ଶରୀରର ଏହିସବୁ ଅଙ୍ଗରେ କଳା ଜାଇ ବ୍ୟକ୍ତିକୁ ବନାଇଥାଏ ଧନବାନ । ଆପଣଙ୍କରବି ଅଛି କି

ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଶରୀରର ଗଠନ ଏବଂ ଅଙ୍ଗ ଆଧାରରେ ଭବିଷ୍ୟ କହିବାର ବିଧି କୁହାଯାଇଛି । ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଅଙ୍ଗର ଗଠନ ତାର ସ୍ୱଭାବ ଏବଂ ତାର ଭବିଷ୍ୟତ ବିଷୟରେ ଅନେକ କିଛି କହିଥାଏ । ପ୍ରାଚୀନ ଋଷି ମାନଙ୍କ କହିବା କଥା ଯେ ଗ୍ରହ ମାନଙ୍କର ସ୍ଥିତି କାରଣରୁ ହିଁ ମନୁଷ୍ୟର ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ କଳାଜାଇର ନିର୍ମାଣ ହୋଇଥାଏ । ଶରୀରରେ ହୋଇଥିବା କଳାଜାଇ ଆଧାରରେ ଆମେ ସେହି ବ୍ୟକ୍ତିର ଭବିଷ୍ୟତ ସହିତ ଜଡ଼ିତ ସୂଚନା ଜାଣି ପାରିବା । ସେହି ବ୍ୟକ୍ତି କେତେବେଳେ ଧନବାନ ହେବ କିମ୍ବା ତାକୁ କେବେ ଚାକିରୀ ମିଳିବ କିମ୍ବା ତାର ଜୀବନସାଥି କେମିତି ହେବ । ଶରୀରରେ ଥିବା କଳାଜାଇ ବ୍ୟକ୍ତିର ଭବିଷ୍ୟ ସହିତ ଜଡ଼ିତ ଅନେକ କିଛି କଥା ବର୍ଣ୍ଣନା କରିଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ

୧ . ମଥାରେ କଳାଜାଇ :-

ସମୁଦ୍ର ଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଖୁବ କମ ଲୋକଙ୍କ ମଥାରେ ହିଁ କଳାଜାଇ ରହିଥାଏ । ମଥାରେ କଳାଜାଇ ନେଇ ଜନ୍ମ ହୋଇଥିବା ଲୋକ ବୁଦ୍ଧିମାନ ହେବା ସହିତ ଭରପୁର ଧନ ଅର୍ଜନ କରିଥିବା ଲୋକ ହୋଇଥାନ୍ତି । ଯଦି ଆପଣଙ୍କ ମଥାରେ ବାମ ପାର୍ଶ୍ଵରେ କଳା ଜାଇ ଅଛି ତେବେ ବୟସ ସହିତ ହିଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବ । ଯେତେ ଆପଣଙ୍କ ବୟସ ବଢ଼ିବ ଆପଣ ସେତେ ଧନବାନ ହେବାରେ ଲାଗିବେ । ତାସହିତ ଆପଣଙ୍କୁ ଦୁନିଆ ବୁଲିବାର ସୁଯୋଗ ମଧ୍ୟ ମିଳିପାରେ । ଯଦି ଆପଣଙ୍କ ମଥାର ଡାହାଣ ପାର୍ଶ୍ଵରେ କଳାଜାଇ ଥାଏ ତେବେ ଆପଣ କଞ୍ଜୁସ ବ୍ୟକ୍ତି ହୋଇ ପାରନ୍ତି । ଆପଣଙ୍କୁ ଭବିଷ୍ୟତରେ ଅପାର ଧନପ୍ରାପ୍ତି ହେବ । କିନ୍ତୁ ଆପଣ କେବଳ ଧନ ସଞ୍ଚୟ ହିଁ କରିବେ ମାତ୍ର ତାହାର ଉପଭୋଗ କରିବେ ନାହିଁ । ଅନ୍ୟର ସାହାଯ୍ୟ ମଧ୍ୟ କରିବେ ନାହିଁ । ଯଦି ମଥାର ମଝିରେ କଳା ଜାଇ ରହେ ତେବେ ଆପଣ ମହାନ ବ୍ୟକ୍ତି ହେବେ । ତାସହିତ ଆପଣଙ୍କୁ ବହୁତ ଭଲ ଜୀବନସାଥୀ ମିଳିବ ।

୨ . ଆଇବ୍ର କଳାଜାଇ :-

ଯେଉଁ ବ୍ୟକ୍ତିଙ୍କ ଆଇବ୍ରରେ କଳାଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାନ୍ତି । ଏପରି ମହିଳା ଯେଉଁ ଘରକୁ ବିବାହ କରି ଯାଆନ୍ତି ସେହି ଘରକୁ ସୁଖ ସମୃଦ୍ଧି ନେଇ ଯାଆନ୍ତି । ସେହି ଘରେ ଧନର କେବେବି ଅଭାବ ଦେଖାଦିଏ ନାହିଁ । ଯଦି ବାମ କିମ୍ୱା ଡାହାଣ ପାର୍ଶ୍ଵରେ ଥାଏ ତେବେ ବ୍ୟକ୍ତିକୁ ବିବାହ ପୂର୍ବରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । କିନ୍ତୁ ବିବାହ ପରେ ଏମାନଙ୍କ ଭାଗ୍ୟ ବଦଳି ଯାଏ ଏବଂ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ ।

