ଘରେ ଶିବ ଲିଙ୍ଗ ରଖିଲେ ପାଖରେ ରଖନ୍ତୁ ନାହିଁ ଏହି ଚାରୋଟି ଜିନିଷ । ନଚେତ ପୂଜା ହେବ ନିରର୍ଥକ

ଆମେ ଜାଣିଛୁ ଯେ ମହାଦେବ ଏପରି ଜଣେ ଦେବତା ଯିଏକି ନିଜ ଭକ୍ତର ସାମାନ୍ୟ ପ୍ରାର୍ଥନାରେ ବି ବହୁତ ଜଲଦି ଖୁସି ହୋଇ ଯାଆନ୍ତି ଏବଂ ବର ପ୍ରଦାନ କରନ୍ତି । ପ୍ରାୟ ସମସ୍ତଙ୍କ ଘରେ ମହଦେବଙ୍କ ଫୋଟ କିମ୍ବା ଲିଙ୍ଗ ଥାଏ । ଆପଣ ଚାହିଁଲେ ଶିବଙ୍କର ଏକାଧିକ ଫୋଟ କିମ୍ବା ମୂର୍ତ୍ତି ଘରର ପୂଜାଘରେ ରଖି ପାରିବେ । ମାତ୍ର ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଘରେ ଶିବ ଲିଙ୍ଗ ରଖୁଛନ୍ତି ତେବେ ଆଙ୍ଗୁଠି ଆକାର ଠାରୁ ବଡ଼ ରଖିବା ଅଶୁଭ ହୋଇଥାଏ । ତେବେ ଏହି ନିୟମ ସତ୍ତ୍ୱେ ଆଜି ଆମେ ଆପଣଙ୍କୁ କହିବୁ ଯେ ସେ ଶିବ ଲିଙ୍ଗ ପାଖରେ କେଉଁ ଜିନିଷ ରଖିବା ଶୁଭ ଏବଂ କେଉଁ ଜିନିଷ ରଖିବା ଅଶୁଭ ହୋଇଥାଏ । ଯଦି ଆପଣ ଏହିସବୁ ନିୟମକୁ ଧ୍ୟାନ ନଦିଅନ୍ତି ତେବେ ପୂଜା ବ୍ୟର୍ଥ ହୋଇଯିବ ।

ସାଧରଣତଃ ଶିବଲିଙ୍ଗକୁ ବ୍ରହ୍ମାଣ୍ଡର କେନ୍ଦ୍ର ମାନା ଯାଏ ଯେଉଁଠାରୁ ଶକ୍ତି ନିର୍ଗତ ହୋଇଥାଏ । ସେହି ପ୍ରଖର ଶକ୍ତି ପ୍ରଭାବରେ କିଛି ଜିନିଷ ନକରାତ୍ମକ ଏବଂ ଆଉ କିଛି ଜିନିଷ ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ତେଣୁ ଶିବ ଲିଙ୍ଗ ପାଖରେ କିଛି ଜିନିଷ ଏପରି ଅଛି ଯାହାକୁ ରଖିଲେ ଶିବ ଲିଙ୍ଗ ଶକ୍ତି ଦ୍ୱାରା ତାହା ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ବାସ୍ତୁ ଅନୁସାରେ ଏହା ଆଦୌ ଭଲ ହୋଇ ନଥାଏ ।

ଘରର ପୂଜା ଘର ବନାଇବା ସମୟରେ ଧ୍ୟାନ ରଖିବେ ଯେ ପୂଜାଘର ସବୁବେଳେ ଘରର ଐଶ୍ୱନ୍ୟ କିମ୍ବା ପୂର୍ବ ଉତ୍ତର ଦିଗରେ ତିଆରି ହେବା ଉଚିତ । କାରଣ ଏହି ଦିଗ ସକଳ ଶକ୍ତିର ଦିଗ ଅଟେ । ପୂଜାଘରେ କେବଳ ଦେବଦେବୀଙ୍କ ଫୋଟ କିମ୍ବା ମୂର୍ତ୍ତି ରଖିବା ଉଚିତ । ମାତ୍ର ଭୁଲରେ ବି କୌଣସି ବାବା କିମ୍ବା ସନ୍ଥଙ୍କ ଫୋଟ ଆଦୌ ଲଗାଇବା ଉଚିତ ନୁହେଁ । କାରଣ ମଣିଷଙ୍କ ସ୍ଥାନ ଭଗବାନଙ୍କ ପାଖରେ ହୋଇ ନଥାଏ । ପୁଣି ଫୋଟ ଏବଂ ମୂର୍ତ୍ତି ରଖିବା ସମୟରେ ପିଠି କରି କୌଣସି ଫୋଟ ରଖନ୍ତୁ ନାହିଁ । ଭଗବାନଙ୍କ ମୂର୍ତ୍ତି ସବୁବେଳେ ବିରାଜମାନ ଅବସ୍ଥାରେ ରହିବା ଆବଶ୍ୟକ । ପୂଜାଘରେ କୌଣସି ଅଶୁଭ ଜିନିଷ ରଖିବା ଉଚିତ ନୁହେଁ ।

୧ . ପୂଜାଘରେ କେବେବି ଏକରୁ ଅଧିକ ଶିବଲିଙ୍ଗ ସ୍ଥାପନ କରନ୍ତୁ ନାହିଁ । କାରଣ ଉଭୟରୁ ନିର୍ଗତ ଶକ୍ତି ପରସ୍ପର ସହିତ ଧକ୍କା କରିପାରେ । ଯାହାଦ୍ୱାରା ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ । ପୂଜାଘରେ କେବଳ ଗୋଟିଏ ଶିବ ଲିଙ୍ଗ ଏବଂ ତାହା ପୁଣି ଐଶ୍ୱନ୍ୟ ଦିଗକୁ ମୁଁହ କରି ରଖନ୍ତୁ ।

୧ . ପୂଜାଘରେ ଶିବ ଲିଙ୍ଗ ରଖିଲେ ତାହାକୁ ନିତ୍ୟ ପୂଜା କରିବା ବାଧ୍ୟତାମୂଳକ ଅଟେ । ଯଦି ପ୍ରତ୍ୟେକ ଦିନ ପୂଜା ସମ୍ଭବ ନୁହେଁ ତେବେ ଶିବଲିଙ୍ଗକୁ ଶାନ୍ତ କରିବା ପାଈଁ ନିତ୍ୟ ଜଳ ଅର୍ପଣ କରିବା ଅନିର୍ବାର୍ଯ୍ୟ ଅଟେ ।

୨ . ପାଣି ବଦଳରେ ଯଦି ଆପଣ ଖୀରରେ ମହାଦେବଙ୍କ ଅଭିଷେକ କରନ୍ତି ତେବେ ଏହା ଅଧିକ ଲାଭଦାୟି ହୋଇଥାଏ । ଏହାଦ୍ବାରା ଶିବ ଶାନ୍ତ ରହନ୍ତି ଏବଂ ସକାରାତ୍ମକ ଶକ୍ତି ନିର୍ଗତ ହୋଇଥାଏ ।

୩ . ଶିବଲିଙ୍ଗ ଉପରେ ଆପଣ ପ୍ରତ୍ୟେକ ଦିନ ବେଲପତ୍ର ଚଢାନ୍ତୁ । ବେଲ ପତ୍ର ଏକ ଏପରି ଔଷଧି ଯାହା ଶିବଙ୍କୁ ଥଣ୍ଡା ରଖିଥାଏ । ଏପରି କରିବା ଦ୍ୱାରା ସକାରାତ୍ମକ ଶକ୍ତି ନିର୍ଗତ ହୋଇଥାଏ । ଏହାଦ୍ବାରା ଘରର ବାତାବରଣ ମଧ୍ୟ ଶାନ୍ତ ଏବଂ ଶୁଦ୍ଧ ରହିବ ।

୪ . ଶିବ ଲିଙ୍ଗ ପାଖରେ ଶଙ୍ଖ ରଖିବା ଉଚିତ ନୁହେଁ । ଶଙ୍ଖର ବ୍ୟବହାର ଧ୍ୱନିକୁ ତୀବ୍ର କରିବା ପାଇଁ କରାଯାଏ । ଏହାକୁ ଶିବଲିଙ୍ଗ ପାଖରେ ରଖିଲେ ଏହା ଶିବ ଲିଙ୍ଗ ଶକ୍ତିକୁ ବଢ଼ାଇ ଥାଏ । ଯାହାଦ୍ୱାରା ଘରର ବାତାବରଣ ଉଗ୍ର ହୋଇଯାଏ ।

୫ . ଶିବଲିଙ୍ଗ ପାଖରେ ତୁଳସୀ ରଖିବା ଉଚିତ ନୁହେଁ । ସ୍କନ୍ଧ ପୁରାଣ ଅନୁସାରେ ତୁଳସୀ ଶିବଙ୍କୁ ଅଭିଶାପ ଦେଇଥିଲେ । ତେଣୁ ଶିବଙ୍କୁ ତୁଳସୀ ଚଢାଇଲେ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *