ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ୫ଟି ସଙ୍କେତ , ଜାଣି ରଖନ୍ତୁ

ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଏକ ପ୍ରଶ୍ନ ପଚାରିଲେ ଯେ ” ସାରଥୀ ଆପଣ ଏକ ବାକ୍ୟ କୁହନ୍ତି ଯେଉଁଥିରେ ଦୁଃଖରେବି ସୁଖର ଅନୁଭବ ହେବ ଏବଂ ସୁଖରେବି ଉତ୍ସାହିତ ଯେପରି ନହେବା “। ଏଥିରେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ ଯେ ” ଏହି ସମୟ ବି ବିତିଯିବ ” । ଅର୍ଥାତ ଜୀବନରେ ସୁଖ କିମ୍ବା ଦୁଃଖ ଏସବୁ ଅକ୍ପ ସମୟ ପାଇଁ ଆସିଥାଏ । ତେଣୁ ମଣିଷକୁ ଦୁଃଖ ନେଇ ଅଧିକ ବିଚଳିତ ହେବା ଉଚିତ ନୁହେଁ । କିନ୍ତୁ ମନୁଷ୍ୟ ଜୀବନକୁ ଖୁସି ଆସିବା ପୂର୍ବରୁ କିଛି ସଙ୍କେତ ଆସିଥାଏ । କିନ୍ତୁ ଆମେ ଏସବୁ ଆମେ ଜାଣି ପାରି ନଥାଉ କାରଣ ଆମେ ଯେଉଁ ବ୍ୟସ୍ତବହୁଳ ଜୀବନରେ ବଞ୍ଚୁଛୁ ସେଠାରେ ଆମ ନିଜ ପାଇଁ ବି ସମୟ ନାହିଁ । ମାତ୍ର ଯଦି ଆପଣ ଏସବୁ ସଙ୍କେତ ବୁଝି ନିଅନ୍ତି ତେବେ ଜୀବନ ଆହୁରି ସୁଖକର ହୋଇଯାଏ । ତେଣୁ ଚାଲନ୍ତୁ ଜାଣିନେବା ସେହି ସବୁ ସଙ୍କେତ ବିଷୟରେ ଯାହା ଆପଣଙ୍କ ଜୀବନରେ ଖୁସି ଆସିବାର ଇଙ୍ଗିତ କରିଥାଏ ।

୧ . ଘରର ସଦସ୍ୟଙ୍କ ମୁଁହରେ ହଠାତ ହସ :-

ଅନେକ ସମୟରେ ଆପଣ ଦେଖିବାକୁ ପାଇବେ ଯେ ଘରର ସଦସ୍ୟଙ୍କ ମନ ଖୁବ ଭଲ ରହିବ । ହଠାତ ସେମାନେ ବିନା କୌଣସି କାରଣରେ ହସିଲେ ଏହା ଆପଣଙ୍କ ଜୀବନକୁ ଖୁସି ଆସିବାର ସଙ୍କେତ ଦେଇଥାଏ । ଏହାଦ୍ବାରା ଆପଣଙ୍କ ଘରକୁ ବହୁତ ଜଲଦି ଅନେକ ଖୁସି ଆସିବାର ସଙ୍କେତ ମିଳିଥାଏ ।

୨ . ପୁରୁଣା ବନ୍ଧୁ କିମ୍ବା ସଜ୍ଜନଙ୍କ ସହିତ ସାକ୍ଷାତ :-

ଏମିତିରେ ତ ଘରକୁ ଅତିଥି ଆସିଲେ ଏହା ଶାସ୍ତ୍ର ଅନୁସାରେ ଖୁବ ଶୁଭ ହୋଇଥାଏ । ଏହିପରି ଯଦି ଆପଣଙ୍କର ଖୁବ ଘନିଷ୍ଠ ପୁରୁଣା ବନ୍ଧ ହଠାତ ଘରକୁ ଆଗମନ କରନ୍ତି ତେବେ ଏହା ଆପଣଙ୍କ ଜୀବନର ଏକ ବଡ଼ ଖୁସିର ସଙ୍କେତ ଅଟେ । ଏହା ଈଶ୍ୱରଙ୍କର ଏକ ସଙ୍କେତ ଅଟେ ।

୩ . ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ହଠାତ ରାସ୍ତାରେ ହରିଣ କିମ୍ବା ଗାଈ ଦେଖୁଛନ୍ତି ତେବେ ତାହା ଶୁଭ ସଙ୍କେତ ଅଟେ । ଯଦି ତାହା ଆପଣଙ୍କ ମାର୍ଗରେ ଦେଖାଯାଏ ତେବେ ଆପଣଙ୍କ ଯାତ୍ରା ନିଶ୍ଚିତ ସଫଳ ହୋଇଥାଏ । ଏହାବ୍ୟତୀତ ଯଦି ରାସ୍ତାରେ ଯାଉଥିବା ସମୟରେ ଆପଣ କୌଣସି ଶବଯାତ୍ରା ଦେଖନ୍ତି ତେବେ ଏହା ମଧ୍ୟ ଏକ ଶୁଭ ସଙ୍କେତ ଅଟେ । ଏମିତିରେ ଆପଣଙ୍କୁ ଭଗବାନଙ୍କ ନାମ ନିଶ୍ଚୟ ନେବା ଉଚିତ ।

୪ . ଯଦି ଆପଣଙ୍କ ଘରକୁ ଉପହାରରେ ହଠାତ ନୂଆ ବସ୍ତ୍ର , ଗହଣା ଏବଂ ମିଠା ପ୍ରାପ୍ତ ହୋଇଛି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହାଦ୍ବାରା ଆପଣଙ୍କୁ ଜୀବନରେ ଉନ୍ନତି ଏବଂ ମାନ ସମ୍ମାନ ପ୍ରାପ୍ତ ହେବ ।

୫ . ଯଦି ଆପଣଙ୍କ ଘରକୁ ପିଲାମାନେ ଆସି ଖୁବ ଖୁସିରେ ଖେଳନ୍ତି ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଘର ସେମାନଙ୍କୁ ଅତି ପ୍ରିୟ ଅଟେ । ଏହାର ଅର୍ଥ ଆପଣଙ୍କ ଘର ଅତ୍ୟନ୍ତ ଶୁଭ ଏବଂ ବାସ୍ତୁ ଦୋଷରୁ ମୁକ୍ତ ଅଟେ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟୀ ଅଟେ । ଆପଣଙ୍କ ଘରକୁ ସର୍ବଦା ଖୁସିର ଆଗମନ ହେବ ।

୬ . ଛୋଟ ପିଲାର ଆପଣଙ୍କ ଘରକୁ ଆସିବା କିମ୍ବା କୌଣସି ସାଧୁ ଆପଣଙ୍କ ଘରକୁ ହଠାତ ଆସି ଆଶୀର୍ବାଦ ଦେବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ୟତୀତ ଯଦି ଆପଣ ନିଜ ଘର ବାହାରେ ଏକ ଜଳ ପୂର୍ଣ୍ଣ କଳସି ଦେଖନ୍ତି କିମ୍ବା ଦହି ପୂର୍ଣ୍ଣ ପାତ୍ର ଦେଖନ୍ତି ତେବେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏହା ଆପଣଙ୍କ ଜୀବନକୁ ଆସିବାକୁ ଥିବା ଶୁଭ ସଙ୍କେତକୁ ଦର୍ଶାଇଥାଏ ।

୭ . ଯଦି ଆପଣ ସକାଳୁ ସକାଲୁ ଝାଡ଼ୁ କିମ୍ବା କେହି ଝାଡୁ କରୁଥିବାର ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । କାରଣ ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି । ମାତା ଲକ୍ଷ୍ମୀଙ୍କ ବାହାନ ପେଚା ଅଟେ । ତେଣୁ ଏମିତିରେ ଯଦି ଆପଣଙ୍କ ଘର ପାଖରେ ପେଚା ଦେଖନ୍ତି ତେବେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ତେଣୁ ଏପରି ହେଲେ ମାତା ଲକ୍ଷ୍ମୀଙ୍କୁ ଆରାଧନା କରିବା ଆରମ୍ଭ କରି ଦିଅନ୍ତୁ ଏବଂ ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ । ମାତ୍ର ବାରମ୍ବାର ପେଚା ଆପଣଙ୍କ ଘରର ଛାତରେ ବସିବା ଏକ ବଡ଼ ସଙ୍କଟ ଦିଗରେ ଇଙ୍ଗିତ କରିଥାଏ ।

୮ . ଯଦି ଆପଣଙ୍କ ଘର ପାଖରେ ଶୁଖି ଯାଇଥିବା ଗଛ ହଠାତ ସବୁଜ ହୋଇଯାଏ କିମ୍ବା ଆପଣଙ୍କୁ ସବୁଠି ସବୁଜ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ସେହିପରି ସକାଳୁ ଉଠିବା ମାତ୍ରେ ସଙ୍ଗୀତ ଶୁଣାଯିବା ମଧ୍ୟ ଲଷ୍ମୀଙ୍କ ଆଗମନର ସଙ୍କେତ ହୋଇଥାଏ ।

୯ . ଯଦି ଆପଣ ସ୍ୱପ୍ନରେ କୁମ୍ଭାରକୁ ମାଠିଆ ବନାଉଥିବାର ଦେଖନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ବାସ କରୁଛନ୍ତି । ଯଦି ରାସ୍ତାରେ ଯିବା ସମୟରେ ନେଉଳ ରାସ୍ତା କାଟେ ତେବେ ଏହା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ ।

୧୦ . ଯଦି ଗୁରୁବାର ଦିନ କୁଆଁରୀ କନ୍ୟା ହଳଦିଆ ବସ୍ତ୍ରରେ ଦେଖାଯାଏ ତେବେ ଏହା ଶୁଭ ସଙ୍କେତ ଅଟେ । ଏହା ଧନ ଲାଭର ଶୁଭ ସଙ୍କେତ ଅଟେ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ସ୍ୱପ୍ନରେ ଭିନ୍ନ ଭିନ୍ନ ଅଳଙ୍କାର ଦେଖେ ତାଙ୍କ ଘରେ ଲକ୍ଷ୍ମୀ ସ୍ଥାୟୀ ରୂପରେ ବାସ କରନ୍ତି

Leave a Reply

Your email address will not be published. Required fields are marked *