୩ . ଆଖି ପଲକରେ କଳାଜାଇ :-

ସମୁଦ୍ର ଶାସ୍ତ୍ର ଅନୁସାରେ ଆଖିର ଡାହାଣ ପଲକରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ବ୍ୟକ୍ତି ମାନେ ଖୁବ ଧନବାନ ହୋଇଥାନ୍ତି ଏବଂ ଭବିଷ୍ୟତରେ ଖୁବ ନାମ କମାଇଥାନ୍ତି । କିନ୍ତୁ ଯଦି ଆଖିର ତଳ ପଲକରେ କଳାଜାଇ ଥାଏ ତେବେ ଏପରି ବ୍ୟକ୍ତି ଅଧିକ ଖର୍ଚ୍ଚ କରୁଥିବା ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ହାତରେ କେବେ ଟଙ୍କା ରହେ ନାହିଁ । ଏମାନେ କେବେ ଟଙ୍କା ସଞ୍ଚୟ କରି ପାରନ୍ତି ନାହିଁ ।

୪ . ଛାତିରେ କଳାଜାଇ :-

ଛାତିରେ କଳାଜାଇ ରହିବା ଭାଗ୍ୟର ଚିହ୍ନ ହୋଇଥାଏ । ଯେଉଁ ମହିଳାଙ୍କର ଛାତିରେ କଳାଜାଇ ଥାଏ ସେମାନଙ୍କ ଭାଗ୍ୟରେ ସରକାରୀ ଚାକିରୀ ଥାଏ । ପୁରୁଷଙ୍କ ଛାତିରେ କଳାଜାଇ ରହିବା ସେମାନଙ୍କୁ ସାମର୍ଥ୍ୟଶାଳୀ ଏବଂ ମହତ ଆକାଂକ୍ଷୀ ବନାଇ ଥାଏ । ଏପରି ପୁରୁଷ ଖୁବ ପରିଶ୍ରମୀ ହୋଇଥାନ୍ତି ।

୫ . କାନରେ କଳାଜାଇ :-

ସମୁଦ୍ର ଶାସ୍ତ୍ର ଅନୁଯାୟୀ କାନରେ କଳାଜାଇ ଥିବା ବ୍ୟକ୍ତି ଖୁବ ଭଲ ଚିନ୍ତାଧାରାର ଲୋକ ହୋଇଥାନ୍ତି । ଏପରି ବ୍ୟକ୍ତି ଖୁବ ଟଙ୍କା ରୋଜଗାର କରନ୍ତି । ଏମାନେ ଟଙ୍କାର ଠିକ ଉପଯୋଗ କରିବା ମଧ୍ୟ ଜାଣନ୍ତି । ଯେଉଁ କାରଣରୁ ଏମାନଙ୍କୁ ଭବିଷ୍ୟତରେ ଖୁବ ଫାଇଦା ମଧ୍ୟ ହୋଇଥାଏ ।

୬ . ଓଠରେ କଳାଜାଇ :-

ସମୁଦ୍ର ଶାସ୍ତ୍ର ଅନୁସାରେ ଓଠରେ କଳାଜାଇ ରହିବା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ଏପରି ଲୋକଙ୍କ ଭାଗ୍ୟ ସବୁବେଳେ ସାଥ ଦେଇଥାଏ । ଏହି ଲୋକଙ୍କୁ ଟଙ୍କା ରୋଜଗାର ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । କମ ପରିଶ୍ରମରେ ମଧ୍ୟ ଏମାନଙ୍କୁ ସଫଳତା ମିଳିଥାଏ । ଏପରି ଲୋକ ବହୁତ ଧନୀ ହୋଇଥାନ୍ତି ।

୭ . କାନ୍ଧରେ କଳାଜାଇ :-

ପୁରୁଷଙ୍କ କାନ୍ଧରେ କଳାଜାଇ ରହିବା ଖୁବ ଭଲ ହୋଇଥାଏ । ଏମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଏପରି ପୁରୁଷ ନିଜ କର୍ତ୍ତବ୍ୟକୁ ଠିକ ଭାବରେ ପାଳନ କରନ୍ତି । ଯଦି ଆପଣଙ୍କ ଡାହାଣ କାନ୍ଧରେ କଳାଜାଇ ଅଛି ତେବେ ଆପଣ ବହୁତ ଜଲଦି ସଫଳତା ପାଇବେ । କିନ୍ତୁ ବାମ କାନ୍ଧରେ କଳାଜାଇ ଥିଲେ ସଫଳତା ମିଳିବାରେ ସମୟ ଲାଗିବ ।

୮ . ହାତ ପାପୁଲିରେ କଳାଜାଇ :-

ଡାହାଣ ହାତର ପାପୁଲିରେ କଳାଜାଇ ଥିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ଲୋକ ବହୁତ ଧନବାନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *