଶମୀ ବୃକ୍ଷ ଅଛି ତେବେ ତାହା ଖୁବ ଭଲ ଅଟେ ।ଅନେକ ଲୋକ ଶନିଦେବଙ୍କୁ ଭୟ କରନ୍ତି ତେଣୁ ଶମୀ ଗଛ ଘରେ ରଖିବାକୁ ଡରନ୍ତି । କିନ୍ତୁ ଏହା ସତ୍ୟ ନୁହେଁ । ଶନିଦେବ ସମସ୍ତଙ୍କର ମିତ୍ର ହୋଇଥାନ୍ତି ଏବଂ ଯାହା ଉପରେ ଥରେ ପ୍ରସନ୍ନ ହୁଅନ୍ତି ତା ଉପରେ ସର୍ବଦା ଆଶୀର୍ବାଦ ବଜାୟ ରଖନ୍ତି । ମାତ୍ର ଛୋଟ ଛୋଟ ଭୁଲ କାରଣରୁ ଶନିଦେବ କ୍ରୋଧିତ ହୋଇ ବକ୍ର ଦୃଷ୍ଟି ପକାଇଥାନ୍ତି । ତେଣୁ ଯଦି ଆପଣ ଘରେ ଶମୀ ବୃକ୍ଷ ଲଗାନ୍ତି ତେବେ ଘରେ ଶନିଦେବଙ୍କ ବାସ ହୋଇଯାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ଶମୀ ବୃକ୍ଷ ଥାଏ ସେହି ଘରର ସବୁ ସମସ୍ୟାକୁ ଶନିଦେବ ଶେଷ କରି ଦିଅନ୍ତି । ଏହି ଘରକୁ କେବେବି ରାହୁ କେତୁ ଆସନ୍ତି ନାହିଁ । ଶମୀ ବୃକ୍ଷକୁ ମନସ୍କାମନା ବୃକ୍ଷ ମଧ୍ୟ କୁହାଯାଏ । ଲୋକେ ବାସ୍ତୁ ଠିକ କରିବା ପାଇଁ ଘରେ ଶମୀ ବୃକ୍ଷ ରଖନ୍ତି । ମାତ୍ର ଏହି ବୃକ୍ଷକୁ ରଖିବାର ଉପଯୁକ୍ତ ଦିଗ ମଧ୍ୟ ରହିଛି ନଚେତ ଏହାର କୌଣସି ସୁଫଳ ମିଳେନାହିଁ । ତେଣୁ ଯଦି ଆପଣ ଘରେ ଶମୀ ବୃକ୍ଷ ରଖୁଛନ୍ତି ତାହାର ଯତ୍ନ ନିଅନ୍ତୁ । ବୃକ୍ଷର କିଛି କ୍ଷତି କରନ୍ତୁ ନାହିଁ ଏବଂ ପ୍ରତ୍ୟେକ ଶନିବାର ବୃକ୍ଷ ମୁଳରେ ସୋରିଷ ତେଲରେ ଦୀପ ଜଳାନ୍ତୁ ।

୩ . ତେନ୍ତୁଳି ଗଛ :-

ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ ଯେ ତେନ୍ତୁଳି ଗଛରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ । ତେଣୁ ରାତିରେ ଏହି ଗଛ ମୂଳକୁ ଯିବାକୁ ମନା କରାଯାଏ । ଏହି ଗଛରେ ରହୁଥିବା ନକରାତ୍ମକ ଶକ୍ତି ମଣିଷର କୌଣସି କ୍ଷତି କରନ୍ତି ନାହିଁ । ତଥାପି ଏହି ଗଛକୁ କ୍ଷତି ପହଞ୍ଚାଇଲେ ଆପଣଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିପାରେ ।

୪ . ବର ଗଛ :-

ବଟ ବୃକ୍ଷକୁ ଆମ ହିନ୍ଦୁ ଧର୍ମ ଅନୁସାରେ ଦେବତା ବୋଲି କୁହାଯାଇଛି । ଅନେକ ସମୟରେ ବଟ ବୃକ୍ଷର ସ୍ୱତନ୍ତ୍ର ଭାବରେ ପୂଜା କରାଯାଏ । ସେଥିମଧ୍ୟରୁ ବଟ ସାବିତ୍ରୀ ବ୍ରତ ଅନ୍ୟତମ । ଯାହାକୁ ମହିଳା ମାନେ ନିଜ ସ୍ୱାମୀର ଦୀର୍ଘ ଆୟୁଷ କାମନା କରି ଏକ ନାଲି ବ୍ରତ ବଟ ବୃକ୍ଷ ଶାଖାରେ ବାନ୍ଧି ଥାଆନ୍ତି ଏବଂ ଆଶୀର୍ବାଦ ନେଇଥାନ୍ତି । ବଟ ବୃକ୍ଷକୁ ଘରର ଶାନ୍ତି ଏବଂ ସମୃଦ୍ଧିକୁ ବଜାୟ ରଖିବା ପାଇଁ ମଧ୍ୟ ପୂଜା କରାଯାଏ । ତେଣୁ ଏହି ଗଛକୁ କାଟିବା କିମ୍ବା ଏହାର ପତ୍ର ଛିଡ଼ାଇବା ଘୋର ପାପ ହୋଇଥାଏ ।

Leave a Reply

Your email address will not be published. Required fields are marked *