କଉଡ଼ିର ଏହି ଉପାୟ ଦ୍ୱାରା ହେଇଯିବେ ଆପଣ ମାଲାମାଲ,ମା ଲଷ୍ମୀଙ୍କ କୃପାରୁ ଆପଣଙ୍କ ଲକରରେ ସବୁବେଳେ ଭରି ହୋଇ ରହିବ ପଇସା |

ହିନ୍ଦୁ ଧର୍ମରେ ମାତା ଲଷ୍ମୀଙ୍କୁ ଧନର ଦେବୀ ଭାବରେ ମାନଯାଏ | ବିଶ୍ୱାସ କରାଯାଏ ଯେ, ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ତାଙ୍କ ଜୀବନରେ କେବେବି ଟଙ୍କା ଏବଂ ଶସ୍ୟର ଅଭାବ ରହିନଥାଏ | ବର୍ତ୍ତମାନ ସମୟରେ, ସମସ୍ତେ ଚାହାଁନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ, ଯାହାଫଳରେ ସେ ତାଙ୍କ ଜୀବନରେ ନିରନ୍ତର ସଫଳତା ହାସଲ କରିପାରିବେ ଏବଂ ତାଙ୍କୁ ତାଙ୍କ ଜୀବନରେ ଟଙ୍କା ସହ ଜଡିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ |

ମା ଲକ୍ଷ୍ମୀଙ୍କୁ ପ୍ରଶନ କରିବା ଏବଂ ତାଙ୍କ କୃପା ପାଇବା ପାଇଁ, ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ତାଙ୍କୁ ଵିଧି ପୂର୍ବକ ପୂଜା କରନ୍ତି | ଏହା ବ୍ୟତୀତ ଅନେକ ଲୋକ ଅଲଗା-ଅଲଗା ଉପାୟ ମଧ୍ୟ କରନ୍ତି, ଯାହାଫଳରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇପାରିବ | ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ କିଛି ପ୍ରତିକାର କୁହାଯାଇଛି | କୁହାଯାଏ ଯେ ଯଦି ଏହି ପଦକ୍ଷେପଗୁଡିକ ନିୟମ ଅନୁଯାୟୀ କରାଯାଏ, ତେବେ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ସୁଖ ଏବଂ ସମୃନ୍ଧି ପ୍ରାପ୍ତ ହୋଇଥାଏ |

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କଉଡ଼ି ଗୁଡିକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ | ଏମିତି ବିଶ୍ୱାସ କରାଯାଏ ମାତା ଲକ୍ଷ୍ମୀ ଏବଂ କଉଡ଼ି ଉଭୟ ଗୋଟିଏ ହିଁ ସମୁଦ୍ରରୁ ଉତ୍ପନ୍ନ ହୋଇଥିଲେ | ଏଭଳି ପରିସ୍ଥିତିରେ, ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ କଉଡ଼ିର କିଛି ଉପାୟ ବିଷୟରେ କୁହାଯାଇଛି | ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଏବଂ ତା’ର କୃପା ପାଇବା ପାଇଁ କଉଡ଼ିଗୁଡିକୁ ବ୍ୟବହାର କରାଯାଇପାରିବ |

ମା ଲଷ୍ମୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି କଉଡ଼ିର ଉପାୟ :-

1- ଯଦି ଆପଣ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ଶୁକ୍ରବାର ଦିନ କଉଡ଼ିର ପ୍ରତିକାର କରିପାରିବେ | ଆପଣ କେଶର ଏବଂ ହଳଦୀକୁ ଗୋଳେଇ କରି, ଏଥିରେ ଧଳା ରଙ୍ଗର କଉଡ଼ିକୁ ଭିଜେଇ ଦିଅନ୍ତୁ | ଏହା ପରେ ଏହାକୁ ଏକ ନାଲି କପଡ଼ାରେ ଗୁଡ଼ାଇ ନିଜ ଲକରରେ ରଖନ୍ତୁ | ବିଶ୍ୱାସ କରାଯାଏ ଯେ ଏହି ଉପାୟ କରିବା ଦ୍ୱାରା ଧନ ପ୍ରାପ୍ତ ହୋଇପାରେ | ଏତିକି ନୁହେଁ, ବ୍ୟକ୍ତିର ଆର୍ଥିକ ଅବସ୍ଥା ମଧ୍ୟ ସୁଧାରିବା ଆରମ୍ଭ କରେ |

2. ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏହି ପ୍ରତିକାର କରିପାରିବେ | ଆପଣ ମାତା ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ କିଛି ହଳଦିଆ ରଙ୍ଗର କଉଡ଼ି ରଖନ୍ତୁ | ସନ୍ଧ୍ୟା ସମୟରେ ଆପଣ ତାହାକୁ ଵିଧି-ବିଧାନ ପୂର୍ବକ ପୂଜା କରନ୍ତୁ | ଏହା ପରେ ଏହି ହଳଦିଆ କଉଡ଼ି ଗୁଡ଼ିକୁ ଦୁଇଟି ସମାନ ଭାଗ କରନ୍ତୁ କରି ଲାଲ ରଙ୍ଗର କପଡ଼ାରେ ବାନ୍ଧିନିଅନ୍ତୁ | ଏଥିରୁ ଆପଣ ଗୋଟିଏ ପୁଟୁଳିକୁ ନେଇ ନିଜ ଲକରରେ ରଖନ୍ତୁ ଏବଂ ଅନ୍ୟ ପୁଟୁଳିକୁ ନିନ ପର୍ସରେ ରଖନ୍ତୁ | ବିଶ୍ୱାସ କରାଯାଏ ଯେ ଏହି ପ୍ରତିକାର ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଥାଏ ଏବଂ ମୁଦ୍ରା ଲାଭ ପାଇଁ ସୁଯୋଗ ମଧ୍ୟ ପ୍ରାପ୍ତ ହୋଇଥାଏ |

3. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣ ଏକ ଲାଲ ରଙ୍ଗର କପଡା ନେଇ ସେଥିରେ 11 କଉଡ଼ି ବାନ୍ଧନ୍ତୁ | ଏହା ପରେ ଆପଣ ଏହାକୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗିଦିଅନ୍ତୁ | ଯଦି ଆପଣ ଏହି ପ୍ରତିକାର କରନ୍ତି, ତେବେ ଏହା ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ ଏବଂ ଘରେ ସୁଖ, ସମୃଦ୍ଧତା ଏବଂ ଶାନ୍ତିର ବାସ ରହିଥାଏ |

Leave a Reply

Your email address will not be published. Required fields are marked *