ଜୁନ ୨୮ ବଡ଼ ମଙ୍ଗଳବାର ଆଷାଢ଼ ଅମାବାସ୍ୟା ରେ ଏହି ସ୍ଥାନରେ ଚୁପଚାପ ରଖି ଦିଅନ୍ତୁ ଦୁଇଟି ଲବଙ୍ଗ , ଶେଷ ହେବ ସବୁ ସମସ୍ୟା

ଆଷାଢ଼ ମାସର ଅମାବାସ୍ୟା ତିଥିର ଅନେକ ମହତ୍ତ୍ୱ ରହିଥାଏ । ତେଣୁ ଯଦି ଆପଣ ଏହି ଅମାବାସ୍ୟା ତିଥିରେ ଲବଙ୍ଗକୁ ନେଇ ଏକ ବଡ଼ ପ୍ରୟୋଗ କରନ୍ତି ତେବେ ଆପଣଙ୍କ ମଙ୍ଗଳ ଦୋଷ ଦୂର ହୋଇଯିବ । ଏହାସହିତ ପିତୃ ଦୋଷ ମଧ୍ୟ ଦୂର ହୋଇଯିବ । ଏହିଦିନ ହନୁମାନଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତୁ । କାରଣ ଏହିଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ଜାତକରେ ଅତି ବଡ଼ରୁ ବଡ଼ ଗ୍ରହ ମଧ୍ୟ ଶାନ୍ତ ହୋଇଯାଏ । ଖାସକରି ମାଙ୍ଗଳିକ ଦୋଷରୁ ମୁକ୍ତି ମିଳିଥାଏ । ଜୀବନର କୌଣସି କଷ୍ଟରୁ ସହଜରେ ମୁକ୍ତି ମିଳେ । ହନୁମାନଙ୍କୁ ପୂଜା କରିବାର ଅନେକ ଉପାୟ ରହିଛି । ଜୀବନର ସବୁ ସମସ୍ୟା ଦୂରେଇ ଯାଏ ।

୧ . ହନୁମାନଙ୍କୁ ଲବଙ୍ଗ , ଅଳେଇଚ ଏବଂ ସୁପରି ଅଧିକ ପ୍ରିୟ ଥାଏ । ତେଣୁ ମଙ୍ଗଳବାର ଦିନ ହନୁମାନଙ୍କୁ ଏକ ପାନ ପୁଡ଼ିଆ ବନାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଜୀବନର ଶନି ସମ୍ବନ୍ଧୀ ସମସ୍ୟା ଦୂର ହୋଇଯାଏ । ଏହାପରେ ହନୁମାନଙ୍କ ସାମ୍ନାରେ ହନୁମାନ ଚାଲିଶା ପାଠ କରନ୍ତୁ । ଯଦି ଆପଣଙ୍କୁ କୌଣସି କାମ ଅସମ୍ଭବ ଲାଗୁଛି ତେବେ ହନୁମାନଙ୍କୁ ନିୟମ କରନ୍ତୁ ଏବଂ ପ୍ରତ୍ୟକ ମଙ୍ଗଳବାର ଦିନ ୱା ସାଧା ପାନ ପୁଡ଼ିଆ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ସମସ୍ୟା ଦୂର ହୋଇଯିବ ।

୨ . ଯଦି ଆପଣଙ୍କର କୌଣସି ବିଶେଷ ମନସ୍କାମନା ଅଛି କିମ୍ବା ଆପଣଙ୍କ ଉପରେ କେହି ମନ୍ତ୍ରତନ୍ତ୍ର କରି ଦେଇଛି ତେବେ ଏକ ଉପାୟ କରନ୍ତୁ । ଏକ ନଡ଼ିଆ ନେଇ ସେଥିରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରନ୍ତୁ । ତାଉପରେ ନାଲି ମୋୖଲି ସୂତା ଗୁଡ଼ାଇ କିମ୍ବା ନାଲି କପଡ଼ା ଗଡ଼ଇ ଦ୍ୱାରରେ ରଖି ଦିଅନ୍ତୁ ଏହାଦ୍ୱାରା ସବୁ ସମସ୍ୟା ଦୂର ହୋଇଯିବ । ହନୁମାନ ନିଜ ଭକ୍ତଙ୍କ ସବୁ ସମସ୍ୟା ଖୁବ ଜଲଦି ଦୂର କରନ୍ତି ।

୩ . ଯଦି ଆପଣଙ୍କୁ ଏପରି ପ୍ରତୀତ ହେଉଛି ଯେ ଆପଣ କୌଣସି ସମସ୍ୟାରେ ପଡ଼ିଛନ୍ତି ତେବେ ହନୁମାନଙ୍କୁ ଭୋଗ ଲଗାନ୍ତୁ । ଆପଣ ଯାହା ବି ଭୋଗ ଲଗାଇବେ ସେଥିରେ ଟିକିଏ ତୁଳସୀ ପତ୍ର ଦେଇ ଦିଅନ୍ତୁ । ଏହାଦ୍ୱାରା ହନୁମାନ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଜୀବନର ତମାମ ସମସ୍ୟା ଦୂରେଇ ଯିବ । ।

୪ . ଯଦି ଆପଣ ହନୁମାନଙ୍କୁ ଲଡ଼ୁ ଭୋଗ ଲଗାଉଛନ୍ତି ତେବେ ତାହା ଅତ୍ୟନ୍ତ ଉତ୍ତମ ଅଟେ । ହନୁମାନଙ୍କୁ ଲଡ଼ୁ ଖୁବ ପସନ୍ଦ ଥାଏ । ସେଥିରେ ତୁଳସୀ ପତ୍ର ନିଶ୍ଚୟ ରଖନ୍ତୁ । ଯାହାଦ୍ୱାରା ମନଇଚ୍ଛା ବର ପ୍ରାପ୍ତ ହୋଇଥାଏ ।

୫ . ଆପଣ ଚାହିଁଲେ କେଶର ଯୁକ୍ତ ଚାଉଳ ମଧ୍ୟ ଅର୍ପିତ କରି ପାରିବେ । ଲଡ଼ୁ ଅର୍ପିତ କଲେ ସବୁ ଗ୍ରହ ଦୃଢ଼ ହୋଇଯାଆନ୍ତି ଏବଂ ସବୁ ପ୍ରକାରର ଫଳ ମଧ୍ୟ ମିଳିଥାଏ । ଯଦି ଆପଣଙ୍କ ପାଖରେ କିଛି ନାହିଁ ତେବେ କେବଳ ଦୁଇଟି ତୁଳସୀ ପତ୍ରହିଁ ଅର୍ପିତ କରି ଦିଅନ୍ତୁ । ଏପରି କଲେ ହନୁମାନ ସନ୍ତୁଷ୍ଟ ହେବେ । ଆପଣଙ୍କ ମନସ୍କାମନା ଏବଂ ତମାମ ଗ୍ରହକୁ ଶାନ୍ତି କରିବା ପାଇଁ ବୁନ୍ଦି ଲଡ଼ୁ ଅଧିକ ଉତ୍ତମ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଜାତକରେ ଯେତେବି ସମସ୍ୟା ଥିବ ତାହା ଦୂର ହୋଇଯିବ ।

୬ . ଯଦି ଆପଣ ମଙ୍ଗଳବାର ଦିନ କେଶର ଭାତ ଭଗବାନ ହନୁମାନଙ୍କୁ ଭୋଗ ଲଗାନ୍ତି ଏବଂ ସେଥିରେ ତୁଳସୀ ପକାନ୍ତି ତେବେ ଆପଣଙ୍କ ଉପରକୁ କେବେ କୌଣସି ସଙ୍କଟ ଆସିବ ନାହିଁ । ଏପରି ୫ ଟି ମଙ୍ଗଳବାର କରିବାକୁ ପଡ଼ିବ । ଯଦି ଆପଣ ଅଟାରେ ଗୁଡ଼ ମିଶାଇ ତାହାକୁ ହନୁମାନଙ୍କୁ ଅର୍ପଣ କରନ୍ତି ତେବେ ହନୁମାନ ଆପଣଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବେ ।

୭ . ହନୁମାନଙ୍କୁ ସିନ୍ଦୁର ଅତି ପ୍ରିୟ ଅଟେ । ତେଣୁ ଯଦି ଆପଣ ପୁରୁଷ ତେବେ ପ୍ରତ୍ୟେକ ଦିନ ଘିଅ ସହିତ ସିନ୍ଦୁର ଲଗାନ୍ତି ତେବେ ବିଗିଡ଼ି ଯାଇଥିବା କାମ ପୂରଣ ହୋଇଯାଏ । ଏହାଦ୍ବାରା ଭୂତ ପ୍ରେତ ସମସ୍ୟା ମଧ୍ୟ ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *