ଜୁନ ୨୮ ବଡ଼ ମଙ୍ଗଳବାର ” ଆଷାଢ଼ି ଅମାବାସ୍ୟା ” ରେ ଚୁପଚାପ ଏହି ତିନୋଟି ଜାଗାରେ ରଖି ଦିଅନ୍ତି ଲୁଣ , ବନିବ ଧନ ପ୍ରାପ୍ତିର ଯୋଗ

ରୋଷେଇ ଘର ସହିତ ଆମ ଜୀବନରେ ମଧ୍ୟ ଲୁଣ ଅନେକ କିଛି ଭଲ ପ୍ରଭାବ ପକାଇ ଥାଏ । କେବଳ ଯେ ଲୁଣକୁ ଖାଦ୍ୟରେ ସ୍ୱାଦ ପାଇଁ ବ୍ୟବହାର କରାଯାଏ ତାହା ନୁହେଁ । ଅନେକ ବାସ୍ତୁ ସହିତ ଜଡ଼ିତ ସମସ୍ୟା ମଧ୍ୟ ଲୁଣ ଦ୍ୱାରା ଠିକ ହୋଇଥାଏ । ଆମ ଶାସ୍ତ୍ରରେ ଅନେକ କିଛି ଉପାୟ କୁହାଯାଇଛି ଯାହାଦ୍ୱାରା ଲୁଣ ଧନକୁ ଆକର୍ଷିତ କରିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଅନୁଯାୟୀ ଘରର କିଛି ସ୍ଥାନରେ ଯଦି ଆପଣ ଏହି ଆଶାଢ଼ୀ ଅମାବାସ୍ୟା ମଙ୍ଗଳବାର ଦିନ ଚୁପଚାପ ଲୁଣ ରଖି ଦିଅନ୍ତି ତେବେ ଅକାଳ ମୃତ୍ୟୁ , ପୀଡ଼ା , ଦୁର୍ଦଶା , ଧନ ଏବଂ ସମୃଦ୍ଧି ସମ୍ବନ୍ଧିତ ସମସ୍ୟା ଦୂରେଇ ଯାଏ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ୧୦୦ ଗ୍ରାମ ବିରି ଡାଲି ଏବଂ ୫୦ ଗ୍ରାମ ଚାଉଳ , ୫୦ ଗ୍ରାମ ସାଗୁ ଏବଂ ନାଲି ଲଙ୍କା , ଗୋଟିଏ ପ୍ୟାକେଟ ଲୁଣ , ୧୦୦ ଗ୍ରାମ ସୋରିଷ ତେଲ ଏବଂ ଏକ ପାଣି ବୋତଲ ଏହିସବୁ ଜିନିଷକୁ ସଂଗ୍ରହ କରି ବୟସ୍କ ପୁରିଷଙ୍କୁ ଦାନରେ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହେବ । ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବ ଏବଂ ବ୍ୟବସାୟରେ ଉନ୍ନତି ମଧ୍ୟ ହେବ । ଆପଣଙ୍କ ମୁଁହରେ ହସ ଆସିବ । ଭଗବାନ ଶନିଙ୍କ କୃପଦ୍ରୁଷ୍ଟି ବଜାୟ ରହିବ । ଆପଣଙ୍କ ବୃହଷ୍ପତି ମଧ୍ୟ ମଜବୁତ ହେବ । ଏହାସହିତ ଶୁକ୍ର ମଧ୍ୟ ବଜବୁତ ହୋଇଯିବ ।

୨ . ବିଦେଶୀ ଲୋକ ହାତରୁ ଲୁଣ ଖସିଲେ ଅଶୁଭ ମାନିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରର ପ୍ରତିନିଧି ମାନାଯାଏ । ଲୁଣକୁ ଯଦି ଆପଣ କୌଣସି ଲୁହା ଏବଂ ଷ୍ଟିଲ ପାତ୍ରରେ ରଖୁଛନ୍ତି ତେବେ ଏହା ଚନ୍ଦ୍ର ଏବଂ ଶନିଦେବଙ୍କ ମିଳନ ହୋଇଥାଏ । ଯାହାକି ଅତ୍ୟନ୍ତ ଘାତକ ହୋଇଥାଏ । ଏମିତିକି ଏହାଦ୍ୱାରା ଆପଣ କାଙ୍ଗାଳ ମଧ୍ୟ ହୋଇ ପାରନ୍ତି । ଏହା ରୋଗ ଏବଂ ଶୋକର କାରଣ ହୋଇଯାଏ । ଲୁଣକୁ କୌଣସି ପ୍ଲାଷ୍ଟିକ ପାତ୍ରରେ ମଧ୍ୟ ଭୁଲରେ ବି ରଖିବା ଉଚିତ ନୁହେଁ । ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ ।

ଯଦି ଆପଣ ଲୁଣ ପକାନ୍ତି ତେବେ ଚନ୍ଦ୍ର ଏବଂ ଶୁକ୍ର କ୍ରୋଧିତ ହୋଇଯାନ୍ତି । ଯାହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ସାଥ ଛାଡ଼ି ଦିଅନ୍ତି । ଏହି କାରଣରୁ ଆଜୀବନ ବ୍ୟକ୍ତିକୁ ଗରିବ ରହିବାକୁ ପଡ଼େ । କାହାଠାରୁ ଧାରରେ ଲୁଣ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇପାରେ । ଲୁଣ ସର୍ବଦା ଅର୍ଥ ଦେଇ ହିଁ କିଣିବା ଉଚିତ । ଏହାଦ୍ବାରା ଆପଣଙ୍କ ଚନ୍ଦ୍ର ଏବଂ ଶନି ମଜବୁତ ହେବ । ଯଦି ଆପଣ ସନ୍ଧ୍ୟା ସମୟରେ କାହାକୁ ଲୁଣ ଦିଅନ୍ତି ଘରର ସୁଖ ସମୃଦ୍ଧି ହିଁ ଚାଲିଯାଏ । ତାସହିତ ଲୁଣ ନେଉଥିବା ବ୍ୟକ୍ତି ମଧ୍ୟ ବର୍ବାଦ ହୋଇଯାଏ । ଲୁଣ ମିଶା ପାଣିରେ ଘରେ ପୋଛା ଲଗାଇଲେ ଘରୁ ସବୁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ । ସପ୍ତାହରେ ଦୁଇ ତିନି ଥର ଲୁଣ ମିଶା ପାଣିରେ ପୋଛା ଲଗାଇବା ଉଚିତ । ମାତ୍ର ଏହି ଦ୍ୱିପ୍ରହର ସମୟରେ କରନ୍ତୁ ନାହିଁ ।

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଘରର କବାଟ ଖୋଲିଦେବା ଉଚିତ ନଚେତ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରି ପାରନ୍ତି ନାହିଁ । ଅନେକ ସମୟରେ ଘରର ସଦସ୍ୟଙ୍କ ଉପରେ ଖରାପ ନଜର ପଡ଼ିଯାଏ । ତେଣୁ ଆଉ ଏକ ଉପାୟ ଅନୁଯାୟୀ ପ୍ରତ୍ୟେକ ଦିନ ଖାଉଥିବା ଲୁଣ ନିଅନ୍ତୁ ଏବଂ ଅଳ୍ପ ଅଟା ନିଅନ୍ତୁ । ଆଉ କିଛି ଗୋଟା ଲଙ୍କା , ଏକ ଟୁକୁଡ଼ା କୋଇଲା ଏବଂ ହଳଦୀ ନିଅନ୍ତୁ । ଏହି ସବୁ ଜିନିଷକୁ କାଗକରେ ଗୁଡ଼ାଇ ନଜର ଲାଗିଥିବା ବ୍ୟକ୍ତିଙ୍କ ମୁଣ୍ଡ ଉପର ଦେଇ ୭ ଥର ବୁଲାଇ ଏହାକୁ ଅଗ୍ନିରେ ଜଳାଇ ଦିଅନ୍ତୁ । ଦେଖିବେ ସବୁ ସମସ୍ୟା ଦୂରେଇ ଯିବ ଏବଂ ନଜର ଦୋଷ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *