ଘରେ ରଖିଥିବା ଏହି ଜିନିଷ କେବେବି ଧନରେ ଉନ୍ନତି ଆଣିବାକୁ ଦିଏ ନାହିଁ । କରିଦିଏ ବର୍ବାଦ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣ ନିଜ ଘରର ପୂଜାଘରେ କେଉଁ ଦୁଇଟି ମୂର୍ତ୍ତି ରଖିଲେ ରାଜଯୋଗ ହୋଇଥାଏ ଏବଂ ଦୁନିଆ ଆପଣଙ୍କ ପାଦତଳେ ରହେ । ଖୁବ ଉନ୍ନତି ମଧ୍ୟ ହୁଏ । ଆପଣଙ୍କୁ ସର୍ବସୁଖ ମଧ୍ୟ ପ୍ରାପ୍ତ ହୋଇଯାଏ । ସାଧରଣତଃ ଆମ ପୂଜା ଘରେ ଆମେ ବିଭିନ୍ନ ପ୍ରକାରର ମୂର୍ତ୍ତି ରଖିଥାଉ ଏବଂ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ନିୟମ ପାଳନ କରି ପୂଜା ମଧ୍ୟ କରିଥାଉ । ଯାହାଦ୍ୱାରା ପୂଜାର ସୁଫଳ ଆମକୁ ପ୍ରାପ୍ତ ହୋଇ ପାରିବ । କିନ୍ତୁ କିଛି ଏପରି ଦେବଦେବୀଙ୍କ ମୁର୍ତ୍ତୀ କିମ୍ବା ଫୋଟ ଅଛି ଯାହାକୁ ଯଦି ଆପଣ ସାଥିରେ ରଖନ୍ତି ତେବେ ରାଜଯୋଗ ହୋଇଥାଏ ଏବଂ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବା ସହିତ ଅମାପ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

୧ . ଯଦି ଆପଣ ପୂଜାଘରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫୋଟ ରଖୁଛନ୍ତି ତେବେ କେବେଳ ସେହି ଫୋଟ ବଦଳରେ ରାଧା ଏବଂ କୃଷ୍ଣଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫୋଟ ରଖିଲେ ତାହା ଆପଣଙ୍କ ଜୀବନ ଉପରେ ଖୁବ ଭଲ ପ୍ରଭାବ ପକାଇବ । ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ପ୍ରେମର ପ୍ରତୀକ ମାନା ଯାଏ । ତେଣୁ ଯଦି ଶ୍ରୀକୃଷ୍ଣ ଏବଂ ରାଧାଙ୍କ ଯୁଗଳ ମୂର୍ତ୍ତି ରଖନ୍ତି ତେବେ ସେହି ଘରେ କୌଣସି ପାରିବାରିକ କ୍ଳେଶ ହେବ ନାହିଁ ଏବଂ ସମସ୍ତେ ଖୁସିରେ ଜୀବନ ବଞ୍ଚିବେ । ଏହାବ୍ୟତୀତ ଧନ ପ୍ରାପ୍ତି ହେବ ।

୨ . ଅନେକ ଲୋକ ନିଜ ପୂଜାଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ରଖି ପୂଜା କରନ୍ତି । ସେମାନଙ୍କ ମଧ୍ୟରୁ କେହି ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖି ପୂଜା କରନ୍ତି ତ ଆଉ କେହି ବିଷ୍ଣୁଙ୍କ ମୂର୍ତ୍ତି ରଖି ପୂଜା କରିବେ କି ନାହିଁ ସନ୍ଦେହ ହୋଇ ଯାଆନ୍ତି । ତେଣୁ ଆମେ କହିଦେଉଛୁ ଯେ ପୂଜାଘରେ ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କ ମୂର୍ତ୍ତି ରଖିଲେ ରାଜଯୋଗ ହୋଇଥାଏ । ତେଣୁ ଏହି ମୂର୍ତ୍ତି ରଖିଲେ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହେବ ।

