ବୁଧବାର ଦିନ ଏହି ୩ ଟି କାର୍ଯ୍ୟ ଆଦୌ କରନ୍ତି ନାହିଁ , ଯାହାଦ୍ୱାରା ପରିବାରକୁ ସ-ଙ୍କଟ ଆସିଥାଏ :-

ଭଗବାନ ଗଣେଶ ହେଉଛନ୍ତି ଋଦ୍ଧି ସିଦ୍ଧିର ଡାତା । ଦେବତାଙ୍କ ମଧ୍ୟରେ ସେ ପ୍ରଥମ ପୂଜ୍ୟ ଦେବତା ଅଟନ୍ତି । ତାଙ୍କ କୃପାରୁ ମନୁଷ୍ୟ କୁବେର ସମାନ ଧନବାନ ହୋଇଯାଏ । ଯଦି ଭଗବାନ ଗଣେଶଙ୍କ କୃପା ହୋଇଯାଏ ଏବଂ ତାଙ୍କୁ ଆମେ ପ୍ରସନ୍ନ କରିନେଉ ତେବେ ଆମର କୌଣସି ମନସ୍କାମନା ଅଧାରେ ରହିବ ନାହିଁ ଏବଂ ପୂରଣ ହୋଇଯିବ । ସବୁ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଏ । ଏବଂ ନିରନ୍ତର ପୂଜା କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଯାଏ । ସବୁଦିନ ଖୁସିରେ ବିତିଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠି ଓଁ ଗଣପତୟେ ନମଃ ମନ୍ତ୍ରର ଜପ ୨୧ ଥର କରନ୍ତୁ । ଏହାର ଖୁବ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପୂଜା କରିବାର କିଛି ଏପରି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଭଗବାନ ଗଣେଶ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୧ . ଭଗବାନ ଗଣେଶଙ୍କୁ ଆପଣ ଚାହିଁଲେ କୌଣସି ଦିନ ବି ପୂଜା କରି ପାରିବେ । ମାତ୍ର ବିଶେଷ ଭାବରେ ବୁଧବାର ଦିନକୁ ହିଁ ଭଗବାନ ଗଣେଶଙ୍କ ପୂଜା ଦିନ ବୋଲି କୁହାଯାଏ । ଏହି ଦିନ ଗଣେଶଙ୍କୁ ପୂଜା କରି ତାଙ୍କ ପ୍ରିୟ ଜିନିଷ ଅର୍ପଣ କରିବା ଉଚିତ । ଯେମିତିକି ରୋଲି ଏବଂ ନାଲି ସିନ୍ଦୁର । ନାଲି ସିନ୍ଦୁର ଗଣେଶଙ୍କର ବେଶ ପ୍ରିୟ । ନାଲି ସିନ୍ଦୁରରେ ଗଣେଶଙ୍କ ତିଲକ କଲେ ଗଣେଶ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ଯାହାଦ୍ୱାରା ଘରେ କେବେ ଅଭାବ ରହେ ନାହିଁ , ସବୁ ଦୁଃଖ ଦୁର୍ଦଶା ଦୂରେଇ ଯାଏ । ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରେ ।

୨ . ଶ୍ରୀଗଣେଶଙ୍କର ମୋଦକ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ପୂଜା ସମୟରେ ମୋଦକ ଭୋଗ ଲଗାନ୍ତୁ ଏବଂ ପୂଜା ଶେଷ ହେଲେ ତାହାକୁ ପରିବାର ଲୋକଙ୍କ ମଧ୍ୟରେ ପ୍ରସାଦ ଭାବରେ ବାଣ୍ଟି ଦିଅନ୍ତୁ । ଏହାର ଅତ୍ୟନ୍ତ ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ସବ୍ୟ ବିଗିଡ଼ି ଯାଇଥିବା କାମ ପୂରଣ ହୋଇଯାଏ ଏବଂ ବ୍ୟବସାୟ ଜନିତ ସମସ୍ୟା ମଧ୍ୟ ଦୂରେଇ ଯାଏ ।

୩ . ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ବୁଧବାର ଦିନ ନିଷ୍ଠା ଏବଂ ନିୟମର ସହିତ ଭଗବାନ ଗଣେଶଙ୍କ ପୂଜା କରି ୨୧ ଟି ଦୁବଘାସ ଅର୍ପଣ କରନ୍ତୁ । ଏପରି ପ୍ରତ୍ୟେକ ବୁଧବାର କରନ୍ତୁ । ଏପରି କଲେ ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଏହା ବ୍ୟତୀତ ଗଣେଶଙ୍କୁ ବୁନ୍ଦି ଲଡ଼ୁ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।

୪ . ଯଦି ଆପଣ ବ୍ୟବସାୟ କିମ୍ବା ଚାକିରୀରେ ମାନ ସମ୍ମାନ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଗଣେଶଙ୍କ ପୂଜା କରି ସମୀ ବୃକ୍ଷର ପତ୍ର ଅର୍ପଣ କରନ୍ତୁ । କାରଣ ସମୀ ବୃକ୍ଷର ପତ୍ର ଦ୍ୱାରା ଅନ୍ୟାନ୍ୟ ଦେବା ଦେବୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଶ୍ରୀଗଣେଶ ମଧ୍ୟ ପ୍ରସନ୍ନ ହୁଅନ୍ତି । ସଧାରଣତଃ ବାସ୍ତୁ ଦୋଷ ଦୂର କରିବା ପାଇଁ ଲୋକେ ସମୀ ବୃକ୍ଷ ଲଗାଇଥାନ୍ତି ।

୫ .ଯେଉଁ ବ୍ୟକ୍ତି ଭଗବାନ ଗଣେଶଙ୍କ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳନ୍ତି ତେବେ ଭଗବାନ ଗଣେଶ ଖୁସି ହୁଅନ୍ତି । ଏହାଦ୍ବାରା ସମସ୍ତ ମନସ୍କାମନା ପୂରଣ ହେବା ସହିତ ଘରେ କୌଣସି ପ୍ରକାରର ଅଭାବ ଦେଖା ଦିଏ ନାହିଁ କିମ୍ବା ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଏ ।

୬ . ଶ୍ରୀଗଣେଶଙ୍କୁ ପୂଜା ସମୟରେ ଚାଉଳ ଅର୍ପଣ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେପରି ଭଙ୍ଗ ଚାଉଳ ନହୁଏ । କେବେବି କୌଣସି ଦେବୀ ଦେବତାଙ୍କୁ ଶୁଖିଲା ଚାଉଳ ଅର୍ପଣ କରନ୍ତୁ ନାହିଁ ବରଂ ଅଳ୍ପ ପାଣିରେ ଓଦା କରି ଦିଅନ୍ତୁ । ଏପରି କଲେ ଭଗବାନ ପ୍ରସନ୍ନ ହୁଅନ୍ତି।

୭ . ଯେତେବେଳେ ଆପଣ ଗଣେଶଙ୍କ ପୂଜା କରୁଛନ୍ତି ସେତେବେଳେ ଶ୍ରୀଗଣେଶଙ୍କ ପେଟ ଦର୍ଶନ କରନ୍ତୁ ନାହିଁ । କାରଣ ତାଙ୍କ ପିଠିରେ ଦାରିଦ୍ର୍ୟର ବାସ ହୋଇଥାଏ । ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ଚଢ଼ାଯାଏ ନାହିଁ ।

Leave a Reply

Your email address will not be published. Required fields are marked *