ଶରୀରର ଏହି ଅଙ୍ଗରେ ଆଜି ହିଁ ବାନ୍ଧି ଦିଅନ୍ତୁ କଳା ସୂତା । ସବୁ ମନସ୍କାମନା ହେବ ପୂରଣ :-

ଅନେକ ସମୟରେ ଘରକୁ ଅନେକ ସମସ୍ୟା ଆସିଥାଏ । ଧନ ସମ୍ବନ୍ଧିତ ସମସ୍ୟା ଦେଖାଦିଏ । ଯାହାଦ୍ୱାରା ଧୀରେ ଧୀରେ ଘରେ କ୍ଳେଶ ଦେଖାଦିଏ । ଏହାଦ୍ବାରା ଘରୁ ସୁଖଶାନ୍ତି ଚାଲିଯାଏ । କଳହ ଦେଖାଦିଏ । ଏହି ନକରାତ୍ମକତା ଆସିବାର ଅନେକ କାରଣ ହୋଇପାରେ । ଗୃହ କ୍ଳେଶ ଠାରୁ ଆରମ୍ଭ କରି ଘରେ ରଖାଯାଇଥିବା ଅନେକ ଜିନିଷ ମଧ୍ୟ ଏହାର କାରଣ ହୋଇପାରେ । କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ଅନ୍ୟର ଖରାପ ନଜର ଲାଗିଯିବା । ଇର୍ଷା ଏବଂ ଜ୍ବଳନ କାରଣରୁ ଏପରି ହୋଇଥାଏ । ଏପରି ନକରାତ୍ମକତା ଆମକୁ ଜୀବନରେ କେବେ ଆଗକୁ ବଢ଼ିବାକୁ ଦିଏ ନାହିଁ । ସବୁବେଳେ ଦୁଃଖ ଏବଂ ନିରାଶା ହିଁ ଦେଇଥାଏ । ମନୁଷ୍ୟ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ଆସେ ନାହିଁ ।

ଆଜିକାର ଏହି ଲେଖାରେ ଆମେ କିଛି ଏପରି ଉପାୟ ବିଷୟରେ କହିବୁ ଯାହା ନକରାତ୍ମକତାକୁ ଆପଣଙ୍କ ଉପରେ ପ୍ରଭାବ ପକାଇବାକୁ ଦେବନାହିଁ । ଏହାଦ୍ୱାରା ଘରର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ । ଜାତକ ଏବଂ ଗ୍ରହ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରିହେବ । ଏଥିପାଇଁ ଆବଶ୍ୟକ ହେବ କଳା ସୂତା ।

କଳା ସୂତା ବାନ୍ଧିବାର ପ୍ରଥା ବର୍ଷ ବର୍ଷରୁ ରହି ଆସିଛି । ଅନେକ ଲୋକ ଏହାକୁ ନଜର ହଟାଇବା ପାଇଁ ବାନ୍ଧିଥାନ୍ତି । ଏହା ବ୍ୟକ୍ତିକୁ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତ କରିଥାଏ । କଳା ସୂତା ନଜର ପକାଉଥିବା ଖରାପ ଦୃଷ୍ଟିକୁ ଭଙ୍ଗ କରି ଦେଇଥାଏ । ଏହାଦ୍ବାରା ନକରାତ୍ମକ ଶକ୍ତି ଆପଣଙ୍କୁ ପ୍ରଭାବିତ କରିପାରେ ନାହିଁ । ଏହାକୁ ଆପଣ ଅଲଗା ଅଲଗା ଉପାୟରେ ଉପଯୋଗ କରି ପାରିବେ । ଏହି କଳା ସୂତା ନକରାତ୍ମକ ଶକ୍ତିକୁ ପ୍ରଭାବଶାଳୀ ଉପାୟରେ ନଷ୍ଟ କରିଦିଏ । କଳା ସୂତା ନେଇ ପାଖ କୌଣସି ହନୁମାନ ମନ୍ଦିର କିମ୍ବା ଶନି ମନ୍ଦିରକୁ ଚାଲି ଯାଆନ୍ତୁ ।

ସେଠାରେ କଳା ସୂତାକୁ ସୋରିଷ ତେଲରେ ସାମାନ୍ୟ ବୁଡ଼ାଇ ଦିଅନ୍ତୁ । ହନୁମାନ ମନ୍ଦିରରେ ସିନ୍ଦୁର ଲଗାଇ ସୂତାରେ ସାତୋଟି ଗଣ୍ଠି ପକାନ୍ତୁ । ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ ଭଗବାନଙ୍କୁ ନିଜର ମନସ୍କାମନା ନିଶ୍ଚୟ କୁହନ୍ତୁ । ଏହାପରେ ଭଗବାନଙ୍କ ନିକଟରେ ଏକ ଦୀପ ଜଳାଇ ଓଁ ସଂ ଶନିଶ୍ଚରାୟ ନମଃ ମନ୍ତ୍ର ୨୧ ଥର ଜପ କରନ୍ତୁ । କିମ୍ବା ହନୁମାନ ମନ୍ଦିରରେ ହନୁମାନ ଚାଲିଶା ପାଠ କରନ୍ତୁ । ଏହାପରେ ସେହି ଗଣ୍ଠି ପକାଇ ଥିବା ସୂତାକୁ ଦୀପ ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ । ଏହି ପ୍ରକ୍ରିୟା କରିବା ସମୟରେ କାହା ସହିତ କଥା ହେବା ଆଦୌ ଉଚିତ ନୁହେଁ । ତାପରେ ସିଧା ଘରକୁ ଯାଇ ସେହି ଗୋଟିଏ ରାତି ପାଇଁ ନିଜ୍ ଘରର ପୂଜା ଘରେ ସେହି ସୂତାକୁ ରଖି ଦିଅନ୍ତୁ ।

ତାପରେ ଯେଉଁ ବ୍ୟକ୍ତି ପାଇଁ ଆପଣ ଏହି ସୂତ୍ର ତିଆରି କରିଛନ୍ତି ସେହି ବ୍ୟକ୍ତିଙ୍କୁ ବାନ୍ଧି ଦିଅନ୍ତୁ । ଯଦି ବଡ଼ ସୂତା ନେଇଛନ୍ତି ତେବେ ପରିବାରର ସବୁ ବ୍ୟକ୍ତିଙ୍କ ହାତରେ ଏବଂ ଗୋଡ଼ରେ ବାନ୍ଧି ଦିଅନ୍ତୁ । ଏହା ଏକ ରକ୍ଷା କବଚ ଭଳି କାମ କରଥାଏ । ଏହି ସୂତାର କୌଣସି ଗୋଟିଏ ଗଣ୍ଠିକୁ କଇଁଚି କିମ୍ବା ବ୍ଲେଡ଼ ଲଗାଇବା ଉଚିତ ନୁହେଁ । ଧ୍ୟାନ ଦେବେ ଯେପରି ଏହି ସୂତା ସହିତ ଶରୀରରେ ଅନ୍ୟ କୌଣସି ରଙ୍ଗର ସୂତା ନବାନ୍ଧନ୍ତି । ଏହାକୁ ଆପଣ ଘରର ମୁଖ୍ୟଦ୍ୱାରର ଉପର ଅଂଶରେ ମଧ୍ୟ ବାନ୍ଧି ପାରିବେ । ଯାହାଦ୍ୱାରା ଘରକୁ କୌଣସି ନକରାତ୍ମକତା ପ୍ରବେଶ କରି ପାରିବ ନାହିଁ । ଏହାଦ୍ବାରା ଘରକୁ ଖୁସି ଆସିବ । ଦାମ୍ପତ୍ୟ ଜୀବନରେ ଯଦି ସମସ୍ୟା ଥାଏ ତେବେ ୧୦୦ ମିଟର କଳା ସୂତାକୁ ଅଭିମନ୍ତ୍ରିତ କରି ରୁମର ବେଡ଼ ତଳେ ରଖି ଦିଅନ୍ତୁ ।
ଏପରି କଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଏବଂ ବିବାଦ ବନ୍ଦ ହୋଇଯିବ ଏବଂ ପ୍ରେମ ମଧ୍ୟ ବଢ଼ିବ ।

Leave a Reply

Your email address will not be published. Required fields are marked *