୩ . ଯଦି ଆପଣ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ତାଙ୍କ ବାମ ପଟେ ଭଗବାନ ଗଣେଶ ଏବଂ କୁବେରଙ୍କ ମୂର୍ତ୍ତି ରଖନ୍ତୁ । ଏହି ତିନି ଦେବଦେବୀ ଉନ୍ନତିର ଦେବଦେବୀ ଅଟନ୍ତି । ଏହି ତିନି ଦେବଦେବୀଙ୍କୁ ମିଳିତ ପୂଜା କରିବା ଦ୍ୱାରା ଘରକୁ ଅଗଣିତ ଧନ ପ୍ରାପ୍ତି ହୋଇଥାଏ । ଘରେ କେବେବି ଅଭାବ ଦେଖାଦିଏ ନାହିଁ । ଏପରି କୁହାଯାଏ ଯେ ଯଦି ମାତା ଲକ୍ଷ୍ମୀ ଧନ ଦିଅନ୍ତି ତେବେ ଶ୍ରୀଗଣେଶ ରିଦ୍ଧି ସିଦ୍ଧିର ଭଣ୍ଡାର ଅଟନ୍ତି ।
୩ . ଯଦି ଆପଣ ନିଜ ଘରର ପୂଜାଘରେ ହନୁମାନଙ୍କ ମୂର୍ତ୍ତି ରଖିବାକୁ ଚାହୁଁଛନ୍ତି ତେବେ ରଖି ପାରିବେ । ଆହୁରି ମଧ୍ୟ ଆପଣ ଭଗବାନ ହନୁମାନଙ୍କୁ ପୂଜା କରିବାକୁ ଚାହୁଁଥିଲେ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ପୂଜା କରନ୍ତୁ କିମ୍ବା ଅଯୋଧ୍ୟା ଦରବାରର ଫୋଟକୁ ପୂଜା କଲେ ମଧ୍ୟ ଖୁବ ଭଲ ହୋଇଥାଏ । କାରଣ ଏଥିରେ ଅକାଧିକ ଦେବଦେବୀଙ୍କ ଉପସ୍ଥିତି ରହିଥାଏ । ଏହାଦ୍ବାରା ଜୀବନରେ ଅନେକ ପରିବର୍ତ୍ତନ ହେବ ଏବଂ ଅମାପ ଧନ ପ୍ରାପ୍ତି ହେବ । ଏହାଦ୍ୱାରା ଆପଣଙ୍କ ଜୀବନରେ ରାଜଯୋଗ ହୋଇଥାଏ ।

୪ . ବ୍ରହ୍ମା , ବିଷ୍ଣୁ ଏବଂ ବିଷ୍ଣୁଙ୍କ ମିଳିତ ଫୋଟ ଯଦି ଆପଣ ପୂଜାଘର ରଖି ମିଳିତ ଭାବରେ ପୂଜା କରନ୍ତି ଏବେ ଜୀବନରେ କେବେବି କୌଣସି ପ୍ରକାରର ଅଭାବ କିମ୍ବା ସମସ୍ୟା ଦେଖାଦେବ ନାହିଁ । ଏକାସାଥୀରେ ଏହି ତିନି ଦେବତାଙ୍କ ଫୋଟ ରଖିଲେ ସବୁ ବାଧା ବିଘ୍ନ ଦୁରେଇ ଯାଏ ।

ଆଉକିଛି ମୂର୍ତ୍ତି ଏପରି ଅଛି ଯାହାକୁ ଘରର ପୂଜାଘରେ ଆଦୌ ରଖିବା ଉଚିତ ନୁହେଁ ।

୧ . ପୂଜାଘରେ କେବେବି ବିଷମ ଅଙ୍କର ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଦୁଇଟି ମୂର୍ତ୍ତିକୁ ଏକାସହିତ ରଖିବା ଶୁଭ ହୋଇଥାଏ । ମାତ୍ର କେବେଳ ଗଣେଶ ମୂର୍ତ୍ତି ରଖିଲେ ତାଙ୍କ ସହିତ ଅନ୍ୟ କୌଣସି ଭିନ୍ନ ମୂର୍ତ୍ତି ପୂଜା ରଖନ୍ତୁ ନାହିଁ । ଗଣେଶଙ୍କ ମୂର୍ତ୍ତି ସ୍ଥାପନା ସମୟରେ ଧ୍ୟାନ ଦେବେ ଯେପରି ଗଣେଶଙ୍କ ମୁଖ ସବୁବେଳେ ମୁଖ୍ୟଦ୍ୱାର ଦିଗକୁ ରହେ ।

୨ . ଘରେ ଯଦି ଆପଣ ଶିବଲିଙ୍ଗ ରଖୁଛନ୍ତି ତେବେ ଆଙ୍ଗୁଠି ଆକାର ଠାରୁ ବଡ଼ ରଖନ୍ତୁ ନାହିଁ । ନଚେତ ଏହା ଅଶୁଭ ହୋଇଥାଏ । ଗୋଟିଏରୁ ଅଧିକ ଶିବଲିଙ୍ଗ ମଧ୍ୟ ରଖିବା ଉଚିତ ନୁହେଁ । ଯଦି ଆପଣ ଶିବଲିଙ୍ଗ ରଖୁଛନ୍ତି ତେବେ ତୁଳସୀ ଅର୍ପଣ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *