ଘରର ମୁଖ୍ୟ ଦ୍ୱାରରେ ବସି ଭୋଜନ କରୁଥିବା ମହିଳା ଘରର ବର୍ବାଦିର କାରଣ ହୁଅନ୍ତି । ଜାଣନ୍ତୁ କାହିଁକି

ବିବାହିତା ମହିଳାଙ୍କ କାମ ଉପରେ ହିଁ ଘରର ସୁଖ ସମୃଦ୍ଧି ନିର୍ଭର କରିଥାଏ । ପ୍ରାୟତଃ ଘରର ମହିଳା ମାନେ ସମସ୍ତଙ୍କ ଧ୍ୟାନ ରଖନ୍ତି । କିନ୍ତୁ ଜଣା ଅଜଣାରେ କିଛି ଏପରି କରିବାକୁ କାର୍ଯ୍ୟ କରନ୍ତି ଯାହାଦ୍ୱାରା ଘରର ସୁଖ ସମୃଦ୍ଧି ଦୂରେଇ ଯାଏ । ଏପରି କମକ କରିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ଘରର ମହିଳା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । କାରଣ ତାଙ୍କ କାମ ଉପରେ ହିଁ ଘରର ସୁଖ ନିର୍ଭର କରିଥାଏ । ମହିଳା ଚାହିଁଲେ ଘରକୁ ସ୍ୱର୍ଗ ବନାଇ ପାରିବ କିମ୍ବା ସେହି ଚାହିଁଲେ ନର୍କ ବନାଇ ପାରିବ । ଆମ ଶାସ୍ତ୍ରରେ ଝିଅ ବୋହୂଙ୍କର ଏକ ଖରାପ ଗୁଣ ବିଷୟରେ କୁହାଯାଇଛି । ଯାହାକୁ ଯଦି ସେମାନେ କରନ୍ତି ତେବେ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ସୁଖ ସମୃଦ୍ଧି ଚାଲିଯାଏ । ଏହାସହିତ ମାତା ଲକ୍ଷ୍ମୀ ମଧ୍ୟ ରୁସ୍ଟ ହୁଅନ୍ତି ।

୧ . ଝାଡୁକୁ ଗୋଡ଼ ବଜାଇବା :-

ଅନେକ ଘରର ମହିଳା ମାନେ ଝାଡୁକୁ ଗୋଇଠା ମାରିବା କିମ୍ବା ଗୋଡ଼ ଲଗାଇଥାନ୍ତି । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଶାସ୍ତ୍ର ଅନୁସାରେ ଏହା କୁହାଯାଏ ଯେ ଝାଡୁରେ ମାତା ଲକ୍ଷ୍ମୀ ରହନ୍ତି ।

୨ . ଚୁଲିରେ ଅଇଁଠା ବାସନ ରଖିବା :-

ଅନେକ ମହିଳା ରାତିରେ ରାତ୍ରି ଭୋଜନ ପରେ ଅଇଁଠା ବାସନକୁ ନଧୋଇ ସେହିପରି ଚୁଲି ଉପରେ କିମ୍ବା ଗ୍ୟାସ ଉପରେ ରଖି ଦିଅନ୍ତି । ଆଳସ୍ୟତା କାରଣରୁ ହିଁ ଅଧିକାଂଶ ମହିଳା ଏପରି କରିଥାନ୍ତି । ଏପରି କଲେ ଘରୁ ମାତା ଲକ୍ଷ୍ମୀ ରାଗି ଚାଲି ଯାଆନ୍ତି । ଯାହାଦ୍ୱାରା ଘରେ ଅଶାନ୍ତି ଦେଖାଦିଏ ଏବଂ ଦାରିଦ୍ର୍ୟତା ଆସେ । ତେଣୁ ରାତିରେ ଭୋଜନ ପରେ ବାସନକୁ ଭଲ ଭାବରେ ଧୋଇ ରଖିବା ଉଚିତ ।

୩ . କବାଟକୁ ଗୋଡ଼ରେ ଖୋଲିବା :-

ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ ଗୋଡ଼ରେ କବାଟ ଆଡେଇ ଦେବା କିମ୍ବା ବନ୍ଦ କରିବା କାର୍ଯ୍ୟ କରନ୍ତି । ଏହା ମଧ୍ୟ ଆଳସ୍ୟତା କାରଣରୁ ହୋଇଥାଏ । କିନ୍ତୁ ମନେ ରଖିବା ଉଚିତ ଯେ ଏପରି କରିବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ଘରେ ସମସ୍ୟା ଦେଖାଦିଏ ।

୪ . ଘର ଦ୍ୱାରମୁଁହରେ ବସି ଭୋଜନ କରିବା :-

ଅନେକ ସମୟରେ ଲୋକେ ଘରର ଦ୍ୱାର ମୁଁହରେ ବସି ଗୋଡ଼ ହଲାଇବା କିମ୍ବା ଭୋଜନ କରିଥାନ୍ତି । ଏପରି କରିବା ଆଦୌ ଉଚିତ ନୁହେଁ । ସାଧରଣତଃ ମହିଳା ମାନେ ଏପରି କଲେ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ମାତା ଲକ୍ଷ୍ମୀ ଗୃହକୁ ପ୍ରବେଶ କରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ଏପରି ମଧ୍ୟ କୁହାଯାଏ ଯେ ଘରର ମୁଖ୍ୟ ଦ୍ୱାର ଦେଇ ଦେବଦେବୀ ଗୃହକୁ ପ୍ରବେଶ କରନ୍ତି । ଯଦି ଦ୍ୱାରରେ ବାଧା ଉତ୍ପନ୍ନ ହୁଏ ତେବେ ଦେବଦେବୀ କ୍ରୋଧିତ ହୋଇ ଫେରି ଯାଆନ୍ତି ।

୫ . ଭୁଲ ଉପାୟରେ ପୋଛା ଲଗାଇବା :-

ଏସବୁ ବ୍ୟତୀତ ମହିଳା ମାନେ ପ୍ରତ୍ୟେକ ଦିନ ଘରକୁ ପୋଛା ଲଗାଇବା ବେଳେ ପାଣିରେ ଲୁଣ ମିଶାଇ ପୋଛା ଲାଗନ୍ତୁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଢ଼ିଥାଏ ।

୬ . ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇବା :-

ଯେଉଁ ଘରର ମହିଳା ରାତିରେ ବିଳମ୍ବରେ ଶୋଇ ସକାଳୁ ବିଲମ୍ବରେ ଉଠନ୍ତି ସେହି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ଏହାବ୍ୟତୀତ ମହିଳାଙ୍କର ସେହି ଗୁଣ କାରଣରୁ ଘରର ସଦସ୍ୟଙ୍କର ସଫଳତାରେ ବାଧା ଆସିଥାଏ ।

Leave a Reply

Your email address will not be published. Required fields are marked *