ମୃତ ବ୍ୟକ୍ତିର ବସ୍ତୁ ଆପଣ ବ୍ୟବହାର କରୁଛନ୍ତି କି ? ତେବେ ଜାଣି ନିଅନ୍ତୁ ବ୍ୟବହାର ଦ୍ୱାରା କଣ ହୋଇଥାଏ :-

ମୃତ୍ୟୁ ଏପରି ଏକ ସତ୍ୟ ଅଟେ ଯାହାକୁ କେହିବି ମନା କରି ପାରିବେ ନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମର୍ତ୍ତମଣ୍ଡଳରେ ଯିଏକି ଜନ୍ମ ହୁଏ ତାର ମୃତ୍ୟୁ ସୁନିଶ୍ଚିତ । ନିଶ୍ଚିତ ଭାବରେ ମନୁଷ୍ୟକୁ ନିଜର ଶରୀରର ତ୍ୟାଗ କରିବାକୁ ପଡ଼ିଥାଏ । କିନ୍ତୁ ଆତ୍ମା ଆମର ହୋଇଥାଏ ଏବଂ ଆତ୍ମାର ଏହି ସଂସାରରେ କିଛିବି ନିଜର ନଥାଏ । ଆତ୍ମା ନିଜ କର୍ମ ଅନୁସାରେ ହିଁ ବାରମ୍ବାର ଜନ୍ମ ନେଇଥାଏ । ମନୁଷ୍ୟର ଶରୀର ମଧ୍ୟ ତା ନିଜର ନୁହେଁ ତାହା କେବଳ ପୃଥିବୀରେ କର୍ମ ପାଇଁ ଭଗବାନଙ୍କ ଦତ୍ତ । ମାତ୍ର ତାହା ଦିନେ ନା ଦିନେ ପଞ୍ଚତତ୍ତ୍ୱରେ ଲୀନ ହୋଇଯିବ । ତଥାପି ମନୁଷ୍ୟ ପୃଥିବୀରେ ଜନ୍ମ ନେଇ ଅନେକ ପ୍ରକାରର ଭୌତିକ ବସ୍ତୁରେ ପଡ଼ିଥାଏ । ମୃତ୍ୟୁ ପରେ ମଧ୍ୟ ସେହି ବସ୍ତୁ ପ୍ରତି ଥିବା ମୋହ ଯାଏନାହିଁ । ଶ୍ରୀକୃଷ୍ଣ କହନ୍ତି ଯେ ମଣିଷ ଯେତେ ପର୍ଯ୍ୟନ୍ତ ସାଂସାରିକ ବସ୍ତୁର ତ୍ୟାଗ କରି ସମ୍ପୂର୍ଣ୍ଣ ଭାବରେ ଈଶ୍ୱରଙ୍କୁ ଗ୍ରହଣ କରିନାହିଁ ସେତେବେଳେ ସେ ଭିନ୍ନ ଭିନ୍ନ ୟୁନୋରେ ଭିନ୍ନ ଭିନ୍ନ ରୂପରେ ପୃଥିବୀରେ ଜନ୍ମ ନେଇ ଚାଲିଥାଏ ।

କେବେ ତାକୁ ସେହି ବସ୍ତୁର ମୋହ ଏତେ ଅଧିକ ଥାଏ ଯେ ମୃତ୍ୟୁ ପରେବି ସେ ପୃଥିବୀରେ ଭ୍ରମଣ କାରବାର ଲାଗିଥାଏ । କେବେକେବେ ଆମେ ମୃତ ପରିଜନଙ୍କ ଜିନିଷ ଗୁଡ଼ିକୁ ସ୍ମୃତି ସ୍ୱରୂପ ପାଖରେ ରଖୁଥାଉ କିମ୍ବା ତାହାର ଉପଯୋଗ ମଧ୍ୟ କରିଥାଉ । କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ମୃତ1ବ୍ୟକ୍ତିର କିଛି ଜିନିଷକୁ ଆମେ ଉପଯୋଗ କରିବା ଠିକ ନୁହେଁ । କାରଣ ସେହି ବସ୍ତୁ ସହିତ ମୃତ ବ୍ୟକ୍ତିର ଶକ୍ତି ଯୋଡ଼ି ରହିଥାଏ । ତେଣୁ ବ୍ୟକ୍ତିର ସେହି ବସ୍ତୁ ପ୍ରତି ଏତେ ମୋହ ଥାଏ ଯେ ଯଦି କେହି ବ୍ୟକ୍ତି ସେହି ବସ୍ତୁର ଉପଯୋଗ କରେ ତେବେ ତାକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ସେହି ମୃତ ଆତ୍ମା ତାକୁ ଅନେକ ପ୍ରକାରର କଷ୍ଟ ଦେବାରେ ଲାଗିଥାଏ । ଗରୁଡ଼ ପୁରାଣରେ ମୃତ ବ୍ୟକ୍ତିର ଏପରି ତିନୋଟି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ଭୁଲରେବି ବ୍ୟବହାର କରିବା ଉଚିତ ନୁହେଁ । ସେହିସବୁ ଜିନିଷ ଯେଉଁ ବ୍ୟକ୍ତିର ତାକୁ ମୋକ୍ଷ ପ୍ରାପ୍ତି ହୋଇପାରେ ନାହିଁ । ତେଣୁ ଚାଲନ୍ତୁ ଜାଣିନେବା ସେହି ବସ୍ତୁ ଗୁଡ଼ିକ ବିଷୟରେ ।

୧ . ମୃତ ବ୍ୟକ୍ତିର ପୋଷାକ :-

ଗରୁଡ଼ ପୁରାଣ ଅନୁସାରେ କୌଣସି ବ୍ୟକ୍ତିକୁ ମୃତ ବ୍ୟକ୍ତିର ବସ୍ତ୍ରର ଉପଯୋଗ କରିବା ଉଚିତ ନୁହେଁ । ଭୁଲରେବି ତାହା ଶରୀରରେ ଧାରଣ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେହି ମୃତ ବ୍ୟକ୍ତିର ଆତ୍ମା ତାସହିତ ଯୋଡ଼ି ଯାଏ । ସେହି ମୃତ ବ୍ୟକ୍ତିଙ୍କ ସ୍ମୃତି ତାକୁ କଷ୍ଟ ଦେଇଥାଏ । ଯେଉଁ ବ୍ୟକ୍ତି ମୃତ ବ୍ୟକ୍ତିର ପୋଷାକ ପରିଧାନ କରିଥାଏ ତାହାକୁ ମୃତ ବ୍ୟକ୍ତିର ଆତ୍ମା ଶାରୀରିକ ଏବଂ ମାନସିକ ଭାବରେ ଦୁର୍ବଳ କରିଦିଏ । ଏହି ବସ୍ତୁ ଦ୍ୱାରା ସେହି ମନୁଷ୍ୟର ଜୀବନରେ ଅତ୍ୟନ୍ତ ଗଭୀର ପ୍ରଭାବ ପଡ଼ିଥାଏ । ସେହି ବ୍ୟକ୍ତିକୁ ବାରମ୍ବାର ମୃତ ବ୍ୟକ୍ତିର ଆତ୍ମାର ଆଭାସ ହୋଇଥାଏ । ସେହି ବ୍ୟକ୍ତିର ସ୍ୱପ୍ନରେ ମୃତ ବ୍ୟକ୍ତି ବାରମ୍ବାର ଆସି ଦୁଃଖ ଏବଂ ଯାତନା ଦେଇଥାଏ । ଏହି କାରଣରୁ ଗରୁଡ଼ ପୁରାଣରେ କୁହାଯାଇଛି ଯେ ମୃତ ବ୍ୟକ୍ତିର ବସ୍ତ୍ରର ଉପଯୋଗ କେବେ କରିବା ଉଚିତ ନୁହେଁ । ଆପଣ ତାହାକୁ ଘରେ ସାଇତି ରଖି ପାରନ୍ତି କିମ୍ବା ନଦୀରେ ପ୍ରବାହିତ ମଧ୍ୟ କରି ପାରନ୍ତି । କିନ୍ତୁ ଭୁଲରେବି ପିନ୍ଧନ୍ତୁ ନାହିଁ ।

୨ . ମୃତ ବ୍ୟକ୍ତିଙ୍କ ଗହଣା :-

ଗରୁଡ଼ ପୁରାଣରେ କୁହାଯାଇଛି ଯେ କୌଣସି ବ୍ୟକ୍ତିକୁ ନିଜର ମୃତକ ପରିଜନ କିମ୍ବା କୌଣସି ମୃତକ ସ୍ତ୍ରୀର ଗହଣାର ଉପଯୋଗ କରିବା ଉଚିତ ନୁହେଁ । ସ୍ତ୍ରୀ ମାନଙ୍କର ନିଜର ଗହଣା ପ୍ରତି ଗଭୀର ବନ୍ଧନ ଥାଏ। ଯାହାକି ମୃତ୍ୟୁ ପରେ ମଧ୍ୟ ସମାନ ରହିଥାଏ । ଯେଉଁ ବ୍ୟକ୍ତି ସେମାନଙ୍କ ମୃତ୍ୟୁ ପରେ ତାଙ୍କ ଗହଣାକୁ ପିନ୍ଧିଥାଏ ତେବେ ସେହି ମୃତ ବ୍ୟକ୍ତିର ଶକ୍ତି ତାସହିତ ଯୋଡ଼ିଯାଏ । ଯେଉଁ କାରଣରୁ ତାକୁ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେଣୁ ତାହାକୁ ଘରେ ସାଇତି ରଖନ୍ତୁ କିମ୍ବା ସେହି ଗହଣାକୁ ନେଇ ନୂଆ ଗହଣା ବନାଇ ଦିଅନ୍ତୁ । ମୃତ୍ୟୁ ପୂର୍ବରୁ ଯଦି ସେହି ବ୍ୟକ୍ତି ଭେଟି ସ୍ୱରୂପ ଦେଇଥିବେ ତେବେ ଆପକଣ ତାହାକୁ ବ୍ୟବହାର କରି ପାରିବେ ।

୩ . ମୃତ ବ୍ୟକ୍ତିଙ୍କ ଘଡ଼ି :-

ବସ୍ତ୍ର ଏବଂ ଗହଣା ଭଳି ଘଡ଼ିରେ ମୃତ ବ୍ୟକ୍ତିର ଆତ୍ମା ତାହା ସହିତ ଜଡ଼ିତ ହୋଇ ରହିଥାର। ଏହା ମୃତ ବ୍ୟକ୍ତିର ଶକ୍ତିର ପ୍ରମୁଖ ଉତ୍ସ ଅଟେ । ଗରୁଡ଼ ପୁରାଣରେ ଏହି ବିଷୟରେ କୁହାଯାଇ ନାହଁ ମାତ୍ର ଶାସ୍ତ୍ର ଅନୁଯାୟୀ ଏହାର ମହତ୍ତ୍ୱ କରାଯାଇଛି । ତେଣୁ ଘଡି ବ୍ୟବହାର କଲେ ମୃତ୍ୟୁ ବ୍ୟକ୍ତିର ଆତ୍ମା ଆପଣଙ୍କୁ ପ୍ରଭାବିତ କରିବ । ଏହାକୁ ଆପଣ ଘରେ ସାଇତି ରଖି ପାରିବେ ମାତ୍ର ବ୍ୟବହାର କରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *