ଯଦି ଆପଣଙ୍କ ଘରେବି ରହିଛି ପିମ୍ପୁଡ଼ି ତେବେ ଜାଣିନିଅନ୍ତୁ ତାହାର ଅର୍ଥ , ଖୁବ ଶୀଘ୍ର ବଦଳିବାକୁ ଯାଉଛି ଆପଣଙ୍କ ଭାଗ୍ୟ :-

ମଣିଷ ଅନୁସାରେ ପିମ୍ପୁଡ଼ି ଏକ ସାଧାରଣ ଜୀବ କିମ୍ବା ନିରର୍ଥକ ଜୀବ । କିନ୍ତୁ ଏପରି କହିବା ସମ୍ପୂର୍ଣ୍ଣ ଭୁଲ ଅଟେ । ଏମିତିରେ ତ ଶାସ୍ତ୍ର ଅନୁଯାୟୀ ପିମ୍ପୁଡ଼ିର ମଣିଷ ଜୀବନରେ ଅନେକ ମହତ୍ତ୍ୱ ରହିଛି । କିନ୍ତୁ ବୈଜ୍ଞାନିକ ମାନେ ମଧ୍ୟ ପିମ୍ପୁଡ଼ି ସମ୍ବନ୍ଧରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଯାହା ଅନୁଯାୟୀ ପିମ୍ପୁଡ଼ି ଖୁବ ପରିଶ୍ରମୀ ଜୀବ । ଯେଉଁମାନେ ମିଳିତ ଭାବରେ କାମ କରିବା ଏବଂ ଏକ ପାହାଡ଼କୁ କାଟିବା ଭଳି ସାମ୍ୟର୍ଥ ରଖିଥାନ୍ତି । ପିମ୍ପୁଡ଼ିର ରଙ୍ଗ ମଧ୍ୟ ଜୀବନ ଉପରେ ପ୍ରଭାବ ପକାଇ ଥାଉ । ଆଜିକାର ଏହି ଲେଖାରେ ଆମେ ମଣିଷ ଜୀବନ ସହିତ ଜଡ଼ିତ କିଛି ବିଶେଷ ସଙ୍କେତ କିପରି ପିମ୍ପୁଡ଼ି ଦ୍ୱାରା ଜଣା ପଡ଼ିଥାଏ ସେହି ବିଷୟରେ କହିବୁ ।

ମଣିଷ ପ୍ରାୟ ୮୪ ଲକ୍ଷ ୟୁନିରେ ଭିନ୍ନ ଭିନ୍ନ ରୂପରେ ଜନ୍ମ ନେଇଥାଏ । ଶାସ୍ତ୍ର ଅନୁଯାୟୀ ପିମ୍ପୁଡ଼ିକୁ ମଧ୍ୟ ସାକ୍ଷାତ ବୁଷ୍ଣୁଙ୍କ ଅଂଶ ବୋଲି ମାନା ଯାଇଛି ଏବଂ ପିମ୍ପୁଡ଼ି ଉପରେ ଶନିଙ୍କର ଆଧିପତ୍ୟ ରହିଥାଏ । ତେଣୁ ଏହା କେବେଳ ପିମ୍ପୁଡ଼ିର ରଙ୍ଗ ଉପରେ ନିର୍ଭର କରିଥାଏ । ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ବୈକୁଣ୍ଠ ପ୍ରାପ୍ତି ହେଉ ଏବଂ ଭଗବାନ ବିଷ୍ଣୁଙ୍କ ସାନିଧ୍ୟ ପ୍ରାପ୍ତ ହେଉ ତେବେ ପିମ୍ପୁଡ଼ିକୁ ଚାଉଳ ଅଟା ଖୁଆନ୍ତୁ ।

ତେଣୁ ପିମ୍ପୁଡ଼ିକୁ ଚାଉଳ ଅଟା ଖୁଆଇଲେ ମଣିଷକୁ ଆଉ ୮୪ ଲକ୍ଷ ୟୁନିରେ ଜନ୍ମ ନେବାକୁ ପଡ଼ି ନଥାଏ ଏବଂ ସିଧାସଳଖ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ଯଦି ଆପଣ ପିମ୍ପୁଡ଼ିକୁ ଚାଉଳ ଅଟା ଦିଅନ୍ତି ତେବେ ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ଘର ପରିବାରକୁ ମଧ୍ୟ ଖୁସି ଆସିଥାଏ ।

ଯଦି ଆପଣଙ୍କ ଜୀବନାରେ ଅନେକ ସମସ୍ୟା ରହିଛି ଏବଂ ଆପଣଙ୍କ ସଫଳତା ଦିଗରେ କିଛି କାରଣ ବାଧା ସାଜୁଛି ତେବେ ଶୁଖିଲା ନଡ଼ିଆ ପୋରରେ ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଘରର ସମସ୍ୟା ବାଧା କିଛିଦିନ ମଧ୍ୟରେ ହିଁ ଶେଷ ହୋଇଯିବ । ଯଦି ଆପଣ ପିମ୍ପୁଡ଼ିକୁ ଅଟା ଖୁଆନ୍ତି ତେବେ ଆପଣଙ୍କ ମୁଁହର ଉଜ୍ଜଳତା ବଢିଯିବ । ଏହାବ୍ୟତୀତ ଯଦି କୌଣସି ଚାକିରୀ ସମ୍ବନ୍ଧୀୟ ସମସ୍ୟା ଥାଏ କିମ୍ବା ବ୍ୟବସାୟରେ କୌଣସି ସମସ୍ୟା ଥାଏ ତେବେ ବାଦାମ ପାଉଡରରେ ଚିନି ମିଶାଇ ପିମ୍ପୁଡ଼ିକୁ ଦିଅନ୍ତୁ ।

ଦେଖିବେ ଚାକିରୀ ସମ୍ବନ୍ଧୀୟ ସବୁ ସମସ୍ୟା ଦୂରେଇ ଯିବ ଏବଂ ବାଣିଜ୍ୟରେ ଆଶା ବାହାର ଉନ୍ନତି ଆସିବ । ଯେକୌଣସି ଗ୍ରହ ଦୋଷ ଶନି , ରାହୁ କିମ୍ବା କେତୁ ହେଉ ପିମ୍ପୁଡ଼ିକୁ ଅଟାରେ ଚିନି ମିଶାଇ ଖୁଆଇଲେ ଏହି ସବୁ ଗ୍ରହ ଦୋଷ ଦୂରେଇ ଯାଏ । ସାଧରଣତଃ ପିମ୍ପୁଡ଼ିର ରଙ୍ଗ ଅନୁଯାୟୀ ମଧ୍ୟ ଆମ ଜୀବନ ଉପରେ ପ୍ରଭାବ ପଡ଼ିଥାଏ । ଅର୍ଥାତ କିଛି ଏପରି ପିମ୍ପୁଡ଼ି ମଧ୍ୟ ଅଛନ୍ତି ଯାହା ଆମ ଜୀବନରେ ଖରାପ ପ୍ରଭାବ ପକାଇ ଥାଏ । ଯଦି ଆପଣଙ୍କର ଅନେକ ଦିନ ହେବ ରୂପି ସମସ୍ୟା ରହିଛି ଏବଂ ଠିକ ହେଉନାହିଁ ତେବେ ଏହାର କାରଣ ହେଉଛି ରାହୁ ଦଶା ।

ତେଣୁ ଯଦି ଆପଣ ଏମିତିରେ ପିମ୍ପୁଡ଼ିକୁ ଚିନି ଖୁଆନ୍ତି ତେବେ ରାହୁ ଦଶା କଟିଯିବ । କିନ୍ତୁ ଯଦି ଶୁକ୍ର ଗ୍ରହ ଦୁର୍ବଳ ଅଛି ତେବେ ପ୍ରତ୍ୟେକ ଶୁକ୍ରବାର ପିମ୍ପୁଡ଼ିକୁ ଚିନି ଖୁଆଇବା ଉଚିତ । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଦୁର୍ବଳ ଅଛନ୍ତି ତେବେ ପ୍ରତ୍ୟେକ ରବିବାର ପିମ୍ପୁଡ଼ିକୁ ଖିରି ବନାଇ ଖୁଆନ୍ତୁ । ଏହାବ୍ୟତୀତ ଯଦି କେତୁ ଆପଣଙ୍କ ଉପରେ ଅଶୁଭ ପ୍ରଭାବ ପକାଉଛି ଏବଂ ଆପଣ ଏହା ଦ୍ୱାରା ଅଜଣା ରୋଗରେ ପୀଡ଼ିତ ହେଉଛନ୍ତି ତେବେ ୪୩ ଦିନ ପର୍ଯ୍ୟନ୍ତ ଅଟାରେ ଗୁଡ଼ ମିଶାଇ ଚିନିକୁ ଖୁଆନ୍ତୁ ।

Leave a Reply

Your email address will not be published. Required fields are marked *