କେବଳ ଗୋଟିଏ ରସୁଣ ପାଖୁଡ଼ା ଆପଣଙ୍କୁ ଧନୀ ବନାଇ ଦେବ । ଜାଣନ୍ତୁ ଉପାୟ

ଧନୀ ହେବା କିମ୍ବା ଧନ ପ୍ରାପ୍ତ କରିବାର ପ୍ରଥମ ଉପାୟ ହେଉଛି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା । ମାତା ଲକ୍ଷ୍ମୀଙ୍କୁ ଯଦି ଆପଣ ପ୍ରସନ୍ନ କରନ୍ତି ତେବେ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ଏବଂ ଆପଣଙ୍କ ଘର ପରିବାର ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ରହିବ । ଖାଲି ସେତିକି ନୁହେଁ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାସ ମଧ୍ୟ କରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ନିଷ୍ଠାର ସହିତ ମାତା ଲକ୍ଷ୍ମୀଙ୍କ ଆରାଧନା କରିବାକୁ ପଡ଼ିବ । ତାସହିତ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ କଲେ ଆପଣ ଖୁବଶୀଘ୍ର ଏବଂ ସହଜରେ ମାତା ଲକ୍ଷ୍ମୀଙ୍କ କୃପାର ଅଧିକାରୀ ହୋଇ ମାଲାମାଲ ହୋଇ ପାରିବେ । ତେଣୁ ଚାଲନ୍ତୁ ଏକ କଲି ରସୁଣର କିଛି ଉପାୟ ବିଷୟରେ ଜାଣିନେବା ।

୧ . ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ନିଷ୍ଠାର ସହିତ ମୁଖ୍ୟ ଦ୍ୱାରରେ ଏକ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଯେଜେତୁ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରନ୍ତି ତେଣୁ ଯେଉଁଠି ମାତାଙ୍କ ସ୍ୱାଗତ ପାଇଁ ଦୀପ ପ୍ରଜ୍ଜ୍ୱଳନ କରାଯାଏ ମାତା ସେହିଠାରେ ହିଁ ରହନ୍ତି । ଯଦି ଥରେ ମାତା ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ପ୍ରବେଶ କରନ୍ତି ତେବେ ଘରକୁ ଧନ ରତ୍ନ ଏବଂ ଖ୍ୟାତି ମଧ୍ୟ ସାଥିରେ ନେଇ ଆସନ୍ତି ।

୨ . ପ୍ରତ୍ୟେକ ଦିନ ଘରକୁ ଗୋମୂତ୍ରରେ ସିଞ୍ଚନ କରିବା ଉଚିତ । କୁହାଯାଏ ଯେ ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ । ଏମିତିରେ ବି ଗୋମାତା ଙ୍କୁ ଭଗବାନ ଭଳି ପୂଜା କରାଯାଏ କାରଣ ଗୋମାତାଙ୍କ ଦେହରେ ସବୁ ଦେବୀ ଦେବତା ବାସ କରାନ୍ତି । ଏପରି କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ । ଏହାସହିତ ଘରର ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ଏବଂ ଘରର ବାସ୍ତୁ ଦୋଷ ମଧ୍ୟ ଦୂରେଇ ଯାଏ ।

୩ . ଯେଉଁ ଘର ସାମ୍ନାରେ ପ୍ରତ୍ୟେକ ଦିନ ରଙ୍ଗୋଲି ତିଆରି ହୁଏ ସେହି ଘରେ ଦେବୀ ଦେବତା ପ୍ରବେଶ କରନ୍ତି । ରଙ୍ଗୋଲି କରିବା ଦ୍ୱାରା ଘର ସୁନ୍ଦର ଦେଖା ଯିବା ସହିତ ଏହା ଦେବା ଦେବୀଙ୍କୁ ମଧ୍ୟ ବେଶ ଆକୃଷ୍ଟ କରିଥାଏ । ତେଣୁ ଦୀପାବଳି ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ରଙ୍ଗୋଲି ବନାଇବାର ପରମ୍ପରା ଚଳି ଆସୁଛି । ଏହାଦ୍ବାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

୪ . ଯେଉଁ ଘରେ ଆପରିସ୍କାର ଏବଂ ଦୁର୍ଗନ୍ଧ ଆସିଥାଏ ସେଠାରେ ନକରାତ୍ମକ ବୃଦ୍ଧି ପାଇବା ସହିତ ମଣିଷ ମଧ୍ୟ ରୋଗର ଶିକାର ହୋଇଥାଏ । ଏହାବ୍ୟତୀତ ଦେବା ଦେବୀ ମଧ୍ୟ କେବେବି ଆସନ୍ତି ନାହିଁ । ତେଣୁ ଘରେ ସବୁବେଳେ ଭିନ୍ନ ଭିନ୍ନ ସୁଗନ୍ଧିତ ଧୂପ ଜଳାଇବା ଆବଶ୍ୟକ । ଘରର ବାତାବରଣ ସୁଗନ୍ଧିତ ରହେ ଏବଂ ଦେବା ଦେବୀ ମଧ୍ୟ ଖୁସି ହୁଅନ୍ତି ।

୫ . ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶିବଲିଙ୍ଗ ସାମ୍ନାରେ ଦୀପ ପ୍ରଜ୍ଜ୍ୱଳନ କରି ଆଲୋକିତ କରନ୍ତୁ । ଏପରି କରୁଥିବା ବ୍ୟକ୍ତିଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ସେହି ବ୍ୟକ୍ତିଙ୍କୁ ଶିବଙ୍କ ବିଶେଷ କୃପା ପ୍ରାପ୍ତ ହୁଏ ଏବଂ ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯାଏ । ତେଣୁ ଘରେ ସାନ୍ଧ୍ୟ ସମୟରେ ଅନ୍ଧାର ନରଖି ଆଲୋକିତ କରନ୍ତୁ । କାରଣ ଅନ୍ଧାରରେ ନକରାତ୍ମକତା ବଢ଼ିଥାଏ ।

୬ . ରାତିରେ ଶୋଇବା ପୂର୍ବରୁ ପୁରା ଘରେ କର୍ପୂରର ଧୁଆ ବିଚ୍ଛୁରଣ କରନ୍ତୁ । ଏପରି କରିବା ଦ୍ୱାରା ନକରାତ୍ମକତା ନାଶ ହୁଏ ଏବଂ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ବନ୍ଧ ଭଲ ହୁଏ ।

୭ . ଘରେ ସର୍ବଦା ଗୁରୁଜନ ମାନଙ୍କର ସମ୍ମାନ କରିବା ଉଚିତ । ଯେଉଁ ଘରେ ମହିଳା ନିଜ ବାପା ମା ଏବଂ ଶାଶୁ ଶ୍ୱଶୁରର ସମ୍ମାନ କରିଥାଏ ତାଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ସେହି ଘରେ ମାନ ସମ୍ମାନ ଏବଂ ଧନର ଅଭାବ ହୁଏ ନାହିଁ ।

୮ . ମହିଳା ମାନେ ଶୋଇବା ପୂର୍ବରୁ ଘରର ଦକ୍ଷିଣ ଦିଗରେ ସୋରିଷ ତେଲରେ ଦୀପ ଜଳାଇ ଶୋଇବା ଉଚିତ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

୯ . ସନ୍ଧ୍ୟା ପରେ ଘର ଜିନିଷକୁ ଏଣେତେଣେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ନକରାତ୍ମକତା ବଢ଼ିଥାଏ ଏବଂ ସୁଖ ଶାନ୍ତି ମଧ୍ୟ ରହେ ନାହିଁ । ଘରେ ଚପଲକୁ ଉଚିତ ସ୍ଥାନରେ ହିଁ ରଖନ୍ତୁ । କାରଣ ଚପଲ ମଧ୍ୟ ନକରାତ୍ମକତା ଆଣିଥାଏ । ଟେଣୁ ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବଞ୍ଚିବା ଆରମ୍ଭ କରି ଦିଅନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଖୁସିରେ ରହିବେ ।

ଆମ ଜୀବନରେ ବାସ୍ତୁର ଅନେକ ମହତ୍ତ୍ୱ ରହିଛି । ତେଣୁ ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାରରେ ଏକ ରସୁଣ କଲି ରଖି ଦିଅନ୍ତୁ । ଯାହାକି ଘରୁ ନକରାତ୍ମକତା ଦୂର କରିବ । ଏହାବ୍ୟତୀତ ଏହି ରସୁଣ କଲି ପାଖରେ ଏକ ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହି ଚିହ୍ନକୁ ସିନ୍ଦୁରରେ ବନାନ୍ତୁ ଏବଂ ତା ଉପରେ ଏକ ରସୁମ ପାଖୁଡ଼ା ପକାଇ ଦିଅନ୍ତୁ । କିଛିଦିନ ମଧ୍ୟରେ ହିଁ ଦେବୀ ଦେବତାଙ୍କ ଆଗମନ ଆରମ୍ଭ ହୋଇଯିବ । କଳା ସୂତାରେ ରସୁଣକୁ ବାନ୍ଧିଲେ ତାହା ନକରାତ୍ମକତା ସହିତ ଖରାପ ନଜର ଠାରୁ ମଧ୍ୟ ଘରକୁ ବଞ୍ଚାଇ ଥାଏ ।

Leave a Reply

Your email address will not be published. Required fields are marked *