ସକାଳୁ ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ଏହି ଦୁଇଟି ଶବ୍ଦ ଉଚ୍ଚାରଣ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ କହନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପ୍ରସ୍ତୁତ ହେଉଥିବା ଭୋଜନ ଉପରେ ଘରର ସବୁ ସଦସ୍ୟ ଏବଂ ଘର ପାଖରେ ରହୁଥିବା ସବୁ ପଶୁ ପକ୍ଷୀ ଏବଂ ଘରକୁ ଆସୁଥିବା ଅତିଥିଙ୍କୁ ସମାନ ଅଧିକାର ହୋଇଥାଏ । ଅନ୍ନ ଦାନ କରିବାରେ ମଣିଷକୁ କେବେବି କଞ୍ଜୁସି କରିବା ଉଚିତ ନୁହେଁ । ରୋଷେଇ ଘରେ ଭୋଜନ ପ୍ରସ୍ତୁତ କରିବା ସମୟରେ ସ୍ତ୍ରୀଙ୍କୁ ଅନେକ ଜରୁରୀ ନିୟମ ପ୍ରତି ଧ୍ୟାନ ଦେବା ଉଚିତ । ଯାହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବ ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘର ସମସ୍ତ ଶକ୍ତିର ଭଣ୍ଡାର ହୋଇଥାଏ ।

ଏହିଠାରୁ ହିଁ ସମ୍ପୂର୍ଣ୍ଣ ଘରକୁ ଶକ୍ତି ପ୍ରସାରିତ ହୋଇଥାଏ । ସେହି ଘରେ ରହୁଥିବା ସବୁ ପ୍ରାଣୀଙ୍କ ଜୀବନ ଏହିଠାରୁ ଆରମ୍ଭ ହୋଇଥାଏ । ଏହି ସ୍ଥାନ ସବୁଠାରୁ ପ୍ରମୁଖ ହୋଇଥାଏ । ରୋଷେଇ ଘରେ ବାସ୍ତୁର ନିୟମ କଠୋରତାର ସହିତ ପାଳନ କରିବା ଉଚିତ । କେବେକେବେ ଛୋଟ ଛୋଟ ଭୁଲ କାରଣରୁ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯାହାର ପ୍ରଭାବ ଭୋଜନ ଉପରେ , ଭୋଜନ ବନାଉଥିବା ସ୍ତ୍ରୀ ଉପରେ ଏବଂ ଗ୍ରହଣ କରୁଥିବା ସବୁ ପ୍ରାଣୀଙ୍କ ଉପରେ ପଡ଼ିଥାଏ । ତେଣୁ ଭଗବାନ ଶ୍ରୀକୃଷ୍ଣ ଏପରି ଏକ ମନ୍ତ୍ର ବିଷୟରେ କହିଛନ୍ତି ଯାହା ପ୍ରତ୍ୟେକ ସ୍ତ୍ରୀ କୁ ପ୍ରତ୍ୟେକ ଦିନ ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ନିଶ୍ଚିତ କହିବା ଉଚିତ ।

ଏହି ଛୋଟ ମନ୍ତ୍ର ଦ୍ୱାରା ରୋଷେଇ ଘରର ଥିବା ସମସ୍ତ ଖରାପ ଶକ୍ତିର ନାଶ ହୋଇଯାଏ ଏବଂ ରୋଷେଇ ଘର ଅତ୍ୟନ୍ତ ପବିତ୍ର ହୋଇଯାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ରୋଷେଇ ଘରେ ପୁରୁଷ କିମ୍ବା ମହିଳାଙ୍କୁ କେଉଁ ଚାରୋଟି କାର୍ଯ୍ୟ କରିବା ଆଦୌ ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏହି ଚାରୋଟି କାମ କରିବା ଦ୍ୱାରା ରୋଷେଇ ଘରର ବାତାବରଣ ନକରାତ୍ମକ ହୋଇଯାଏ , ରୋଷେଇ ଘରର ପବିତ୍ରତା ନଷ୍ଟ ହୋଇଯାଏ , ଯେଉଁ କାରଣରୁ ସେହି ସ୍ଥାନକୁ ମାତା ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି । ଏହି କାରଣରୁ ଘରକୁ ଦୁଃଖ ଏବଂ କ୍ଳେଶର ଆଗମନ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ଅଗ୍ନି ଦିଗରେ ଅର୍ଥାତ ଦକ୍ଷିଣ ପୂର୍ବ ଦିଗରେ ବନାଇବା ଉଚିତ । ରୋଷେଇ ଘରର ଜିନିଷ ଅଗ୍ନି ତତ୍ତ୍ୱରେ ହୋଇଥାଏ । ତେଣୁ ଏହି ଦିଗ ସର୍ବୋତ୍ତମ ହୋଇଥାଏ । ଅନ୍ୟ ଦିଗରେ ତିଆରି ହୋଇଥିବା ରୋଷେଇ ଘର ଏତେ ଲାଭକାରୀ ହୋଇ ନଥାଏ । ଭୋଜନ ବନାଇବା ସମୟରେ ସ୍ତ୍ରୀ ର ମୁଁହ ପୂର୍ବ ଦିଗକୁ ହେବା ଆବଶ୍ୟକ । ପଶ୍ଚିମ ଏବଂ ଦକ୍ଷିଣ ଦିଗକୁ ମୁଁହ କରି ଭୋଜନ ପ୍ରସ୍ତୁତ କଲେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହୋଇଥାଏ ।

୨ . ଆପରିସ୍କାର ରୋଷେଇ ଘର ଦାରିଦ୍ର୍ୟତାର କାରଣ ହୋଇଥାଏ । ରୋଷେଇ ଘରକୁ କେବେବି ଆପରିସ୍କାର ରଖିବା ଉଚିତ ନୁହେଁ । ରୋଷେଇ ଘରେ ଆବର୍ଜନା ଜମା କରି ରଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ ତିଆରି କରିବା ପୂର୍ବରୁ ରୋଷେଇ ଘରକୁ ଭଲଭାବରେ ସ୍ୱଚ୍ଛ କରିବା ଉଚିତ । ରୋଷେଇ ଘରେ ଭଙ୍ଗାରୁଜା ବାସନ ରହିବା ମଧ୍ୟ ଦାରିଦ୍ର୍ୟତାର କାରଣ ହୋଇଥାଏ । ଏହାସହିତ ଭଙ୍ଗା ବାସନରେ ଭୋଜନ କଲେ ଦୁର୍ଭାଗ୍ୟ ଆସିଥାଏ । ରାତ୍ରି ସମୟରେ ଭୋଜନ ପରେ ରୋଷେଇ ଘରେ କେବେବି ଅଇଁଠା ବାସନ ଛାଡ଼ିବା ଉଚିତ ନୁହେଁ । କାରଣ ତାହାଦ୍ୱାରା ରୋଷେଇ ଘରର ବାତାବରଣ ଖରାପ ହୋଇଯାଏ ।

୩ . ମହିଳା ମାନେ କେବେବି ବିନା ସ୍ନାନରେ ଭୋଜନ ବନାଇବା ଉଚିତ ନୁହେଁ । ଶାସ୍ତ୍ର ଅନୁଯାୟୀ ବିନା ସ୍ନାନରେ ତିଆରି ହୋଇଥିବା ଭୋଜନ ଅଶୁଦ୍ଧ ହୋଇଥାଏ । ଏହାକୁ ଅପବିତ୍ର ମାନା ଯାଇଛି । ଏପରି ଭୋଜନ ଦେବଦେବୀ ଗ୍ରହଣ କରନ୍ତି ନାହିଁ । ନଚେତ ଘରର ଲୋକେ ସବୁବେଳେ ରୋଗାକ୍ରାନ୍ତ ରହନ୍ତି ।

୪ . ପ୍ରତ୍ୟେକ ଦିନ ସ୍ନାନ ସାରି ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ଏହି ମନ୍ତ୍ର ଜପ କରିବା ଆବଶ୍ୟକ । ” ଓଁ ବିଘ୍ନରାଜାୟ ନମଃ ” ମନ୍ତ୍ରର ଜପ ଦ୍ୱାରା ରୋଷେଇ ଘରେ ଥିବା ସବୁପ୍ରକାରର ନକାରାତ୍ମକ ଶକ୍ତି ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *