ଜୁନ ୨୮ ଅମାବାସ୍ୟା ଦିନ କରନ୍ତୁ ଏହି କିଛି ଉପାୟ , ଦୁଃଖ ଦୁର୍ଦଶା ଏବଂ ଧନ ହାନୀ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ :-

ସନାତନ ଧର୍ମ ଅନୁଯାୟୀ ଅମାବାସ୍ୟା ତିଥିର ଅନେକ ମହତ୍ତ୍ୱ ରହିଥାଏ । ଦାନ ଧର୍ମ ଏବଂ ପିତୃଙ୍କ ଶାନ୍ତି ତର୍ପଣ ନିମନ୍ତେ ଏହି ଦିନ ଖୁବ ଉତ୍ତମ ହୋଇଥାଏ । ଏହିଦିନ ପିତୃ ତର୍ପଣ କଲେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।ଆଷାଢ଼ ମାସର ଅମାବାସ୍ୟାକୁ ସ୍ନାନ ଦାନର ଅମାବାସ୍ୟା ମଧ୍ୟ କୁହାଯାଏ । ଏହି ଅମାବାସ୍ୟା ପିତୃଦୋଷ ଏବଂ କାଳସର୍ପଦୋଷକୁ ଦୂର କରିବା ପାଇଁ ଖୁବ ଉତ୍ତମ ଦିନ ହୋଇଥାଏ । ଚଳିତ ବର୍ଷ ଦୁଇ ଦିନ ଅମାବାସ୍ୟା ରହିଛି ।

ଜୁନ ୨୮ ମଙ୍ଗଳବାର ଦିନ ହଲହରିଣୀ ଅମାବାସ୍ୟା ପାଳିତ ହେବ । ଯେଉଁଦିନ ଗଛ ଲଗାଇଲେ ପିତୃ ପ୍ରସନ୍ନ ହୁଅନ୍ତି ଏବଂ ଆଗାମୀ ଦିନ ଅର୍ଥାତ ବୁଧବାର ଦିନ ସ୍ନାନ ଦାନ ଅମାବାସ୍ୟା ପାଳିତ ହେବ । ଏହିଦିନ ଗଙ୍ଗା ନଦୀରେ ସ୍ନାନ କରନ୍ତୁ କିମ୍ବା ଘରେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରି ସୂର୍ଯ୍ୟଦେବତାଙ୍କୁ ଏକ ତମ୍ବା ଲୋଟାରେ ଜଳ ଅର୍ପଣ କରି ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରର ଜପ କରନ୍ତୁ । ଏହିଦିନ ଗରିବ ଏବଂ ଦରିଦ୍ରଙ୍କୁ ନିଜ ସାମ୍ୟର୍ଥ ଅନୁସାରେ ଖାଦ୍ୟ ଏବଂ ବସ୍ତ୍ର ନିଶ୍ଚୟ ଦାନ କରନ୍ତୁ । ଏହି ଦିନ ଚନ୍ଦ୍ରଦେବଙ୍କୁ ବିଶେଷ ପୂଜା କରିବାର ନିୟମ ରହିଛି । ତେବେ ଏହିଦିନ କରାଯାଉଥିବା କିଛି ଉପାୟ ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧି ଦେଇଥାଏ । ଏହାଦ୍ବାରା ଜାତକରେ ଚାଲିଥିବା ଗ୍ରହ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ନାଲି ଲଙ୍କାର ଗୋଟର ଉପାୟ କରିବା ଦ୍ୱାରା ସବୁ ବାଧା ବିଘ୍ନ ଦୂର ହୋଇଯାଏ । କ୍ଳେଶ , ଯନ୍ତ୍ରଣା ଏବଂ ରୋଗରୁ ମୁକ୍ତି ମିଳେ ।

ଅନେକ ସମୟରେ ଆପଣଙ୍କର ପରିଶ୍ରମ ଏବଂ ଇଛାଶକ୍ତି ଦ୍ୱାରା ମଧ୍ୟ କାର୍ଯ୍ୟ ସଫଳ ହୋଇପାରେ ନାହିଁ । ତେଣୁ ଏମିତିରେ ଆପଣ ନାଲି ଲଙ୍କାର ୨୧ ଟି ଦାନା ନେଇ ଜଳରେ ମିଶାଇ ରଖନ୍ତୁ । ଏହି ଜଳକୁ ଲଗାତାର ୨୧ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ସମୟରେ ଅର୍ପଣ କରନ୍ତୁ । ଅର୍ଘ୍ୟ ଦେବା ସମୟରେ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ କରନ୍ତୁ ।

ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ , ବିବାହ ସମ୍ବନ୍ଧୀୟ କୌଣସି ସମସ୍ୟା , କିମ୍ବା କୌଣସି କାର୍ଯ୍ୟକୁ କରିବା ସତ୍ତ୍ୱେ ବି ଦୀର୍ଘ ସମୟ ହେବ ସଫଳ ହୋଇ ପାରୁନାହି ତେବେ କିଛି ଶୁଖିଲା ନାଲି ଲଙ୍କା ମଞ୍ଜି ନେଇ ତାହାକୁ ଶୁଦ୍ଧ ଜଳରେ ମିଶାଇ ନିଜ ମୁଣ୍ଡ ଉପର ଦେଇ ବୁଲାଇ ଆଣନ୍ତୁ । ତାପରେ ସେହି ପାଣିକୁ କୌଣସି ଦୂର ସ୍ଥାନକୁ ଫିଙ୍ଗି ଫିଅନ୍ତୁ । ଏହି ଉପାୟକୁ ବିଳମ୍ବିତ ରାତିତେ ଏବଂ କେବଳ ଅନ୍ଧାରରେ ହିଁ କରନ୍ତୁ । ଧ୍ୟାନ ଦିଅନ୍ତୁ ଯେପରି ଏହି କାମ କରିବା ସମୟରେ କେହିବି ନଦେଖନ୍ତି । ଏହି ଉପାୟ ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଯାଏ । କାର୍ଯ୍ୟରେ ସଫଳତା ମିଳୁଥାଏ ।

ଅନେକ ସମୟରେ ଏପରି ହୋଇଥାଏ ଯେ ଘରେ ସମସ୍ୟା ଦେଖା ଦିଏ । ହଠାତ ଧନ ଆସିବାର ବାଟ ବନ୍ଦ ହୋଇଯାଏ । ସବୁ କାମ ବିଗିଡିବାରେ ଲାଗେ ଏବଂ ସମସ୍ୟା ବିଷୟରେ କିଛିବି ଜାଣି ହୁଏ ନାହିଁ । ତେଣୁ ଏଥିପାଇଁ ୭ ଟି ଗୋଟା ନାଲି ଲଙ୍କା ନିଅନ୍ତୁ । ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ଯେଉଁଠି ଆପଣ ଦୈନନ୍ଦିନ ଅର୍ଥ ରଖୁଛନ୍ତି ସେଠାରେ ରଖି ଦିଅନ୍ତୁ କିମ୍ବା ବ୍ୟବସାୟ ସ୍ଥଳରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ଉପରେ କାହାରି ଖରାପ ପ୍ରଭାବ ପଡ଼େ ନାହିଁ ଏବଂ ପୂର୍ବରୁ ପଡ଼ିଥିବା ଖରାପ ନଜର ଏବଂ ନକରାତ୍ମକତା ଦୂରେଇ ଯାଏ । ଧନ ଉପରୁ ନଜର ଦୋଷ ଉଠିଯାଏ ଏବଂ ନିରନ୍ତର ଧନର ଆଗମନ ହୋଇଥାଏ । ତାପରେ ଆଗାମୀ ଅମାବାସ୍ୟାରେ ଏହି ଲଙ୍କାକୁ ପାଣିରେ ଭସାଇ ଦିଅନ୍ତୁ ଏବଂ ସେହି ନାଲି ରୁମାଲରେ ଆଉ ସାତଟି ଲଙ୍କା ବାନ୍ଧି ରଖନ୍ତୁ ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଉନ୍ନତି ଦ୍ୱାରା କେହି ଇର୍ଷା କରୁଛି ଏବଂ ନଜର ପକାଉଛି ତେବେ ପାଞ୍ଚଟି ନାଲି ଶୁଖିଲା ଲଙ୍କା ନେଇ ଏକ ନିର୍ଜନ ସ୍ଥାନକୁ ଯାଇ ଏକ ଗାତ ଖୋଳନ୍ତୁ । ଏହାପରେ ସେହି ପାଞ୍ଚଟି ଲଙ୍କାକୁ ନିଜ ମୁଣ୍ଡ ଉପର ଦେଇ ପାଞ୍ଚ ଥର ବୁଲାଇ ନିଜର ଶତ୍ରୁର ନାମ ନିଅନ୍ତୁ କିମ୍ୱା ଯଦି ଆପଣ ନିଜ ଶତ୍ରୁର ନାମ ଜାଣି ନାହାଁନ୍ତି ତେବେ ଅଜ୍ଞାତ ଶତ୍ରୁ କହି ମୁଣ୍ଡ ଉପର ଦେଇ ବୁଲାଇ ଗାତରେ ପୋତି ଦିଅନ୍ତୁ । ତାପରେ ସେଥିରେ ମାଟି ଘୋଡ଼ାଇ ନିଃ ଇଷ୍ଟ ଦେବଙ୍କ ପ୍ରାର୍ଥନା କରନ୍ତୁ । ଏପରି କଲେ ଆପଣଙ୍କର ଶତ୍ରୁ ଶାନ୍ତ ହୋଇଯିବ । ଏହି ଉପାୟ କରି ଆସୁଥିବା ସମୟରେ ପଛକୁ ବୁଲି ଦେଖିବେ ନାହିଁ ।

Leave a Reply

Your email address will not be published. Required fields are marked *