ପୂଜାଘରେ ହଳଦୀ ଡବାରେ କେବଳ ଏହି ଛୋଟ ଜିନିଷ ରଖିଦିଅନ୍ତୁ , ସବୁ ପ୍ରକାରର ସମସ୍ୟାରୁ ମିଳିବ ମୁକ୍ତି

ହଳଦୀର ମହତ୍ତ୍ୱ ଶୁଭ କାର୍ଯ୍ୟ ମାନଙ୍କରେ ସବୁଠାରୁ ଅଧିକ ଥାଏ । କାରଣ ବିନା ହଳଦୀରେ କୌଣସି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ହୋଇ ପାରିବ ନାହିଁ । ହଳଦୀ ଏକ ତାନ୍ତ୍ରିକ ଜଡ଼ ମଧ୍ୟ । କାରଣ ଏହା ନକରାତ୍ମକ ଶକ୍ତିକୁ ଦୂରେଇ ଦେଇଥାଏ । ତେଣୁ ସବୁ ଶୁଭ କାର୍ଯ୍ୟ ପୂର୍ବରୁ ହଳଦୀର ପ୍ରୟୋଗ କରାଯାଏ । ଯାହାଦ୍ୱାରା ଜୀବନରେ ସମସ୍ୟାର ସମାଧାନ ହୋଇଯିବ । ହଳଦୀ ଉପରେ ଦେବଗୁରୁ ବୃହଷ୍ପତିଙ୍କ ସିଧାସଳଖ ଆଧିପତ୍ୟ ଅଛି । ତେଣୁ ଗୁରୁଙ୍କ ଖରାପ ପ୍ରଭାବକୁ ଶେଷ କରିବା ପାଇଁ ହଳଦୀର ପ୍ରୟୋଗ ହୋଇଥାଏ । ଗୁରୁବାର ଦିନ ହଳଦୀର ବିଶେଷ ପ୍ରୟୋଗ କରାଯାଏ । ଗୁରୁ ଜ୍ଞାନ , ସନ୍ତାନ , ଧନ , ସୁଖ , ଦୀର୍ଘ ଦୂର ଯାତ୍ରା , ମହିଳାଙ୍କ ବିବାହର କାରକ ହୋଇଥାନ୍ତି । ତେଣୁ ଯଦି ହଳଦୀର ପ୍ରୟୋଗ କରାଯାଏ ତେବେ ସାତ ପ୍ରକାରର ସମସ୍ୟା ଦୂର ହୋଇଯାଏ । ହଳଦୀ ଯେତିକି ସ୍ୱାସ୍ଥ୍ୟ ପାଇଁ ଭଲ ସେତିକି ଧର୍ମ କାର୍ଯ୍ୟ ପାଇଁ ମଧ୍ୟ ଜରୁରୀ ଅଟେ ।

ଛୋଟ ପିଲା ମାନଙ୍କୁ ହଳଦୀ ଟୀକା ଲଗାଯାଏ କାରଣ ଏହା ଖରାପ ନଜରରୁ ରକ୍ଷା କରିଥାଏ । ବାହାର ବାଧା ଠାରୁ ବଞ୍ଚାଇ ଥାଏ । ତେଣୁ ହଳଦୀର ସମ୍ବନ୍ଧ ବୃହଷ୍ପତି ସହିତ ରହିଛି । ହଳଦୀର ପ୍ରୟୋଗ କଲେ ଜୀବନରେ ସଫଳତା ମଧ୍ୟ ମିଳିଥାଏ । ତେଣୁ ପ୍ରତ୍ୟେକ ଗୁରୁବାର ପୂଜା କରିବା ସମୟରେ ବେକରେ , ହାତରେ କିମ୍ବା ମସ୍ତକରେ ହଲଦୀ ଲଗାନ୍ତୁ । ଏହାଦ୍ବାରା ବୃହଷ୍ପତି ମଜବୁତ ହେବ । ଶକ୍ତି ବଢ଼ିବ ଏବଂ ଲୋକେ ଆପଣଙ୍କୁ ପସନ୍ଦ କରିବେ । ଯଦି ଗୁରୁ ଦୁର୍ବଳ ଏବଂ ଆପଣଙ୍କର କୌଣସି ପେଟ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ହଳଦୀ ଦାନ କରନ୍ତୁ । ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ । ଯଦି ଆପଣ ଜଣେ ଝିଅ କିମ୍ବା ପୁଅ ଏବଂ ଆପଣଙ୍କର ବିବାହ ହୋଇ ପାରୁନାହିଁ ତେବେ ଗୁରୁବାର ଦିନ ଗାଧୋଇବା ପାଣିରେ ଏକ ଚିମୁଟା ହଳଦୀ ପକାଇ ସ୍ନାନ କରନ୍ତୁ ଏବଂ ହଳଦୀ ଟୀକା ଲଗାନ୍ତୁ । ଏହାଦ୍ବାରା ଗୁରୁ ମଜବୁତ ହେବ ଏବଂ ଶୀଘ୍ର ବିବାହ ଯୋଗ ହେବ ।

ଯଦି ଆପଣଙ୍କୁ ଏପରି ଲାଗୁଛି ଯେପରି ଆପଣଙ୍କ ଘର ଉପରେ କେହି ତନ୍ତ୍ର କ୍ରିୟା କରିଛି ତେବେ ଘରର ମୁଖ୍ୟଦ୍ୱାରରେ ହଳଦୀ ରେଖା ଅଙ୍କନ କରନ୍ତୁ । କାରଣ ସେହି ରାସ୍ତା ଦେଇ ହିଁ ଘର ଭିତରକୁ ସକାରାତ୍ମକ ଏବଂ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏପରି କଲେ ଆପଣଙ୍କ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ । ସ୍ନାନ କରିବା ସମୟରେ ଯଦି ଆପଣ ଏକ ଚିମୁଟା ହଳଦୀ ପକାଇ ସ୍ନାନ କରନ୍ତି ତେବେ କ୍ୟାରିଅରରେ ମଧ୍ୟ ସଫଳତା ମିଳିଥାଏ ଏବଂ ରୋଜଗାରରେ ମଧ୍ୟ ସଫଳତା ମିଳିଥାଏ । ଏହାସହିତ ଗ୍ରହ ମାନଙ୍କର ଅଶୁଭ ପ୍ରଭାବ ପଡ଼େ ନାହିଁ ।

ଅନେକ ସମୟରେ ନିଦ ଭଲ ଆସେନାହିଁ ଯେତେ ଚାହିଁଲେବି ସୁଦ୍ଧା ସ୍ୱପ୍ନ ମଧ୍ୟ ଭଲ ଆସିନାହିଁ ତେବେ ଏକ ଶୁଖିଲା ହଳଦୀ ଖଣ୍ଡ କାଟି ଏକ ହଳଦିଆ କପଡ଼ା ଗଣ୍ଠି ପକାଇ ନିଜ ମୁଣ୍ଡ ପାଖରେ ରଖନ୍ତୁ । ଏପରି କଲେ ଆପଣଙ୍କୁ ଖରାପ ସ୍ୱପ୍ନ ଆସିବ ନାହିଁ ଏବଂ ନକରାତ୍ମକ ଶକ୍ତି ମଧ୍ୟ ଆସିବ ନାହିଁ । ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ ।

ଗୁରୁବାର ଦିନ ଏକ ଚିମୁଟା ହଳଦୀ ପୂଜାପାଠ କରିବା ସମୟରେ ଗଣେଶଙ୍କୁ ଅର୍ପଣ କଲେ ଜୀବନର ସବୁ ସମସ୍ୟା ଏବଂ ବାଧାର ସମାପ୍ତ ହୋଇଯିବ । ଏହାବ୍ୟତୀତ ବିବାହ ସମ୍ବନ୍ଧିତ ସମସ୍ୟା ମଧ୍ୟ ସମାପ୍ତ ହୋଇଯିବ । କିନ୍ତୁ ଯଦି କୌଣସି ବଡ଼ ମନସ୍କାମନା ଅଛି ଏବଂ ତାହା ପୂରଣ ହୋଇ ପାରୁନାହିଁ ତେବେ ହଳଦୀର ଏକ ମହା ପ୍ରୟୋଗ କରନ୍ତୁ । କୌଣସି ମାସର ଶୁକ୍ଳପକ୍ଷରେ ଏକ କାଗଜରେ ଗୋଟିଏ ଚିମୁଟା ହଲଦୀ ରଖି ପୁଡ଼ିଆ ବନାଇ ନିଅନ୍ତୁ । ଏହାପରେ ତାହାକୁ ଆପଣଙ୍କ ଘରର ଲକ୍ଷ୍ମୀ କିମ୍ବା ବିଷ୍ଣୁଙ୍କର ଫୋଟ କିମ୍ବା ମୂର୍ତ୍ତି ପଛରେ ରଖି ଦିଅନ୍ତୁ । ଏପରି କଲେ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଯଦି ଆପଣ ହଳଦୀ ମିଶା ଜଳ ସୂର୍ଯ୍ୟଙ୍କୁ ଅର୍ପିତ କରନ୍ତି ତେବେ ବୈବାହିକ ଜୀବନ ଖୁସିମୟ ହୋଇଥାଏ । ବୈବାହିକ ଜୀବନରେ ପ୍ରେମ ବଢ଼ିଥାଏ ।

ଯଦି ଆପଣ ଧନରେ ବୃଦ୍ଧି ଆଣିବାକୁ ଚାହୁଁଛନ୍ତି ତେବେ କୌଣସି ଏକ ନୂଆ ନୋଟ ଆଣନ୍ତୁ । ତାଉପରେ ଏକ ଦୁଇଟି କଞ୍ଚା ହଳଦୀ ଖଣ୍ଡରେ ସ୍କ୍ୱାର ବନାଇ ରଖନ୍ତୁ । ତାପରେ ତାହାକୁ ସାମାନ୍ୟ ଫୋଲଡ଼ କରି ଦିଅନ୍ତୁ ଏବଂ ଧନ ସ୍ଥାନରେ ରଖି ଦିଅନ୍ତୁ । ଏପରି କଲେ ଧନରେ ବୃଦ୍ଧି ଦେଖାଦେବ । ଏହି ପ୍ରୟୋଗ ଆପଣ କୌଣସି ଗୁରୁବାର ଦିନ କରି ପାରିବେ । ଆପଣ ଘରର ପୂଜା ସ୍ଥାନରେ ନିଶ୍ଚିତ ଅଳ୍ପ ହଳଦୀ ରଖନ୍ତୁ ଏବଂ ଗୁରୁବାର ଦିନ ଶ୍ରୀହରିଙ୍କ ତିଳକ କରନ୍ତୁ । ପୂଜା ସ୍ଥାନରେ ହଳଦୀର ଏକ ପ୍ରୟୋଗ କରନ୍ତୁ । ଏଥିପାଇଁ ପ୍ଲାଷ୍ଟିକର ଏକ ଛୋଟ ଡବା ନିଅନ୍ତୁ , ସେଥିରେ କିଛି ହଳଦୀ ନିଅନ୍ତୁ ଏବଂ କୌଣସି ପୁରୁଣା ସୁନା ତା ଭିତରେ ରଖନ୍ତୁ । ବର୍ତ୍ତମାନ ସେହି ଡବାକୁ କୌଣସି ଏକ ହଳଦିଆ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଏହାକୁ ପ୍ରତି ଛଅ ମାସରେ ବଦଳାଇ ଦିଅନ୍ତୁ । ଏପରି କଲେ ଧନ ସମ୍ପତ୍ତିରେ ଉନ୍ନତି ଦେଖା ଦେବ । କାରଣ ଏଠାରେ ଶୁକ୍ର ଏବଂ ବୃହଷ୍ପତିର ସଂଯୋଗ ହୋଇଥାଏ । ଆପଣଙ୍କୁ ଜୀବନରେ ସୁଖ ସୁବିଧା ଏବଂ ପ୍ରସନ୍ନତା ଆସିବ ।

Leave a Reply

Your email address will not be published. Required fields are marked *